spot_img
Home Blog Page 6478

ରାଜ୍ୟରେ ଦିନକରେ ୨୬୦୨ ଆକ୍ରାନ୍ତ ଚିହ୍ନଟ, ୧୦ ଜଣଙ୍କର ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏକ ଲକ୍ଷ ପାର ହୋଇଛି ସେହିଭଳି ଆଜି କରୋନାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ପକ୍ଷରୁ ସୂଚନା ଦିଆଯାଇଛି ଯାହାଫଳରେ ରାଜ୍ୟରେ କରୋନା ରୋଗୀଙ୍କ ମୋଟ ମୃତ୍ୟୁ ସଂଖ୍ୟା ୪୯୨ରେ ପହଞ୍ଚିଛି ୧୦ ଜଣଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୩, କନ୍ଧମାଳରୁ ୩, ନୟାଗଡ଼, ସୁନ୍ଦରଗଡ଼, ରାୟଗଡ଼ା ଓ ଗଞ୍ଜାମରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ସେହିପରି ଭବନେଶ୍ୱରରୁ ୫୬ ବର୍ଷିୟ ପୁରୁଷଙ୍କ ମୃତ୍ୟୁ ହୋଇଛି ଯିଏକି ପୂର୍ବରୁ ମଧୂମେହ ଏବଂ ଉଚ୍ଚରକ୍ତଚାପରେ ଆକ୍ରାନ୍ତ ଥିଲେ । ଗଞ୍ଜାମରୁ ୪୮ ବର୍ଷିୟ ପୁରୁଷଙ୍କ ମୃତ୍ୟୁ, ସେ ମଧ୍ୟ ପୂର୍ବରୁ ମଧୂମେହ ଏବଂ ଉଚ୍ଚରକ୍ତଚାପରେ ଆକ୍ରାନ୍ତ ଥିଲେ ।  କନ୍ଧମାଳରୁ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ହେଉଛନ୍ତି ୪୩ ବର୍ଷିୟ ପୁରୁଷ ଯିଏକି ପୂର୍ବରୁ କିଡନୀ ରୋଗ, ମଧୂମେହ ଏବଂ ଉଚ୍ଚରକ୍ତଚାପରେ ଆକ୍ରାନ୍ତ ଥିଲେ । ଆଉ ଜଣେ ହେଉଛନ୍ତି ୫୮ ବର୍ଷିୟ ପୁରୁଷ, ସେ ମଧ୍ୟ ମଧୂମେହ ଏବଂ ଉଚ୍ଚରକ୍ତ ଚାପରେ ଆକ୍ରାନ୍ତ ଥିଲେ । ଅନ୍ୟଜଣେ ୪୨ ବର୍ଷିୟ ପୁରୁଷ ଯିଏକି ହେପାଟାଇଟିସ୍ ଏବଂ ଥାଇରଏଡ ଜରରେ ଆକ୍ରାନ୍ତ ଥିଲେ ।

ଖୋର୍ଦ୍ଧାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି । ଜଣେ ହେଉଛନ୍ତି ୬୦ ବର୍ଷିୟ ମହିଳା ଏବଂ ଅନ୍ୟଜଣେ ହେଉଛନ୍ତି ୬୦ ବର୍ଷିୟ ମହିଳା ଯିଏକି ପୂର୍ବରୁ ମଧୂମେହ ଏବଂ ଉଚ୍ଚରକ୍ତ ଚାପରେ ଆକ୍ରାନ୍ତ ଥିଲେ । ନୟାଗଡ଼ରୁ ଜଣେ ୭୩ ବର୍ଷିୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ରାୟଗଡ଼ରୁ ୫୪ ବର୍ଷିୟ ପୁରୁଷଙ୍କର ମୃତ୍ୟୁ ହୋଇଛି ଯିଏକି ପୂର୍ବରୁ ମଧୂମେହ ରୋଗରେ ଆକ୍ରାନ୍ତ ଥିଲେ । ସୁନ୍ଦରଗଡ଼ରୁ ଜଣେ ୭୧ ବର୍ଷିୟ ପୁରୁଷଙ୍କର ମୃତ୍ୟୁ ହୋଇଛି, ସେ ମଧ୍ୟ ପୂର୍ବରୁ ମଧୂମେହ ଏବଂ ଉଚ୍ଚରକ୍ତଚାପରେ ଆକ୍ରାନ୍ତ ଥିଲେ ।

 

ରାଜ୍ୟରେ ଟେଷ୍ଟିଂ ସାଙ୍ଗକୁ ବଢ଼ୁଛି କରୋନା ପଜିଟିଭ୍ ସଂଖ୍ୟା: ୨୪ ଘଣ୍ଟାରେ ୨୬୦୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଅଗଷ୍ଟରେ ହୁ ହୁ ହୋଇ ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଦେଶ କରୋନା ମୃତ୍ୟୁରେ ତୃତୀୟ ସ୍ଥାନାରେ ପହଞ୍ଚିଥିବା ବେଳେ ଓଡ଼ିଶା କରୋନା ସଂକ୍ରମଣରେ ଏକ ଲକ୍ଷ ପାର କରିସାରିଛି । ସୋମବାର ୨୬୦୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୫୬୧ ଜଣ ଚିହ୍ନଟ ହୋଇଥିବା ବେଳେ ୧୦୪୧ ରହିଛି ଲୋକାଲ କଣ୍ଟାକ୍ଟ । ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ କରୋନା ସଂଖ୍ୟା ରହିଛି ୧୦୩୫୩୬ । ସେଥିମଧ୍ୟରୁ ୭୩ ହଜାର ୨୩୩ ଜଣ ସୁସ୍ଥ ହୋଇଥିବା ବେଳେ ୨୯ ହଜାର ୭୫୮ ଜଣ ସଂକ୍ରମିତ ସକ୍ରିୟ ରହିଛନ୍ତି । ସେପଟେ ଆଜି କରୋନା ଦ୍ୱାରା ୧୦ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ରାଜ୍ୟରେ ୧୭ ଲକ୍ଷ ୮୯ ହଜାର ୪୩୩ ଜଣଙ୍କର କରୋନା ଟେଷ୍ଟ୍ ହୋଇଛି ।

ପୂର୍ବଭଳି ଖୋର୍ଦ୍ଧାରୁ ଆଜି ସର୍ବାଧିକ ୬୧୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ପରେ କଟକରୁ ୨୩୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ଦୁଇଟି ସ୍ଥାନରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୧୪, ବାଲେଶ୍ୱରରୁ ୧୦୩, ବରଗଡ଼ରୁ ୮୨, ଭଦ୍ରକରୁ ୪୭, ବଲାଙ୍ଗିରରୁ ୪୨, ବୌଦ୍ଧରୁ ୯, ଦେବଗଡ଼ରୁ ୩, ଢେଙ୍କାନାଳରୁ ୬୭, ଗଜପତିରୁ ୭, ଗଞ୍ଜାମରୁ ୧୯୦, ଜଗତସିଂହପୁରରୁ ୮୨, ଯାଜପୁରରୁ ୧୦୩, ଝାରସୁଗୁଡ଼ାରୁ ୮୫, କଳାହାଣ୍ଡିରୁ ୬୩, କନ୍ଧମାଳରୁ ୧୭, କେନ୍ଦ୍ରାପଡ଼ାରୁ ୧୨୮, କେଉଁଝରରୁ ୮୬, କୋରାପୁଟରୁ ୧୨୭, ମାଲଗାନଗିରିରୁ ୮୦, ମୟୂରଭଞ୍ଜରୁ ୭୨, ନବରଙ୍ଗପୁରରୁ ୧୮, ନୟାଗଡ଼ରୁ ୯୧, ନୂଆପଡ଼ାରୁ ୧୬, ପୁରୀରୁ ୪୬, ରାୟଗଡ଼ାରୁ ୫୪, ସମ୍ବଲପୁରରୁ ୭୮, ସୋନପୁରରୁ ୨୧, ସୁନ୍ଦରଗଡ଼ରୁ ୧୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

କମୁଛି ଜଳସ୍ତର, ହେଲେ କମିନି ଦୁର୍ଦ୍ଦଶା: ୪ଦିନ ପରେ ବି ପାଣି ଘେରରେ ଗାଁ ଲୋକେ

ଭୁବନେଶ୍ୱର: ମହାନଦୀ ମୁଣ୍ଡଳିରେ ଏବେ ୧୦ ଲକ୍ଷ ୧୮ ହଜାର ୩୭୨ କ୍ୟୁସେକ ଜଳ ପ୍ରବାହିତ ହେଉଛି । ସେହିପରି କାଠଯୋଡିରେ ନରାଜଠାରେ ୫ ଲକ୍ଷ ୮ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ଉଭୟ ସ୍ଥାନରେ ଜଳସ୍ତର ବିପଦ ସଂକେତ ତଳେ ରହିଛି। ତେବେ ଗତକାଲି ଅପରାହ୍ନଠାରୁ ମହାନଦୀରେ ୧୦ ଲକ୍ଷ କ୍ୟୁସେକ ଉପରେ ଜଳ ପ୍ରବାହିତ ହେଉଥିବାରୁ ତଳମୁଣ୍ଡ ଓ ନଦୀକୂଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଦେଖାଦେଇଛି ।

 

ସେହିପରି କମୁଛି ବୈତରଣୀ ଜଳସ୍ତର, ତେବେ ବନ୍ୟାର ୪ ଦିନ ପରେ ବି ଲୋକେ ପାଣି ଘେରରେ ରହିଛନ୍ତି । ଗାଁ ଦାଣ୍ଡରେ ଆଣ୍ଠୁଏ ଉଚ୍ଚରେ ପାଣି ଚାଲୁଛି । ଆବଶ୍ୟକସ୍ଥଳେ ଡ଼ଙ୍ଗା ସାହାଯ୍ୟରେ ଲୋକେ ଯାତାୟତ କରୁଛନ୍ତି । ସେମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି । ଧାମନଗର ବ୍ଲକ ସୀମାନ୍ତ ରଇପୁର ପଞ୍ଚାୟତର କାଠମୁଣ୍ଡା ଗାଁର ଶହ ଶହ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି । ଚାଷ ଜମି ଉପରେ ଛାତିଏ ଉଚ୍ଚର ପାଣି ଚାଲିଥିବା ବେଳେ, ଘର ଦାଣ୍ଡରେ ଆଣ୍ଠୁଏ ପାଣି ରହିଛି । କାଠମୁଣ୍ଡା ଗାଁରୁ ବେତାଳି ଗାଁକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ପାଣି ଚାଲିଥିବାରୁ, ସମ୍ପୂର୍ଣ୍ଣ ଗାଁଟି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ।

ଦୟାନଦୀରେ ବନ୍ୟା ପାଇଁ ମଧ୍ୟ ପ୍ରଭାବିତ ହୋଇଛି କଣାସ ବ୍ଲକ । ପାଣ୍ଡିଆକେରା ପଞ୍ଚାୟତର ୧୨ଟି ଗାଁ ଜଳମଗ୍ନ ହୋଇଛି। ରାସ୍ତା ଓ ବିଲ ଉପରେ ୧୫ ଫୁଟ ପାଣି ଜମିଛି। ଯେଉଁଥିପାଇଁ ଡ଼ଙ୍ଗାରେ ଯାତାୟତ କରିବାକୁ ପଡ଼ୁଛି। ପାଖାପାଖି ୧୫ ହଜାର ଲୋକ ପାଣି ଘେରରେ ରହିଛନ୍ତି। ସେମାନଙ୍କ ଘରେ ପାଣି ପଶିଯାଇଥିବାରୁ ଉଚ୍ଚ ସ୍ଥାନରେ ଆଶ୍ରୟ ନେଇଛନ୍ତି।

ତେବେ ଆସନ୍ତାକାଲିଠୁ ରାଜ୍ୟରେ ପୁଣି ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ରାଜ୍ୟର ୯ ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। କେନ୍ଦୁଝର, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଗଜପତି, ରାୟଗଡା ,କନ୍ଧମାଳ,ଭଦ୍ରକକୁ ସତର୍କତା ଜାରି କରାଯାଇଛି। ଏହାସହ ଆସନ୍ତା ୨ ତାରିଖରେ କେନ୍ଦୁଝର, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ଗଜପତି, ରାୟଗଡା, ମାଲକାନଗିରି, ଯାଜପୁରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨ତାରିଖ ସନ୍ଧ୍ୟାରେ ବିଜୁଳି ଘଡଘଡି ସହ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

ଦେଶରେ ବେକାବୁ କରୋନା: ୨୪ ଘଣ୍ଟା ମଧ୍ୟରେ ୭୮ ହଜାରରୁ ଅଧିକ ପଜିଟିଭ ଚିହ୍ନଟ, ୯୭୧ ମୃତ

ନୂଆଦିଲ୍ଲୀ: ଗତ ଏକ ସପ୍ତାହ ମଧ୍ୟରେ ଭାରତରେ କରୋନାଭାଇରସ୍ ଗ୍ରାଫ୍ ଦ୍ରୁତ ଗତିରେ ବୃଦ୍ଧି ପାଉଛି ରବିବାର ଦିନ ଦେଶରେ କରୋନା ମାମଲା ୩୫ ଲକ୍ଷ ଅତିକ୍ରମ କରିଛି। ଏହା ସହିତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ କରୋନା ପଜିଟିଭ୍ ମାମଲା ସହ ଗୋଟିଏ ଦିନରେ ସର୍ବାଧିକ ସଂକ୍ରମଣରେ ଭାରତ ବିଶ୍ୱର ପ୍ରଥମ ଦେଶ ହୋଇଛି ୱାର୍ଲ୍ଡମିଟର ଅନୁଯାୟୀ, ଗୋଟିଏ ଦିନରେ ଭାରତରେ ପ୍ରାୟ ୮୦ ହଜାର ନୂଆ କରୋନା ମାମଲା ରିପୋର୍ଟ ହୋଇଛି ଏବଂ ୯୭୧ ଜଣ ମୃତ୍ୟୁ ବରଣ କରିଥିବା ସୂଚନା ରହିଛି । ଏହାପୂର୍ବରୁ ଆମେରିକାରେ ୨୪ ଜୁଲାଇରେ ଗୋଟିଏ ଦିନରେ ସର୍ବାଧିକ ୭୮୫୮୬ କେସ୍ ରେକର୍ଡ କରାଯାଇଥିଲା।

ଗତ କିଛି ଦିନ ହେବ ଦେଶରେ ୭୬ ହଜାରରୁ ଅଧିକ ନୂଆ ମାମଲା ଆସୁଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ରବିବାର ଦିନ ଦେଶରେ ଏକ ରେକର୍ଡ ୭୮.୭୬୧ ମାମଲା ରୁଜୁ ହୋଇଛି । ଏହାପୂର୍ବରୁ ଶନିବାର ଦିନ, ୨୪ ଘଣ୍ଟା ମଧ୍ୟରେ ୭୬,୪୭୨ ନୂତନ ମାମଲା ରେକର୍ଡ ହୋଇଥିବାବେଳେ ଶୁକ୍ରବାର ଦିନ ୨୪ ଘଣ୍ଟାରେ ୭୭,୨୬୬ ଟି ନୂଆ ମାମଲା ରେକର୍ଡ କରାଯାଇଛି। ପରିସଂଖ୍ୟାନ କହୁଛି ଯେ କରୋନା ଦେଶରେ ହଇଚଇ ସୃଷ୍ଟି କରିବାରେ ଲାଗିଛି । ବଢ଼ୁଥିବା କରୋନା ସଂକ୍ରମଣ ମଧ୍ୟରେ ସେପ୍ଟେମ୍ବରରୁ ଦେଶରେ ଅନଲକ୍ ଆରମ୍ଭ ହେବାକୁ ଯାଉଛି

ଦିଲ୍ଲୀରେ କରୋନା କହର-

ଦେଶର ରାଜଧାନୀ ଦିଲ୍ଲୀରେ ପୁଣି ଥରେ କରୋନା ମାମଲା ବୃଦ୍ଧି ପାଉଛି ରବିବାର ଦିନ ରାଜଧାନୀରେ ୨,୦୨୪ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୨ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି ଏଥିସହିତ ୧୨୪୯ କରୋନା ରୋଗୀ ସୁସ୍ଥ ହୋଇଛନ୍ତି୫୦ ଦିନ ମଧ୍ୟରେ ସର୍ବାଧିକ ନୂତନ କେସ୍ ରେକର୍ଡ କରାଯାଇଛିଦିଲ୍ଲୀରେ ବର୍ତ୍ତମାନ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୩,୩୯୦ରେ ପହଞ୍ଚିଛିଏଥି ସହିତ ୧,୫୪,୧୭୧ କରୋନା ରୋଗୀ ଏପର୍ଯ୍ୟନ୍ତ ଆରୋଗ୍ୟ ଲାଭ କରିଛନ୍ତିଦିଲ୍ଲୀରେ କରୋନାରେ ମୃତ୍ୟୁବରଣ କରିଥିବା ମୋଟ ଲୋକଙ୍କ ସଂଖ୍ୟା ୪,୪୨୬କୁ ବୃଦ୍ଧି ପାଇଛି


ମହାରାଷ୍ଟ୍ରରେ କରୋନାର ସର୍ବାଧିକ ମାମଲା-

ମହାରାଷ୍ଟ୍ରରେ କୋଭିଡ ୧୯ରେ ଦିନକରେ ୧୬,୪୦୮ ମାମଲା  ରିପୋର୍ଟ ହୋଇଥିବା ବେଳେ ରବିବାର ଦିନ ମୋଟ ସଂଖ୍ୟା ୭,୮୦,୬୮୯ କୁ ବୃଦ୍ଧି ପାଇଛି । ଏଥି ସହିତ, ୨୯୬ରୁ ଅଧିକ ରୋଗୀଙ୍କ ମୃତ୍ୟୁ ପରେ ରାଜ୍ୟରେ ଏହି ମହାମାରୀରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୨୪,୩୯୯କୁ ବୃଦ୍ଧି ପାଇଛି। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ରବିବାର ଦିନ ମୁମ୍ବାଇରେ ୧,୨୩୭ଟି କରୋନା ମାମଲା ସାମ୍ନାକୁ ଆସିବାବେଳେ ୩୦ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହା ସହିତ ମୁମ୍ବାଇରେ ମୋଟ ସଂକ୍ରମଣ ସଂଖ୍ୟା ୧,୪୪,୬୨୬କୁ ବୃଦ୍ଧି ପାଇଛି ।

ମୁମ୍ବାଇରେ ଲତା ମଙ୍ଗେଶକରଙ୍କ ବିଲଡିଂ ସିଲ୍-

ଗାୟିକା ଲତା ମଙ୍ଗେଶକରଙ୍କ ବିଲଡିଂକୁ ସିଲ୍ କରାଯାଇଛି। ବିଏମସି ଦ୍ୱାରା ସିଲ୍ ହୋଇଥିବା ଦକ୍ଷିଣ ମୁମ୍ବାଇର ପେଡର୍ ରୋଡ୍ ପ୍ରଭାସୁଞ୍ଜ ବିଲ୍ଡିଂରେ ଲତା ମଙ୍ଗେଶକର ବାସ କରନ୍ତି। ସୂଚନା ଅନୁଯାୟୀ, ବିଲଡିଂରେ ରହୁଥିବା କିଛି ଲୋକ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି, ଏହା ପରେ ବିଏମସି ସତର୍କତାମୂଳକ ଭାବରେ ବିଲଡିଂକୁ ସିଲ୍ କରିଛି । ତେବେ ଲତାଙ୍କ ପରିବାରରେ ସମସ୍ତେ ସୁରକ୍ଷିତ ଅଛନ୍ତି ।

ରାଜସ୍ଥାନରେ କରୋନା ରୋଗୀଙ୍କ ସଂଖ୍ୟା ୬୦ ହଜାର ଅତିକ୍ରମ-

ରବିବାର ଦିନ ରାଜସ୍ଥାନରେ କରୋନା ଭାଇରସ କାରଣରୁ ୧୩ ଜଣ ରୋଗୀଙ୍କ ମୃତ୍ୟୁ ପରେ ରାଜ୍ୟରେ ଏହି ସଂକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୧,୦୪୩ କୁ ବୃଦ୍ଧି ପାଇଛି । ଏହା ସହିତ ରାଜ୍ୟରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୮୦,୨୭୭କୁ ବୃଦ୍ଧି ପାଇଛି ଯେଉଁଥିରେ ୧,୪୫୦ଟି ନୂଆ ମାମଲା ରହିଛି ।

 

ସୁସ୍ଥ ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ୧୨ ଦିନ ପରେ ଏମ୍ସରୁ ହେଲେ ଡିସଚାର୍ଜ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଆଜି AIIMS ରୁ ଡିସଚାର୍ଜ କରାଯାଇଛି। ଗତକାଲି AIIMS ଏକ ବିବୃତ୍ତି ଜାରି କରି କହିଛି ଯେ ଗୃହମନ୍ତ୍ରୀ ଅମିତ ଶାହା ସୁସ୍ଥ ଅଛନ୍ତି ଏବଂ ତାଙ୍କୁ ଶୀଘ୍ର ଡିସଚାର୍ଜ କରାଯିବ। ସାମାନ୍ୟ ଜ୍ୱର ପରେ ଅମିତ ଶାହାଙ୍କୁ ଅଗଷ୍ଟ ୧୮ ତାରିଖରେ ଦିଲ୍ଲୀର AIIMS ରେ ଭର୍ତ୍ତି କରାଯାଇଥିଲା। ପ୍ରାୟ ୧୨ ଦିନ ପର୍ଯ୍ୟନ୍ତ ସେ ଚିକିତ୍ସିତ ହେଉଥିଲେ ।

ସୂଚନାଯୋଗ୍ୟ, ଅଗଷ୍ଟ ୨ ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ କରୋନା ଭାଇରସ ରିପୋର୍ଟ ପଜିଟିଭ ଆସିଥିଲା। ଏହା ପରେ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ଅଗଷ୍ଟ ୧୪ରେ ତାଙ୍କୁ ମେଦାନ୍ତ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ଏହା ପରେ ସେ ହୋମ ଆଇସୋଲେସନରେ ରହିଥିଲେ।

କରୋନା ରିପୋର୍ଟ ନେଗେଟିଭ ଆସିବା ପରେ ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ ଯେ, ‘ମୋର କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ  ଆସିଛି । ମୁଁ ଭଗବାନଙ୍କୁ ଧନ୍ୟବାଦ ଦେଉଛି ଏହି ସମୟରେ ଯେଉଁମାନେ ମୋର ସ୍ୱାସ୍ଥ୍ୟ ପାଇଁ ମୋତେ ଶୁଭେଚ୍ଛା ଜଣାଇ ମୋତେ ଏବଂ ମୋ ପରିବାରକୁ ଆଶୀର୍ବାଦ ଦେଇଛନ୍ତି । ମୁଁ ସେମାନଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି ।

କରୋନା ନେଗେଟିଭ ହେବାର ଚାରି ଦିନ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସାମାନ୍ୟ ଜ୍ୱରର ଅଭିଯୋଗ କରିଥିଲେ । ଏହା ପରେ, ଅଗଷ୍ଟ ୧୮ରେ ବିଳମ୍ବିତ ରାତିରେ ତାଙ୍କୁ ଦିଲ୍ଲୀର AIIMS ରେ ଭର୍ତ୍ତି କରାଯାଇଥିଲା । AIIMS ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆଙ୍କ ନେତୃତ୍ୱରେ ଏକ ଟିମ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଥିଲେ। ତାଙ୍କର ସାମାନ୍ୟ ଜ୍ୱର ହୋଇଥିଲା, ଯାହା ପରେ ତାଙ୍କୁ AIIMS ରେ ଭର୍ତ୍ତି କରାଯାଇଥିଲା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଡାକ୍ତରଖାନାରୁ ମନ୍ତ୍ରଣାଳୟର କାର୍ଯ୍ୟ କରୁଥିଲେ। ବର୍ତ୍ତମାନ ୧୨ ଦିନର ଚିକିତ୍ସା ପରେ, ସେ AIIMS ରୁ ଡିସଚାର୍ଜ ହୋଇଛନ୍ତି ।

କମୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର, ବନ୍ଦ ହେଲା ଆଉ ୪ଟି ଗେଟ

ଭୁବନେଶ୍ୱର : କମିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ପରିସ୍ଥିତିକୁ ନଜରରେ ରଖି  ହୀରାକୁଦ ଜଳଭଣ୍ଡାରରେ ବନ୍ଦ ହୋଇଛି ଆଉ ୪ଟି ଗେଟ । ଏବେ ୩୬ଟି ସ୍ଲୁଇସ୍ ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ଜଳଭଣ୍ଡାରର ବିପଦ ସଂକେତ ୬୩୦ ଥିବା ବେଳେ ଏବେ ୬୨୭.୨୯ ରହିଛି ଜଳସ୍ତର । ଜଳଭଣ୍ଡାରକୁ ୪ ଲକ୍ଷ ୯୪ ହଜାର ୯୪ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ୩୬ଟି ସ୍ୱିସଗେଟ ଦେଇ ୬ଲକ୍ଷ ୬୫ ହଜାର ୬୨୪ କ୍ୟୁସେକ ବନ୍ୟାଜଳ ନିଷ୍କାସିତ ହେଉଛି। ବାମପାର୍ଶ୍ୱରୁ ୨୩ଟି ଏବଂ ଦକ୍ଷିଣପାର୍ଶ୍ୱରୁ ୧୩ଟି ସ୍ଲୁଇସଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ ।

ଛତିଶଗଡ଼ରେ ବର୍ଷା କମିବା ପରେ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ ପରିମାଣ ହ୍ରାସ ପାଇଛି । ତେଣୁ ଧୀରେ ଧୀରେ ହୀରାକୁଦର ଗୋଟିଏ ପରେ ଗୋଟିଏ ଗେଟ୍ ବନ୍ଦ କରାଯିବ । ଆଜି ଧୀରେ ଧୀରେ ମୁଣ୍ଡଳିରେ କମିବ ଜଳ ପ୍ରବାହ । ଏହା ପରେ କେନ୍ଦ୍ରାପଡ଼ା ଓ ପୁରୀରେ ମଧ୍ୟ ଜଳ ପ୍ରବାହ କମିବ । ମହାନଦୀରେ ବନ୍ୟା ଆସିବା ଫଳରେ କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ବନ୍ୟା ସୃଷ୍ଟି ହୋଇଛି ।

ପୁରୀରେ ଦୟା, ଭାର୍ଗବୀ ପାଇଁ କଣାସ, ଡେଲାଙ୍ଗର ବହୁ ଗାଁ ଜଳମଗ୍ନ ରହିଛି। ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡା, ଯାଜପୁର, ନୟାଗଡ଼ ଜିଲ୍ଲାକୁ ସତର୍କ ରହିବାକୁ କୁହାଯାଇଛି । ରାଜ୍ୟର ୨୦ ଜିଲ୍ଲାର ୧୧୨ଟି ବ୍ଲକ ବନ୍ୟା ପ୍ରଭାବିତ ହୋଇଛି। ୧୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ୧୭ଜଣଙ୍କ ମୃତ୍ୟୁ ହୋଇଛି। ଯେକୌଣସି ସ୍ଥିତି ପାଇଁ ଅଗ୍ନିଶମ, ଓଡ୍ରାଫ, ଏନ୍‌ଡିଆର୍‌ଏଫ୍ ଟିମ୍ ତୟାର ଅଛନ୍ତି, ପ୍ରଶାସନ ମଧ୍ୟ ପ୍ରସ୍ତୁତ ରହିଛି । ସେପଟେ ବର୍ଷା କମିବା ପରେ ସୁଧୁରୁଛି ସୁବର୍ଣ୍ଣରେଖା, ବୈତରଣୀ, ବ୍ରାହ୍ମଣୀ ନଦୀରେ ବନ୍ୟା ସ୍ଥିତି । ବିପଦ ସଂକେତ ତଳେ ରହିଛି ଜଳସ୍ତର ।