spot_img
Home Blog Page 4607

BCCI କ’ଣ ପାଇଁ ଲତାଙ୍କ ଲାଗି ୨ଟି VVIP ସିଟ୍ ରିଜର୍ଭ ରଖୁଥିଲା ?

ନନ୍ଦିଘୋଷ ବ୍ୟୁରୋ: ଲତା ଆଉ ନାହାନ୍ତି ସତ କିନ୍ତୁ ସେ ଛାଡିଯାଇଥିବା ସ୍ମ୍ରୁତି ଏବେ ବି ସତେଜ ରହିଛି । ଲତା ମଙ୍ଗେସକର ଭାରତୀୟ କ୍ରିକେଟକୁ ମଧ୍ୟ ଏକ ବଡ଼ ଅବଦାନ ଦେଇଛନ୍ତି । ଭାରତୀୟ କ୍ରିକେଟ ପାଇଁ ଲତା ମଙ୍ଗେସକର ଦେଇଥିବା ଅବଦାନକୁ ଭୁଲି ନାହିଁ ବିସିସିଆଇ । ଲତା ମଙ୍ଗେସକରଙ୍କ ସେହି ସାହାର୍ଯ୍ୟକୁ ସମ୍ମାନ ଜଣାଇବା ପାଇଁ ଭାରତର ପ୍ରତ୍ୟେକ କ୍ରିକେଟ ଷ୍ଟାଡିୟମରେ ଅନ୍ତର୍ଜାତୀୟ ମ୍ୟାଚ ପାଇଁ ଦୁଇଟି ଭିଭିଆଇପି ପାସ୍ ତାଙ୍କ ପାଇଁ ରଖାଯାଉଥିଲା । ଯେପରି କୌଣସି ଅନ୍ତର୍ଜାତୀୟ ମ୍ୟାଚ ପୂର୍ବରୁ ପ୍ରଯୋଜକ, ରାଜ୍ୟ କ୍ରିକେଟ ଆସୋସିଏସନଙ୍କ ପାଇଁ ପାସ୍ ରହିଥାଏ, ସେହିପରି ପ୍ରତ୍ୟେକ ମ୍ୟାଚରେ ଲତା ଦିଦିଙ୍କ ପାଇଁ ଦୁଇଟି ପାସ୍ ରହିଥାଏ । ତେବେ ଲତା ମଙ୍ଗେସକର ଭାରତୀୟ କ୍ରିକେଟକୁ କ’ଣ ଏମିତି ସାହାର୍ଯ୍ୟ କରିଥିଲେ ଯାହା ଫଳରେ ବିସିସିଆଇ ତାଙ୍କ ପାଇଁ ଦୁଇଟି VVIP ପାସ୍ ରଖିଥାଏ ଆସନ୍ତୁ ଜାଣିବା…

ଭାରତର ଲୋକପ୍ରିୟ ଖେଳ ମଧ୍ୟରୁ କ୍ରିକେଟ ଅନ୍ୟତମ । କ୍ରିକେଟ ପାଇଁ ପାଗଳ ପୂରା ଭାରତ । ତେବେ ଏହି ଘଟଣା ୩୯ ବର୍ଷ ପୂର୍ବର । ଅର୍ଥାତ ୧୯୮୩ ମସିହାର । ଯେତେବେଳେ ଭାରତ ପ୍ରଥମ ଥର ହାତେଇଥିଲା ବିଶ୍ୱକପ ଟ୍ରଫି । ଶକ୍ତିଶାଳୀ ଓ୍ୱେଷ୍ଟଇଣ୍ଡିଜକୁ ହରାଇ ପିନ୍ଧିଥିଲା ବିଶ୍ୱବିଜୟୀ ମୁକୁଟ । ବିଶ୍ୱରେ ବର୍ତ୍ତମାନ ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ପାଖରେ କିନ୍ତୁ ସେ ସମୟରେ ବିଶ୍ୱ ବିଜୟୀ ଦଳକୁ ଅର୍ଥ ରାଶି ଦେବାକୁ ଏତେ ଟଙ୍କା ନଥିଲା । କିନ୍ତୁ ସେ ସମୟରେ ବିସିସିଆଇ ସଭାପତି ଥିବା NKP ସାଲଭେ ଚାହୁଁଥିଲେ ବିଜୟୀ ଦଳକୁ ପୁରସ୍କାର ଦେବାକୁ । କିନ୍ତୁ ଅର୍ଥ ଅଭାବରୁ ସେ ବିବ୍ରତ ଅବସ୍ଥାରେ ଥିଲେ ।

ସାଲଭେ ଏହି କଠିନ ପରିସ୍ଥିତିରୁ ମୁକୁଳିବା ପାଇଁ ସ୍ୱର ସାମ୍ରଜ୍ଞୀ ଲତା ମଙ୍ଗେସକରଙ୍କ ସାହାର୍ଯ୍ୟ ଲୋଡିଥିଲେ । ଭାରତୀୟ କ୍ରିକେଟର ବିଜୟ ଉତ୍ସବ ମନାଇବାକୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ ଲତା ମଙ୍ଗେସକର ଏକ କନର୍ସଟ ଆୟୋଜନ କରିଥିଲେ । ଲତା ମଙ୍ଗେସକରଙ୍କ ଏହି କନର୍ସଟ ବେଶ ହିଟ୍ ହୋଇଥିଲା । ଯାହା ଫଳରେ ଏହି କନର୍ସଟରୁ ୨୦ ଲକ୍ଷ ଟଙ୍କାର ଟିକେଟ ବିକ୍ରି ହୋଇଥିଲା । ଏହି କନର୍ସଟରେ ବିକ୍ରି ହୋଇଥିବା ଟିକେଟ ଫଳରେ ବିସିସିଆଇ ବିଶ୍ୱକପ ବିଜେତା ସମସ୍ତ କ୍ରିକେଟରଙ୍କୁ ଏକ ଲକ୍ଷ ଟଙ୍କାର ପୁରସ୍କାର ଦେଇପାରିଥିଲା ।

ଲତା ମଙ୍ଗେସକରଙ୍କ ଆଉ ନାହାନ୍ତି ସତ କିନ୍ତୁ ସେ ଭାରତୀୟ କ୍ରିକେଟକୁ ଯେଉଁ ଅବଦାନ ଦେଇଛନ୍ତି ତାହା ସମସ୍ତ କ୍ରିକେଟ ପ୍ରେମୀଙ୍କ ମନରେ ସବୁଦିନ ପାଇଁ ରହିବ । ଲତା ଦିଦିଙ୍କ ଏହି ଅବଦାନକୁ ସମ୍ମାନ ଜଣାଇବା ପାଇଁ ବିସିସିଆଇ ଭାରତର ପ୍ରତ୍ୟେକ କ୍ରିକେଟ ଷ୍ଟାଡିୟମରେ ଦୁଇଟି ଭିଭିଆଇପି ପାସ୍ ରଖିଥାଏ । ଅଫେରା ଦୁନିଆରେ ସ୍ୱର ସାମ୍ରଜ୍ଞୀ ଲତା ମଙ୍ଗେସକର । ମୁମ୍ବାଇର ବ୍ରିଚ୍ କାଣ୍ଡି ହସ୍ପିଟାଲରେ ଗତ ରବିବାର ସକାଳ ୮.୧୨ ମିନିଟରେ ଶେଷ ନିଶ୍ୱାଃସ ତ୍ୟାଗ କରିଛନ୍ତି ।

ଦୀର୍ଘ ଦୁଇ ବର୍ଷ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଅଷ୍ଟ୍ରେଲିଆ ସୀମା

ମେଲବର୍ଣ୍ଣ: ଦୀର୍ଘ ଦୁଇ ବର୍ଷ ପରେ ବିଦେଶ ଯାତ୍ରୀଙ୍କ ପାଇଁ ଖୋଲିବ ଅଷ୍ଟ୍ରେଲିଆ ସୀମା । କରୋନା ସଂକ୍ରମଣ ସ୍ଥିତି ସୁଧୁରୁଥିବାରୁ ସୀମା ଖୋଲିବା ନେଇ ଅଷ୍ଟ୍ରେଲିଆ ସରକାର ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ଫେବୃଆରୀ ୨୧ରୁ ସମସ୍ତଙ୍କ ପାଇଁ ଦେଶ ସୀମା ଖୋଲିବାକୁ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଘୋଷଣା କରିଛନ୍ତି । ମହାମାରୀ କରୋନା ଆରମ୍ଭ ହେବା ଦିନଠାରୁ ଅଷ୍ଟ୍ରେଲିଆ ସରକାର ସାଧାରଣ ଯାତ୍ରୀଙ୍କ ପାଇଁ ଦେଶର ସୀମାକୁ ବନ୍ଦ କରିଥିଲେ । ଏଥିସହ କଡ଼ା କଟକଣା ମଧ୍ୟ ଲଗାଇଥିଲେ । ଏବେ ପ୍ରାୟ ୨ ବର୍ଷ ପରେ ସରକାର କଟକଣା ହଟାଇବାକୁ ଯାଉଛନ୍ତି । ଆଜି ସ୍କଟ ମୋରିସନ ଜାତୀୟ ସୁରକ୍ଷା କ୍ୟାବିନେଟ ବୈଠକରେ ଦେଶର କରୋନା ସ୍ଥିତି ସମ୍ପର୍କରେ ଆଲୋଚନା କରିବା ପରେ ସୀମା ଖୋଲିବ ବୋଲି ଘୋଷଣା କରିଛନ୍ତି ।

ବାପା ଶବ ଦାହ କରିବାକୁ ଯାଇଥିବା ଲୋକଙ୍କୁ ପୁଅର ଆକ୍ରମଣ

କେନ୍ଦୁଝର: ସମ୍ପତ୍ତି ମୋହ ଆଗରେ ତୁଚ୍ଛ ପଡ଼ିଲା ରକ୍ତ ସମ୍ପର୍କ । ସମ୍ପତ୍ତି ନମିଳିବାରୁ ବାପାଙ୍କ ଶବକୁ କାନ୍ଧ ତ ଦେଲାନି ପୁଅ । ବରଂ ବାପାଙ୍କ ଶବକୁ କାନ୍ଧ ଦେଇଥିବା ସାନ ଭାଇ ଓ ପଡ଼ୋଶୀଙ୍କୁ ଆକ୍ରମଣ କଲା ବଡ଼ ପୁଅ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା କପୁଣ୍ଡି ଗାଁରେ । ଗାଁର ୯୭ ବର୍ଷୀୟ ବୃଦ୍ଧ ଚୌଧୁରୀ ନାଏକଙ୍କ ମୃତ୍ୟୁ ପରେ ତାଙ୍କ କୋକେଇ ନେଇ ଯାଉଥିବା ଲୋକଙ୍କୁ ଚୌଧୁରୀଙ୍କ ବଡପୁଅ ରାହାସ ନାଏକ ଓ ତାଙ୍କର ୫ଜଣ ପୁଅ ମିଶି ଗୋଡ଼ାଇ ଗୋଡ଼ାଇ ଠେଙ୍ଗାରେ ମାଡ଼ ମାରିଥିବା ଭିଡ଼ିଓ ଏବେ ଭାଇରାଲ୍ ହେବାରେ ଲାଗିଛି ।

ସାନପୁଅ ଶିବପ୍ରସାଦ ନାଏକଙ୍କ ଘରେ ରହୁଥିଲେ ବୃଦ୍ଧ ଚୌଧୁରୀ ନାଏକ । ଏଥିପାଇଁ ଏକ ଜମି ସେ ଶିବପ୍ରସାଦଙ୍କୁ ଦେଇଥିଲେ । ଏହି ଜମିରୁ ଭାଗ ନେବା ପାଇଁ ଚୌଧୁରୀଙ୍କ ବଡ଼ପୁଅ ରାହାସ ନାଏକ ଦାବି କରୁଥଲା । ହେଲେ ବାପା ତାଙ୍କୁ ଜମି ଦେଇନଥିଲେ । ଫଳରେ ରାଗ ରଖିଥିଲା ବଡ଼ ପୁଅ । ଗତକାଲି ବାପାଙ୍କ ମୃତ୍ୟୁ ପରେ ଶବ ସଂସ୍କାର ପାଇଁ ଶିବପ୍ରସାଦ ବଡ଼ଭାଇ ରାହାସଙ୍କୁ ଡାକିଥଲେ । ହେଲେ ସେ ଆସିନଥିଲେ । ତେଣୁ ପଡ଼ୋଶୀଙ୍କ ସହାୟତାରେ ଶିବପ୍ରସାଦ ବାପାଙ୍କ କୋକେଇ ନେଇ ଯାଉଥିବା ବେଳେ ଆକ୍ରମଣ କରିଥିଲେ ବଡ଼ ଭାଇ ରାହାସ ଓ ତାଙ୍କ ୫ପୁଅ । ତେବେ ମାମଲା ଥାନାକୁ ଯିବା ପରେ ଶବ ସତ୍କାର ହୋଇଥିବା ଜଣାପଡ଼ିଛି ।

JNUକୁ ମିଳିଲା ପ୍ରଥମ ମହିଳା ଭିସି, ଶାନ୍ତିଶ୍ରୀ ଧୂଲିପୁଡ଼ି ହେଲେ ନୂଆ କୂଳପତି

ନୂଆଦିଲ୍ଲୀ: JNUକୁ ମିଳିଲା ପ୍ରଥମ ମହିଳା ଭିସି । ଦିଲ୍ଲୀ ସ୍ଥିତ ଜବାହରଲାଲ ନେହେରୁ ୟୁନିଭରସିଟିରେ ପ୍ରଥମ ଥର ଲାଗି ଜଣେ ମହିଳା ଭିସିଙ୍କୁ ନିଯୁକ୍ତି ମିଳିଛି । ପ୍ରଫେସର ଶାନ୍ତିଶ୍ରୀ ଧୂଲିପୁଡ଼ି ପଣ୍ଡିତଙ୍କୁ ନୂତନ ଭାଇସ୍ ଚାନସେଲର ଭାବେ ନିଯୁକ୍ତି ମିଳିଛି । ସେ ଏବେ ପୁନେ ସ୍ଥିତ ସାବିତ୍ରୀ ବାଇ ଫୁଲେ ୟୁନିରଭିସିଟିରେ ପ୍ରଫେସର ଅଛନ୍ତି ।

ଏବେ JNUର ଭିସି ଥିବା ଏମ୍. ଜଗଦୀଶ କୁମାରଙ୍କୁ UGCର ନୂତନ ଚେୟାରମ୍ୟାନ ଭାବେ ନିଯୁକ୍ତି ଦିଆଯାଇଛି । JNUର ଭିସି ଭାବରେ ଜଗଦୀଶ କୁମାରଙ୍କ ୫ ବର୍ଷର କାର୍ଯ୍ୟକାଳ ୨୬ ଜାନୁଆରୀ ୨୦୨୧ରେ ଶେଷ ହୋଇଥିଲା । ଏହା ପରେ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ ଜାରି ହୋଇଥିବା ନୋଟିସ ଅନୁସାରେ ଶାନ୍ତିଶ୍ରୀ ଧୂଲିପୁଡିଙ୍କ କାର୍ଯ୍ୟକାଳ ୫ ବର୍ଷର ରହିବ । ଶାନ୍ତିଶ୍ରୀ ଧୂଲିପୁଡି JNUର ଟପର ଥିଲେ ଆଉ ଏବେ ତାଙ୍କ ସେହି ୟୁନିଭର୍ସିଟିର ଭିସି ଭାବରେ ନିଯୁକ୍ତି ମିଳିଛି ।

ଚୀନରେ କାଶ୍ମୀର ପ୍ରସଙ୍ଗ ଉଠାଇଲା ପାକିସ୍ତାନ

ନୂଆଦିଲ୍ଲୀ: ଜିନପିଙ୍ଗ-ଇମ୍ରାନ ବୈଠକର ଉଠିଲା କାଶ୍ମୀର ପ୍ରସଙ୍ଗ । ଦ୍ୱିପାକ୍ଷିକ ବୈଠକରେ କାଶ୍ମୀର ପ୍ରସଙ୍ଗରେ ଆଲୋଚନା ପରେ ଉଭୟ ଦେଶ ପକ୍ଷରୁ ମିଳିତ ବିବୃତ୍ତି ପ୍ରକାଶ ପାଇଛି । କଶ୍ମୀରକୁ ନେଇ ପାକିସ୍ତାନ ପ୍ରକଟ କରିଥିବା ଚିନ୍ତା, ସ୍ଥିତାବସ୍ଥା ଓ ଆଭିମୁଖ୍ୟ ଆଦି ବିଷୟରେ ଆଲୋଚନା ପରେ କାଶ୍ମୀର ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ହେବା ଆବଶ୍ୟକ ବୋଲି ଚୀନ୍ କହିଛି । ସ୍ଥିତିକୁ ଆହୁରି ଜଟିଳ କରିବା ଭଳି ଯେକୌଣସି ଏକତରଫା କାର୍ଯ୍ୟାନୁଷ୍ଠାନକୁ ଚୀନ୍ ବିରୋଧ କରିବ ବୋଲି ଜିନପିଙ୍ଗ କହିଛନ୍ତି ।

ଏ ନେଇ ଭାରତ ପକ୍ଷରୁ କୌଣସି ବିଧିବଦ୍ଧ ବିବୃତ୍ତି ରଖାଯାଇ ନଥିଲେ ବି ଜମ୍ମୁ-କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଉଭୟ ପାକିସ୍ତାନ ଓ ଚୀନ୍ ଏହାକୁ ମନେରଖିବା ଦରକାର ବୋଲି ସରକାରୀ ସୂତ୍ରରେ କୁହାଯାଇଛି । ଅନ୍ୟପଟେ ପାକିସ୍ତାନ ଓ ଚୀନ୍‌ ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ଼ ହୋଇଛି । ୬୦ ବିଲିୟନ ଆମେରିକୀୟ ଡଲାରର CPEC ବିନିଯୋଗ କାର୍ଯ୍ୟକ୍ରମ ଅଧୀନରେ ପାକିସ୍ତାନକୁ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛି ଚୀନ୍ ।

କୋହଳ ହେଲା ପ୍ରଚାର କଟକଣା, ୩୦୦ ଲୋକଙ୍କୁ ନେଇ ହୋଇପାରିବ ରାଜନୈତିକ ସଭା

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କୋହଳ ହେଲା କଟକଣା । ନିର୍ବାଚନ ପ୍ରଚାରରୁ ସାମାନ୍ୟ ହଟିଲା କଟକଣା । ୫ ଜଣ ବଦଳରେ ୨୦ ଜଣଙ୍କୁ ନେଇ ପ୍ରାର୍ଥୀ କରିପାରିବେ ଡୋର ଟୁ ଡୋର କ୍ୟାମ୍ପେନ୍ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୂର୍ବରୁ ମାତ୍ର ୫ ଜଣଙ୍କୁ ନେଇ ଡୋର ଟୁ ଡୋର କ୍ୟାମ୍ପେନ୍ ପାଇଁ ଅନୁମତି ଦିଆଯାଇଥିଲା । ସେହିପରି ରାଜନୈତିକ ସଭାକୁ ମଧ୍ୟ ଅନୁମତି ମିଳିଛି । ୩୦୦ ଲୋକଙ୍କୁ ନେଇ ହୋଇପାରିବ ରାଜନୈତିକ ସଭା । ପୂର୍ବଭଳି ବାଇକ ରାଲି ଓ ପଦଯାତ୍ରା ଉପରେ କଟକଣା ବଳବତ୍ତର ରହିଛି । ଏନେଇ ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ।

ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ୧୬ ତାରିଖରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ମତଦାନ । ଏଥର ୫ଟି ପର୍ଯ୍ୟାୟରେ ଭୋଟିଂ ହେବ । ଏଥିପାଇଁ ୮୦ରୁ ୯୦ ପ୍ରତିଶତ ପୋଲିଂ କର୍ମଚାରୀଙ୍କୁ ପ୍ରିକସନ ଡୋଜ ଦିଆଯାଇଛି । ଆଉ ୨ ଦିନ ମଧ୍ୟରେ ଅବଶିଷ୍ଟ ପୋଲିଂ କର୍ମଚାରୀଙ୍କୁ ପ୍ରିକସନ ଡୋଜ ଦିଆଯିବ । ସେହିପରି ସମସ୍ତ ପୋଲିଂ କର୍ମଚାରୀଙ୍କ ଟ୍ରେନିଂ ସାରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ନିର୍ବାଚନ କମିଶନର ।

ଭିଜିଲାନ୍ସ ଜାଲରେ ନରସିଂହପୁର ଥାନା ଅଧିକାରୀ ଅଲେଖ ଗରଡିଆ

କଟକ: ଭିଜିଲାନ୍ସ ଜାଲରେ ନରସିଂହପୁର ଥାନା ଅଧିକାରୀ । କଟକ ଜିଲ୍ଲା ନରସିଂହପୁର ଥାନା ଆଇଆଇସି ଅଲେଖ ଗରଡିଆ । ୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଥାନା ଅଧିକାରୀ । ଥାନା ଅଧିକାରୀ ଅଲେଖ ଗରଡିଆଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଛି । ସୂଚନା ଅନୁସାରେ ଏକ ମାମଲାର ସମାଧାନ ପାଇଁ ନରସିଂହପୁର ଥାନା ଅନ୍ତର୍ଗତ ଆଇଁଶିଆ ଗ୍ରାମର ନବକିଶୋର ନାୟକଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ ଥାନା ଅଧିକାରୀ । ଲାଞ୍ଚ ନେଉଥିବା ସମୟରେ ଥାନା ଅଧିକାରୀଙ୍କୁ ଧରିଥିଲା ଭିଜିଲାନ୍ସ ।

ଋଷ-ୟୁକ୍ରେନ ଯୁଦ୍ଧ ହେଲେ ମୃତ୍ୟୁ ବରଣ କରିପାରନ୍ତି ୫୦ ହଜାରରୁ ଅଧିକ ଲୋକ: ଆମେରିକା

ନୂଆଦିଲ୍ଲୀ: ଯେକୌଣସି ମୁହୂର୍ତ୍ତରେ ଘଟିପାରେ ୟୁକ୍ରେନ ଓ୍ବାର । ୫୦ ହଜାରରୁ ଅଧିକ ଲୋକ ହୋଇପାରନ୍ତି ମୃତାହତ । ଏନେଇ ସତର୍କ କରିଛନ୍ତି ଆମେରିକା ହ୍ବାଇଟ ହାଉସ ଜାତୀୟ ନିରାପତ୍ତା ପରାମର୍ଶଦାତା ଜେକ୍ ସୁଲିଭାନ । ସେ କହିଛନ୍ତି, ୟୁକ୍ରେନ ଉପରେ ଯେ କୌଣସି ମୁହୂର୍ତ୍ତରେ ଋଷ ଆକ୍ରମଣ କରିବ । ଏହାକୁ ନେଇ ସାରା ୟୁରୋପରେ ଯୁଦ୍ଧର ଘନଘଟା ଲାଗିବ ଏବଂ ବ୍ୟାପକ ଧନଜୀବନ ହାନି ଘଟିବ । ରାଷ୍ଟ୍ରପତି ଜୋ ବିଡେନଙ୍କ ଟପ୍ ଆଡଭାଇଜର ସୁଲିଭାନଙ୍କ ଏହି ବିବୃତି ଯୁଦ୍ଧ ସମ୍ପର୍କରେ ପୂର୍ବ ସୂଚନା ପ୍ରଦାନ କରୁଛି । ୟୁକ୍ରେନ ସୀମାରେ ବର୍ତ୍ତମାନ ଋଷ ନିଜର ୭୦ ପ୍ରତିଶତ ଆଗ୍ନୟାସ୍ତ୍ର ମୁତୟନ କରିସାରିଲାଣି ଏବଂ ଫେବ୍ରୁଆରୀ ମଧ୍ୟ ଭାଗରେ କୌଣସି ମୁହୂର୍ତ୍ତରେ ୟୁକ୍ରେନ ଉପରେ ଋଷ ଆକ୍ରମଣ କରିପାରେ । ଏନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବ୍ଲୁପ୍ରିଣ୍ଟ କରିସାରିଲେଣି । ଯଦି ଯୁଦ୍ଧ ହୁଏ ତେବେ ବ୍ୟାପକ ଧନ ଜୀବନ ହାନି ହେବା ସହ ଋଷକୁ ଅନେକ ମୂଲ୍ୟ ଦେବାକୁ ପଡ଼ିବ ବୋଲି କହିଛନ୍ତି ସୁଲିଭାନ । ସେ ଆହୁରି କହିଛନ୍ତି – କିଏଭକୁ ତୁରନ୍ତ କବଜା କରିବା ଲାଗି ଋଷ ସମ୍ପୂର୍ଣ୍ଣ ଯୋଜନା କରିଛି ଏବଂ ସମ୍ଭାବ୍ୟ ଯୁଦ୍ଧରେ ୫୦ ହଜାରରୁ ଅଧିକ ମୃତାହତ ହେବାର ଆଶଙ୍କା ରହିଛି ।

ଅନ୍ୟପକ୍ଷରେ ଋଷ ନିଜର ଆଣବିକ ଶକ୍ତିକୁ ସକ୍ରିୟ କରିବା ଲାଗି ପଦକ୍ଷେପ ନେଇଛି । ଏହା ୟୁକ୍ରେନ ଆକ୍ରମଣର ଏକ ପୂର୍ବ ସୂଚନା ବୋଲି ପ୍ରତୀୟମାନ ହୋଇଛି । ସେପଟେ ୟୁକ୍ରେନ – ପୋଲାଣ୍ଡ ସୀମାରେ ମୁତୟନ ହୋଇଛନ୍ତି ୧୭୦୦ ଆମେରିକୀୟ ସୈନ୍ୟ ।  ୮୨ ତମ ଏୟାରବର୍ଣ୍ଣ ଡିଭିଜନର ଏହି ସୈନ୍ୟ ପୋଲାଣ୍ଡର ରେସେଜୋ ବିମାନ ବନ୍ଦରରେ ପହଞ୍ଚିବା ପରେ ସୀମାରେ ମୁତୟନ ହୋଇଛନ୍ତି । ସେମାନଙ୍କର କମାଣ୍ଡର ରହିବେ ମେଜର ଜେନେରାଲ ଖ୍ରୀଷ୍ଟୋଫର ଡୋନାହୁ । ଆଫଗାନିସ୍ତାନରେ ଆମେରିକୀୟ ସୈନ୍ୟଙ୍କ ନେତୃତ୍ବ ନେଇ ବେଶ୍ ଚର୍ଚ୍ଚିତ ଥିଲେ ଖ୍ରୀଷ୍ଟୋଫର । ଇରାକ ଓ ଆଫଗାନିସ୍ତାନ ମିଶନରେ ଉଭୟ ପୋଲାଣ୍ଡ ଓ ଆମେରିକୀୟ ସୈନ୍ୟ ଏକାଠି ମୁତୟନ ହୋଇଥିଲେ ।

ପଞ୍ଚାୟତ ନିର୍ବାଚନ ପ୍ରଚାରରେ କୋହଳ ହେବ କଟକଣା !

ଭୁବନେଶ୍ୱର:  ପଞ୍ଚାୟତ ନିର୍ବାଚନ ପ୍ରଚାରରେ କୋହଳ ହେବ କି କଟକଣା । ପଞ୍ଚାୟତ ନିର୍ବାଚନ ପ୍ରଚାରକୁ ନେଇ ଆଜି ନିଷ୍ପତ୍ତି ନିଆଯିବ । ନିର୍ବାଚନ ପ୍ରଚାର ଓ କୋଭିଡ କଟକଣା ନେଇ ଆଜି ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ରାଜ୍ୟ ନିର୍ବାଚନ କମିଶନ । ଭିଡିଓ କନଫରେନ୍ସ ଜରିଆରେ ଦିନ ସାଢେ ୧୧ଟାରେ ବସିବ ଏହି ବୈଠକ । କରୋନା ପାଇଁ ସୀମିତ ସମର୍ଥକଙ୍କୁ ନେଇ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ପ୍ରାର୍ଥୀ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ୧୬ ତାରିଖରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ମତଦାନ । ଏଥର ୫ଟି ପର୍ଯ୍ୟାୟରେ ହେବ ଭୋଟିଂ । ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ କମିଶନ ସମସ୍ତ ଜିଲ୍ଲାପାଳଙ୍କ ସହ ବୈଠକ କରିବେ ।

ଓ୍ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଦିନିକିଆରେ ବିଜୟ ପରେ ବି ଖୁସି ନାହାନ୍ତି ରୋହିତ, ଜାଣନ୍ତୁ କାହିଁକି…

ଅହମଦାବାଦ: ରବିବାର ଭାରତୀୟ କ୍ରିକେଟ ପାଇଁ ଥିଲା ଐତିହାସିକ ଦିନ । ପ୍ରଥମ ଦଳ ଭାବରେ ଭାରତ ଏକ ହଜାର ତମ ଦିନିକିଆ ମ୍ୟାଚ ଖେଳିଥିଲା । ଏକ ହଜାର ତମ ମ୍ୟାଚରେ ଭାରତ ବଡ଼ ବିଜୟ ଲାଭ କରିଥିଲା । ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତ ୬ ଓ୍ୱିକେଟରେ ବିଜୟ ଲାଭ କରିଥିଲା । କିନ୍ତୁ ଏହି ବିଜୟରେ ଭାରତର ନୂଆ ଅଧିନାୟକ ରୋହିତ ଶର୍ମା ଖୁସି ନାହାନ୍ତି । ମ୍ୟାଚ ଶେଷ ହେବା ପରେ ରୋହିତ ଶର୍ମା କହିଥିଲେ କି ଆମେ ଏହାଠାରୁ ଅଧିକ ଭଲ କରିପାରିଥାନ୍ତୁ । ଏହା ସହ ଓ୍ୱେଷ୍ଟ ଇଣ୍ଡିଜ୍ ବ୍ୟାଟ୍ସମ୍ୟାନଙ୍କ ଉପରେ ଆମେ ଅଧିକ ଚାପ ପକାଇ ପାରିଥାନ୍ତୁ ବୋଲି କହିଛନ୍ତି ରୋହିତ ଶର୍ମା ।

ମ୍ୟାଚ ଶେଷ ହେବା ପରେ ଅଧିନାୟକ ରୋହିତ ଶର୍ମା କହିଥିଲେ କି ମୁଁ ପରଫେକ୍ଟ ଗେମ୍ ଉପରେ ବିଶ୍ୱାସ କରେ ନାହିଁ । ସର୍ବଦା ଜଣେ ପରଫେକ୍ଟ ହୋଇପାରିବେ ନାହିଁ । ଆମେ ରନର ପିଛା କରୁଥିବାବେଳେ ଆହୁରି ଭଲ କରିପାରିଥାନ୍ତୁ ଏବଂ ଏତେ ଓ୍ୱିକେଟ ହରାଇବା ଉଚିତ୍ ନଥିଲା ବୋଲି କହିଛନ୍ତି ରୋହିତ ଶର୍ମା । ରୋହିତ ଶର୍ମା ଆହୁରି କହିଛନ୍ତି କି ଓ୍ୱେଷ୍ଟ ଇଣ୍ଡିଜ ବ୍ୟାଟ୍ସମ୍ୟାନଙ୍କ ଉପରେ ବୋଲରମାନେ ଆହୁରି ଅଧିକ ଚାପ ପକାଇ ପାରିଥାନ୍ତେ ଯାହା ଫଳରେ ଇଣ୍ଡିଜ୍ ଲୋୟର ଅର୍ଡର ବ୍ୟାଟ୍ସମ୍ୟାନ ଅଧିକ ରନ ସ୍କୋର କରିପାରିନଥାନ୍ତେ । ସେମାନେ ଗୋଟିଏ ଟିମ୍ ଭାବେ ଭଲ ଖେଳିବାକୁ ଚାହାଁନ୍ତି । ଆହୁରି ଭଲ କରିବା ପାଇଁ ଚେଷ୍ଟା ଜାରି ରହିବ । ତେବେ ଦଳ ମଧ୍ୟରେ ବେଶୀ କିଛି ପରିବର୍ତ୍ତନ କରିବା ଆବଶ୍ୟକ ନାହିଁ ବୋଲି କହିଛନ୍ତି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ।