Sushant Singh Death Case: ପୁଣି ଆସିଲା ନୂଆ ଟ୍ୱିଷ୍ଟ, ରିୟା-ସୃତିଙ୍କ ସମ୍ପର୍କକୁ ନେଇ ରୋଚକ ତଥ୍ୟ

Sruti Modi Rhea Chakraborty

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ପୁଣି ଆସିଲା ନୂଆ ଟ୍ୱିଷ୍ଟ । ଡ୍ରଗ୍ସ କାରବାରକୁ ନେଇ ରିୟା ଏବେ ଜେଲ୍‌ରେ ଦିନ କାଟୁଥିବା ବେଳେ ଘଟଣାକୁ ଆହୁରି ରୋଚକ କରିଛି ସୃତି ମୋଦି ଓ ରିୟାଙ୍କ ସମ୍ପର୍କ । ସୁଶାନ୍ତ ସିଂହଙ୍କ ମ୍ୟାନେଜର ଥିବା ସୃତି ମୋଦି ଓ ରିୟାଙ୍କ ସମ୍ପର୍କ ଭାରି ଗଭୀର । ସେମାନେ ପିଲା ଦିନର ସାଙ୍ଗ ବୋଲି ତଦନ୍ତରୁ ଜଣାପଡ଼ିଛି ।

Sruti Modi Rhea Chakraborty

ଆରମ୍ଭରୁ ସୃତି ମୋଦିଙ୍କୁ ନେଇ ସୁଶାନ୍ତ ଅସନ୍ତୋଷ ଥିଲେ । ସୃତିଙ୍କୁ ନିଜର ମ୍ୟାନେଜର ରୁପେ ଦାୟିତ୍ୱ ଦେବାକୁ ସୁଶାନ୍ତ ଆରମ୍ଭରୁ ହିଁ ଅମଙ୍ଗ ଥିଲେ । କିନ୍ତୁ ରିୟା ସୁଶାନ୍ତଙ୍କ ଉପରେ ଚାପ ପ୍ରୟୋଗ କରି ସୃତିଙ୍କୁ ମ୍ୟାନେଜର ଦାୟିତ୍ୱ ଦେଇଥିଲେ । ଖାଲି ସେତିକି ନୁହେଁ ଜଣେ ଓକିଲଙ୍କ ଦ୍ୱାରା ରିୟା, ସୃତିଙ୍କୁ ମ୍ୟାନେଜର ଚାକିରି ଦେଇଥିବା ତଦନ୍ତରୁ ଜଣାପଡ଼ିଛି ।

ମଙ୍ଗଳବାର ଏନ୍‌ସିବି ଦ୍ୱାରା ନୋଟିସ୍‌ ପାଇ ଜେରା ପାଇଁ ହାଜର ହୋଇଥିବା ସୃତି ଏଭଳି ବୟାନ୍‌ ଦେଇଛନ୍ତି । ସେ କହିଛନ୍ତି ରିୟାଙ୍କୁ ସେ ବହୁତ ଆଗରୁ ଜାଣିଛନ୍ତି । ରିୟା ହିଁ ତାଙ୍କୁ ସୁଶାନ୍ତଙ୍କ ସହ ଭେଟ କରାଇଥିଲେ ।

ମିଳିଥିବା ସୂଚନା ଅନୁଯାୟୀ, ରିୟା ଏବଂ ସୌଭିକଙ୍କ ଡ୍ରଗ୍ସ କାରବାର ବିଷୟରେ ସୃତିଙ୍କ ନିକଟରେ ସମ୍ପୂର୍ଣ୍ଣ ସୂଚନା ଥିଲା । ସେ ମଧ୍ୟ ଏହି କାରବାରରେ ରିୟାଙ୍କ ସହ ସମ୍ପୃକ୍ତ ଥିଲେ । ସୁଶାନ୍ତଙ୍କ ଅଫିସ୍‌ରୁ ମ୍ୟାନେଜର ଚାକିରି ଛାଡ଼ିବା ପରେ ମଧ୍ୟ ରିୟାଙ୍କ ସହ ସେ ଯୋଗାଯାେଗରେ ଥିଲେ । ଖାଲି ସେତିକି ନୁହେଁ ଡ୍ରଗ୍ସ ବ୍ୟବସାୟୀଙ୍କ ସହ ସିଧାସଳଖ କଥାବାର୍ତ୍ତା ହେଉଥିଲେ ଏବଂ ହ୍ୱାଟସ ଆପ୍‌ରେ ଚାଟ୍‌ ମଧ୍ୟ କରୁଥିଲେ ସତି । ଏନ୍‌ସିବି ଜବତ କରିଥିବା ସୃତିଙ୍କ ମୋବାଇଲରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।

Leave a Reply