spot_img
Home Blog Page 3192

ରାଜ୍ୟରେ ପାୱାର କଟ ହେଉନି, ଓଭର ଲୋଡିଂ ପାଇଁ ପାୱାର ଲାଇନ ଟ୍ରିପ ହେଉଛି: ଶକ୍ତି ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ପାୱାର କଟ ହେଉନି । ଓଭର ଲୋଡିଂ ପାଇଁ ପାୱାର ଲାଇନ ଟ୍ରିପ କରି ଯାଉଛି । ତେବେ ରାଜ୍ୟରେ ଇଲେକ୍ଟ୍ରିସିଟ ସପ୍ଲାଏର କୌଣସି ଅଭାବ ନାହିଁ ବୋଲି ଦୋହରାଇଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ । ଅନେକ ଜାଗାରେ ଓଭର ଲୋଡିଂ ଦ୍ୱାରା ପାୱାର ଲାଇନ ଟ୍ରିପ ହେଇ ଯାଉଛି । ବିଶେଷ କରି ଭୁବନେଶ୍ୱର ଅଞ୍ଚଳରେ ଗୋଟେ ଥର ଲାଇନ ଟ୍ରିପ କରିଗଲେ ୬ରୁ ୭ ଘଣ୍ଟା ଲାଗୁଛି ତାକୁ ସଜାଡିବା ପାଇଁ ।

ଗାଁ ଗହଳିରେ ଏହି ସମୟ ଆଉ ଟିକିଏ ଅଧିକ ସମୟ ନେଉଛି। କେମିତି ନିରବଛିନ୍ନ ବିଜୁଳି ଯୋଗାଇ ଦିଆଯିବ ସେ ନେଇ ସରକାର ଅବିରତ ଉଦ୍ୟମ ଜାରି ରଖିଛନ୍ତି । ଯେଉଁଠି ଲାଇନ କଟି ଯାଇଛି, ତାର ଛିଣ୍ଡି ଯାଇଛି କି ଟ୍ରାନ୍ସଫର୍ମର ପୋଡି ଯାଇଛି ଯଦି ସେଠି ଲୋକେ କହିବା ପରେ ବି କେହି ଅଧିକାରୀ ଯାଉ ନାହାନ୍ତି ସେଥିପାଇଁ ଦୁଇ ଦିନ ତଳେ ସବୁ ଅଧିକାରୀଙ୍କୁ ଡାକି ତାଗିଦ କରିଛୁ ବୋଲି ମନ୍ତ୍ରୀ କହିଛନ୍ତି ।

ଲୋ ଭୋଲଟେଜ କାରଣ ଟେକ୍ନିକାଲ ତ୍ରୁଟି । ଯେଉଁଠି ଲାଇନ ଦୂର ବାଟରେ ଅଛି , ଟ୍ରାନ୍ସଫରମର କାପାସିଟି ଓଭର ଲୋଡ ଅଛି ସେଠି ଲୋ ଭୋଲଟେଜ ହେଉଛି । ତାର ପ୍ରତିକାର କରାଯାଉଛି । ପିକ୍ ପିରିୟଡରେ ରାଜ୍ୟରେ ୫ ହଜାର ୬୦୦ ମେଗାୱାଟର ବିଜୁଳିର ଆବଶ୍ୟକତା ରହୁଛି । ଗତ ବର୍ଷ ଏହା ୫ ହଜାର ୫୦୦ ମେଗାୱାଟ ରହିଥିଲା ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ।

ସୁଧ ରିହାତି ବିତରଣ କଲେ ମୁଖ୍ୟମନ୍ତ୍ରୀ, ଉପକୃତ ହେବେ ୩୫ଲକ୍ଷ ଚାଷୀ

ଭୁବନେଶ୍ୱର: ଅର୍ଥନୀତିର ଆତ୍ମା, ବିକାଶର ଆଧାର ଚାଷ। ସଶକ୍ତ ଓଡ଼ିଶାର ସାରଥି ଚାଷୀ, ମା ଓ ଯୁବକ ଯୁବତୀ। ଲୋକସେବା ଭବନରେ ସୁଧ ରିହାତି ବିତରଣ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚାଷୀଙ୍କୁ ସ୍ୱାବଲମ୍ୱୀ କରିବା ପାଇଁ ସ୍ୱତନ୍ତ୍ର ବଜେଟ ହୋଇଛି। କାଳିଆ ଶିକ୍ଷା ବୃତ୍ତି ମଧ୍ୟ ପ୍ରଦାନ କରଯାଉଛି। ଚାଷୀଙ୍କୁ ବିନା ସୁଧରେ ଋଣ ଦେବାରେ ଓଡ଼ିଶା ପ୍ରଥମ ରାଜ୍ୟ। ୩୫ଲକ୍ଷ ଚାଷୀ ସୁଧ ରିହାତି ପାଇ ଉପକୃତ ହୋଇଛନ୍ତି। ସେମାନଙ୍କୁ ସୁଧ ଦେବାକୁ ପଡିନି। ରାଜ୍ୟର କୋ-ଅପରେଟିଭ ମୁମେଣ୍ଟ ଶକ୍ତିଶାଳୀ ହୋଇଛି। ଚାଷୀଭାଇ ଆମ ଗର୍ବ, ଚାଷୀଙ୍କ କଲ୍ୟାଣ ପାଇଁ କାମ କରିଚାଲିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ରାଜ୍ୟର ୩୫ ଲକ୍ଷରୁ ଅଧିକ ଚାଷୀ ପରିବାର ପାଇଁ ସମବାୟ ବ୍ୟାଙ୍କ ଓ ପ୍ରାଥମିକ କୃଷିଋଣ ସମବାୟ ସମିତିଙ୍କୁ ୨୦୨୨-୨୩ ବର୍ଷର ଦ୍ବିତୀୟ ପର୍ଯ୍ୟାୟ ରିହାତି ବିତରଣ କରାଯାଇଛି। ଲୋକସେବା ଭବନ କନଭେନସନ ସେଣ୍ଟରରୁ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୪୪୧କୋଟି ୭୬ଲକ୍ଷ ଟଙ୍କାର ବିନା ସୁଧ ଋଣ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଏହା ପ୍ରଦାନ କରାଯାଇଛି।

ଚାଷୀଙ୍କ ବିକାଶରେ ଓଡ଼ିଶା ସମବାୟ ବିନା ସୁଧରେ ୧ଲକ୍ଷ ପର୍ଯ୍ୟନ୍ତ କୃଷିଋଣ ପ୍ରଦାନ କରୁଛି । ଏଥିରେ ପ୍ରତି ବର୍ଷ ୩୪ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେଉଛନ୍ତି। ଚାଷୀ ଋଣ ଉପରେ ବାର୍ଷିକ ପ୍ରାୟ ୮୦୦ କୋଟି ଟଙ୍କା ସୁଧ ରିହାତି ଦେଉଛି ଓଡ଼ିଶା ସମବାୟ।

ଯାତ୍ରା ଦେଖିବାକୁ ଯାଇଥିବା ବେଳେ କୂଅରେ ପଡ଼ି ନାବାଳକ ମୃତ

କାମାକ୍ଷାନଗର: ଯାତ୍ରା ଦେଖିବାକୁ ଯାଇଥିବା ବେଳେ କୂଅରେ ପଡ଼ି ନାବାଳକ ମୃତ । କାମାକ୍ଷାନଗର ଥାନା ସରଦେଇପୁର ଗାଁରେ ଅଭାବନୀୟ ଘଟଣା । ତୁମିସିଙ୍ଗା ଥାନା ବୋଲୁଅ ଗାଁର ବିରଞ୍ଚି ନାୟକଙ୍କ ପୁଅ ଶୁଭମ ପରିବାର ସହ ମାମୁଘର ଗାଁକୁ ଯାତ୍ରା ଦେଖିବାକୁ ଯାଇଥିଲେ ।

ପରିସ୍ରା କରିବାକୁ ବାହାରକୁ ଆସିଥିବା ବେଳେ ଶୁଭମ କୂଅକୁ ଖସିପଡ଼ିଥିଲେ । ପରିବାର ଲୋକେ ଅନେକ ଖୋଜାଖୋଜି କରିବା ପରେ କୂଅରୁ ଶୁଭମଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ମେଡ଼ିକାଲକୁ ପଠାଇଛି ।

ଆଜିଠୁ ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ

ପୁରୀ: ଆଜିଠୁ ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ। ଗତକାଲି ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ ଅନୁକୂଳ ସମ୍ପାଦନ ହୋଇଥିବା ବେଳେ ଆଜିଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ । ସକାଳୁ ରଥ ନିର୍ମାଣ ପାଇଁ ନିୟୋଜିତ ବିଶ୍ବକର୍ମା ମହାରଣା ଓ କରତୀ ସେବାୟତ ପହଞ୍ଚି ରଥକାଠ ଚିରଟ କାର୍ଯ୍ୟ ଆରମ୍ଭ କରିଛନ୍ତି ।

ଏହି କାଠ ଚିରଟ ପାଇଁ ଆବଶ୍ୟକୀୟ କାଠ ଭୋଇ ସେବାୟତ ମାନେ ଯୋଗାଇ ଦେଇଛନ୍ତି । ତିନି ରଥ ନିର୍ମାଣ ପାଇଁ ଗତକାଲି ଅକ୍ଷୟ ତୃତୀୟା ଅବସରରେ ମୁଖ୍ୟ ମହାରଣା, ଭୋଇ, କରତୀ, କମାର, ରୂପକାର ସେବାୟତଙ୍କୁ ଶାଢ଼ୀ ବନ୍ଧାଯିବା ପରେ ଆଜି ଆରମ୍ଭ ହୋଇଛି କାର୍ଯ୍ୟ  । ସେବାୟତଙ୍କ ଆନୁଷଙ୍ଗିକ ଆବଶ୍ୟକତାକୁ ଲକ୍ଷ୍ୟରେ ରଖି ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି।

ଟ୍ରେନ ଶୌଚାଳୟରୁ ମୃତଦେହ ମିଳିବା ଘଟଣା; ମୃତ ମହିଳାଙ୍କ ପୋଷ୍ଟର ଲଗାଇଲା GRP

ଭୁବନେଶ୍ୱର: ଭୁବନେଶ୍ୱର ସତ୍ୟନଗର କୋଚିଂ ୟାର୍ଡରେ ଟ୍ରେନ ଶୌଚାଳୟରୁ ମୃତଦେହ ମିଳିବା ଘଟଣା । ମୃତ ମହିଳାଙ୍କ ପୋଷ୍ଟର ଲଗାଇଲା GRP । ଭୁବନେଶ୍ୱର ରେଳ ଷ୍ଟେସନ, ରାଜ୍ୟ ବାହାରର ଷ୍ଟେସନ ଓ ଜନଗହଳି ପୂର୍ଣ୍ଣ ଜାଗାରେ GRP ପକ୍ଷରୁ ପୋଷ୍ଟର ଲଗାଯାଇଛି। ମୃତ ମହିଳାଙ୍କ ବିଷୟରେ ଯେଉଁ ବ୍ୟକ୍ତି ଖବର ଦେବେ ତାଙ୍କୁ ପୁରସ୍କାର ଦିଆଯିବ। ତଥ୍ୟ ଦେଇଥିବା ବ୍ୟକ୍ତିଙ୍କ ପରିଚୟ ଗୋପନ ରଖାଯିବ ବୋଲି ପୋଲିସ କହିଛି ।

ସେପଟେ ଆଜି  ସତ୍ୟନଗର ଶ୍ମଶାନରେ ଟ୍ରେନ ଶୌଚାଳୟରୁ ମିଳିଥିବା ମହିଳାଙ୍କ ମୃତଦେହର ଶେଷକୃତ୍ୟ କରିବ ପୋଲିସ । ମୃତଦେହ ସଂସ୍କାର ପୂର୍ବରୁ ମହିଳାଙ୍କ ହାଡ଼, ଚୁଟି ଓ ପୋଷାକର ଫଟୋ ଉଠାଇବ ପୋଲିସ।

ପୁଣି ରାଜରାସ୍ତାରେ କୁସ୍ତିଯୋଦ୍ଧା, ବ୍ରିଜଭୂଷଣଙ୍କ ନାଁରେ କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ?

ନୂଆଦିଲ୍ଲୀ: ପୁଣି ରାଜଧାନୀ ରାଜରାସ୍ତାରେ କୁସ୍ତିଯୋଦ୍ଧା । କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗରେ ଦିଲ୍ଲୀର ଜନ୍ତରମନ୍ତରଠାରେ ଧାରଣାରେ ବସିଛନ୍ତି ରେସଲର । ପୂର୍ବରୁ ମଧ୍ୟ ବ୍ରିଜଭୂଷଣଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆଣି କୁସ୍ତିଯୋଦ୍ଧା ଧାରଣାରେ ବସିଥିଲେ।

୭ଜଣ ମହିଳା କୁସ୍ତିଯୋଦ୍ଧା ବ୍ରିଜଭୂଷଣଙ୍କ ନାଁରେ ଏତଲା ଦେଇଥିଲେ ବି କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନି ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଅଢ଼େଇ ମାସ ପୂର୍ବରୁ ଅଭିଯୋଗ ହୋଇଥିଲେ ବି କିଛି ଗଠିତ କମିଟି ପକ୍ଷରୁ କିଛି ଫଇସଲା ନଆସିବାରୁ କୁସ୍ତିଯୋଦ୍ଧା ସଂଘ ପକ୍ଷରୁ ପୁଣି ଧାରଣା ଆରମ୍ଭ ହୋଇଛି । ଗତକାଲିଠାରୁ ଧାରଣା ଆରମ୍ଭ ହୋଇଥିବା ବେଳେ ଜନ୍ତରମନ୍ତରଠାରେ ରାତି ତମାମ ସେମାନେ ଧାରଣାରେ ବସିରହିଥିଲେ ।

କେନିଆରେ ଅଦ୍ଭୁତ ଧର୍ମୀୟ ବିଶ୍ୱାସ, ଉପବାସରେ ରହି ପ୍ରାଣ ହରାଇଲେ ଯୀଶୁଙ୍କ ସହ ମିଳନ…

କେନିଆ: କେନିଆରେ ଅଦ୍ଭୁତ ଧର୍ମୀୟ ବିଶ୍ବାସ । ଭୋକରେ ରହି ଜୀବନ ହାରିବାର ଭୟଙ୍କର ମାନସିକତା । ଉପବାସରେ ରହି ପ୍ରାଣ ହରାଇଲେ ପ୍ରଭୁ ଯୀଶୁଙ୍କ ସହ ମିଳନ ହେବା ନେଇ ବିଚିତ୍ର ଆହ୍ବାନ। ପୂର୍ବ କେନିଆର ମାଳିନ୍ଦୀ ଅନ୍ତର୍ଗତ ଏକ ସହରରେ ଘଟିଥିବା ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଅନାହାରରେ ରହି ପ୍ରାଣ ହରାଇଥିବା ଆଉ ୨୬ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ବର୍ତ୍ତମାନ ସୁଦ୍ଧା ୪୭ଟି ମୃତଦେହକୁ କବରରୁ ବାହାର କରାଯାଇଛି । ଅଧିକ ମୃତଦେହ ପୋତା ଯାଇଥିବା ସନ୍ଦେହରେ ସର୍ଚ୍ଚ ଅପରେସନ ଜାରି ରହିଛି । ସହରର ବିଭିନ୍ନ ସ୍ଥାନରେ ଆହୁରି କିଛି ଲୋକ କ୍ଷୁଧାରେ ରହି ପ୍ରାଣତ୍ୟାଗ କରିବା ଲାଗି ଅପେକ୍ଷା କରିଥିବା ଆଶଙ୍କା ଥିବାରୁ ସର୍ଚ୍ଚ ଅପରେସନ ଜାରି ରହିଛି।

ମାଳିନ୍ଦୀ ଅନ୍ତର୍ଗତ ସାକାହୋଲାରେ ପ୍ରାୟ ୮୦୦ ଏକର ପରିମିତ ଅଞ୍ଚଳକୁ ସିଲ୍ କରି ଦିଆଯାଇଛି। ଆସନ୍ତାକାଲି ଘଟଣାସ୍ଥଳ ପରିଦର୍ଶନ କରିବେ ଗୃହମନ୍ତ୍ରୀ କିଥୁରେ କିନ୍ଦିକୀ । କ୍ଷୁଧାରେ ରହି ପ୍ରାଣତ୍ୟାଗ କରିବା ଲାଗି ଗୁଡ୍ ନ୍ୟୁଜ୍ ଇଣ୍ଟରନ୍ୟାସନାଲ ଚର୍ଚ୍ଚ ପକ୍ଷରୁ ଏହି ଅଭିଯାନ ଆରମ୍ଭ ହୋଇଥିବା ଜଣାଯାଇଛି । ଏହି ଘଟଣାରେ ଚର୍ଚ୍ଚର ମୁଖ୍ୟ ମାକେନଜି ନିଥେଙ୍ଗେଙ୍କୁ ପୋଲିସ ଗିରଫ କରିଛି । ଯୀଶୁଙ୍କ ସହ ମିଳନ ହେବାକୁ ହେଲେ କ୍ଷୁଧାରେ ପ୍ରାଣତ୍ୟାଗ କରିବାକୁ ପଡିବ ବୋଲି ଧର୍ମାବଲମ୍ବୀଙ୍କୁ ମାକେନଜି ଆହ୍ବାନ ଦେବା ପରେ ଶହ ଶହ ଅନୁଗତ ଏହି ପ୍ରକ୍ରିୟା ଅବଲମ୍ବନ କରୁଥିବା କୁହାଯାଇଛି।

କିଛିଦିନ ତଳେ, ଏପରିକି ପିତାମାତାଙ୍କ ଜାଣତରେ ଦୁଇ ଜଣ ଶିଶୁଙ୍କୁ କ୍ଷୁଧାରେ ମରିବାକୁ ଦିଆଯାଇଥିବା ପ୍ରମାଣ ମିଳିଛି । ବର୍ତ୍ତମାନ ସୁଦ୍ଧା ପୋଲିସ ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରିଛି । ଜାଣି ଜାଣି କ୍ଷୁଧାରେ ସଢୁଥିବା କିଛି ଲୋକଙ୍କ ସନ୍ଧାନ କରାଯାଇଛି । ଶତଚେଷ୍ଟା କରାଯାଇ ସେମାନଙ୍କୁ ଖୁଆଇବା ଲାଗି ଉଦ୍ୟମ କରାଯାଉଥିବା ସତ୍ତ୍ବେ ସେମାନେ ଖାଉ ନଥିବା ସୂଚନା ମିଳିଛି । ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଲାଗି ସେନାର ସହାୟତା ମଗାଯାଇଛି।

ଏସମ୍ପର୍କରେ ଗୃହମନ୍ତ୍ରୀ କହିଛନ୍ତି, ୮୦୦ ଏକର ପରିମିତ ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ଏବଂ ନିରାପତ୍ତା ଅଧିକାରୀଙ୍କୁ ମୁତୟନ କରାଯାଇଛି । ସେହି ଅଞ୍ଚଳକୁ ସିନ୍ ଅଫ କ୍ରାଇମ ଭାବେ ଘୋଷଣା କରାଯାଇଛି। ଏହି ବିଶ୍ବାସ ମାନବାଧିକାର ପ୍ରତି ଏକ ବୃହତ ଚାଲେଞ୍ଜ ବୋଲି କହିଛନ୍ତି କେନିଆ ଗୃହମନ୍ତ୍ରୀ। ଦେଶର ସମସ୍ତ ଚର୍ଚ୍ଚ, ମସଜିଦ, ମନ୍ଦିର ଲାଗି କଡା କଟକଣା ଜାରି କରାଯାଇଥିବା ସେ ସୂଚନା ଦେଇଛନ୍ତି।

ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ ମର୍ଡର କେସ୍ ପିଟିସନର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ ମର୍ଡର କେସ୍ ପିଟିସନର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ପୋଲିସ ହେପାଜତରେ ଅତିକ ଓ ତାର ଭାଇ ଅସରଫକୁ ହତ୍ୟାକୁ ନେଇ ସର୍ବୋଚ୍ଚ କୋର୍ଟରେ ପିଟିସନ ଦାଏର କରିଥିଲେ ଆଇନଜୀବୀ ବିଶାଲ ତିଓ୍ବାରୀ । ମାଫିଆମୁକ୍ତ ନାଁରେ ଫେକ୍ ଏନକାଉଣ୍ଟର, ପୋଲିସ ହେପାଜତରେ ହତ୍ୟା ଆଦି ଘଟଣା ଗତ କିଛିବର୍ଷ ମଧ୍ୟରେ ବଢିଛି ।

ଏହି ମାମଲାର ନିରପେକ୍ଷ ଯାଞ୍ଚ ପାଇଁ ପିଟିସନରେ ଅପିଲ କରାଯାଇଛି । ଗତ ୬ ବର୍ଷରେ ୟୁପିରେ ବିଜେପି ସରକାର ଆସିବା ପରେ ୧୮୩ ଜଣଙ୍କୁ ଏନକାଉଣ୍ଟରରେ କରାଯାଇଛି । ରାଜ୍ୟରେ ଏତେ ଏନକାଉଣ୍ଟରକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ବି ଟାର୍ଗେଟ କରାଯାଉଥିବା ଦେଖାଯାଉଛି । ଅତିକ ଓ ଅସରଫର ହତ୍ୟାକାଣ୍ଡକରେ ୟୁପି ସରକାର ଓ ପୋଲିସ ପ୍ରଶାସନର ସନ୍ଦିଗ୍ଧ ଭୂମିକାକୁ ନେଇ ସୁପ୍ରିମକୋର୍ଟରେ ପିଟିସନ ଦାଏର ହୋଇଥିଲା।

ପୋଲିସର କଡ଼ା ସୁରକ୍ଷା ଭିତରେ କେମିତି ଜଣେ ହାଇପ୍ରୋଫାଇଲ କ୍ରିମିନାଲକୁ ହତ୍ୟା କରାଗଲା? ତାର ତଦନ୍ତ କରିବାକୁ ପିଟିସନ ଦାଏର ହୋଇଛି । ଅତିକର ପୁଅ ଅସଦର ସନ୍ଦିଗ୍ଧ ଏନକାଉଣ୍ଟରକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଆବେଦନକାରୀ । ୨୦୧୭ ମସିହାରୁ ଉତ୍ତରପ୍ରଦେଶରେ ହୋଇଥିବା ସନ୍ଦିଗ୍ଧ ଏନକାଉଣ୍ଟରର ଯାଞ୍ଚ ପାଇଁ ପିଟିସନରେ ଅପିଲ କରାଯାଇଥିଲା । ଆଜି ବିଶାଲ ତିଓ୍ବାରୀଙ୍କ ପିଟିସନର ଶୁଣାଣି କରିବେ ସର୍ବୋଚ୍ଚ କୋର୍ଟ ।

ଅନୁଗୁଳରେ ହାତୀ ଉପଦ୍ରବ, ଜଣେ ମୃତ ଓ ଅନ୍ୟଜଣେ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ହାତୀ ଉପଦ୍ରବ। ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ବଡ଼କନ୍ତକୁଳ ଗାଁର ମୁନି ପ୍ରଧାନ ଓ ଗୌରୀ ରାଉଳ ଆଜି ଭୋରରୁ ଗାଁ ମୁଣ୍ଡ ଆମ୍ବତୋଟାକୁ ଆମ୍ବ ଗୋଟାଇବାକୁ ଯାଇଥିଲେ । ସେଠାରେ ଏକ ହାତୀ ଛକି ରହିଥିବା ସେମାନେ ଜାଣି ପାରିନଥିଲେ।

ଉଭୟ ଆମ୍ବ ଗୋଟାଉଥିବା ବେଳେ ହଠାତ ହାତୀଟି ସେମାନଙ୍କୁ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ମୁନି ପ୍ରଧାନଙ୍କର ମୃତ୍ୟୁ ହୋଇଥିଲା । ଆହତ ଗୌରୀଙ୍କୁ ଗାଁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଛନ୍ତି । ଏହି ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ଦେଖା ଦେଇଛି ।

ଭିସୁଟ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ଘଟଣା; ଆସିଲା ଭିସେରା ରିପୋର୍ଟ

ସମ୍ବଲପୁର: ଭିସୁଟ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ଘଟଣାରେ ଆସିଲା ଭିସେରା ରିପୋର୍ଟ । ପୋଲିସର ହସ୍ତଗତ ହୋଇଛି ଭିସେରା ରିପୋର୍ଟ । ଏହି ରିପୋର୍ଟ ଚିନ୍ମୟୀଙ୍କ ମୃତ୍ୟୁ ରହସ୍ୟ ଖୋଲିବକି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଗତ ଫେବ୍ରୁଆରୀ ୨୮ ତାରିଖରେ ରହସ୍ୟମୟ ଢ଼ଙ୍ଗରେ ଚିନ୍ମୟୀଙ୍କ ମୃତ୍ୟୁ ହୋଇଥିଲା ।

ପୁରୁଷବନ୍ଧୁ ଏହି ମୃତ୍ୟୁ ପାଇଁ ଦାୟୀ ବୋଲି ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ଘଟଣାକୁ ଗୁରୁତର ସହ ନେଇ ଆରମ୍ଭ କରିଥିଲା ଛାନବିନ୍ । ଅନ୍ୟପଟେ ପୁରୁଷ ବନ୍ଧୁ ପ୍ରୀତିମାନର ଲାଏ ଡିଟେକ୍ସନ ଟେଷ୍ଟ ମଧ୍ୟ କରାଯାଇଥିଲା।