India-China faceoff: ଚୀନ ଚାଲ କାମ ଦେଲାନି,ଭାରି ପଡିଲା ଭାରତର ଅପରେଶନ ‘ବରଫ ଚିତା‘

1 min read
indian soldier in himalaya

ନୂଆଦିଲ୍ଲୀ: ଭାରତ ଓ ଚୀନର ସେନା ବର୍ତ୍ତମାନ ହିମାଳୟର ବରଫ ତଳେ ମୁହାଁମୁହିଁ ହୋଇ ଛିଡା ହୋଇଛନ୍ତି । ଯେକୌଣସି ମୁହୂର୍ତ୍ତରେ କିଛି ମଧ୍ୟ ଘଟିପାରେ । ଏସିଆର ଦୁଇ ସୁପର ପାୱାର ଯୁଦ୍ଧଠାରୁ କେଇ ପାଦ ଦୂରରେ ଅଛନ୍ତି କହିଲେ ଭୂଲ ହେବ ନାହିଁ । ତେବେ ସବୁଠୁ ବଡ କଥା ହେଉଛି ଚୀନ୍ ୨୦୨୦ର ଭାରତକୁ ୧୯୬୨ର ଭାରତ ଭାବି ଭୂଲ କରିଛି । ଚୀନ ପୂର୍ବଥର ଭଳି ଏଥରକ ମଧ୍ୟ ଭାରତକୁ ଆଖି ଦେଖାଇ ଡରାଇ ଦେବ ବୋଲି ଭାବିଥିଲା । କିନ୍ତୁ ସେମିତି କିଛି ହେଲା ନାହିଁ । ଓଲଟା ଡ୍ରାଗନକୁ ଲାଙ୍ଗୁଡ ଜାକି ପଛକୁ ଫେରିଥିଲା । ଆଉ ଏହାର କାରଣ ହେଉଛି ଭାରତୀୟ ସେନାର ଅପରେଶନ୍ ସ୍ନୋ ଲିଓପର୍ଡ ବା ଅପରେଶନ ବରଫ ଚିତା । ଏହି ଅପରେଶନ୍ ଚୀନର ସବୁ ଚାଲକୁ ଫେଲ କରିଥିଲା ।
ଚୀନ୍ ସେନା ଭାରତୀୟ ସୀମାରେ ଅନୁପ୍ରବେଶ କରିବା କାଳରେ ୩ ମାସ ପର୍ଯ୍ୟନ୍ତ ସେନା ନିରବ ଥିଲା । ଚୀନ୍ ସୈନିକଙ୍କ ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିଥିଲା ସେନା । କିନ୍ତୁ ପରେ ସେନା ମୁଖ୍ୟ ଜେନରାଲ ଏମ.ଏମ୍ . ନରବଣେ ଓ କମାଣ୍ଡର ଲେଫ୍ଟନାଣ୍ଟ୍ ଜେନରାଲ ୱାଇ କେ ଜୋଷୀ ଏହି ଅପରେଶନ ସ୍ନୋ ଲିଓପର୍ଡକୁ ସବୁଜ ସଂକେତ ଦେଇଥିଲେ ।
ଏହି ଅପରେଶନ ଅନ୍ତର୍ଗତରେ ଏଲଏସି ପାଖରେ ଥିବା ଏଭଳି ପାହାଡ ଗୁଡିକକୁ ଚିହ୍ନଟ କରାଯାଇଥିଲା ଯାହା ରଣନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱ ରଖେ । ଏହି ସବୁ ପାହାଡ ଶିଖର କାରଣରୁ ଭାରତକୁ ଯୁଦ୍ଧ ପରିସ୍ଥିତିରେ ଫାଇଦା ମିଳିବ । କେବଳ ଏତିକି ନୁହେଁ ଏହି ପାହଡ ଉପରେ କବଜା କାରଣରୁ ଭାରତ ଚୀନଠାରୁ ଗୋଟିଏ ପାଦ ଆଗରେ ରହିବ । ତେବେ ଅପରେଶନ ଆରମ୍ଭ ହେବା ପୂର୍ବରୁ ଏମିତି ଟିମ୍ ଗଠନ କରାଯାଇଥିଲା ଯାହାର ଅଧିକ ଉଚ୍ଚତାରେ ଲଢିବା ଅଭିଜ୍ଞତା ଥିବ । ସମସ୍ତ ଟିମକୁ ପାହାଡ ଉପରେ କବଜା କରିବା ଓ ସପ୍ୱାଇ ଚେନ୍ ସୁରକ୍ଷିତ କରିବା ଟାସ୍କ୍ ଦିଆଯାଇଥିଲା ।

ଏହି ଅପରେଶନ୍ କାଳରେ ସେନା ପେଙ୍ଗୋଙ୍ଗ୍ ହ୍ରଦର ଉତ୍ତର ଓ ଦକ୍ଷୀଣ ଭାଗ ଉପରେ କବଜା କରିଥିଲା । ଏହା ସହ ଏଲଏସିର କିଛି ମହତ୍ୱପୂର୍ଣ୍ଣ ସ୍ଥାନ ଉପରେ କବଜା କରିଥିଲା । ଏହି ମିଶନ ପରେ ସ୍ପେଶାଲ ଫୋର୍ସ ସୀମା ଉପରେ ଚୀନଠାରୁ ଭଲ ସ୍ଥିତିରେ ଅଛି । ଚୀନ ସେନାର ପୋଜିସନ୍ ଓ ପେଟ୍ରୋଲିଂ ସାଇଟ୍ ଉପରେ ପ୍ରଭୁତ୍ୱ ବିସ୍ତାର ପାଇଁ ଭାରତୀୟ ସେନା ଏମିତି କରିଥିଲା । ଅଧିକ ଉଚ୍ଚତାରୁ ଭାରତୀୟ ସେନା ଚୀନ ସେନାର ଗତିବିଧି ଉପରେ ଭଲ ଭାବେ ନଜର ରଖି ପାରୁଛି ।

operation snow leopard

ଏବେ ଏଲଏସିକୁ ନେଇ ଯଦି ଆଲୋଚନା ସଫଳ ହୁଏନା ତେବେ ସେଭଳି ପରିସ୍ଥିତିର ମୁକାବିଲା ପାଇଁ ଭାରତୀୟ ସେନା ତାର ପ୍ଲାନ୍ ପ୍ରସ୍ତୁତ କରି ରଖିଛି । ଏଥିପାଇଁ ଅଧିକ ସଂଖ୍ୟାରେ ସୈନିକଙ୍କୁ ମୁତୟନ କରାଯାଇଛି । ଯେମିତି ଏପ୍ରିଲ ପୂର୍ବର ସ୍ଥିତିକୁ ପୁଣି ହାସଲ କରାଯିବ ।ଏଲଏସିରେ କେବଳେ ପେଙ୍ଗୋଙ୍ଗ୍ ହ୍ରଦ ନୁହଁ ଦୌଲତ ବେଗ୍ ଓଲ୍ଡି,ଦେପସାଙ୍ଗ୍ ଭଳି ଅଂଚଳରେ ମଧ୍ୟ ସୈନିକଙ୍କୁ ଅଧିକ ସଂଖ୍ୟାରେ ମୁତୟନ କରାଯାଇଛି ।

ଭାରତୀୟ ସେନାକୁ ଏଥିରେ ସହଯୋଗ କରୁଛି ବାୟୁସେନା । ଅର୍ଥାତ କଥା ହେବା ଏବେ ଚୀନ୍ ଉପରେ ନିର୍ଭର କରୁଛି । କେବେ କଥା ହେବ ତାହା ଚୀନକୁ ନିଶ୍ଚିତ କରିବାକୁ ପଡିବ । ଏବେ ଭାରତ ଚାହିଁଲେ ନିଜ ସର୍ତ୍ତରେ ଚୀନକୁ ଆଲୋଚନା ଟେବୁଲକୁ ଡାକିବ । କେବଳ ଏହି କାରଣରୁ ଚୀନ ତରଫରୁ ଆଲୋଚନା ପାଇଁ କୌଣସି ତାରିଖ ସୁନିଶ୍ଚିତ କରାଯାଇନି । ଅପରେଶନ୍ ସ୍ନୋ ଲିଓପର୍ଡ ଦମରେ ଭାରତ ଚୀନର ଖେଳକୁ ବିଗାଡି ଦେଇଛି ।

Leave a Reply