କରୋନା ଆକ୍ରାନ୍ତ ଚିକିତ୍ସା ପାଇଁ ଆସି ପାରିବେ ଦ୍ୱୈତ୍ୟ ନଗରୀ

1 min read
Chief Secretary Says No Restriction on Covid Patient Movement to Twin City

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଓ କଟକ ସହରକୁ କରୋନା ସଂକ୍ରମିତ ଚିକିତ୍ସା ପାଇଁ ଆସିପାରିବେ । ଅନ୍ୟ ଜିଲ୍ଲାରୁ ଏଠାରେ ସେମାନଙ୍କ ଚିକିତ୍ସା ଉପରେ କୌଣସି ପ୍ରତିବନ୍ଧକ ନାହଁ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ । ସରକାର କଟକ ଓ ଭୁବନେଶ୍ୱରରେ ଥିବା କୋଭିଡ୍ ହସ୍ପିଟାଲରେ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି । ଟ୍ୱିନ୍ ସିଟିରେ ମିଳୁଥିବା କୋଭିଡ୍ ଚିକିତ୍ସା ସେବା ରାଜ୍ୟବାସୀଙ୍କ ଲାଗି ଉପଲବ୍ଧ ।

ଆକ୍ରାନ୍ତଙ୍କୁ ସ୍ଥାନାନ୍ତର ବେଳ ଉପଯୁକ୍ତ ମେଡିକାଲ୍ ପରାମର୍ଶ ସହ ଅକ୍ସିଜେନ୍ ସପୋର୍ଟ ଯୋଗାଇ ଦେବାକୁ ସରକାର ପରାମର୍ଶ ଦେଇଛନ୍ତି । ଅନ୍ୟଜିଲ୍ଲାରୁ ଆକ୍ରାନ୍ତଙ୍କୁ ଟ୍ୱିନ୍ ସିଟି ରେଫର କଲା ବେଳେ ଏସବୁ ଦିଗକୁ ଧ୍ୟାନ ଦିଆଯାଉନାହିଁ । ଅସାବଧନତା ଯୋଗୁଁ ଆକ୍ରାନ୍ତଙ୍କ ଅବସ୍ଥା ଆହୁରି ଗୁରୁତର ହୋଇ ପଡ଼ୁଛି । ଏପରିକି ମୃତ୍ୟୁମୁଖରେ ପଡ଼ୁଛନ୍ତି । ତେଣୁ ରେଫର୍ କରାଯାଉଥିବା ଆକ୍ରାନ୍ତଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସୁବିଧା ଦେଇ ପଠାଇବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।

ଏହା ପୂର୍ବରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏକ ଗାଇଡଲାଇନ୍ ଜାରି କରିଥିଲା । ଯେଉଁଥିରେ ଗୁରୁତର କରୋନା ରୋଗୀଙ୍କୁ ଜିଲ୍ଲା ICUରେ ଚିକିତ୍ସିତ କରିବାକୁ କୁହାଯାଇଥିଲା । ରୋଗୀଙ୍କୁ କଟକ କିମ୍ବା ଭୁବନେଶ୍ୱର ସ୍ଥାନାନ୍ତର ନକରି ସେଠାରେ ଚିକିତ୍ସା କରିବାକୁ କୁହାଯାଇଥିଲା । କାରଣ ସ୍ଥାନାନ୍ତର ବେଳେ ରୋଗୀଙ୍କ ଜୀବନ ପ୍ରତି ବିପଦ ରହିଛି । ଏଥିସହ ଆମ୍ବୁଲାନ୍ସରେ ରୋଗୀଙ୍କ ସହ ଏମର୍ଜେନ୍ସି ଟେକ୍ନିସିଆନ୍ ମଧ୍ୟ ଆବଶ୍ୟକ । ଏସବୁକୁ ଦେଖି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ଏହାର ଭୁଲ୍ ଅର୍ଥ ବାହାର କରାଯାଇଥିଲା । ଯାହା ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ମୁଖ୍ୟ ଶାସନ ସଚିବ ।

Leave a Reply