ସଉକରେ ଆରମ୍ଭ କରିଥିଲେ ଗୁଆ ଚାଷ, ଏବେ କରୁଛନ୍ତି ଲକ୍ଷାଧିକ ଟଙ୍କା ଆୟ

କେନ୍ଦ୍ରାପଡ଼ା: ଗୁଆ ଦେଉଛି ରୋଜଗାର । ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟପାଇଁ ସାଜିଛନ୍ତି ଉଦାହରଣ । ଦାଦନ ଖଟିବାକୁ ଯାଇଥିବା କେନ୍ଦ୍ରାପଡା ଜିଲ୍ଲା ଇନ୍ଦାଳ ପଞ୍ଚାୟତ ଅଢଙ୍ଗା ଗାଁର ଅଜୟ ଜେନାଙ୍କୁ ଦେଇଛି ବଞ୍ଚିବାର ରାହା । କମ ଖର୍ଚ୍ଚରେ ଗୁଆ ଚାଷ କରି ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଅଜୟ । ତାଙ୍କର ଏହି ପରିଶ୍ରମ ଓ ଉଦ୍ୟମକୁ ଅଞ୍ଚଳରେ ଲୋକେ ପ୍ରଶଂସା କରିଛନ୍ତି ।

ଗୁଆ ଦେଲା ବଞ୍ଚିବାର ରାହା । ଦାଦନରୁ ବନାଇଲା ସଫଳ ଚାଷୀ । କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଇନ୍ଦାଳ ପଞ୍ଚାୟତ ଅଢଙ୍ଗା ଗାଁର ଅଜୟ ଜେନା । ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ । କିନ୍ତୁ ସେଠାରେ ମନଲାଖି ରୋଜଗାର ନହେବାରୁ ଗାଁକୁ ଫେରି ଆସି ଆରମ୍ଭ କଲେ ଗୁଆ ଚାଷ । ପ୍ରଥମେ ସଉକରେ ଆରମ୍ଭ କରିଥିବା ଏହି ଚାଷ ତାଙ୍କୁ ଏବେ ବର୍ଷକୁ ଲକ୍ଷାଧିକ ଟଙ୍କାର ରୋଜଗାର ଦେଉଛି । ଭାଇ ଶୁକଦେବ ତାଙ୍କୁ ଏଥିରେ ସହଯୋଗ କରନ୍ତି ।

ଏବେ ତାଙ୍କ ପଡିଆରେ ରହିଛି ୧୨ ଶହରୁ ଅଧିକ ଗୁଆ ଗଛ । ଏହି ଚାଷ ପାଇଁ ଖର୍ଚ୍ଚ କମ ହୋଇଥିବାରୁ ଲାଭ ଅଧିକ ହେଉଥିବା କହନ୍ତି ଅଜୟ । ବଜାରରେ ଗୁଆର ଚାହିଦା ଥିବାରୁ ବେପାରୀ ଘରୁ କିଲୋପିଛା ୪ଶହରୁ ୫ ଶହ ଟଙ୍କାରେ କିଣି ନିଅନ୍ତି । ଏବେ ନିଜେ ଚାଷ କରିବା ସହ ଅନ୍ୟକୁ ଚାରା ମଧ୍ୟ ଯୋଗାଉ ଉଦାହରଣ ସୃଷ୍ଟି କରିଛନ୍ତି ଅଜୟ ।

ଏଥିସହିତ ପଢ଼ନ୍ତୁ: ୧୨ ଦଫା ଦାବିରେ ଟ୍ରେଡ ୟୁନିୟନର ଦୁଇ ଦିନିଆ ଭାରତ ବନ୍ଦ ଡାକରା