spot_img
Home Blog Page 3191

ରିଲିଜ୍ ହେଲା ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ସିନେମା ‘ଆଦିପୁରୁଷ’

ମୁମ୍ୱାଇ : ରିଲିଜ୍ ହୋଇଛି ଦେଶର ସବୁଠୁ ହାଇବଜେଟ୍ ଓ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’। ପ୍ରଥମ ଦିନରେ ସାରା ଦେଶରେ ହିନ୍ଦୀ, ତେଲୁଗୁ, ତାମିଲ ସମେତ ୫ଟି ଭାଷାରେ ରିଲିଜ୍ ହୋଇଛି ବାହୁବଳୀ ଫେମ୍ ପ୍ରଭାସଙ୍କ ‘ଆଦିପୁରୁ’। ରିଲିଜ୍ ପୂର୍ବରୁ ହିଁ ରେକର୍ଡ ପରେ ରେକର୍ଡ କରି ଚାଲିଛି ସିନେମା। ପ୍ରଥମ ଦିନ ପାଇଁ ପାଖାପାଖି ୭ ଲକ୍ଷରୁ ଅଧିକ ମଲ୍ଟି ଫ୍ଲେକ୍ସ ଓ ଅଢ଼େଇ ଲକ୍ଷରୁ ଅଧିକ ସିଙ୍ଗେଲ ସ୍କ୍ରିନ୍‌ର ଟିକେଟ୍ ଆଡଭାନ୍ସ ବୁକିଂ ହୋଇଛି। ଦିଲ୍ଲୀ, ମୁମ୍ବାଇ ସମେତ ଆନ୍ଧ୍ର ଏବଂ ଦକ୍ଷିଣ ଭାରତର ଏକାଧିକ ହଲ୍‌ରେ ବ୍ୟାକ୍ ଟୁ ବ୍ୟାକ୍ ହାଉସଫୁଲ୍ ଶୋ’ ଚାଲିଛି।

ପ୍ରଥମ ଥର ପାଇଁ ରାମାୟଣକୁ ଏତେ ବଡ଼ ଆକାରରେ ସିଲଭର୍ ସ୍କ୍ରିନରେ ରିଲିଜ୍ କରାଯାଇଛିା ସେଥିପାଇଁ ଆକ୍ସନ ଷ୍ଟାର ପ୍ରଭାସଙ୍କୁ ପ୍ରଭୁ ଶ୍ରୀରାମଙ୍କ ଚରିତ୍ରରେ ଦେଖି ବେଶ୍ ଉତ୍ସାହିତ ହୋଇଛନ୍ତି ଫ୍ୟାନ୍ସ। ସେହିପରି କୀର୍ତ୍ତି ସେନନ୍‌ଙ୍କୁ ମାଆ ସୀତା, ସନ୍ନି ସିଂଙ୍କୁ ଲକ୍ଷ୍ମଣ ଓ ରାବଣ ଭୂମିକାରେ ସୈଫ୍ ଅଲ୍ଲୀ ଖାନଙ୍କ ଅଭିନୟ ସମସ୍ତଙ୍କୁ ପ୍ରଭାବିତ କରିଛି।

ସିନେମା ରିଲିଜ୍ ପୂର୍ବରୁ ଏହା ବିବାଦରେ ଥିଲା। ପ୍ରଭୁ ଶ୍ରୀରାମ ଓ ଅନ୍ୟ ଚରିତ୍ରର ଚିତ୍ରଣକୁ ନେଇ ଖପ୍ପା ଥିଲେ ଫ୍ୟାନ୍ସ। ଏପରିକି ନିର୍ଦ୍ଦେଶକ ଓମ୍ ରାଉତ ସିନେମାର ରିଲିଜ୍ ଡେଟ୍ ଦୁଇ ଥର ଘୁଞ୍ଚାଇଥିଲେ। ୬୦୦ କୋଟିରୁ ଅଧିକ ଟଙ୍କାରେ ନିର୍ମାଣ ହୋଇଥିବା ଏହି ଫିଲ୍ମ ଭାରତର ସବୁଠୁ ହାଇବଜେଟ୍ ସିନେମାା।

ଗୁଜରାଟରେ ବିପର୍ଯ୍ୟୟର ରୌଦ୍ର ରୂପ ; ଦୁଇ ମୃତ, ୨୨ରୁ ଅଧିକ ଆହତ

ଗାନ୍ଧୀନଗର: ଗୁଜରାଟରେ ବିପର୍ଯ୍ୟୟର ରୌଦ୍ର ରୂପ । ରାତି ୧୨ଟାରେ ଲ୍ୟାଣ୍ଡଫଲ ପରେ ତାଣ୍ଡବ ରଚିଲା ବାତ୍ୟା ପ୍ରଭାବରେ ଶହ ଶହ ଗଛ ଭାଙ୍ଗି ପଡ଼ିଥିବା ବେଳେ ଉଦ୍ଧାରକାରୀ ଟିମ୍ ରାସ୍ତା ସଫା କାର୍ଯ୍ୟରେ ଲାଗିଛନ୍ତି । ଅବିଶ୍ରାନ୍ତ ବର୍ଷା ଯୋଗୁ ଅନେକ ରାସ୍ତା ଜଳମଗ୍ନ ହୋଇଛି । ୯୪୦ ଗାଁରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଛି । ସମୁଦ୍ର ଉପକୂଳବର୍ତ୍ତୀ ଗାଁକୁ ଜୁଆର ମାଡ଼ି ଆସିବା ଯୋଗୁ ବନ୍ୟା ସ୍ଥିତି ଉପୁଜିଛି ।

ବର୍ଷା ଓ ବନ୍ୟାଜନିତ କାରଣରୁ ରାଜ୍ୟରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨ଜଣ ଆହତ ହୋଇଛନ୍ତି । ସମୁଦ୍ର କୂଳଠାରୁ ୧୦କିମି ଦୂରରେ ରହିଥିବା ଅଞ୍ଚଳ ଅତ୍ୟଧିକ ପ୍ରଭାବିତ ହେଇଛି । ଏବେ ବି ଗୁଜରାଟରେ ବିପର୍ଯ୍ୟୟର ପ୍ରଭାବ ରହିଛି । ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା ପାଇଁ ସତର୍କତା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଆଜି ସୌରାଷ୍ଟ୍ର, କଚ୍ଛ, ନର୍ଥ ଗୁଜରାଟ ଓ ସାଉଥ ରାଜସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି ।

ପବନର ବେଗ ୯୦ରୁ ୧୦୦ କଲୋମିଟର ପର୍ଯ୍ୟନ୍ତ ରହିବ । କଚ୍ଛ, ଦ୍ବାରକା, ପୋରବନ୍ଦର, ରାମନଗର, ରାଜକୋଟ, ଜୁନାଗଡ଼ ଓ ମୋରବି ପାଇଁ ଆଲର୍ଟ ଜାରି କରାଯାଇଛି । ସମୁଦ୍ରରେ ଉଚ୍ଚ ଜୁଆର ମଧ୍ୟ ଉଠିବା ଆଶଙ୍କା ରହିଛି । ଆସନ୍ତାକାଲି ଦକ୍ଷିଣ-ପୂର୍ବ ରାଜସ୍ଥାନ ଓ ଉତ୍ତର ଗୁଜରାଟରେ ଅତି ପ୍ରବଳ ବର୍ଷା ହେବ ବୋଲି IMD ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ଗୁଜରାଟ, ମହାରାଷ୍ଟ୍ର ସମେତ ଲାକ୍ଷାଦ୍ବୀପ, କେରଳ, କର୍ଣ୍ଣାଟକ, ଆସାମ ଆଦି ୯ ରାଜ୍ୟରେ ବାତ୍ୟା ବିପର୍ଯ୍ୟୟର ପ୍ରଭାବ ପଡ଼ିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ଭିଜିଲାନ୍ସ ଜାଲରେ ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ନାୟକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ ରେଡ୍ ଜାରି ରହିଛି ।

ଭୁବନେଶ୍ବର ଗ୍ୟାରେଜ ଛକରେ ୨ଟି ଦାମୀ କୋଠା ଠାବ ହୋଇଛି । ୪ ହଜାର ବର୍ଗଫୁଟର ଜାଗାରେ ଦୁଇ ମହଲା କୋଠା ରହିଛି । ଯୁଆଡେ ଦେଖିବ ଖାଲି ରୁମ୍ । ଘରର ଇଣ୍ଟେରିଏର ଡିଜାଇନ ସାଙ୍ଗକୁ ଦାମୀ ସୋଫା ସେଟ, ଦାମୀ ଖଟ ଓ ମଡୁଲାର କିଚେନ ଲାଗିଛି । ଲକରରେ ସୁନା ଓ ଟଙ୍କା ଥିବା ଭିଜିଲାନ୍ସ ଅନୁମାନ କରିଛି ।

ରାଧାକ୍ରିଷ୍ଣ ନଗରରେ ଆଲିଶାନ ୩ ମହଲା କୋଠାରୁ ଦୁଇଟି ରୁପା ହାତୀ ମିଳିଛି । ଏହି ହାତୀରେ ରୁପାର ପ୍ରଲେପ ଦିଆଯାଇଥିବା ସନ୍ଦେହ କରୁଛି ଭିଜିଲାନ୍ସ । ରେଡ୍ ବେଳେ ୨୦ଟି ଏଲଆଇସି, ୧୫ଟି ବ୍ୟାଙ୍କ ଖାତା ଓ ପାସ ବୁକ ଠାବ ହୋଇଛି ।

ଭୁବନେଶ୍ବରରେ ଏବେ ୬ଟି ଘର ଠାବ ହୋଇଛି । ଗ୍ୟାରେଜ ଛକରେ ଦୁଇଟି କୋଠା, ଭୀମଟାଙ୍ଗୀ, ଶିଶୁପାଳ ଗଡ଼, ଲୁଇସ ରୋଡ଼, ରବି ଟକିଜରେ ଘର ରହିଛି । ସେହିପରି ନିମାପଡ଼ା ଖେଲାରରେ ୩୦ଟି ଦୋକାନ ଘର ଓ ଫାର୍ମ ହାଉସ ରହିଛି । ଘରର ଇଣ୍ଟେରିୟର ଡିଜାଇନର ମୂଲ୍ୟ ଜାଣିବା ପାଇଁ ଆରକିଟେକଚର ଇଞ୍ଜିନିୟରଙ୍କୁ ଡାକିଛି ଭିଜିଲାନ୍ସ । ରେଡ୍‌ରେ ୨ ଡିଏସପି, ୬ ଇନସ୍ପେକ୍ଟରଙ୍କ ସହ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି ।

ଖରା ସହିତ ଆର୍ଦ୍ରତା କରୁଛି ହନ୍ତସନ୍ତ; ୧୯ ତାରିଖ ପର୍ଯ୍ୟନ୍ତ ସିଭିୟର ହିଟଓ୍ୱେଭ ଆଲର୍ଟ

ଭୁବନେଶ୍ୱର : ଆଗାମୀ  ୩ଦିନ ଯାଏଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ପରବର୍ତୀ ସମୟରେ କମିବ ତାତି   । ପ୍ରଭାବରେ ୧୮ ଯାଏଁ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ହେବ । ୧୮ ଯାଏଁ କିଛି-କିଛି ଜିଲ୍ଲାରେ ତାପମାତ୍ରା ସ୍ୱାଭାବିକ ଠାରୁ ୫ ରୁ ୭ ଡ଼ିଗ୍ରୀ ଅଧିକ ରେକର୍ଡ ହେବ ସମ୍ଭାବନା ରହିଛି ।

ଆଜି ସକାଳ ୫ ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱର  ରେ ୩୦.୨ ଡ଼ିଗ୍ରୀ ତାପମାତ୍ରା ୯୨% ଆଦ୍ରତା  ରେକର୍ଡ ହୋଇଚି । ଆଜି ପାଇଁ ୧୫ଜିଲ୍ଲାକୁ ଅରେଞ୍ଜ, ୫ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର  ।  ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ସମ୍ବଲପୁରକୁ ସତର୍କତା ଜାରି ହୋଇଛି  । ସେହିପରି ବରଗଡ, ବଲାଙ୍ଗୀର, ସୋନପୁର, ନୂଆପଡା, କନ୍ଧମାଳ, କଟକ, ଖୋର୍ଦ୍ଧା, କଳାହାଣ୍ଡି, ଅନୁଗୁଳ, ଦେବଗଡ ଓ ବୌଦ୍ଧକୁ ମଧ୍ୟ ଆଲର୍ଟ କରାଯାଇଛି  । ଖରା ସମୟରେ ଘରୁ ନବାହାରିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର  ।

ଆଜି ଶେଷ ରଜ ପାଳୁଛନ୍ତି ରାଜ୍ୟବାସୀ, ଗାଁଠୁ ସହର ସବୁଠି ଚାଲିଛି ମଉଜ

ଭୁବନେଶ୍ୱର : ରଜ ପାଇଁ ଉତ୍ସଵ ମୁଖର ଓଡିଶା । ଆଜି ହେଉଛି ଶେଷ ରଜ  । ସବୁଠି ମହାଆଡମ୍ବରରେ ହେଉଛି ଉତ୍ସବ  । ଗାଁଠୁ ରାଜଧାନୀ ପର୍ଯ୍ୟନ୍ତ ଚାଲିଛି ରଜ ମଉଜ  । କୂଆଁରିଙ୍କ ମନରେ ଅସୁମାରି ଆନନ୍ଦ ଉଲ୍ଲାସ   । ନୂଆ ପୋଷକ ପିନ୍ଧି ସଜେଇ ହୋଇ ସାଙ୍ଗସାଥିଙ୍କ ସହ ରଜ ଦୋଳିର ମଜା ନେଇଛନ୍ତି ଝିଅ ଓ ବୋହୂ । ପିଠାପଣାର ମହକରେ ବାସୁଛି ଗାଁ ଗଣ୍ଡା  । ସବୁଠି ପୋଡ଼ ପିଠା ସାଙ୍ଗକୁ ରଜ ପାନର ଆଦର  । ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ମଧ୍ୟ ରଜ ପାନ ଖାଇ ଉତ୍ସବରେ ସାମିଲ ହୋଇଛନ୍ତି ।  ଅନେକ ଗାଁରେ ଆୟୋଜିତ ହେଉଛି ଦୋଳି ଓ କବାଡ଼ି ଖେଳ ପ୍ରତିଯୋଗିତା  । ଭୁବନେଶ୍ବରରେ ଓଟିଡିସି ପକ୍ଷରୁ ରଜ ଉତ୍ସବ ଆୟୋଜନ କରାଯାଉଛି । ପାରମ୍ପରିକ ପିଠାର ପସରା ଖୋଲି ଗଡୁଛି ପିଠା ଅନ ହ୍ବିଲ୍ ।

ତିନିଦିନ ଧରି ପାଳିତ ହେଉଥିବା ଏହି ଗଣ ପର୍ବର ଆଜି ତୃତୀୟ ଦିନ । ଚଳଚଞ୍ଚଳ ଗାଁରୁ ସହର ।  ରାଜ୍ୟ ବାହାରେ ଥିବା ଓଡିଆ ମଧ୍ୟ ଏହି ଦିନଟିକୁ ପାଳନ ପାଇଁ ନିଜର ସମୟ ବାହାର କରି ପିଠାପଣାର ବ୍ୟବସ୍ଥା କରିବା ସହ ଦୋଳି ଖେଳି ମିଠାପାନ ଖାଇଥାନ୍ତି । ତେବେ ଆଜି ଶେଷ ରଜ ଏବଂ ଆସନ୍ତାକାଲି ବସୁମତୀ ସ୍ନାନ । ଏହି ଦିନରେ ମାଟି ମାଆକୁ ପୂଜା କରାଯାଇଥାଏ । ପ୍ରତିଟି ନାରୀଙ୍କୁ ସମ୍ମାନ ଦେବା ଏହି ପର୍ବର ମୁଖ୍ୟ ଉଦ୍ଦେଶ୍ୟ ।

ଆଜି ମହାପ୍ରଭୁଙ୍କ ଅନୁଷ୍ଠିତ ହେବ ଘଣାଲାଗି ନୀତି

ପୁରୀ :  ଆଜି ମହାପ୍ରଭୁଙ୍କ ଅନବସରର ତ୍ରୟୋଦଶୀ ତିଥି  । ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ଘଣାଲାଗି ନୀତି ଅନୁଷ୍ଠିତ ହେବ। ଗତକାଲିଠାରୁ ସୁନା କୂଅରୁ ତିନି ଗରା ଜଳ ସୁଦ୍ଧସୁଆରଙ୍କ ଘରେ ବିଜେ ହେବା ପରେ ଦିବ୍ୟ ପ୍ରଲେପ ଖଳି ପ୍ରସ୍ତୁତ କରାଯାଇଅଛି ।

ଆଜି ଶ୍ରୀଜିଉଙ୍କୁ ଘଣା ଲାଗି ପରେ ସେହି ଖଳିକୁ ସୁଦ୍ଧ ସୁଆରଙ୍କ ଘରୁ ଘଣ୍ଟଘଣ୍ଟା ଓ ପଟୁଆରରେ ସୂର୍ଯ୍ୟାସ୍ତ ପୂର୍ବରୁ ଶ୍ରୀମନ୍ଦିରକୁ ବିଜେ କରାଯିବାର ପରମ୍ପରା ରହିଅଛି  । ପରେ ଖଳି ଲାଗି ହୋଇ ମହାପ୍ରଭୁଙ୍କ ଶ୍ରୀମୁଖ ଓତା ପଡିବ  । ଏଥିସହ ସହ ଦଇତାପତିମାନେ ଶ୍ରୀଜିଉଙ୍କ ଶ୍ରୀପୟର ମୁଦା ନୀତି ସମ୍ପାଦନ କରିବେ  । ଆଜି ମଧ୍ୟ ଦତ୍ତମହାପାତ୍ରଙ୍କ ଘରୁ ଭୋଗମଣ୍ଡପ ନୀତି ପରେ ଖଡ଼ି ଆସି ଖଡି ଲାଗି ନୀତି ଅନୁଷ୍ଠିତ ହେବ। ଏହାପୂର୍ବରୁ ଶ୍ରୀଜିଉ ମାନଙ୍କୁ ଅତ୍ୟନ୍ତ ଗୁପ୍ତ ଭାବେ ରକ୍ତ ବସ୍ତ୍ର ଆବରଣ ଦିଆଯାଇଥାଏ ।

ପୂରଣ ହେବ ପକ୍କା ଘର ସ୍ବପ୍ନ , ଆଜିଠୁ ‘ମୋ ଘର’ ପାଇଁ ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର :  ପୂରଣ ହେବ `ପକ୍କା ଘର ସ୍ବପ୍ନ। ଆଜିଠୁ ଆରମ୍ଭ ହେଉଛି `ମୋ ଘର’ ଆବେଦନ ପ୍ରକ୍ରିୟା । rhodisha. gov. in/ moghara ଓ୍ବେବସାଇଟ ମାଧ୍ୟମରେ ଋଣ ପାଇବା ପାଇଁ ଆଗ୍ରହୀ ବ୍ୟକ୍ତି ଆବେଦନ କରିପାରିବେ। ଓ୍ବେବସାଇଟରେ ଆବେଦନ କରିନପାରିଲେ ମୋ ସେବା କେନ୍ଦ୍ର ମାଧ୍ୟମରେ ଆବେଦନ କରିବାର ସୁବିଧା ରହିଛି ।

ଆବେଦନ କରିବା ସମୟରେ ଆବେଦନକାରୀଙ୍କ ନିଜ ନାମରେ ଘରବାଡ଼ି ରେକର୍ଡ ଜମିପଟ୍ଟା, ଆଧାର କାର୍ଡ, ଯେ କୌଣସି ପରିଚୟ ପତ୍ର ଦେବାକୁ ପଡ଼ିବ । ଯୋଗ୍ୟ ହିତାଧିକାରୀଙ୍କୁ  ରାଜ୍ୟ ସରକାର ଘର ନିର୍ମାଣ ପାଇଁ ଆର୍ଥିକ ସହାୟତା ଯୋଗାଇଦେବେ । ସବୁଠାରୁ ବଡ଼ କଥା ହେଉଛି ଆବାସ ଘର ଖଣ୍ଡିଏ ପାଇବା ପାଇଁ ଯେଉଁ ମାନଦଣ୍ଡ ଥିଲା, ମୋ ଘର ଯୋଜନାରେ ତାକୁ ବହୁତମାତ୍ରାରେ କୋହଳ କରାଯାଇଛି।

ମୋ ଘର ଯୋଜନାରେ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ପାଇପାରିବେ ହିତାଧିକାରୀ । ପ୍ରଥମ ବର୍ଷ ରିହାତି ଅବଧି ବାଦ ପରବର୍ତ୍ତୀ ୧୦ବର୍ଷ ମଧ୍ୟରେ ହିତାଧିକାରୀ ଋଣ ପରିଶୋଧ କରିବେ। ବଡ଼ କଥା ହେଲା ୩୦ହଜାରୁ ୭୦ହଜାର ଟଙ୍କା ଯାଏ ସବସିଡି ପାଇପାରିବେ ହିତାଧିକାରୀ । ପରିବାର କଚ୍ଚା ଘରେ କିମ୍ବା ଗୋଟିଏ କୋଠରୀ ଥିବା କଂକ୍ରିଟ୍ ଛାତ ଘରେ ରହୁଥିଲେ ଯୋଜନାରେ ଲାଭ ପାଇବେ।

ପୂର୍ବରୁ ସରକାରଙ୍କ ଗୃହ ନିର୍ମାଣ ଯୋଜନାରେ ସହାୟତା ପାଇନଥିଲେ କିମ୍ବା ୭୦ହଜାରରୁ କମ ସହାୟତା ପାଇଥିଲେ। ପରିବାରର ମାସିକ ଆୟ ୨୫ହଜାରରୁ କମ୍ ଥିଲେ। ପରିବାରର ବ୍ୟକ୍ତିଗତ ବ୍ୟବହାର ପାଇଁ ମୋଟର ଚାଳିତ ଚାରି ଚକିଆ ଯାନ ନଥିଲେ। ପରିବାରର କୌଣସି ସଦସ୍ୟ ସରକାରୀ କିମ୍ବା ସରକାରୀ ଉଦ୍ୟୋଗରେ କର୍ମଚାରୀ ବା ପେନସନଭୋଗୀ ହୋଇନଥିବେ। ୫ଏକର ଜଳସେଚିତ କିମ୍ବା ୧୫ଏକର ଅଣଜଳସେଚିତ ଜମିରୁ କମ ଜମି ଥିବା ପରିବାର ଯୋଜନାରେ ଉପକୃତ ହୋଇପାରିବେ ।

୨୦୨୪ ନିର୍ବାଚନ ପୂର୍ବରୁ ପର୍ଯ୍ୟବେକ୍ଷକ ଦାୟିତ୍ବ ବାଣ୍ଟିଲା ବିଜେଡି

ଭୁବନେଶ୍ବର: ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ମାନସ ମଙ୍ଗରାଜ ପର୍ଯ୍ୟବେକ୍ଷକ ନିଯୁକ୍ତ । ହିନ୍ଦୋଳ ଓ ଢେଙ୍କାନାଳ ବିଧାନସଭା କ୍ଷେତ୍ର ପାଇଁ ସୁଶାନ୍ତ ରାଉତଙ୍କୁ ନିଯୁକ୍ତି । ସେହିପରି ତେଲକୋଇ ବିଧାନସଭା କ୍ଷେତ୍ର ପାଇଁ ଅଶୋକ ବଳଙ୍କୁ ନିଯୁକ୍ତି । ଭୁବନେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ଶ୍ରୀମୟୀ ମିଶ୍ରଙ୍କୁ ନିଯୁକ୍ତି ।

ଅନୁଗୁଳ ଜିଲ୍ଲା ପାଇଁ କୁନ ବିହାରୀ ଦାସଙ୍କୁ ଉପପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ମିଳିଥିବାବେଳେ  ପରଜଙ୍ଗ ଓ କାମାକ୍ଷାନଗର ବିଧାନସଭା କ୍ଷେତ୍ର ପାଇଁ ଆଶିଷ ଚକ୍ରବର୍ତ୍ତିଙ୍କୁ
ନିଯୁକ୍ତି ଦେଲେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

ସୋନାଲି ଦେଖିବେ ନୂଆ ସକାଳ, ସହାୟତାର ହାତ ବଢାଇଲେ 5T ସଚିବ

ମାଲକାନଗିରି: ଦିବ୍ୟାଙ୍ଗ ଝିଅକୁ ମିଳିଲା ଦମ୍ଭ । 5T ସଚିବଙ୍କ ସହଯୋଗ ସାକାର କରିବ ସୋନାଲିଙ୍କର ସ୍ବପ୍ନ । ମାଲକାନଗିରି ଜିଲ୍ଲା କାଲିମେଳାର ସୋନାଲି ମାଡ଼କାମି ଦେଖିବେ ନୂଆ ସକାଳ । ଏଥିପାଇଁ ସହାୟତାର ହାତ ବଢାଇଛନ୍ତି 5T ସଚିବ ଭି.କେ. ପାଣ୍ଡିଆନ । କାଙ୍ଗୁରୁକୁଣ୍ଡା କେ.ଜି.ବି.ଭି ବିଦ୍ୟାଳୟରୁ ଚଳିତବର୍ଷ ଦଶମ ଶ୍ରେଣୀରେ ୨୭୬ ନମ୍ବର ରଖି ପାସ୍ କରିଛନ୍ତି ସୋନାଲି ।

ଆଗକୁ ପଢିବାକୁ ଚାହୁଁଥିବାବେଳେ ପରିବାରର ଆର୍ଥିକ ଅନଟନ ଆଗକୁ ଯିବାକୁ ବାଟ ଓଗାଳିଥିଲା । ଆର୍ଥିକ ପରିସ୍ଥିତି ଭଲ ନଥିବାରୁ ଦ୍ବିତୀୟ ଥର ତାଙ୍କ ଗୋଡ଼ର ଅପରେସନ ମଧ୍ୟ ହୋଇପାରିନି । ଗୋଡ଼ର ଅପରେସନ ହୋଇଗଲେ ସହଜରେ ଚାଲିପାରନ୍ତେ ସୋନାଲି । ଏନେଇ 5T ସଚିବ ଜାଣିବା ପରେ ତୁରନ୍ତ ପଦକ୍ଷେପ ନେବାକୁ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଏହାର 10 ମିନିଟ ମଧ୍ୟରେ ଜିଲ୍ଲାପ୍ରଶାସନ ସୋନାଲିଙ୍କ ପାଖରେ ପହଞ୍ଚି ଆଲୋଚନା କରିଥିଲା । ଡାକ୍ତରଖାନାକୁ ଆଣି ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି । ଆଗକୁ ଉନ୍ନତ ଚିକିତ୍ସା ସହିତ ମାଗଣାରେ ଉଚ୍ଚଶିକ୍ଷା ନିମନ୍ତେ ଭିନ୍ନକ୍ଷମ ବୃତ୍ତି ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛି ପ୍ରଶାସନ ।

ବେଦୀ ଉପରେ ଯୌତୁକ ମାଗିଲା ବର, ବାନ୍ଧିଦେଲେ କନ୍ୟାପକ୍ଷ

ନନ୍ଦିଘୋଷ ବ୍ୟୁରୋ: ଯୌତୁକ ପ୍ରଥା ପାଇଁ ଯଦିଓ ଦେଶରେ ଆଇନ ବ୍ୟବସ୍ଥା ରହିଛି ତଥାପି ଥମୁନି ଏହି କୁପ୍ରଥା  । ବିବାହ ହେଉ କି ଭୋଜି ଏସବୁରେ ଆଧୁନିକ ଠାଣି ଦେଖିବାକୁ ମିଳିଲାଣି କିନ୍ତୁ ଯୌତୁକ କଥା ଆସିଲେ ସେହି ପୁରୁଣା ପ୍ରଥା ଦେଖିବାକୁ ମିଳୁଛି  । ଯୌତୁକ ଲୋଭୀଙ୍କ ଉଦ୍ଦିଷ୍ଟରେ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି  ।

ଟ୍ବିଟର ୟୁଜର ରାଜେଶ ସାହୁ ଏକ ଭିଡିଓ ସେୟାର କରିଛନ୍ତି  । ଭିଡିଓ ସେୟାର କରି ସେ ଲେଖିଛନ୍ତି ‘ବିବାହରେ ଜୟମାଳା ପରେ ବରର ପରିବାର ଅଧିକ ଯୌତୁକ ଦାବି କରିଥିଲେ  । ବିବାଦ ପରେ ଶେରୱାନିରେ ବରକୁ ବାନ୍ଧି ଦେଲେ କନ୍ୟାପକ୍ଷ  । ଭିଡିଓ ପ୍ରତାପଗଡର  । ବରଯାତ୍ରୀ ଜୌନପୁରରୁ ଆସିଥିଲେ ’। କିଛି ଘଣ୍ଟା ପୂର୍ବରୁ ସେୟାର କରାଯାଇଥିବା ଭିଡିଓକୁ ୫ ହଜାର ଲୋକେ ଦେଖି ସାରିଲେଣି  । ସେହିପରି ୨୦୦ରୁ ଅଧିକ ଏହାକୁ ଲାଇକ୍‌ କରିଛନ୍ତି  । ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ଶେରୱାନୀ ପିନ୍ଧିଥିବା ବରକୁ ଗଛରେ ବନ୍ଧା ଯାଇଛି  ।

ଭାଇରାଲ ଭିଡିଓଟି ଉତ୍ତର ପ୍ରଦେଶ ପ୍ରତାପଗଡର ଓ ବରଯାତ୍ରୀ ଯୌନପୁରରୁ ଆସିଥିବା ଜଣାପଡିଛି  । କିନ୍ତୁ ଭିଡିଓଟି ପ୍ରକୃତରେ କେଉଁଠି ଉତ୍ତୋଳନ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ  । ଟ୍ବିଟରରେ ଭିଡିଓଟି ଭାଇରାଲ ପରେ ୟୁଜର୍ସ ମାନେ ନିଜ ପକ୍ଷ ରଖୁଛନ୍ତି  । ଜଣେ ୟୁଜର ମଜାଳିଆ ଢଙ୍ଗରେ ଲେଖିଛନ୍ତି ଶେରୱାନି ବି ଭଡାରେ ଆସିଲା ଭଳି ଜଣାପଡୁଛି  । ଆଉ ଜଣେ କମେଣ୍ଟରେ ଲେଖିଛନ୍ତି ଲୋଭୀକୁ ଉଚିତ ଦଣ୍ଡ ମିଳିଛି  ।

ସେହିପରି ଜଣେ ୟୁଜର ଲେଖିଛନ୍ତି ଜ୍ବାଇଁପୁଅର ଭଲ ଭାବେ ଅତିଥି ସତ୍କାର ହେବା ଦରକାର  । ଏହି ଭିଡିଓ ଦେଖିଲା ପରେ ଆପଣ କଣ କହିବେ ?