spot_img
Home Blog Page 3193

ବାତ୍ୟା ସମୟରେ ଯେକୌଣସି ମୋବାଇଲ ନେଟୱାର୍କକୁ କରିପାରିବେ ବ୍ୟବହାର

ଗାନ୍ଧିନଗର: ଭୟଙ୍କର ରୂପ ନେଉଛି ବାତ୍ୟା ‘ବିପର୍ଯ୍ୟୟ’ । ବାତ୍ୟା ପ୍ରଭାବିତ ଜିଲ୍ଲାର ଲୋକମାନଙ୍କର ଝଡ଼ ତୋଫାନରେ ହେବନି ନେଟୱାର୍କ ସମସ୍ୟା। ଲୋକମାନଙ୍କ ମୋବାଇଲରେ ରହିବ ନେଟୱାର୍କ । ବିପର୍ଯ୍ୟୟ ଝଡ଼ ତୋଫାନକୁ ଦୃଷ୍ଟିରେ ରଖି ଟେଲିକମ୍ ବିଭାଗ ଏଭଳି ନିଷ୍ପତ୍ତି ନେଇଛି । ଯଦି ଝଡ଼ ତୋଫାନରେ ଫୋନର ନେଟୱାର୍କ ଚାଲିଯାଏ ତେବେ ଆପଣ ଅନ୍ୟ କମ୍ପାନୀର ନେଟୱାର୍କ ବ୍ୟବହାର କରି କଥା ହୋଇପାରିବେ।

ଆପଣମାନେ ଭାବୁଥିବେ ଏହା କିପରି ସମ୍ଭବ ହୋଇପାରିବ । ହଁ ଆଜ୍ଞା ଏହା ସମ୍ଭବ । ସେଥିପାଇଁ ଆପଣଙ୍କ ଫୋନରେ ଥିବା ସେଟିଂ ସମୂହକୁ ଯାଇ ଚେଞ୍ଜ୍ କରିବାକୁ ପଡିବ ।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ‘ବିପର୍ଯ୍ୟୟ’ କୁ ନେଇ ପ୍ରତ୍ୟେକ ସମୟରେ ସତର୍କତା ଜାରି ହୋଇଆସୁଛି। ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ବିପର୍ଯ୍ୟୟ’ ସ୍ଥଳଭାଗ ଛୁଇଁବ । ଗୁଜରାଟରେ ବାତ୍ୟା ‘ବିପର୍ଯ୍ୟୟ’ ରଚିବ ତାଣ୍ଡବ । ‘ବିପର୍ଯ୍ୟୟ’ କାରଣରୁ ରାଜ୍ୟର ଅନେକ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି । ଏନେଇ ଗୁଜରାଟ ସରକାର ବାତ୍ୟାର ମୁକାବିଲା କରିବା ପାଇଁ ଆଗୁଆ ପ୍ରସ୍ତୁତ କରିସାରିଛି ।

ଗୁଜରାଟ ସରକାର ଏବଂ ପୁରା ପ୍ରଶାସନ ମିଳିତ ବୈଠକ କରି ବାତ୍ୟା ପାଇଁ ଆଗୁଆ ସଜାଗ ହୋଇଛନ୍ତି । ଝଡ଼ତୋଫାନ କାରଣରୁ ବିଦ୍ୟୁତ ଖୁଣ୍ଟ ଏବଂ ମୋବାଇଲ ଟାୱାର କ୍ଷତିଗ୍ରସ୍ତ ହେବାର ମଧ୍ୟ ସମ୍ଭାବନା ରହିଛି। ଯେଉଁଥିପାଇଁ ଟେଲିକମ୍ ନେଟୱାର୍କ ମଧ୍ୟ ବାଧାପ୍ରାପ୍ତ ହୋଇପାରେ। ଏଭଳି ପରିସ୍ଥିତିରେ ଲୋକେ ଯେପରି ବାତ୍ୟା ସମୟରେ କୌଣସି ଅସୁବିଧାର ସାମ୍ନା ନ କରନ୍ତି ସେଥିପାଇଁ ଟେଲିକମ୍ ବିଭାଗ ପକ୍ଷରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି ।

ଟେଲିକମ୍ ବିଭାଗ ଘୋଷଣା କରିଛି ଯେ ବାତ୍ୟା ପ୍ରଭାବିତ ଜିଲ୍ଲାର ଲୋକ ଝଡ ତୋଫାନ ଅନୁଭୂତ ହେବା ସମୟରେ ଟେଲିକମ୍ ନେଟୱାର୍କ ବ୍ୟବହାର କରିବାରେ କୌଣସି ଅସୁବିଧା ଭୋଗିଲେ ଅନ୍ୟ ଟେଲିକମ୍ ଅପରେଟର ଦ୍ୱାରା ପ୍ରଦାନ କରାଯାଉଥିବା ନେଟୱାର୍କ ବ୍ୟବହାର କରିପାରିବେ। ଏହି ସେବା ବ୍ୟବହାର କରିବାକୁ ଲୋକଙ୍କୁ ମୋବାଇଲ୍ ସେଟିଂ ସମୂହକୁ ଯାଇ ସିମ୍ କାର୍ଡ ଚୟନ କରିବାକୁ ହେବ। ଏହା ପରେ ନିଜ ଅଞ୍ଚଳରେ ଉପଲବ୍ଧ ଥିବା ମୋବାଇଲ୍ ନେଟୱାର୍କ ଅପସନକୁ ଯାଇ ଚୟନ କରିବାକୁ ହେବ।
ସୂଚନା ଅନୁଯାୟୀ, ଏହି ନେଟୱାର୍କ ସେବା କେବଳ କଚ୍ଛ, ଦ୍ୱାରିକା, ପୋରବନ୍ଦର, ଜାମନଗର, ରାଜକୋଟ, ଜୁନାଗଡ ଏବଂ ମୋର୍ବିରେ ଉପଲବ୍ଧ ହେବ । ଏହି ସୁବିଧା ଜୁନ୍ ୧୭ ରାତି ୧୧:୫୯ ପର୍ଯ୍ୟନ୍ତ ଉପଲବ୍ଧ ହେବ ।

ମାଛ ଖାଇବାରୁ ମାଛରଙ୍କା ଚଢେଇକୁ ହତ୍ୟା, ଅଭିଯୁକ୍ତ ଗୁରୁ ଗିରଫ

କେନ୍ଦ୍ରାପଡା: ମାଛ ଖାଇବାରୁ ମାଛରଙ୍କା ଚଢେଇକୁ ହତ୍ୟା  । ଇନଷ୍ଟଗ୍ରାମରେ ଭାଇରାଲ ହେଲା ଫଟୋ । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ  । ତାଳଚୁଆ ପଟାପରିଆ ଗାଁର ଗୁରୁ ଦଳାଇ ରାଜକନିକା ଅଞ୍ଚଳରେ ଚିଙ୍ଗୁଡ଼ି ଘେରିରେ କାମ କରନ୍ତି  । ଚିଙ୍ଗୁଡ଼ିକୁ ମାଛରଙ୍କା ପକ୍ଷୀ ଖାଇବାରୁ ଉତକ୍ଷିପ୍ତ ହୋଇ ହତ୍ୟା କରିଛନ୍ତି ଗୁରୁ ଦଳାଇ ।

ଏହାର ଭିଡିଓ ଭାଇରାଲ ହେବା ପରେ ଖବରପାଇ କନିକା ରେଞ୍ଜ ଅଫିସର ଚଢ଼ାଉ କରି ଗୁରୁ ଦଳାଇକୁ ଗିରଫ କରିଛନ୍ତି  ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟର ନିଟ୍‌ ଟପ୍ପର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟର ନିଟ୍ ଟପ୍ପର । ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ନିଟ୍ ଟପ୍ପର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ଆଜି ନବୀନ ନିବାସ ଯାଇ ଏହି ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ସ୍ବୟଂଶକ୍ତି ତ୍ରିପାଠୀ ଓଡ଼ିଶାରୁ ଟପ୍ପର ହୋଇଥିବାବେଳେ ସର୍ବଭାରତୀୟ ସ୍ତରରେ ଅଷ୍ଟମ ସ୍ଥାନ ହାସଲ କରିଛନ୍ତି । ସେହିପରି ସୂର୍ଯ୍ୟପ୍ରତାପ ମିଶ୍ର ଓଡ଼ିଶାରୁ ଦ୍ବିତୀୟ ସ୍ଥାନ ହାସଲ କରିଥିବା ବେଳେ, ସର୍ବଭାରତୀୟ ସ୍ତରରେ ୩୫ତମ ରାଙ୍କରେ ହାସଲ କରିଛନ୍ତି । ଏହାସହ ଅଭିପସା ଚୌଧୁରୀ ଓଡ଼ିଶାରୁ ତୃତୀୟ ସ୍ଥାନ ହାସଲ କରିଥିବା ବେଳେ, ସର୍ବଭାରତୀୟ ସ୍ତରରେ ୬୩ ରାଙ୍କ ହାସଲ କରିଛନ୍ତି । ୧୩ ତାରିଖ ଦିନ ପ୍ରକାଶ ପାଇଥିଲା ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ-ୟୁଜି ୨୦୨୩ର ରେଜଲ୍ଟ ।

 

ଦିଲ୍ଲୀ ମୁଖାର୍ଜୀ ନଗର କୋଚିଂ ସେଣ୍ଟରରେ ଭୀଷଣ ଅଗ୍ନିକାଣ୍ଡ, ରଶି ଯୋଗେ ରେସ୍କ୍ୟୁ ଅପରେସନ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖାର୍ଜୀ ନଗର କୋଚିଂ ସେଣ୍ଟରରେ ଭୀଷଣ ଅଗ୍ନିକାଣ୍ଡ । ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ୧୧ଟି ଦମକଳବାହିନୀ । ଘଣ୍ଟାଏ ଧରି ନିଆଁ ଲିଭା କାର୍ଯ୍ୟ ଜାରି ରହିଛି । ରଶି ସାହାଯ୍ୟରେ ପିଲାମାନଙ୍କୁ ବାହାରକୁ ଅଣାଯାଉଛି । ବିଲ୍ଡିଂ ଭିତରେ ଫଶି ରହିଥିବା ପିଲାମାନେ ଜୀବନ ବିକଳରେ ଝରକା ଦେଇ ପିଲାମାନେ ଡେଇଁ ପଡୁଥିବା ଦେଖାଯାଇଛି । କୋଚିଂ ସେଣ୍ଟରର ୪ ଜଣ ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି ।

ମଧ୍ୟପ୍ରଦେଶରେ ବିଜେପିକୁ ବଡ଼ ଧରଣର ଧକ୍କା, କଂଗ୍ରେସରେ ସାମିଲ ହେଲେ ବିଜେପି ହେଭିଓ୍ବେଟ ବୈଜନାଥ ସିଂ ଯାଦବ

ଭୋପାଳ: ମଧ୍ୟପ୍ରଦେଶରେ ବିଜେପିକୁ ବଡ଼ ଧରଣର ଧକ୍କା । କଂଗ୍ରେସରେ ସାମିଲ ହୋଇଛନ୍ତି ଶିବପୁରୀରେ ବିଜେପି ହେଭିଓ୍ବେଟ ବୈଜନାଥ ସିଂ ଯାଦବ । ୨୦୨୦ରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନେତୃତ୍ବରେ ହୋଇଥିବା ବିଦ୍ରୋହରେ ସାମିଲ ବୈଜନାଥ ସଦଳବଳେ ବିଜେପି ଛାଡ଼ି ପୁଣି କଂଗ୍ରେସରେ ସାମିଲ ହୋଇଛନ୍ତି । ବଡ଼କଥା ହେଉଛି ଶିବପୁରୀରୁ ଭୋପାଳର ଦୂରତା ୩୦୦ କିଲୋମିଟର ହୋଇଥିବାବେଳେ ପ୍ରାୟ ୪୦୦ କାରର ଏକ କାରକେଡରେ ଯାଇ କଂଗ୍ରେସରେ ସାମିଲ ହୋଇଛନ୍ତି ବୈଜନାଥ । ୨୦୨୦ରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନେତୃତ୍ବରେ କଂଗ୍ରେସରେ ହୋଇଥିବା ବିଦ୍ରୋହରେ ବୈଜନାଥ ସାମିଲ ଥିଲେ ଏବଂ ଏହି ବିଦ୍ରୋହ ଯୋଗୁ କମଲନାଥ ସରକାରର ପତନ ଘଟିଥିଲା । ବିଜେପିରେ କୋଣଠେସା ହେବା ପରେ ଶେଷରେ ବୈଜନାଥ ପୁଣି ଘରବାହୁଡା କରିଛନ୍ତି । ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବୈଜନାଥଙ୍କୁ ସ୍ବାଗତ କରିଥିଲେ କମଲନାଥ ଓ ଦିଗବିଜୟ ସିଂ ।

ଡୋନାଲ୍ଡ ଟ୍ରମ୍ଫଙ୍କ ପ୍ରତି ବଢୁଛି ସମର୍ଥନ, ନିର୍ବାଚନ ଲାଗି ସଂଗ୍ରହ ହେଲାଣି ୭ ନିୟୁତ ଡଲାରର ପାଣ୍ଠି

ଓ୍ୱାଶିଂଟନ: ବିଭିନ୍ନ ପ୍ରତିବନ୍ଧକ ସତ୍ତ୍ବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତି ବଢୁଛି ସମର୍ଥନ । ଆସନ୍ତା ୨୦୨୪ରେ ରାଷ୍ଟ୍ରପତି ନିର୍ବାଚନ ଲାଗି ପ୍ରତିଦ୍ବନ୍ଦ୍ବିତା କରିବାକୁ ଯାଉଥିବା ଟ୍ରମ୍ଫ ବର୍ତ୍ତମାନ ସୁଦ୍ଧା ସଂଗ୍ରହ କରିସାରିଲେଣି ୭ ନିୟୁତ ଡଲାରର ପାଣ୍ଠି । ହ୍ବାଇଟ ହାଉସରୁ ଗୁରୁତ୍ବପୂର୍ଣ୍ଣ ନଥି ନେଇଯିବା ସହ ପର୍ଣ୍ଣଷ୍ଟାର ମାମଲାରେ ଅଡୁଆ ପରିସ୍ଥିତିର ସମ୍ମୁଖୀନ ହୋଇଥିବା ଟ୍ରମ୍ଫଙ୍କ ପ୍ରତି ସମର୍ଥନ କ୍ରମଶଃ ବଢ଼ିବା ପରିଲକ୍ଷିତ ହୋଇଛି । ବାଇଡେନ ପ୍ରଶାସନ ପକ୍ଷରୁ ତାଙ୍କୁ ଟାର୍ଗେଟ କରାଯାଉଛି ବୋଲି ଟ୍ରମ୍ଫ ବାରମ୍ବାର ଅଭିଯୋଗ କରିଆସୁଛନ୍ତି । ଗତକାଲି ହ୍ବାଇଟ ହାଉସରୁ ନଥି ନେବା ମାମଲାରେ ତାଙ୍କୁ ମିଆମି କୋର୍ଟ ଜାମିନ ପ୍ରଦାନ କରିଥିବାବେଳେ ତାଙ୍କ ସମର୍ଥନରେ ହଜାର ହଜାର ସମର୍ଥକ ଫେଡେରାଲ କୋର୍ଟ ଆଗରେ ନାରାବାଜି କରିଥିଲେ । ବର୍ତ୍ତମାନ ସୁଦ୍ଧା ଟ୍ରମ୍ଫଙ୍କୁ ମିଳିଥିବା ଫଣ୍ଡ ମଧ୍ୟରେ ରହିଛି ୪.୫ ନିୟୁତ ଡଲାରର ଡିଜିଟାଲ ଅର୍ଥ ଓ ଏକ ଡୋନର ଇଭେଣ୍ଟରୁ ସଂଗୃହୀତ ୨.୧ ନିୟୁତ ଡଲାର । ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଟ୍ରମ୍ଫଙ୍କୁ ଏହି ବିପୁଳ ଅର୍ଥ ସହାୟତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ପୋକ୍ସୋ ମାମଲାରେ ବାହୁବଳୀଙ୍କୁ କ୍ଲିନଚିଟ୍, ବ୍ରିଜ ଭୂଷଣଙ୍କ ବିରୋଧରେ ନାହିଁ କୌଣସି ପ୍ରମାଣ

ନୂଆଦିଲ୍ଲୀ: ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲା । କୁସ୍ତିଯୋଦ୍ଧା ସଭାପତି ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ ନାହିଁ କୌଣସି ପ୍ରମାଣ । ତାଙ୍କ ବିରୋଧରେ ଦାୟର ପୋକ୍ସୋ ଏଫଆଇଆରକୁ ରଦ୍ଦ କରିବା ଲାଗି ରିପୋର୍ଟ ଦାଖଲ ହୋଇଛି ବୋଲି କହିଛି ଦିଲ୍ଲୀ ପୋଲିସ । ପୋକ୍ସୋ ମାମଲାରେ ଦିଲ୍ଲୀ ପୋଲିସ ପକ୍ଷରୁ ଦାୟର ହୋଇଛି ୫୦୦ ପୃଷ୍ଠା ସମ୍ବଳିତ କ୍ୟାନସିଲେସନ ରିପୋର୍ଟ । ୧୫ ତାରିଖ ସୁଦ୍ଧା ପୋଲିସ ତଦନ୍ତ  ସାରି ଚାର୍ଜସିଟ ଦାଖଲ କରାଯିବ ବୋଲି  କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଥିବାବେଳେ ଆଜି ଦିଲ୍ଲୀ ପୋଲିସ ଏହି ବୟାନ ଦେଇଛି ।  ରେସଲର ସଂଘ ଲାଗି ମୁକ୍ତ ଓ ଅବାଧ ନିର୍ବାଚନ, ବ୍ରିଜ ଭୂଷଣଙ୍କୁ ଗିରଫ ସମେତ ଅନ୍ୟାନ୍ୟ ଦାବି ଆନ୍ଦୋଳନରତ ରେସଲରମାନେ ରଖିଥିଲେ ।

ଦିନ ସାଢ଼େ ୧୧ଟା ସୁଦ୍ଧା ୪୧ ଡିଗ୍ରୀ ଛୁଇଁଲା ଭୁବନେଶ୍ବର ତାପମାତ୍ରା

ଭୁବନେଶ୍ୱର: ଜଳୁଛି ରାଜଧାନୀ । ଦିନ ସାଢ଼େ ୧୧ଟା ସୁଦ୍ଧା ୪୧ ଡିଗ୍ରୀ ଛୁଇଁଲା ଭୁବନେଶ୍ବର ତାପମାତ୍ରା । ଦୁଇ ଦିନ ଆଶ୍ବସ୍ତି ପରେ ପୁଣି ପାରା ହାଇ । ଉପକୂଳ ଓଡ଼ିଶାରେ ବି ତାପମାତ୍ରା ଦୃଷ୍ଟାନ୍ତମୂଳକ ବୃଦ୍ଧି ଆଶଙ୍କା ରହିଥିବା କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ବାୟୁ ପ୍ରବାହ ଅଧିକ ସକ୍ରିୟ ଥିବାରୁ ଉପକୂଳ ଓଡ଼ିଶାରେ ତାପମାତ୍ରା ପୁଣି ଥରେ ଉପରମୁହାଁ ହୋଇଛି । ଆଦ୍ରତା ୪୫ ପ୍ରତିଶତ ଥିବାରୁ ଗୁଳୁଗୁଳି ଜୋର ହେବ ବୋଲି ସତର୍କ କରାଇଛି ପାଣିପାଗ କେନ୍ଦ୍ର । ସେପଟେ ପଶ୍ଚିମ ଓଡ଼ିଶାରେ ବି ଅସହ୍ୟ ତାତି । ଗରମ ସାଙ୍ଗକୁ ଗୁଳୁଗୁଳି ଯୋଗୁ ଅସ୍ତବ୍ୟସ୍ତ ଜନଜୀବନ ।

 

ଆସନ୍ତା ୧୯ ତାରିଖରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ, ମାତ୍ର ୩ ଘଣ୍ଟା ମିଳିବ ମହାପ୍ରଭୁଙ୍କ ନବଯୌବନ ଦର୍ଶନ

ପୁରୀ: ଆସନ୍ତା ୧୯ ତାରିଖରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି । ମାତ୍ରା ୩ ଘଣ୍ଟା ମିଳିବ ମହାପ୍ରଭୁଙ୍କ ଦର୍ଶନ । ସକାଳ ୮ଟା ରୁ ୯ଟା ଯାଏ ଘଣ୍ଟାଏ ହେବ ପାରିମାଣିକ ଦର୍ଶନ । ୯ ଟାରୁ ୧୧ଟା ଯାଏ ୨ ଘଣ୍ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ରହିଛି । ପାରିମାଣିକ ଦର୍ଶନ ପାଇଁ ଦକ୍ଷିଣ ଦ୍ବାର ଦେଇ ଯିବେ ଭକ୍ତ । ସେହପରି ସର୍ବସାଧାରଣ ଦର୍ଶନ ପାଇଁ ସିଂହଦ୍ବାର ଦେଇ ଯିବେ ଭକ୍ତ । ୧୧ଟା ପରଠାରୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । କେବଳ ଭକ୍ତମାନେ ବେଢ଼ା ପରିକ୍ରମା ସହ ପାର୍ଶ୍ବ ଦେବାଦେବୀଙ୍କୁ ଦର୍ଶନ କରିପାରିବେ । ପାରିମାଣିକ ଦର୍ଶନରେ ୭ ହଜାର ଟିକେଟର ବ୍ୟବସ୍ଥା କରାଯାଇଛି । ପ୍ରତି ଟିକେଟର ମୂଲ୍ୟ ୧୦୦ ଟଙ୍କା ରହିଛି । ରାତି ୯ଟା ସୁଦ୍ଧା ସେନାପଟା ଲାଗି କାର୍ଯ୍ୟକ୍ରମ କରାଯିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ଓ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର ସୂଚନା ଦେଇଛନ୍ତି ।

ଜଳେଶ୍ବରରେ ବିଭତ୍ସ ହତ୍ୟା, ରଜରେ ଗୋଡ଼ାଇ ଗୋଡ଼ାଇ ବାପ ପୁଅଙ୍କୁ ହତ୍ୟା

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଜଳେଶ୍ବରରେ ବିଭତ୍ସ ହତ୍ୟା । ରଜରେ ଗୋଡ଼ାଇ ଗୋଡ଼ାଇ ବାପ ପୁଅଙ୍କୁ ହତ୍ୟା । ରାଇବଣିଆ ଥାନା କବାଟଘାଟି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗାଁର ପ୍ରଫୁଲ୍ଲ ବିନ୍ଦାଣୀ ବାପ, ପୁଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ବାପା ହାରା ବିନ୍ଧାଣି ଓ ପୁଅ କ୍ରିଷ୍ଣା ବିନ୍ଧାଣି ପ୍ରାଣ ହରାଇଥିବାବେଳେ ଅଟକାଇବାକୁ ଯାଇ ଗ୍ରାମର ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଗୁରୁତର ହାଡ଼ୁ ସିଂଙ୍କୁ ହାତିଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସରଦାରବନ୍ଦ ପଞ୍ଚାୟତ ବଡଟିକାୟତପୁର ଗାଁର ବାପ-ପୁଅ ରଜରେ କକା ଘରକୁ ଆସିଥିଲେ । ସେଠାରେ ପ୍ରଫୁଲ୍ଲ ବିନ୍ଧାଣୀଙ୍କ ସହିତ କୌଣସି କାରଣକୁ ନେଇ କଥା କଟାକଟି ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ ପ୍ରଫୁଲ୍ଲ । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ରଇବଣିଆ ପୋଲିସ ।