ପ୍ରଥମ ବିବାହ ବାର୍ଷିକି ପାଳନ କରୁଛନ୍ତି ପ୍ରିୟଙ୍କା ଓ ନିକ୍
ମୁମ୍ବାଇ: ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ସ୍ବାମୀ ନିକ୍ ଜୋନସ୍ ରବିବାର ସେଲିବ୍ରେଟ କରିଛନ୍ତି ପ୍ରଥମ ବିବାହ ବାର୍ଷିକୀ । ଏହି ଅବସରରେ ସେମାନଙ୍କର କିଛି ପୁରୁଣା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ବିବାହ ପୂର୍ବରୁ ବେଶ୍ କିଛିଦିନ ଏମାନଙ୍କ ରିଲେସନଶିପକୁ ନେଇ ଆଲୋଚନା ଚାଲିଥିଲା। ହେଲେ ଏମାନେ ଏହାକୁ ସ୍ପଷ୍ଟ କରୁ ନ ଥିଲେ। ଶେଷରେ ଧିରେ ଧିରେ ଉଭୟ ଏହାକୁ ସ୍ୱୀକାର କରିବା ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

ଗତବର୍ଷ ଡିସେମ୍ବର ୧ରେ ଏହି ଯୋଡି ଯୋଧପୁରର ଉମ୍ମେଦ ଭବନ ପ୍ୟାଲେସରେ ବିବାହ କରିଥିଲେ। ଏହାପରେ ତାଙ୍କ ୱେଡିଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏମାନେ ହିନ୍ଦୁ ଓ ଖ୍ରୀଷ୍ଟିୟନ ରିତିନୀତି ଅନୁଯାୟୀ ବିବାହ କରିଥିଲେ। ନିକ୍ ଜଣେ ଆମେରୀକିୟ ସିଙ୍ଗର ହୋଇଥିବାରୁ ପ୍ରିୟଙ୍କା ବିବାହ ପରେ ଆମେରିକା ସିପ୍ଟ ହୋଇ ଯାଇଥିଲେ।
ମାତ୍ର ଗୋଟିଏ ଛକା, ସ୍କୋର୍ ଅପରାଜିତ ୩୩୫…ଏଭଳି ରେକର୍ଡ କରିଛନ୍ତି ଡେଭିଡ ୱାର୍ନର ।
୪୧୮ ବଲ୍ରେ ଅପରାଜିତ ୩୩୫ ରନ୍ । ଟେଷ୍ଟରେ ଜୀବନର ସବୁଠୁ ସ୍ମରଣୀୟ ଇନିଂସ ଖେଳିଛନ୍ତି ଅଷ୍ଟ୍ରେଲିଆର ବାମହାତି ବ୍ୟାଟ୍ସମ୍ୟାନ ଡେଭିଡ୍ ୱାର୍ନର । ତାଙ୍କର ଏହି ମାରାଥନ୍ ଇନିଂସ କିମ୍ବଦନ୍ତି ଆଷ୍ଟ୍ରେଲିଆ କ୍ରିକେଟର ଡନ୍ ବ୍ରାଡମ୍ୟାନଙ୍କୁ ମଧ୍ୟ ପଛରେ ପକାଇ ଦେଇଛି । ଆଡିଲେଡ୍ରେ ପାକିସ୍ତାନ ବିପକ୍ଷ ଦିବାରାତ୍ର ଟେଷ୍ଟରେ ଏଭଳି ଏକ ଇନିଂସ ଖେଳି ଏକାଧିକ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି ୱାର୍ନର ।
ଡେଭିଡ୍ ୱାର୍ନରଙ୍କ ୩୩୫ ରନ୍ର ଇନିଂସ ବ୍ରାଡମ୍ୟାନ, ମାର୍କ ଟେଲର ଓ ଆଝାର ଅଲ୍ଲିଙ୍କ ରେକର୍ଡକୁ ଭଙ୍ଗ କରିଛି । ବ୍ରାଡମ୍ୟାନ ଟେଷ୍ଟରେ ୩୩୪ ରନର ଇନିଂସ ଖେଳିଥିବା ବେଳେ ମାର୍କ ଟେଲର ୩୩୪ ରନ୍ର ଅପରାଜିତ ରହିଥିଲେ । ବ୍ରାଡମ୍ୟାନଙ୍କୁ ସମ୍ମାନ ଜଣାଇ ସେ ୩୩୪ ରନ୍ ସ୍କୋର୍ କରିଥିବା ବେଳେ ପାଳି ଘୋଷଣା କରିଥିଲେ । ମାତ୍ର ଦିବାରାତ୍ର ଟେଷ୍ଟରେ ସବୋର୍ଚ୍ଚ ବ୍ୟକ୍ତିଗତ ସ୍କୋର୍ କରିଥିବା ପାକ୍ କ୍ରିକେଟର ଆଝାର ଅଲ୍ଲିଙ୍କ ୩୦୨ ରନ୍କୁ ମଧ୍ୟ ପଛରେ ପକାଇଛନ୍ତି ଏହି ବାମବାତୀ ବ୍ୟାଟ୍ସମ୍ୟାନ ।

ୱାର୍ନରଙ୍କ ଏହି ରେକର୍ଡ କ୍ୟାରିୟରର ସବୋର୍ଚ୍ଚ ବ୍ୟକ୍ତିଗତ ସ୍କୋର୍ । ଦିବାରାତ୍ର ଟେଷ୍ଟରେ ମଧ୍ୟ ସର୍ବାଧିକ । ପ୍ରଥମ ଦିବାରାତ୍ର ଟେଷ୍ଟ ତ୍ରିଶତକ ହାସଲ କରିଥିଲେ ଆଝାର ଅଲ୍ଲି । ତୃତୀୟ ଥର ପାଇଁ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଭାବେ ୨୫୦ ରନ୍ ଅତିକ୍ରମ କରିଥିଲେ । ଦ୍ରୁତତମ ତ୍ରିଶତକ ହାସଲରେ ୱାର୍ନର ବିଶ୍ୱରେ ଚତୁର୍ଥ । ୨୭୮ ବଲ୍ରୁ ତ୍ରିଶତକ ହାସଲ କରି ସେହବାଗ ପ୍ରଥମରେ ଥିବା ବେଳେ ମାଥ୍ୟୁ ହେଡେନ ୩୬୨ ବଲ୍ ଓ ପୁଣି ସେହେବାଗ ୩୬୪ ବଲରୁ ତ୍ରିଶତକ ହାସଲ କରି ତୃତୀୟ ସ୍ଥାନରେ ଅଛନ୍ତି ।
ଟେଷ୍ଟ କ୍ରିକେଟରେ ତ୍ରିଶତକ ହାସଲରେ ୱାର୍ନର ସପ୍ତମ ଅଷ୍ଟ୍ରେଲିଆନ୍ ବ୍ୟାଟ୍ସମ୍ୟାନ । ସେହିପରି ପାକିସ୍ତାନ ବିପକ୍ଷରେ ତ୍ରିଶତକ ହାସଲରେ ୱାର୍ନର ବିଶ୍ୱରେ ଚତୁର୍ଥ । ଶେଷଥର ପାଇଁ ୨୦୦୪ ମୁଲତାନ ଟେଷ୍ଟରେ ବୀରେନ୍ଦ୍ର ସେହବାଗ ପାକିସ୍ତାନ ବିରୋଧରେ ତ୍ରିଶତକ ହାସଲ କରିଥିଲେ । ଟେଷ୍ଟରେ ମୋଟ ୩୧ଟି ତ୍ରିଶତକ ନଜରକୁ ଆସିଥିବା ବେଳେ ୱାର୍ନରଙ୍କ ୮୦.୧୪ ଷ୍ଟ୍ରାଇକ ରେଟ୍ ଚତୁର୍ଥ ସବୋର୍ଚ୍ଚ । ଭାରତ ପକ୍ଷରୁ କରୁଣ ନାୟାର ୨୦୧୬ରେ ଇଂଲଣ୍ଡ ବିପକ୍ଷରେ ଚେନ୍ନାଇରେ ଶେଷ ଥର ପାଇଁ (୩୦୩) ତ୍ରିଶତକ ହାସଲ କରିଥିଲେ ।
ସବୁଠୁ ବଡ଼ କଥା ହେଲା ଏତେବଡ଼ ଇନିଂସ ଖେଳି ଏକାଧିକ ରେକର୍ଡ କରିଥିବା ୱାର୍ନର ୩୩୫ ରନ୍ରେ ମାତ୍ର ଗୋଟିଏ ଛକା ଓ ୩୯ ଚୌକା ମାରିଥିଲେ ।
ଟ୍ରାଫିକ୍ କର୍ମଚାରୀଙ୍କ ବାହାଦୂରି: ଅଳ୍ପକେ ବର୍ତ୍ତିଗଲା ୪ ଜୀବନ
ଦେବଦୂତ ସାଜିଲେ ଟ୍ରାଫିକ କର୍ମଚାରୀ । ଗାଡ଼ି ନୁହେଁ ବରଂ ଯମଦୂତଙ୍କୁ ଅଟକାଇଦେଲେ । ନିଜ ଜୀବନକୁ ବାଜି ଲଗାଇ ମୁତ୍ୟୁ ମୁଖରୁ ବଞ୍ଚାଇଲେ ଅନ୍ୟର ଜୀବନ । ତାଙ୍କର ଦୁଃସାହାସିକ ପଦକ୍ଷେପ ଯୋଗୁଁ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ୪ ଜୀବନ । ଆଉ ଏଭଳି ବାହାଦୂରି ଦେଖାଇ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ଟ୍ରାଫିକ୍ କନ୍ଷ୍ଟେବଲ୍ ଲଳିତ ମୋହନ ନାୟକ ।
ଘଟଣାନୁଯାୟୀ, ଶନିବାର ରାତିରେ ଶିଖରପୁର ଟ୍ରାଫିକ ପୋଷ୍ଟରେ ଡ୍ୟୁଟି କରୁଥିବା ବେଳେ ଜଗତପୁରପୁର ଆଡୁ ଏକ ଟ୍ରଲର ସିଗ୍ନାଲ ନ ମାନି ଆଗକୁ ମଡ଼ିଆସୁଥିବା ଦେଖିଥିଲେ ଲଳିତ । ସ୍ନିଗାଲ ସତ୍ତ୍ୱେ ନଅଟକିବାରୁ, ଟ୍ରଲ୍ରକୁ ଅଟକାଇବା ଲାଗି ଆପଣାଇଥିଲେ ଅନ୍ୟ ଉପାୟ । ଟ୍ରାଫିକ୍ ପୋଷ୍ଟ ଉପରୁ ଦୌଡ଼ି ଆସି ଛିଡ଼ା ହୋଇଯାଇଥିଲେ ଟ୍ରଲ୍ର ସାମ୍ନାରେ । ଟ୍ରଲ୍ରକୁ ରୋକିବା ଲାଗି ଲଳିତଙ୍କ ଏଭଳି ଆକ୍ରମଣାତ୍ମକ ଆଭିମୁଖ୍ୟ ସେଠାରେ ଉପସ୍ଥିତ ଲୋକଙ୍କୁ ଚକିତ କରିଦେଇଥିଲେ । କିନ୍ତୁ ମାତ୍ର କିଛି ମୁହୂର୍ତ୍ତ ପରେ ଏହାର କାରଣ ବୁଝିପାରିଥିଲେ ସେଠାରେ ଉପସ୍ଥିତ ଲୋକେ । କାହିଁକି ନା ସେମାନେ ଦେଖିପାରିଥିଲେ ସେହି ରାସ୍ତା ଦେଇ ପାର ହେଉଥିବା ୪ଜଣ ଲୋକଙ୍କୁ । ଯଦି ଟ୍ରଲ୍ରକୁ ଲଳିତ ରୋକିନଥାନ୍ତେ ତା’ହେଲେ ଦୁର୍ଘଟଣା ଏକ ପ୍ରକାର ନିଶ୍ଚିତ ଥିଲା । କିନ୍ତୁ ଲଳିତଙ୍କ ଏଭଳି ବାହାଦୂରି ଲାଗି ଅଳ୍ପକେ ବର୍ତ୍ତିଗଲା ୪ ଜୀବନ । ଲଳିତଙ୍କ ଏଭଳି ଦୁଃସାହାସ ଦେଖି ସବାସି ଜଣାଇଥିଲେ ଉପସ୍ଥିତ ଲୋକେ । ଟ୍ରାଫିକ୍ ନିୟନ୍ତ୍ରଣ ବେଳେ ଗାଡ଼ିକୁ ଅଟକାଉଥିବା ଲଳିତ ଆଜି ଯମଦୂତଙ୍କୁ ଅଟକାଇଦେଇଥିବା ଲୋକଙ୍କ ମଧ୍ୟରେ ଚର୍ଚ୍ଚା ।
କଂଗ୍ରେସ ବିଧାୟକ ନାନା ପାଟୋଲେ ହେଲେ ମହାରାଷ୍ଟ୍ରର ନୂଆ ବାଚସ୍ପତି
ନୂଆଦିଲ୍ଲୀ : ଶକ୍ତି ପରୀକ୍ଷାରେ ମହାରାଷ୍ଟ୍ରର ଶିବସେନା-ଏନସିପି-କଂଗ୍ରେସ ମେଣ୍ଟ ସରକାରକୁ ପାସ୍ ହେବାର ୨୪ ଘଣ୍ଟା ନପୁରୁଣୁ ଆଉ ଏକ ସଫଳତା ମିଳିଛି । କଂଗ୍ରେସର ୪ ଥର ବିଧାୟକ ନାନା ପାଟୋଲେ ମହାରାଷ୍ଟ୍ରର ବାଚସ୍ପତି ନିର୍ବାଚିତ ହୋଇଛନ୍ତି । ସାକୋଲି ବିଧାନସଭା କ୍ଷେତ୍ରରୁ ପ୍ରତିନିଧିତ୍ୱ କରୁଛନ୍ତି ନାନା ।
୨୦୧୪ରେ ନାନା ବିଜେପି ଟିକେଟରୁ ଜିତି ସାଂସଦ ହୋଇଥିଲେ । ସେତେବେଳେ ସେ ଏନସିପିର ହେଭିଓ୍ୱେଟ୍ ପ୍ରଫୁଲ୍ଲ ପଟେଲଙ୍କୁ ହରାଇଥିଲେ । ପରେ ୨୦୧୭ରେ ପ୍ରଧାନମନ୍ତ୍ରୀଙ୍କ ସହ ମତଭେଦ କାରଣରୁ ବିଜେପି ଛାଡ଼ି ପୁଣିଥରେ କଂଗ୍ରେସକୁ ଫେରିଥିଲେ ନାନା । ଏଥର ବିଧାୟକ ଜିତିବା ପରେ କଂଗ୍ରେସ ତାଙ୍କୁ ମନ୍ତ୍ରୀ କରିବା ବୋଲି ଚର୍ଚ୍ଚା ହେଉଥିଲା । ବରିଷ୍ଠତା ଏବଂ ଗୃହରେ ଅଭିଜ୍ଞତା କାରଣରୁ ନାନାଙ୍କୁ ବାଚସ୍ପତି କରାଯାଇଛି ।
https://nandighoshatv.comuddhav-thakray-passed-in-floor-test/
ଶେଷ ମୁହୂର୍ତ୍ତରେ ବିଜେପିର କିଶୋର କାଠୋରେ ବାଚସ୍ପତି ପଦରୁ ଓହରି ଯିବା ପରେ ନିର୍ବିବାଦୀୟ ଭାବେ ମନୋନୀତ ହୋଇଥିଲେ ନାନା । ଗତକାଲି ପ୍ରୋ ଟେମ୍ ସ୍ପିକର ଦିଲ୍ଲୀପ ଓ୍ୱାଲସେ ପାଟିଲ୍ ଶକ୍ତି ପରୀକ୍ଷା କରାଇଥିଲେ ।
ଫୁଲବାଣୀ ଯାଉଥିବା ବସ୍ ନୟାଗଡ଼ରେ ଦୁର୍ଘଟଣାଗ୍ରସ୍ତ, ୩୦ ଆହତ
ନୟାଗଡ଼ : ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୩୦ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ନୟାଗଡ଼ ନୂଆଗାଁ ପଞ୍ଚୁପାଣ୍ଡବ ଜଙ୍ଗଲ ନିକଟରେ ଫ୍ରେଣ୍ଡସ୍ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭୁବନେଶ୍ୱରରୁ ଫୁଲବାଣୀ ଯାଉଥିବା ବେଳେ ଏହି ଦୁର୍ଘଟଣା ହୋଇଛି । ବସରେ ୭୦ରୁ ଅଧିକ ଯାତ୍ରୀ ଥିଲେ । ଦୁର୍ଘଟଣାରେ ୩୦ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ।

ବସଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣା ସ୍ଥଳରେ ନୂଆଗାଁ ପୋଲିସ ଓ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ଆଜିଠାରୁ ମହଙ୍ଗା ହେବ ଟେଲିଫୋନ କଲ୍ ଏବଂ ଡାଟା ପ୍ଲାନ ରେଟ୍
ନୂଆଦିଲ୍ଲୀ: ଆଜିଠାରୁ ମହଙ୍ଗା ହେବ ଟେଲିଫୋନ କଲ୍ ଦର । ଡିସେମ୍ବର ୧ ତାରିଖରୁ ଟେଲିଫୋନ ଦର ବୃଦ୍ଧି ଲୋକଙ୍କ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିପାରେ । ଆଜିଠାରୁ ଟାରିଫ୍ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ଦେଶର ବହୁ ବିଶିଷ୍ଟ ମୋବାଇଲ ସେବାପ୍ରଦାନକାରୀ କମ୍ପାନୀ ।

ରିଆଏନ୍ସ ଜିଓ, ଏୟାରଟେଲ ଏବଂ ଭୋଡାଫୋନ-ଆଇଡିଆ ଭଳି ମୋବାଇଲ କମ୍ପାନୀ ଉଭୟ ପ୍ରି-ପେଡ୍ ଏବଂ ପୋଷ୍ଟ-ପେଡ କଲ୍ ଦରରେ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ।

କମ୍ପାନୀ କେତେ ମାତ୍ରାରେ କଲ୍ ରେଟ ବଢ଼ାଇବେ ତାହା ଘୋଷଣା କରିନାହାନ୍ତି । ଏହି ଦରବୃଦ୍ଧିର ସୂଚନା ପୂର୍ବରୁ କମ୍ପାନୀ ଦେଇଦେଇଥିଲେ । ସୂଚନା ଅନୁଯାୟୀ, କମ୍ପାନୀକୁ କ୍ଷତିରୁ ଉଦ୍ଧାର କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ।

