ଏସିଆନ ଗେମ୍ସରେ ଆଜି ମେଡାଲ ପାଇଁ ଟକ୍କରର ଶେଷ ଦିନ। ଚାମ୍ପିଆନସିପର ୧୪ ଦିନରେ ଭାରତ ଏକାଧିକ ସ୍ବର୍ଣ୍ଣ ପଦକ ପାଇଁ ସଂଘର୍ଷ କରିବ । ପୁରୁଷ କ୍ରିକେଟରେ ଗୋଲ୍ଡ ମେଡାଲ ପାଇଁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଟକ୍କର ହେବ। ଏଥିସହ କବାଡିରେ ଭାରତ ଓ ଇରାନ ମଧ୍ୟରେ ଗୋଲ୍ଡ ମେଡାଲ ପାଇଁ ଟକ୍କର ହେବ। ମହିଳା ହକିରେ ବ୍ରୋଞ୍ଜ ମେଡାଲ ପାଇଁ ଖେଳିବେ ଭାରତ ଓ ଜାପାନ । ବ୍ୟାଡମିଣ୍ଟନ ମେନ୍ସ ଡବଲ୍ସରେ ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ଟକ୍କର ହେବ । ତୀରନ୍ଦାଜୀ ଓ ମହିଳା କବାଡିରେ ମଧ୍ୟ ଭାରତ ସ୍ବର୍ଣ୍ଣ ପଦକ ପାଇଁ ଖେଳିବ । ଆସନ୍ତାକାଲି ଏସିଆନ ଗେମ୍ସର ଶେଷ ଦିନ ହୋଇଥିବା ବେଳେ ଆଜି ମେଡାଲ ପାଇଁ ଟକ୍କରର ଶେଷ ଦିନ।
ରାଜଧାନୀରେ ଅପରାଧୀଙ୍କ ଉପରେ ଲାଗିବ ଅଙ୍କୁଶ, ଦାଦାଗିରିକୁ କରାଯିବନି ବରଦାସ୍ତ
ଭୁବନେଶ୍ୱର: ଦାଦାଗିରି ନୁହେଁ, ରାଜଧାନୀରେ ଚାଲିବ ପୋଲିସଗିରି । ଷୋଳପୂଜାରୁ ଆକ୍ସନ ମୋଡ଼ରେ ଟିମ ପ୍ରତୀକ । ଟ୍ରାକ୍ ରେକର୍ଡ ମୁତାବକ ହାତରେ ପଡିବ ହାତକଡ଼ି । ସପ୍ତାହକୁ ଥରେ ଥାନାରେ ହାଜର ହେବେ ଅପରାଧୀ । ଅଭ୍ୟାସଗତ ଅପରାଧୀ, ଚୋରି, ହତ୍ୟାକାଣ୍ଡ, ରାହାଜାନି ଓ ଗଣ୍ଡଗୋଳ କରି ପୋଲିସ ଫାଇଲରେ ନାଁ ଚଢ଼ିଥିବା ଅପରାଧୀଙ୍କ ଛାତି ଏବେ ଧଡ଼ଧଡ଼ । ଭୁବନେଶ୍ୱରରେ ଥିବା ଅପରାଧୀଙ୍କୁ ଥାନାରେ ହାଜର ହେବା ପାଇଁ କମିଶନରେଟ୍ ପୋଲିସର ତାଗିଦ୍ । ଡିସିପିଙ୍କ ନେତୃତ୍ୱ କ୍ରମେ ପ୍ରାଥମିକ ପର୍ଯ୍ୟାୟରେ ଅଭ୍ୟାସଗତ ଅପରାଧିଙ୍କ ତାଲିକା ପ୍ରସ୍ତୁତ କରିଛି ପୋଲିସ । ୧୨ଟି ଥାନାରେ ୬୨ଜଣଙ୍କ ତାଲିକା ପ୍ରସ୍ତୁତ କରାଯାଇଛି ।
ଏୟାରଫିଲ୍ଡ, ଚନ୍ଦକା ଓ ଚନ୍ଦ୍ରଶେଖରପୁର ଥାନାର ଦୁଇଜଣ ଲେଖାଏଁ ବଡ଼ଗଡ଼ର ଜଣେ, କ୍ୟାପିଟାଲ, ଧଉଳି ଓ ଜଟଣୀ ଥାନାର ଜଣେ ଲେଖାଏଁ, ଇନଫୋସିଟି ଥାନାର ୩ଜଣ, ନୟାପଲ୍ଲୀରୁ ୫, ଖଣ୍ଡଗିରିରୁ ୬, ଲକ୍ଷ୍ମୀସାଗରରୁ ୧୮ ଏବଂ ମଞ୍ଚେଶ୍ବର ଥାନା ଅଞ୍ଚଳରୁ ସର୍ବାଧିକ ୨୦ଜଣ ଦାଗୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି । କମିଶନରେଟ ପୋଲିସର ଆରମ୍ଭ ହୋଇଥିବା ଏହି ଅପରେସନ୍ କ୍ଲିନ ସୁଇପରେ ଆଗକୁ ଆହୁରି ଅପରାଧିଙ୍କ ନାଁ ଯୋଡ଼ି ହେବ । ଅପରାଧ ଛାଡ଼ିପାରୁନଥିବା ଅଭ୍ୟାସଗତଙ୍କ ଉପରେ ସମ୍ପୂର୍ଣ୍ଣ ନଜର ରଖାଯାଇଛି । ଆଗକୁ ପାର୍ବଣ ଥିବାରୁ ଯେମିତି କୌଣସି ଅପ୍ରୀତିକର ଘଟଣା ନଘଟେ, ସେନେଇ ସେମାନଙ୍କ ଉପରେ କଡ଼ା ନଜର ରଖାଯାଇଛି ।
ଏପରି କି ପାର୍ବଣରେ ଜୋରଜବରଦସ୍ତ ଚାନ୍ଦା ମାଗୁଥିବା ଅସାମାଜିକଙ୍କ ପାଇଁ ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି । ବାରମ୍ବାର ଅପରାଧରେ ସଂଶ୍ଳିଷ୍ଟ ଥିବା ଅପରାଧୀଙ୍କୁ ହଣ୍ଡ୍ରେଡ୍ ଟେନ୍, ଏନଏସଏରେ ବୁକ୍ କରାଯିବ । ଆଗକୁ ଦୁର୍ଗା ପୂଜା ଓ କାଳୀ ପୂଜା ଥିବାରୁ ଜେଲ୍ ଫେରନ୍ତାଙ୍କ ଉପରେ ତୀକ୍ଷ୍ଣ ନଜର ରଖିଥିବା ସମନ୍ୱୟ ବୈଠକରେ କହିଛି କମିଶନରେଟ୍ ପୋଲିସ । ଆଜିଠୁ ଷୋଳପୂଜା ଆରମ୍ଭ ହେଉଛି । ଏଣୁ ବିଭିନ୍ନ ଥାନାରେ ଅପରାଧ ଦମନ ପାଇଁ ରାତିରେ ଅପରାଧିଙ୍କୁ ଉଠାଇବାକୁ ଯୋଜନା କରିଛି ପୋଲିସ୍ ।
ପାକିସ୍ତାନର ପରମାଣୁ କେନ୍ଦ୍ର ନିକଟରେ ବିସ୍ଫୋରଣ
ଲାହୋର: ପୁଣି ପାକିସ୍ତାନରେ ବିସ୍ଫୋରଣ। ପରମାଣୁ କେନ୍ଦ୍ର ନିକଟରେ ବିସ୍ଫୋରଣ ହୋଇଥିବା ନେଇ ସୂଚନା ମିଳିଛି। ପଞ୍ଜାବ ଡେରା ଗାଜି ଖାନ୍ ଜିଲ୍ଲାରେ ଘଟିଛି ଅଘଟଣ ।
କ୍ଷୟକ୍ଷତି ନେଇ ସୂଚନା ମିଳିନଥିବା ବେଳେ ୧୧ ବର୍ଷ ହେଲା ବିସ୍ଫୋରଣ ନେଇ ଧମକ ମିଳୁଥିବା ରିପୋର୍ଟରୁ ପ୍ରକାଶ। ଏହା ପାକିସ୍ତାନର ସବୁଠୁ ବଡ଼ ପରମାଣୁ ପ୍ଲାଣ୍ଟ।
ସୋସିଆଲ୍ ମିଡିଆରେ ଏନେଇ ଭିଡ଼ିଓ ମଧ୍ୟ ଭାଇରାଲ୍ ହେଉଛି। ଯେଉଁଥିରେ ପୋଲିସ ଗାଡ଼ି, ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ବିସ୍ଫୋରଣ ସ୍ଥଳକୁ ଯାଉଥିବାର ନଜର ଆସୁଛି ।୨୦୧୨ରୁ ତହରିକ୍-ଏ-ତାଲିବାନ ପାକିସ୍ତାନ (ଟିଟିପି) ଏହି ପରମାଣୁ ପ୍ଲାଣ୍ଟ ଉପରେ ଆକ୍ରମଣ ନେଇ ଧମକ ଦେଇଆସୁଛି ।

