ସୋମବାରଠୁ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା

ଭୁବନେଶ୍ୱର: ସୋମବାରଠୁ ଆରମ୍ଭ ହେବ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା ୨୦୨୨ । ମେଳାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ଜନତା ମଇଦାନରେ ଆସନ୍ତାକାଲିଠୁ 10 ତାରିଖ ଯାଏ 14 ଦିନ ଧରି ଚାଲିବ ହସ୍ତଶିଳ୍ପ ମେଳା । ଗତବର୍ଷ 250ଟି ଷ୍ଟଲ ପଡିଥିବା ବେଳେ ଚଳିତ ବର୍ଷ ଏହି ମେଳାରେ ୩୯୦ଟି ହସ୍ତତନ୍ତ ଏବଂ ହସ୍ତଶିଳ୍ପ ଷ୍ଟଲ୍ ସ୍ଥାନିତ ହେବ ।

ତୋଷାଳୀ ମେଳାରେ ଦେଶର ବିଭିନ୍ନ ରାଜ୍ୟରୁ ୧୫୦ ବୁଣାକାର, କାରିଗର, ବିକ୍ରିବଟା କରିବାର ସୁଯୋଗ ପାଇବେ । ଚଳିତବର୍ଷ କେନ୍ଦ୍ରାପଡାର କାଇଁଛ ହସ୍ତଶିଳ୍ପକୁ ପ୍ରଦର୍ଶନ କରାଯିବ । ଗତ ବର୍ଷ ତୋଷାଳି ଜାତୀୟ ମେଳାରେ ପ୍ରାୟ ୧୪ ଲକ୍ଷ ଜନ ସମାବେଶ ସହିତ ୧୨ ଲକ୍ଷ ୩୮ କୋଟି ଟଙ୍କାର ବାଣିଜ୍ୟ କାରବାର ହୋଇଥିଲା । ଚଳିତ ବର୍ଷ ମେଳାରେ ୧୫ ଲକ୍ଷ ଜନ ସମାବେଶ ସହିତ ୧୫ କୋଟି ଟଙ୍କାର ସାମଗ୍ରୀ ବିକ୍ରିର ଲକ୍ଷ୍ୟ ରଖାଯାଇଛି ।

ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ ମନ୍ତ୍ରୀ ପଦ୍ନିନୀ ଦିଆନ୍ ଏନେଇ ସୂଚନା ପ୍ରଦାନ କରିଛନ୍ତି  । ପ୍ରତିବର୍ଷ ବୁଣାକାରଙ୍କୁ ସ୍ୱାବଲମ୍ବୀ ତଥା ସେମାନଙ୍କ ହାତ ତିଆରି ଜିନିଷ ବଜାରରେ ବିକ୍ରୟ ହେବା ନେଇ ଏହି ମେଳା ଅନୁଷ୍ଠିତ ହୋଇ ଆସୁଛି  । କୋଭିଡ ପାଇଁ ପୂର୍ବ ବର୍ଷ କଟକଣାରେ ତୋଷାଳୀ ମେଳା ପ୍ରଦର୍ଶିତ ହୋଇଥିୂବା ବେଳେ ବେପାର ମଧ୍ୟ ଭଲ ହୋଇନଥିଲା  । ତେବେ ଚଳିତ ବର୍ଷ କାରୀଗର ନିଜ ହାତ ତିଆରି ପଦାର୍ଥ ବଜାରରେ ବିକ୍ରୟ କରିବା ନେଇ ଆଶା ପ୍ରକଟ କରିଛନ୍ତି  ।