ଜାପାନର ନୂଆ ପ୍ରଧାନମନ୍ତ୍ରୀ ହେଲେ ୭୧ ବର୍ଷୀୟ ୟେଶିହିଦେ ସୁଗା

ନୂଆଦିଲ୍ଲୀ: ୟେଶିହିଦେ ସୁଗା ହେଲେ ଜାପାନର ନୂଆ ପ୍ରଧାନମନ୍ତ୍ରୀ । ଜାପାନର କ୍ଷମତାସୀନ ଲିବରାଲ ଡ଼େମୋକ୍ରାଟିକ୍ ପାର୍ଟି ଦେଶର ମୁଖ୍ୟ କ୍ୟାବିନେଟ୍ ସଚିବ ତଥା ୭୧ ବର୍ଷୀୟ ୟେଶିହିଦେ ସୁଗାଙ୍କୁ ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ କରିଛି । ସେ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସ୍ଥାନ ନେବେ ।

ବୁଧବାର ସିଞ୍ଜୋ ଆବେ ତାଙ୍କ ପଦରୁ ଇସ୍ତଫା ଦେବା ପରେ ଦଳ କ୍ୟାବିନେଟର ମୁଖ୍ୟ ସଚିବ ସୁଗାଙ୍କୁ ନିଜର ନେତା ନିର୍ବାଚିତ କରିଛି । ସୁଗାଙ୍କୁ ୫୩୪ରୁ ୩୭୭ଟି ଭୋଟ ମିଳିଛି । ଦୀର୍ଘ ସମୟ ଧରି ଜାପାନର ପ୍ରଧାନମନ୍ତ୍ରୀ ଥିବା ସିଞ୍ଜୋ ଆବେ କୋଲାଇଟିସ ରୋଗରେ ପୀଡ଼ିତ ହେବା ପରେ ନିଜ ପଦରୁ ଇସ୍ତଫା ଦେଇଥିଲେ ।

ସିଞ୍ଜୋଙ୍କ ଘନିଷ୍ଠ ଥିବା ସୁଗାଙ୍କ ସହ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତଥା ଶିଗେରୁ ଇଶିବା ଓ ଏଲଡ଼ିପିର ନୀତି ନିର୍ଧାରକ କମିଟି ମୁଖ୍ୟ ଫ୍ୟୁମିଓ କିସିଦାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା । ମାତ୍ର ଏଥି​‌ରେ ସୁଗା ବିଜୟୀ ହୋଇଥିଲେ । ସୁଗା ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କର ଅତ୍ୟନ୍ତ ବିଶ୍ଵସ୍ତ ଥିଲେ । ସେ ଆବେଙ୍କର ପରାମର୍ଶଦାତା ଥିଲେ, ସରକାରଙ୍କ ମୁଖପାତ୍ର ଭାବରେ କାର୍ଯ୍ୟ କରିଥିଲେ ।

Leave a Reply