ଦୁର୍ଗା ପୂଜା ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ୭ଟା ସୁଦ୍ଧା ଡିସିପିଙ୍କୁ ଜଣାଇବେ ପୂଜା କମିଟି

କଟକ: ମୂର୍ତ୍ତି ଉଚ୍ଚତା ଓ ମଣ୍ଡପକୁ ଆବଦ୍ଧ କରି ମାଆଙ୍କୁ ପୂଜାର୍ଚ୍ଚନା ମାମଲାର ଶୁଣାଣି ହାଇକୋର୍ଟରେ ହୋଇଛି । କଟକ ବାଲୁ ବଜାର ପକ୍ଷରୁ ଦାଏର ହୋଇଥିବା ମାମଲାରେ ହାଇକୋର୍ଟ ସବୁ ପୂଜା କମିଟିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ସନ୍ଧ୍ୟା ୭ଟା ସୁଦ୍ଧା ସମସ୍ତ ପୂଜା କମିଟି ମାଆଙ୍କ ମୃଣ୍ମୟୀ ପ୍ରତିମୂର୍ତ୍ତିର ଆକାର ନେଇ ଡିସିପିଙ୍କୁ ସୂଚନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

Social Worker Aditya Dash Row, High Court Seeks Investigation Report From Crime Branch

ପୂଜା କମିଟି ଡିସିପିଙ୍କୁ ଜଣାଇବା ପରେ କମିଶନରେଟ୍ ପୋଲିସ ପକ୍ଷରୁ ଟିମ୍ ଯାଇ ମଣ୍ଡପରେ ମୂର୍ତ୍ତିର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିବ । ଏହା ପରେ ଯାଇ ସମ୍ପୃକ୍ତ ପୂଜା କମିଟିକୁ ଆବଶ୍ୟକ ଅନୁମତି ପ୍ରଦାନ କରି ପୋଲିସ । ତେବେ, ଅନ୍ୟ ସମସ୍ତ କୋବିଡ୍ ଗାଇଡଲାଇନକୁ ମଣ୍ଡପରେ କଡ଼ାକଡ଼ି ପାଳନ କରାଯିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ।

Leave a Reply