ବିଧାନସଭାର ମୌସୁମୀ ଅଧିବେଶନ ପାଇଁ ସ୍ୱାସ୍ଥ୍ୟ ବିଭାଗ ଜାରି କଲା ଗାଇଡଲାଇନ୍

1 min read
Odisha Health Department Issued SOP For Assembly Monsoon Session

ଭୁବନେଶ୍ୱର: ସେପ୍ଟେମ୍ୱର ୨୯ ତାରିଖରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଏହା ଅକ୍ଟୋବର ୭ ଯାଏଁ ଚାଲିବ । ଅଧିବେଶନ ପୂର୍ବରୁ ଓ ଅଧିବେଶନ ଚାଲିଥିବା ସମୟରେ ସମସ୍ତ ବିଧାୟକଙ୍କ କରୋନା ଟେଷ୍ଟ ହେବ । ସେପ୍ଟେମ୍ବର ୨୭ ତାରିଖରୁ ସବୁ ବିଧାୟକଙ୍କ କରାଯିବ କୋଭିଡ୍ ଟେଷ୍ଟ । ବିଧାୟକଙ୍କ ସହ ତାଙ୍କ ପିଏସଓ ଏବଂ ଡ୍ରାଇଭରଙ୍କ ମଧ୍ୟ କରୋନା ଟେଷ୍ଟ କରାଯିବ । ସକାଳ ସାଢେ ୭ଟାରୁ ସାଢେ ୯ଟା ମଧ୍ୟରେ ଏହି ଟେଷ୍ଟ କରାଯିବ । ପ୍ରଥମ ଟେଷ୍ଟର ୫ ଦିନ ପରେ ପୁଣି ଥରେ ବିଧାୟକଙ୍କ କୋଭିଡ୍ ଟେଷ୍ଟ ହେବ ।

Odisha Health Department Issued SOP For Assembly Monsoon Session

ଅଧିବେଶନ ସମୟରେ କେହି ଅସୁସ୍ଥ ହେଲେ ହେବ ଆଣ୍ଟିଜେନ ଟେଷ୍ଟ । ବିଧାନସଭା ସଚିବାଳୟର ସବୁ କର୍ମଚାରୀଙ୍କ ମଧ୍ୟ କୋଭିଡ୍ ଟେଷ୍ଟ ହେବ । ମୁଖ୍ୟମନ୍ତ୍ରୀ, ବିରୋଧି ଦଳ ନେତା ଓ ମନ୍ତ୍ରୀଙ୍କ ଷ୍ଟାଫମାନଙ୍କ ମଧ୍ୟ ପରୀକ୍ଷା କରାଯିବ । ବିଧାନସଭା ହଲରେ ରହୁଥିବା କର୍ମଚାରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଏପରି ପଦକ୍ଷେପ ନିଆଯାଇଛି । ସମସ୍ତଙ୍କୁ ଫେସ୍ ସିଲ୍ଡ, ମାସ୍କ ଓ ଗ୍ଲୋଭସ୍ ଦିଆଯିବ । ଏନେଇ ଆଜି ବାଚସ୍ପତିଙ୍କ ନିର୍ଦ୍ଦେଶରେ ସ୍ୱାସ୍ଥ୍ୟ ବିଭାଗ ଗାଇଡଲାଇନ ଜାରି କରିଛି ।

Odisha Health Department Issued SOP For Assembly Monsoon Session
FILE

ସେପ୍ଟେମ୍ୱର ୨୯ରୁ ଅକ୍ଟୋବର ୭ ଯାଏଁ ବିଧାନସଭାର ମୌସୁମୀ ଅଧିବେଶନ ଚାଲିବ । ୮ ଦିନ ଯାଏଁ ବସିବାକୁ ଥିବା ମୌସୁମି ଅଧିବେଶନରେ ପ୍ରଶ୍ନକାଳ ରହିବ ନାହିଁ । କରୋନା ସଂକ୍ରମଣ ଦୃଷ୍ଟିରୁ ପ୍ରଶ୍ନକାଳ ହେବ ନାହିଁ । କେବଳ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତର ମିଳିବ । ସଂସଦୀୟ ଢାଞ୍ଚାରେ ରାଜ୍ୟ ବିଧାନସଭା ଅଧିବେଶନ ବସୁଛି । କରୋନା ସଂକ୍ରମଣ ପାଇଁ ସଂସଦର ଚଳିତ ଅଧିବେଶନରୁ ପ୍ରଶ୍ନକାଳକୁ ବାଦ୍ ଦିଆଯାଇଛି । ଇତିମଧ୍ୟରେ ରାଜ୍ୟର କେତେଜଣ ବିଧାୟକ ଓ ମନ୍ତ୍ରୀ କରୋନା ସଂକ୍ରମିତ ହୋଇଥିବା ବେଳେ ଅନେକ ସୁସ୍ଥ ହୋଇ ସାରିଲେଣି ।

Leave a Reply