ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା, CBI ତଦନ୍ତ ଦାବି

Gang Rape Case, OTV MD Jagi Mangat Panda Not Appeared In Women Commission Again

କଟକ: ଲକଡାଉନରେ ରାଜଧାନୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଏତଲାର ୧୮ ଦିନ ପରେ ବି ପୋଲିସର ହାତ ଖାଲି । କାହାକୁ ଡରୁଛି କମିଶନରେଟ୍ ପୋଲିସ ? ଖୋଦ୍ ପୋଲିସ କର୍ମଚାରୀ ଓ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ କର୍ମଚାରୀ ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା । ଦିନ ପରେ ଦିନ ଗଡ଼ି ଚାଲୁଥିବା ବେଳେ ତଦନ୍ତ ଆଳରେ ସମୟ ଗଡ଼ି ଚାଲିଛି । ଏହାକୁ ନେଇ ହାଇକୋର୍ଟରେ ରୁଜୁ ହୋଇଛି ଏକ ଜନସ୍ୱାର୍ଥ ମାମଲା । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଛି ।

PIL Filed In High Court On Minor Girl Gang Rape Matter

ଏତଲା ରୁଜୁ ହେବାର ୧୮ ଦିନ ପରେ ମଧ୍ୟ କେହି ଗିରଫ ହୋଇନାହାନ୍ତି । ମାମଲାରେ ଗଣମାଧ୍ୟମ କର୍ମଚାରୀ ଓ ପୋଲିସର ସମ୍ପୃକ୍ତି ରହିଥିବା ଅଭିଯୋଗ ହୋଇଛି । ତେଣୁ, ଗଣଦୁଷ୍କର୍ମର ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି ଆବେଦନକାରୀ । ପୀଡ଼ିତାଙ୍କୁ କ୍ଷତିପୂରଣ ପାଇଁ ମଧ୍ୟ ଆବେଦନକାରୀ ଆବେଦନରେ ଉଲ୍ଲେଖ କରିଛନ୍ତି ।

ସେପଟେ ଗତ ଦୁଇ ଦିନ ମଧ୍ୟରେ ଓଟିଭି ଇନପୁଟ୍ ଓ ଆଉଟପୁଟ୍ ହେଡ୍ ମହିଳା ଥାନାରେ ହାଜର ହୋଇ ପକ୍ଷ ରଖିଛନ୍ତି । ଏହି ମାମଲାରେ ଓଟିଭି ପରିଚାଳନା ନିର୍ଦ୍ଦେଶିକା ଜଗୀ ମଙ୍ଗତ ପଣ୍ଡାଙ୍କୁ ନୋଟିସ୍ ମଧ୍ୟ କରିଛନ୍ତି ମହିଳା କମିଶନ । ଆସନ୍ତା ୨୧ ତାରିଖରେ ବ୍ୟକ୍ତିଗତ ହାଜର ହେବାକୁ ନୋଟିସରେ ଉଲ୍ଲେଖ ରହିଛି । ହାଜର ନ ହେଲେ ଆଇନ୍ ଅନୁସାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ମହିଳା କମିଶନ ଅଧ୍ୟକ୍ଷା କହିଛନ୍ତି । ପୂର୍ବରୁ ଓଟିଭି ଏମଡିଙ୍କୁ ହାଜର ହୋଇ ପକ୍ଷ ରଖିବାକୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ନୋଟିସ୍ କରିଥିଲେ ମଧ୍ୟ ସେ ହାଜର ହୋଇନଥିଲେ ।

Leave a Reply