spot_img
Home Blog Page 6477

IPL 2020 :କ୍ୱାଲିଫାୟର ମ୍ୟାଚ ପୂର୍ବରୁ ମୁମ୍ବାଇ-ଦିଲ୍ଲୀ କାହିଁକି ବଦଳାଇଲେ ରଣନୀତି

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର ପ୍ରଥମ କ୍ୱାଲିଫାୟର ଗୁରୁବାର ଅନୁଷ୍ଠିତ ହେବାକୁ ଯାଉଛି । ଆଜି ମ୍ୟାଚର ବିଜେତା ସିଧାସଳଖ ଫାଇନାଲ ଖେଳିବାର ଯୋଗ୍ୟତା ଅର୍ଜନ କରିବ । ସେହିପରି ଯେଉଁ ଦଳ ହାରିବ, ସେହି ଦଳ ପାଇଁ ଆଉ ଏକ ସୁଯୋଗ ମଧ୍ୟ ରହିବ । ତେଣୁ ଆଜିର ମ୍ୟାଚ ଜିତି ଫାଇନାଲ ଯିବାକୁ ଉଭୟ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ଚାହିଁବେ ।

ଲିଗ୍ ପର୍ଯ୍ୟାୟର ୨ଟି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିସାରିଛି । ହେଲେ ମୁମ୍ବାଇ ଶେଷ ଲିଗ୍ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ୍ ଠାରୁ ୧୦ ଉଇକେଟରେ ପରାସ୍ତ ହୋଇଥିଲା । ଅବଶ୍ୟ ଏହି ମ୍ୟାଚରେ ମୁମ୍ବାଇ ପକ୍ଷରୁ କେତେଜଣ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଖେଳି ନ ଥିଲେ । ଲିଗ୍ ପର୍ଯ୍ୟାୟରେ ୨ଟି ମ୍ୟାଚ ହାରି ଥିବାରୁ ଦିଲ୍ଲୀର ମନୋବଳ ସାମାନ୍ୟ ଦୁର୍ବଳ ରହିବ । ହେଲେ ଶେଷ ଲିଗ୍ ରେ ବିରାଟ ବାହିନୀକୁ ହରାଇ ଥିବାରୁ ଭଲ ପ୍ରଦର୍ଶନ କରିବାକୁ ଶ୍ରେୟାସ ଆୟାର ଚେଷ୍ଟା କରିବେ । ସେହିପରି ୨ ଦଳ ମଧ୍ୟରେ ମୋଟ ୨୬ଟି ମ୍ୟାଚ ଖେଳାଯାଇଛି । ଏଥିରେ ମୁମ୍ବାଇ ୧୪ ଏବଂ ଦିଲ୍ଲୀ ୧୨ ଥର ବିଜୟୀ ହୋଇଛି ।

Cricket IPL 2020 Rohit Sharma Mumbai Indias Team Lost Opening Match 8th Time In A Row

ମୁମ୍ବାଇ କ’ଣ ପାଇଁ ଫେଭରାଇଟ୍ ?

ପୂର୍ବରୁ ୪ ଥର ଟାଇଟଲ ଜିତିଥିବା ମୁମ୍ବାଇ ଏକ ଶକ୍ତିଶାଳୀ ଦଳ । ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ସହ କ୍ୱିଣ୍ଟନ ଡିକକ, ହାର୍ଦ୍ଦିକ ପାଣ୍ଡ୍ୟା, କୁନାଲ ପାଣ୍ଡ୍ୟା, କିରନ ପୋଲାର୍ଡ, ଟ୍ରେଣ୍ଡ ବୋଲ୍ଟ, ଜସପ୍ରୀତ ବୁମରା, ଇଷାନ କିଷନ ଏବଂ ସୂର୍ଯ୍ୟ କୁମାର ଯାଦବଙ୍କୁ ନେଇ ଦଳ ସମୃଦ୍ଧ । ଆହତ ପରେ ରୋହିତ ଦଳକୁ ଫେରିଛନ୍ତି । ଦଳର ପ୍ରାୟ ସମସ୍ତ ଖେଳାଳି ଫର୍ମରେ ରହିଛନ୍ତି । ଉତ୍ତମ ବ୍ୟାଟିଂ ଲାଇନ ଅପ୍ , ସନ୍ତୁଳିତ ବୋଲିଂ ମୁମ୍ବାଇକୁ ଟାଇଟଲ ଫେଭରାଇଟ କରୁଛି ।

ଦିଲ୍ଲୀ କ’ଣ ପାଇଁ ସ୍ୱତନ୍ତ୍ର ?

ଯୁବ ତାରକାରେ ଖଚିତ ଦିଲ୍ଲୀ କ୍ୟାପିଟାଲ୍ସର ଦଳଗତ ପ୍ରଦର୍ଶନ ହିଁ ତାଙ୍କ ବିଜୟ ନିର୍ଦ୍ଦାରଣ କରିଥାଏ । ଦଳର ବ୍ୟାଟିଂ ଲାଇନ ଅପ୍ ବହୁତ ଭଲ ହେଲେ ବଡ଼ ମ୍ୟାଚରେ ଚାପକୁ କିପରି ମୁକାବିଲା କରାଯାଇପାରୁଛି । ତାହା ଦେଖିବାକୁ ଉତ୍କଣ୍ଠା ରହିବ । ପୃଥ୍ୱୀ ସ, ସଞ୍ଜୁ ସାମସନ, ଶ୍ରେୟାସ ଆୟାର, ଶିଖର ଧାୱନଙ୍କ ମଧ୍ୟ ଯଦି କୌଣସି ୨ ଖେଳାଳି ଭଲ ବ୍ୟାଟିଂ କରିନ୍ତି, ତେବେ ଦିଲ୍ଲୀ ବଡ଼ ସ୍କୋର କରିପାରିବ । ସେହିପରି ଅଲରାଉଣ୍ଡର ହ୍ୱେଟମୋର ଏବଂ ଷ୍ଟଏନିସ ଯଦି ଉଭୟ ବିଭାଗରେ ଭଲ ପ୍ରଦର୍ଶନ କରନ୍ତି, ତେବେ ମୁମ୍ବାଇ ଚକମା ଖାଇବ । ଭାରତୀୟ ସମୟ ସନ୍ଧ୍ୟା ୭ଟା ୩୦ରେ ଏହି ମ୍ୟାଚ ଖେଳାଯିବ ।

 

ସାରୁଅ ଜମି ଦୁର୍ନୀତି ମାମଲାରେ ୨୨ କ୍ଷତିଗ୍ରସ୍ତଙ୍କୁ ନୋଟିସ୍ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ଖୋର୍ଦ୍ଧା ସାରୁଅ ଜମି ଦୁର୍ନୀତି ମାମଲା । ଓଡ଼ିଶା ଇନଫ୍ରାଟେକ ନିର୍ଦ୍ଦେଶକ ମନୋରଞ୍ଜନ ଷଡ଼ଙ୍ଗୀଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଆଜି ହୋଇପାରିନାହିଁ । ଶୁଣାଣି ପାଇଁ ଆଜି ଦିନ ଧାର୍ଯ୍ୟ ହୋଇଥିଲା । ମାମଲାରେ ସମସ୍ତ ପକ୍ଷଭୁକ୍ତଙ୍କୁ ନୋଟିସ୍ କରାଯାଇ ନଥିବାରୁ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ ଜାମିନ୍ ଆବେଦନର ଶୁଣାଣି ୯ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି । ଏହି ସମୟ ମଧ୍ୟରେ ସାରୁଅର କ୍ଷତିଗ୍ରସ୍ତ ୨୨ ଜଣ ଅନୁସୂଚିତ ଜାତି ଲୋକଙ୍କୁ ନୋଟିସ୍ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନୁସୂଚିତ ଜାତି ଓ ଜନଜାତି ଆଇନର ଧାରା ୧୫(କ) ଅନୁଯାୟୀ ଜାମିନ୍ ଆବେଦନ ଶୁଣାଣି ପୂର୍ବରୁ ସମସ୍ତ ପକ୍ଷଭୁକ୍ତଙ୍କୁ ନୋଟିସ୍ କରାଯିବା ବାଧ୍ୟତାମୂଳକ ।

Sarua Land Scam Case, Courts Direct To Send Notice To Affected

ଗତକାଲି ଇଓଡବ୍ଲ୍ୟୁର ରିମାଣ୍ଡ ଶେଷ ପରେ ମନୋରଞ୍ଜନଙ୍କୁ ଝାରପଡ଼ା ଜେଲ ପଠାଇ ଦିଆଯାଇଥିଲା । ଏହାସହ ଏଜେଣ୍ଟ ଶିବପ୍ରସାଦ ଶ୍ରୀଚନ୍ଦନଙ୍କୁ ମଧ୍ୟ ଜେଲକୁ ପଠାଇ ଦିଆଯାଇଛି । ଗତ ୧ ତାରିଖରେ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଓଟିଭି ସିଏଫଓ ମରୋରଞ୍ଜନ ଷଡ଼ଙ୍ଗୀଙ୍କୁ ଗିରଫ କରିଥିଲା । ତାର ଦିନକ ପରେ ଓଡ଼ିଶା ଇନଫ୍ରାଟେକର ଆଉ ଜଣେ କର୍ମଚାରୀ ତଥା ଏଜେଣ୍ଟ ଶିବପ୍ରସାଦ ଗିରଫ ହୋଇଥିଲେ । ଉଭୟଙ୍କୁ ରିମାଣ୍ଡରେ ନେଇ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ମୁହାଁମୁହିଁ ଜେରା କରିଥିଲା ।

Sarua Land Scam Case, Courts Direct To Send Notice To Affected

ଓଡ଼ିଶା ଇନ୍‌ଫ୍ରାଟେକ୍ ପ୍ରାଇଭେଟ୍‌ ଲିମିଟେଡ୍ ଜାଲ୍, ପ୍ରତାରଣା ଓ ଭୟ ଦେଖାଇ ଅନୁସୂଚିତ ଜାତିର ବ୍ୟକ୍ତିଙ୍କ ଜମି କିଣିଥିବା ଅଭିଯୋଗ ହୋଇଥିଲା । ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନାରେ ଏନେଇ ଅଭିଯୋଗ ହେବା ପରେ ପ୍ରଥମେ ବାଘମାରୀ ପୋଲିସ ଘଟଣାର ତଦନ୍ତ କରୁଥିଲା । ପରେ କ୍ରାଇମବ୍ରାଞ୍ଚକୁ ମିଳିଥିଲା ତଦନ୍ତ ଭାର । ଏବେ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ସ୍କାନରକୁ ଆସିଛନ୍ତି ବିଭୁ ପ୍ରସାଦ ରଥ । ଓଟିଭିର ପୂର୍ବତନ ଅଧିକାରୀ ବିଭୁପ୍ରସାଦ ରଥଙ୍କ ଉପରେ EOWର ନଜର ପଡିଛି । ଖୁବ୍‌ଶୀଘ୍ର EOWରେ ହାଜର ହୋଇପାରନ୍ତି ବିଭୁ ପ୍ରସାଦ ରଥ । ସାରୁଅ ଜମି ଜାଲିଆତି ଘଟଣାରେ ତାଙ୍କୁ ପଚରାଉଚରା କରିପାରେ EOW ।

ବିଡେନଙ୍କ ବିଜୟର ଭାରତ ଉପରେ କ’ଣ ରହିବ ପ୍ରଭାବ

ଯୁକ୍ତରାଷ୍ଟ୍ର ଆମେରିକା: ଆମେରିକା ରାଷ୍ଟ୍ରପତି ନିର୍ବାଚନ ରୋମାଂଚକ ମୋଡରେ ପହଂଚି ସାରିଛି । ଜୋ ବିଡେନ୍ ରାଷ୍ଟ୍ରପତି ହେବା ପ୍ରାୟ ସୁନିଶ୍ଚିତ ଲାଗୁଛି । କିନ୍ତୁ ଟ୍ରମ୍ପ ବି କିଛି କମ ନୁହନ୍ତି । ଏବେଠାରୁ କହିସାରିଲେଣି ସୁପ୍ରିମ କୋର୍ଟ ଯିବି । ମତଗଣନାରେ ଗଡବଡ ହୋଇଛି । ଏମିତିରେ ଟ୍ରମ୍ପ ଯଦି ନିର୍ବାଚନରେ ପରାସ୍ତ ହୁଅନ୍ତି ଓ ହ୍ୱାଇଟ୍ ହାଉସ୍ ଖାଲି କରନ୍ତି ନାହିଁ ତେବେ କ’ଣ ହେବ ? ପୁଣି ଆଉ ଗୋଟିଏ ପ୍ରଶ୍ନ ହେଉଛି ବିଡେନ୍ ଯଦି ବିଜୟୀ ହୁଅନ୍ତି ତେବେ ଭାରତ ପାଇଁ ଏହାର ଅର୍ଥ କ’ଣ ରହିବ ?

ଆମେରିକାରେ ଡେମୋକ୍ରାଟ୍ ଏଥର ବାଜି ମାରିବେ ବୋଲି ଲାଗୁଛି । ବିଡେନ୍ ଟ୍ରମ୍ପଙ୍କୁ ବିଦା କରି ହ୍ୱାଇଟ ହାଉସରେ ଗୃହ ପ୍ରବେଶ କରିବା ସମ୍ଭାବନା ଅଧିକ । ଇଲେକ୍ଟୋରାଲ ଭୋଟରେ ବିଡେନ୍ ଟ୍ରମ୍ପଙ୍କୁ ପଛରେ ପକାଇ ଦେଇଛନ୍ତି । ଏମିତିରେ ସମସ୍ତଙ୍କ ନଜର ବିଡେନ୍ ଯଦି ଜିତନ୍ତି ତେବେ ଭାରତ-ଆମେରିକା ସଂପର୍କ କେମିତି ରହିବ ? ଏହି ସମ୍ପର୍କ ଥଣ୍ଡା ହେୋଇଯିବନି ତ ? ବିଡେନ୍ ଙ୍କ ପାକିସ୍ତାନ ପ୍ରେମ୍ ଦକ୍ଷୀଣ ଏସିଆରେ ଶକ୍ତି ସନ୍ତୁଳନକୁ ବିଗାଡି ଦେବନି ତ’ ? ଏଭଳି ପ୍ରଶ୍ନ ଉଠିବାର କାରଣ ହେଉଛି ବିଡେନଙ୍କ କାଶ୍ମୀର,ଧାରା ୩୭୦,CAAକୁ ନେଇ ଆଗରୁ ଆସିଥିବା ବୟାନ । ବିଡେନ୍ ସିଏଏକୁ ବିରୋଧ କରୁଥିଲେ,ଧାରା ୩୭୦ ଉଛେଦକୁ ବିରୋଧ କରୁଥିଲେ । ତାଙ୍କ ସହ ଉପରାଷ୍ଟ୍ରପତି ପଦ ଦୌଡରେ ଥିବା କମଲା ହାରିସ ଭାରତୀୟ ବଂଶୋଦ୍ଭବ ହେଲେ ମଧ୍ୟ କାଶ୍ମୀରକୁ ନେଇ ଅଲଗା ରାଗ ଆଳାପ କରନ୍ତି । ସେ ଗୋଟିଏ ବକ୍ତବ୍ୟରେ ଥରେ କହିଥିଲେ କାଶ୍ମୀର ବାସିନ୍ଦା ଭାବନ୍ତୁ ନାହିଁ ଯେ, ଆମେ ତାଙ୍କୁ ଭୁଲି ଯାଇଛୁ ।

ଏହିଭଳି ଷ୍ଟାଣ୍ଡକୁ ନେଇ ଡେମୋକ୍ରାଟ ସରକାର ଆସିଲେ ଭାରତ ଆମେରିକା ସଂପର୍କ ଉପରେ ପ୍ରଭାବ ପଡିବ ବୋଲି ଆଶଙ୍କା କରାଯାଉଛି । କିନ୍ତୁ ଯଦି ଅତୀତକୁ ଫେରାଯାଏ,ତେବେ ଦେଖିବାକୁ ମିଳିବ ଯେ, ଜୋ ବିଡେନ୍ ଅନେକ ସମୟରେ ଭାରତର ତରଫଦାରୀ କରିଛନ୍ତି । ୨୦୦୮ର ଭାରତ ଆମେରିକା ପରମାଣୁ ଚୁକ୍ତିକୁ ନିଆଯାଉ । ଏହି ଚୁକ୍ତିକୁ ସିନେଟରେ ପାସ କରାଇବାରେ ବିଡେନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ଆକ୍ଟୋର ୨୦୦୮ରେ ସିନେଟରେ ଏହାକୁ ନେଇ ଭୋଟ୍ ହୋଇଥିଲା । ସେ ସମୟରେ ସିନେଟର ଥିବା ବିଡେନ୍ ଏହା ପକ୍ଷରେ ଭୋଟ ଦେଇଥିଲେ । ଆମେରିକାର ହାଉସ ଅଫ୍ ରିପ୍ରେଜେଣ୍ଟେଟିଭର ଏହି ଡିଲ୍ ପକ୍ଷରେ ୨୯୮ ଓ ବିରୋଧରେ ୧୧୭ ଭୋଟ ପଡିଥିଲା । ସେତେବେଳେ ପାକିସ୍ତାନ ଲବି ଡିଲକୁ ଡିରେଲ୍ କରିବାକୁ ସବୁ ଚେଷ୍ଟା କରିଥିଲା । ଅନ୍ୟପକ୍ଷରେ ସିନେଟରେ ପକ୍ଷରେ ୮୬ ଓ ବିପକ୍ଷରେ ୧୩ ଭୋଟ୍ ପଡିଥିଲା ।
ସେ ସମୟରେ ବିଡେନ୍ ସିନେଟରେ ଫରେନ୍ ରିଲେସନ କମିଟିର ମୁଖ୍ୟ ଥିଲେ । ସେ କହିଥିଲେ ଯେ, ମୋ ନେତୃତ୍ୱରେ ଭାରତ-ଆମେରିକା ମଧ୍ୟରେ ଐତିହାସିକ ଡିଲରେ ସାଇନ୍ ହୋଇଥିାଲ । ଯେଉଁଥିପାଇଁ ଦୁଇ ଦେଶ ମଧ୍ୟରେ ସଂପର୍କ ମଜବୁତ ହୋଇଥିଲା ।

ଏହା ବ୍ୟତିତ ୧୯୯୮ ପୋଖରାନ୍ ପରମାଣୁ ପରୀକ୍ଷଣ ବେଳେ ବିଡେନ୍ ଖୋଲାଖୋଲି ଭାରତକୁ ସମର୍ଥନ କରିଥିଲେ । ସେତେବେଳ ସେ କହିଥିଲେ ଯେ, ଭାରତର ଆଭିମୁଖ୍ୟକୁ ଭୁଲ ବୁଝା ଯାଉଛି । ଭାରତ ଏଭଳି ଦେଶ ନୁହେଁ ଯାହା ସମସ୍ୟା ସୃଷ୍ଟି କରିବ । ଭାରତ ଲିବ୍ୟା,ଇରାକ କିମ୍ବା ଉତ୍ତର କୋରିଆ ନୁହେଁ । ଏହା ଛଡା ବିଡେନ୍ କହି ସାରିଛନ୍ତି ଯେ,ବର୍ତ୍ତମାନ ପରିସ୍ଥିତିକୁ ଦେଖିଲେ ଦୁଇ ଦେଶଙ୍କ ମଧ୍ୟରେ ବିଶ୍ୱ ଶାନ୍ତି ପାଇଁ ସହଯୋଗ ଜରୁରୀ । ଭାରତ ଆମେରିକ ବନ୍ଧୁତ୍ୱ ଉପରେ ଦୁନିଆର ସୁରକ୍ଷା ନିର୍ଭର କରୁଛି ।

ଆଉ ଗୋଟିଏ କଥା ହେଉଛି ,ଆମେରିକା ସବୁବେଳେ ନିଜ ସ୍ୱାର୍ଥକୁ ପ୍ରାଧାନ୍ୟ ଦିଏ । ପରିବର୍ତିତ ବିଶ୍ୱ ବ୍ୟବସ୍ଥାରେ ଏବେ ଚୀନ୍ ଆମେରିକାକୁ ଟକ୍କର ଦେଉଛି । ଏମିତିରେ ଚୀନକୁ ଚେକ୍ ମେଟ୍ କରିବାକୁ ଭାରତ ଜରୁରୀ । ଆଜିକା ସମୟରେ ଭାରତ ଆମେରିକାକୁ ଯେତିକି ଆବଶ୍ୟକ କରେନି,ଆମେରିକା ଡ୍ରାଗନ ବିରୋଧରେ ଭାରତକୁ ସେତିକି ଦରକାର କରେ । ତେଣୁ ଭାରତ ଆମେରିକା ସମୀକରଣ ସେତେ ବଦଳିବାର ସମ୍ଭାବନା ନାହିଁ ।

ଏବେ ଆସନ୍ତୁ ଜାଣିବା ଯଦି ଟ୍ରମ୍ପ ହାରିଲା ପରେ ମଧ୍ୟ ହ୍ୱାଇଟ ହାଉସ ଛାଡନ୍ତି ନାହିଁ ତେବେ କ’ଣ ହେବ ? ନୂଆ ରାଷ୍ଟ୍ରପତି ସିକ୍ରେଟ୍ ସର୍ଭସ ସାହାଯ୍ୟ ନେଇ ପୁରୁଣା ରାଷ୍ଟ୍ରପତିଙ୍କୁ ହ୍ୱାଇଟ ହାଉସରୁ ବାହାର କରି ପାରିବେ । କୁହାଯାଉଛି ଯେ, ରାଷ୍ଟ୍ରପତିଙ୍କ ପାଖରେ ଏମିତି ଶକ୍ତି ରହିଛି । ତେବେ ଆଶା କରାଯାଉଛି ସେମିତି କିଛି ହେବନାହିଁ ।

Loan Moratorium: ଆପଣଙ୍କ ଆକାଉଣ୍ଟକୁ ଆଜି ଆସିବ କି ଟଙ୍କା ? ଜାଣନ୍ତୁ ସମସ୍ତ ସୂଚନା  

ନୂଆଦିଲ୍ଲୀ: ସମଗ୍ର ଦେଶରେ କରୋନା ସଙ୍କଟ ମଧ୍ୟରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଋଣ ନେଉଥିବା ଗ୍ରାହକଙ୍କୁ ଲୋନ୍ ମୋରାଟୋରିୟମର ସୁବିଧା ଦେଇଥିଲା । ୨୦୨୦ ମସିହା ମାର୍ଚ୍ଚରୁ ୨୦୨୦ ଅଗଷ୍ଟ ପର୍ଯ୍ୟନ୍ତ ଏହି ସୁବିଧା ଦିଆଯାଇଥିଲା । ରିଜର୍ଭ ବ୍ୟାଙ୍କ (ଆରବିଆଇ) ସମସ୍ତ ବ୍ୟାଙ୍କକୁ ମୋର୍ଚ୍ଚା ମାମଲାରେ ବ୍ୟାଙ୍କଗୁଡ଼ିକୁ ସୁଧ ଉପରେ ସୁଧ ଟଙ୍କା ଆକାଉଣ୍ଟଧାରୀଙ୍କୁ ଫେରସ୍ତ କରିବାକୁ ପଡିବ। ଏହି ସୁବିଧା ମାର୍ଚ୍ଚ ୨୦୨୦ରୁ ଅଗଷ୍ଟ ୨୦୨୦ ପର୍ଯ୍ୟନ୍ତ ଦିଆଯାଇଥିଲା । ୫ ନଭେମ୍ବର ପର୍ଯ୍ୟନ୍ତ ଚକ୍ରବୃଦ୍ଧି ସୁଧ ଏବଂ ସାଧାରଣ ସୁଧ ମଧ୍ୟରେ ଥିବା ଅର୍ଥରାଶିକୁ ଗ୍ରାହକଙ୍କୁ ଫେରସ୍ତ କରିଦିଆଯିବ ବୋଲି ରିଜର୍ଭ ବ୍ୟାଙ୍କ ସମସ୍ତ ବ୍ୟାଙ୍କକୁ ଆଦେଶ ଦେଇଥିଲେ ।

କଣ ରହିଛି ସରକାରଙ୍କ ସ୍କିମ୍

ସରକାରୀ ନିର୍ଦ୍ଦେଶନାମା ପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ବ୍ୟାଙ୍କଗୁଡ଼ିକୁ ନଭେମ୍ବର ମାସ ୫ ତାରିଖ ସୁଦ୍ଧା ସୁଧର ପ୍ରିପେମେଣ୍ଟ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛି । ଏହା ବଦଳରେ, ଡିସେମ୍ବର ମାସ ୧୫ ତାରିଖ ସୁଦ୍ଧା ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ସମସ୍ତେ ନିଜ ନିଜର ଦାବି ରଖିପାରିବେ। ସରକାର ଏହି ବ୍ୟାଙ୍କଗୁଡ଼ିକର କ୍ଷତିପୂରଣ କରିବ ।

କିଏ କିଏ ଏହି ସ୍କିମର ଫାଇଦା ଉଠାଇପାରିବେ ଜାଣନ୍ତୁ

ଯେଉଁ ଗ୍ରାହକମାନେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ନେଇଛନ୍ତି ଏବଂ ଯେଉଁମାନେ ମୋରାଟୋରିଅମର ଫାଇଦା ନେଇ ନାହାଁନ୍ତି କିମ୍ବା ଆଂଶିକ ଫାଇଦା ଉଠାଇଛନ୍ତି ସେମାନଙ୍କୁ ମଧ୍ୟ ପେମେଣ୍ଟ କରାଯିବ। ଏହି ସ୍କିମରେ ଶିକ୍ଷା ଋଣ, କ୍ରେଡିଟ କାର୍ଡ ଡ୍ୟୁ, କାର ଋଣ, ବ୍ୟକ୍ତିଗତ ଋଣ, ଗୃହ ଋଣ, ଗ୍ରାହକ ଋଣ, ଏବଂ ଏମଏସଏମଇ ଋଣ ସାମିଲ ରହିଛି ।

ଏହି ଯୋଜନାର ସମୟ ସୀମା ବଢାଯିବ କି?

ଅନେକ ଋଣଦାତାମାନଙ୍କ କହିବା ଅନୁସାରେ ଦେୟ ଦେବା ପାଇଁ ଦିଆଯାଇଥିବା ସମୟ ବହୁତ କମ । ଏହି ରାଶିର ଗଣନା ତଥା ସମଗ୍ର ପ୍ରକ୍ରିୟା ପାଇଁ ଅନେକ ସମୟର ଆବଶ୍ୟକତା ରହିଛି । ଏଥି ସହିତ ଜଣେ ଅଧିକାରୀ କହିଛନ୍ତି ଯେ, ଏହି ସମୟ ସୀମା ବହୁତ କମ୍ ରହିଛି । ଋଣ ନେଉଥିବା ଗ୍ରାହକମାନେ ଆଶା କରୁଛନ୍ତି ଯେ ଏହି ଯୋଜନା ଲାଗୁ କରିବା ପାଇଁ ସରକାର ଏବଂ ଆରବିଆଇ ଅଧିକ ସମୟ ଦେବେ।

କେବେ ମୋରାଟୋରିଅମର ଘୋଷଣା କରାଯାଇଥିଲା?

ଏହାକୁ କରୋନା ଭୂତାଣୁ ପ୍ରଭାବରୁ ରକ୍ଷା କରିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ମାର୍ଚ୍ଚ ମାସରେ ୬ ମାସର ମୋରାଟୋରିଅମ୍ ଘୋଷଣା କରିଥିଲା। ମୋରାଟୋରିଅମର ଛଅମାସ ମଧ୍ୟରେ ବନ୍ଦ ହୋଇଥିବା ଆକାଉଣ୍ଟଗୁଡିକ ମଧ୍ୟ ଏହି ଯୋଜନାରେ ସାମିଲ ଥିଲେ । ଏହି ମାମଲାରେ ମାର୍ଚ୍ଚ ମାସ ୧ ତାରିଖରୁ ଋଣ ନେଇଥିବା ଲୋକଙ୍କର ଖାତା ବନ୍ଦ ହୋଇଥିବା ତାରିଖ ପର୍ଯ୍ୟନ୍ତ ସୁଧ ଗଣନା କରାଯିବ ।

ଏହି ରାଶି ଋଣରେ ମିଶିଯିବ କି?

ଏହି ରାଶି ଋଣ ରାଶିରେ ମିଶିବ କି ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଋଣ ନେଇଥିବା ବ୍ୟକ୍ତିଙ୍କ ଆକାଉଣ୍ଟରେ ଏହା ଅଲଗା ହୋଇ ମଧ୍ୟ ଜମା ହୋଇପାରେ । ହେଲେ ଏନେଇ ଏଯାଏଁ କୌଣସି ସୂଚନା ମିଳିନାହିଁ ।

ଏହି ଯୋଜନାର ଲାଭ ଉଠାଇବାକୁ ଆପଣ ଯୋଗ୍ୟ କି ନୁହେଁ?

ଏହି ଯୋଜନାର ପାତ୍ର ହେବା ପାଇଁ ୨୦୨୦ ମସିହା ଫେବୃଆରୀ ମାସ ୨୯ ତାରିଖ ସୁଦ୍ଧା (NPA) ହେବା ଅନୁଚିତ୍ । ଯଦି ଆପଣଙ୍କର ଋଣ ସେହି ତାରିଖ ପର୍ଯ୍ୟନ୍ତ NPA ବର୍ଗରେ ରହିଛି, ତାହେଲେ ଆପଣ ଏହି ଯୋଜନା ପାଇଁ ଯୋଗ୍ୟ ନୁହଁନ୍ତି ।

ଯଦି ଆପଣ ମୋରାଟୋରିଅମର ଲାଭ ଉଠାଇନାହାଁନ୍ତି, ତାହେଲେ ଏବେ ଆପଣ ଉପକୃତ ହେବେ କି?

ଧାର ନେଇଥିବା ବ୍ୟକ୍ତି ମୋରାଟୋରିୟମ ର ଲାଭ ଉଠାଇଛି ନା ନାହିଁ ସେଥିରୁ କୌଣସି ଫରକ ପଡ଼େ ନାହିଁ । ଫେବୃଆରୀ ୨୯ ସୁଦ୍ଧା ସୁଧ ହାର ଆଧାରରେ ଜମା ହେବାକୁ ଥିବା ପରିମାଣକୁ ବ୍ୟାଙ୍କଗୁଡ଼ିକୁ ହିସାବ କରିବାକୁ ହେବ ।

ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ

0

ଢେଙ୍କାନାଳ: ପୋଖରୀରେ ବୁଡି ୨ ବାଳିକାଙ୍କ ମୃତ୍ୟୁ । ଢେଙ୍କାନାଳ କରମୂଳ ପଞ୍ଚୟତ ପୋଖରୀରେ ଗାଧୋଉଥିବା ବେଳେ ୨ଜଣ ନାବାଳିକା ବୁଡ଼ିଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଗାଁଲୋକେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଜଣେ ଝିଅ ମଧ୍ୟ ପ୍ରାଣ ହରାଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଛି ।

ଡିସେମ୍ୱର ୩୧ ଯାଏଁ ବିଧାନସଭାର ଶୀତ ଅଧିବେଶନ: ଦୈନିକ ସାଢ଼େ ୪ ଘଣ୍ଟା ବସିବ ଅଧିବେଶନ

ଡିସେମ୍ୱର ୩୧ ଯାଏଁ ବିଧାନସଭାର ଶୀତ ଅଧିବେଶନ: ଦୈନିକ ସାଢ଼େ ୪ ଘଣ୍ଟା ବସିବ ଅଧିବେଶନ

ଭୁବନେଶ୍ୱର: ନଭେମ୍ବର ୨୦ରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ । ଡିସେମ୍ବର ୩୧ ଯାଏଁ ଅଧିବେଶନ ଚାଲିବ । ତେବେ କୋଭିଡ କଟକଣା ଭିତରେ ଦିନକୁ ସାଢ଼େ ୪ ଘଣ୍ଟା ବସିବ ବିଧାନସଭାର ଅଧିବେଶନ । ପ୍ରଶ୍ନ କାଳ ହେବ କି ନାହିଁ ସେ ନେଇ ସ୍ଥିର ହୋଇନାହିଁ । ବିଧାନସଭାର ସମସ୍ତ କର୍ମଚାରୀ, ସାମ୍ବାଦିକ ଓ ବିଧାୟକଙ୍କ କୋଭିଡ ଟେଷ୍ଟ ହେବ କି ନାହିଁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ ନିଆଯିବ ବୋଲି ସୂଚନା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

ଆସନ୍ତା କାଲିଠୁ ଇ-ବିଧାନସଭା ଲାଗି ପ୍ରଶିକ୍ଷଣ ଶିବିର ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ବିଧାନସଭାର କର୍ମଚାରୀଙ୍କୁ ଟେନିଂ ଦିଆଯିବ । ଶୀତ ଅଧିବେଶନ ନେଇ ଗତକାଲି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରଥମ ଦିନରେ ୨୦ ତାରିଖରେ ୨୦୨୦/୨୧ ଆର୍ଥିକ ବର୍ଷ ପାଇଁ ଆସିବ ଅତିରିକ୍ତ ବଜେଟ । ୨୬, ୨୭ ଓ ୨୮ ତିନି ଧରି ଅତିରିକ୍ତ ବଜେଟର ଖର୍ଚ୍ଚ ଦାବି ଉପରେ ଆଲୋଚନା ହୋଇ ନଭେମ୍ବର ୨୯ରେ ଆସିବ ବ୍ୟୟମଞ୍ଜୁରୀ ବିଲ୍ । ଚଳିତ ଅଧିବେଶନରେ ମୋଟ ୪୦ଟି କାର୍ଯ୍ୟ ଦିବସ ରହିଛି । ଶନିବାର ଓ ରବିବାର ମଧ୍ୟ ବିଧାନସଭା ଅଧିବେଶନ ଚାଲୁ ରହିବ । କୋଭିଡ୍ କଟକଣା ମଧ୍ୟରେ ବିଧାନସଭାର ଶୀତକାଳିନ ଅଧିବେଶନ ଅନୁଷ୍ଠିତ ହେବ । ପୂର୍ବଥର ଭଳି ସାମାଜିକ ଦୂରତା ବଜାୟ ରଖି ଗୃହ କାର୍ଯ଼୍ୟ ଚାଲିବ ।

 

ପୁଣି ଚାଲ୍ ଖେଳିଲେ ଜଗି ପଣ୍ଡା: ମାମଲା ନାକଚ ନେଇ OSCPCR କମିଶନଙ୍କ ନିକଟରେ ଆବେଦନ

ଭୁବନେଶ୍ୱର: ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲା । ପୁଣି ଚାଲ ଖେଳିଲେ ଓଟିଭି ଏମଡି ଜଗି ପଣ୍ଡା  । ମାମଲାକୁ ନାକଚ କରିବାକୁ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନିକଟରେ ଆବେଦନ କରିଛନ୍ତି ଜଗି । ସେପଟେ ଭୁବନେଶ୍ୱର ଡିସିପି ମଧ୍ୟ ନିଜ ତଦନ୍ତ ରିପୋର୍ଟ ଆୟୋଗଙ୍କୁ ପ୍ରଦାନ କରିଛନ୍ତି। ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିବାରୁ ଏ ସମ୍ପର୍କିତ ସମସ୍ତ ତଥ୍ୟ କ୍ରାଇମବ୍ରାଞ୍ଚକୁ ପ୍ରଦାନ କରାଯାଇଥିବା ଡିସିପି ଉଲ୍ଲେଖ କରିଛନ୍ତି । ଓଡିଶା ଶିଶୁ ଅଧିକାର ସୁରକ୍ଷା କମିଶନର ସନ୍ଧ୍ୟାବତୀ ପ୍ରଧାନ ଏନେଇ ସୂଚନା ଦେଇଛନ୍ତି ।

ଘଟଣା ଦୃଷ୍ଟିରୁ ଉଲ୍ଲେଖ ଯୋଗ୍ୟ, ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଓଟିଭି ଏମ୍‌ଡିଙ୍କୁ ହାଜର ହେବାକୁ ନୋଟିସ କରିଥିଲେ ମହିଳା କମିଶନ ।  ଥରେ ସେ ମହଳା କମିଶନଙ୍କ କାର୍ଯ୍ୟାଳୟକୁ ଆସିଥିଲେ । କିନ୍ତୁ କାମ ଥିବ ଆଳ ଦେଖାଇ ମହିଳା କମିଶନଙ୍କ ସାମ୍ନାରେ ହାଜର ନହୋଇ ଚାଲିଯାଇଥିଲେ । ଏହା ପରବର୍ତ୍ତୀ ସମୟରେ ପୁଣି କମିଶନଙ୍କ ପକ୍ଷରୁ ନୋଟିସ ହୋଇଥିଲା । କିନ୍ତୁ ସମୟ ଟାଳିବା ଡ୍ରାମାର ପୁନରାବୃତ୍ତି ଘଟିଥିଲା । ମହିଳା କମିଶନଙ୍କ ସମନକୁ ଅସମ୍ମାନ କରିଥିଲେ ଓଟିଭି କର୍ତ୍ତୃପକ୍ଷ । ସମନ ପାଇଁ ବ୍ୟକ୍ତିଗତ ହାଜର ହେବା ପରିବର୍ତ୍ତେ ପ୍ରତିନିଧିଙ୍କ ଜରିଆରେ ମାମଲାରୁ ନିଜ ନାମକୁ ବାଦ୍ ଦେବାକୁ କମିଶନଙ୍କୁ ନିବେଦନ କରିଥିଲେ ଓଟିଭି ଏମଡି ଜଗିମଙ୍ଗତ ପଣ୍ଡା । ଜଗିଙ୍କ ଆବେଦନକୁ ଖାରଜ କରିବା ସହ ମାମଲାକୁ ବିଚାରଣା ବିବେଚିତ କରିଛନ୍ତି କମିଶନ । ତେବେ ମହିଳା କମିଶନଙ୍କ ଠାରେ ଆବେଦନ ଖାରଜ ସତ୍ତ୍ୱେ ଏବେ ପୁଣି ଶିଶୁ ଅଧିକାର କମିଶନଙ୍କ ନିକଟରେ ମାମଲା ଖାରଜ ପାଇଁ ଆବେଦନ କରିଛନ୍ତି ।

ବିଜେଡିରୁ ନିଲମ୍ୱିତ ହେଲେ ଜୀବନ ପ୍ରଦୀପ ଦାଶ, ଉଚିତ ପଦକ୍ଷେପ ବୋଲି କହିଲେ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର: ବିଜୁ ଜନତା ଦଳ(ବିଜେଡି)ରୁ ବିଦା ହେଲେ ବାଲେଶ୍ୱରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ । ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଶ୍ରୀ ଦାସଙ୍କୁ ଦଳରୁ ନିଲମ୍ୱିତ କରାଯାଇଛି  । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଦଳରୁ ନିଲମ୍ୱିତ କରାଯାଇଛି । ଏ ନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ । ସଦ୍ୟ ସମାପ୍ତ ବାଲେଶ୍ୱର ଉପ-ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ କରିଥିବା ସୂଚନା ମିଳିଥିଲା ।

ବାଲେଶ୍ୱର ସଦର ଉପ -ନିର୍ବାଚନରେ ଦଳୀୟ ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ଜିତାଇବାକୁ ଚେଷ୍ଟା କରିବା ପରିବର୍ତ୍ତେ ତାଙ୍କୁ ପରାଜିତ କରିବା ନେଇ ଗୁପ୍ତ ମନ୍ତ୍ରଣା କରିଥିବା ସୂଚନା ମିଳିଛି । ଏଭଳି କି ତାଙ୍କ କର୍ମୀ ବିଜେଡି ଛାଡ଼ି ଅନ୍ୟ ଦଳରେ ମିଶିଥିବା ମଧ୍ୟ ସୂଚନା ରହିଛି । ଗତ ସାଧାରଣ ନିର୍ବାଚନରେ ଶ୍ରୀ ଦାଶ ପରାଜିତ ହୋଇଥିଲେ । କିନ୍ତୁ ଚଳିତ ଉପ ନିର୍ବାଚନରେ ମଧ୍ୟ ନିର୍ବାଚନ ଲଢ଼ିବାର ଆକାଂକ୍ଷା ରହିଥିଲା କିନ୍ତୁ ତାହା ପୂରା ହୋଇପାରିନଥିଲା । ଏଣୁ ସେ ଦଳୀୟ ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ହରାଇବାକୁ ଚକ୍ରାନ୍ତ କରିଥିବା କୁହାଯାଉଛି ।

ଜୀବନ ପ୍ରଦୀପ ଦାସଙ୍କୁ ନିଲମ୍ବନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତ୍ରୀ  ପ୍ରମିଳା ମଲ୍ଲିକ  ।  ପ୍ରମିଳା କହିଛନ୍ତି ଯେ, ଯିଏ ଦଳ ବିରୋଧୀ କାର୍ଯ୍ୟ କରିବ ତା’ ଉପରେ କାର୍ଯ୍ୟାନୁଷ୍ଠାନ ହେବ । ୨୦୦୦ ମସିହାରୁ ଦଳ ବିରୋଧୀ କାର୍ଯ୍ୟାନୁଷ୍ଠାନ  କରା ହୋଇ ଆସୁଛି । ସୁପ୍ରିମୋ ଦଳ ବିରୋଧୀ କାର୍ଯ୍ୟ ଅନୁଭବ କରିଥିବାରୁ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବୋଲି ପ୍ରମିଳା କହିଛନ୍ତି । ସେହିପରି ଜୀବନ ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି କି ବୋଲି ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ  ପ୍ରମିଳା କହିଛନ୍ତି ଯେ,  ସେ (ଜୀବନ ପ୍ରଦୀପ ଦାଶ )ଛୋଟ ପିଲା ନୁହଁନ୍ତି ଯେ ଷଡ଼ଯନ୍ତ୍ରର ଶିକାର ହେବେ । ସେହିପରି ତାଙ୍କ ଦଳ ବିରୋଧୀ କାର୍ଯ୍ୟ ଯୋଗୁ ଭୋଟ ଉପରେ କିଛି ପ୍ରଭାବ ପଡିବନି ବୋଲି ପ୍ରମିଳା ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Festival Sale: Amazonରେ ଶସ୍ତାରେ ମିଳିବ Redmiର ଏହି ଦମଦାର ଫୋନ୍

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ପ୍ରଥମେ ଇ-କମର୍ସ ପ୍ଲାଟଫର୍ମ ସେଲ ଲଗାତାର ଜାରି ରହିଛି । ଫେଷ୍ଟିଭାଲ ସିଜିନ୍ ପାଇଁ ଶସ୍ତା ମୂଲ୍ୟରେ ଗ୍ରାହକମାନେ ସପିଂ କରିପାରିବେ । ଆମାଜନରେ ଚାଲିଥିବା ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ ସେଲରେ, ଅନେକ ଜିନିଷ ଶସ୍ତାରେ ଉପଲବ୍ଧ ରହିଛି । ଏହି ଦୀପାବଳିରେ ଗ୍ରାହକମାନେ କମ୍ ଦାମରେ ଆମାଜନରୁ ସ୍ମାର୍ଟଫୋନ୍ କିଣି ପାରିବେ । ଏହି ସେଲରେ ରେଡମି ନୋଟ୍ ୯ ପ୍ରୋରେ ଅଫର ଦିଆଯାଉଛି । ତେବେ ଫୋନରେ କେଉଁ ଅଫର୍ ଉପଲବ୍ଧ ରହିଛି ଜାଣନ୍ତୁ ।

ରେଡମି ନୋଟ୍ ୯ ପ୍ରୋ ର ୪GB + ୬୪GB ଭାରିଆଣ୍ଟ ଆମାଜନରେ ୧୨,୯୯୯ ଟଙ୍କାରେ ଉପଲବ୍ଧ ରହିଛି । ଏହା ସହିତ ୧୪,୪୯୯ ଟଙ୍କାରେ ୪GB + ୧୨୮GB ଭାରିଆଣ୍ଟ ଅର୍ଡର କରିପାରିବେ । ଗ୍ରାହକମାନେ ଏହି ଫୋନକୁ ଆଇସିଆଇସିଆଇ ବ୍ୟାଙ୍କ, ସିଟି ବ୍ୟାଙ୍କ କିମ୍ବା କୋଟାକ୍ ବ୍ୟାଙ୍କର କ୍ରେଡିଟ୍ / ଡେବିଟ୍ କାର୍ଡରେ କିଣିବେ, ତାହେଲେ ଏଥିରେ ୨୫୦୦ ଟଙ୍କା ଡିସକାଉଣ୍ଟ ମିଳିବ । ଫୋନର ଫିଚର୍ସ ବିଷୟରେ କହିଲେ ଏଥିରେ ଅକ୍ଟୋ-କୋର ପ୍ରୋସେସର୍ ଏବଂ ରିୟର କ୍ୟାମେରା ସେଟଅପ୍ ରହିଛି । ଏହି ଫୋନକୁ ଦୁଇଟି ରାମ ଏବଂ ଷ୍ଟୋରେଜ୍ ଅପ୍ସନ୍ ସହିତ ଲଞ୍ଚ କରାଯାଇଛି । ଏହି ଫୋନ୍ ତିନୋଟି ରଙ୍ଗରେ ଉବଲବ୍ଧ ଅଛି । ରେଡମିର ଏହି ଫୋନରେ ୫,୦୨୦ mAH ର ଦମଦାର ବ୍ୟାଟେରୀ ରହିଛି ।

ବଜାରରେ ରେଡମି ନୋଟ୍ ୯ ପ୍ରୋର ମୁକାବିଲା ଏବେ ରିଅଲମି 6i ର ଦୁଇଟି ନୂଆ ଭାରିଏଣ୍ଟ ସହ ଚାଲିଛି । ଏହାର ୪GB RAM ଏବଂ ୬୪GB ଷ୍ଟୋରେଜ୍ ଭାରିଏଣ୍ଟର ଦାମ ୧୨,୯୯୯ ଟଙ୍କା ଥିବାବେଳେ ୬GB RAM ଏବଂ ୬୪GB ଷ୍ଟୋରେଜ୍ ଭାରିଏଣ୍ଟର ମୂଲ୍ୟ ୧୪,୯୯୯ ଟଙ୍କା ରହିଛି। ଫଟୋଗ୍ରାଫି ପାଇଁ ନୂଆ ରିଅଲ୍ 6i ର ପଛରେ ଚାରିଟି କ୍ୟାମେରାର ସେଟଅପ୍ ରହିଛି । ଯେଉଁଥିରେ ପ୍ରଥମ ଲେନ୍ସ ୪୮ ମେଗାପିକ୍ସେଲ, ଦ୍ୱିତୀୟ ଅଲ୍ଟ୍ରା ୱାଇଡ୍ ଲେନ୍ସ ୮ ମେଗାପିକ୍ସେଲ, ତୃତୀୟ ଲେନ୍ସ ୨ ମେଗାପିକ୍ସେଲ ହୋଇଥିବାବେଳେ ଚତୁର୍ଥ ଲେନ୍ସ ୨ ମେଗାପିକ୍ସେଲ ମାକ୍ରୋ ଲେନ୍ସ ରହିଛି । ଏହା ବ୍ୟତୀତ ଏଥିରେ ୧୬ ମେଗାପିକ୍ସେଲ ସେଲ୍ଫି କ୍ୟାମେରା ମଧ୍ୟ ରହିଛି ।

ଗଙ୍ଗାରେ ଓଲଟିଲା ଡଙ୍ଗା: ଶହେ ଲୋକ କରୁଥିଲେ ଯାତ୍ରା

0

ବିହାର: ଭାଗଲପୁରରେ ଅଭାବନୀୟ ଘଟଣା । ଡଙ୍ଗା ଓଲଟି ୫ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହିତ ବହୁ ଲୋକ ନିଖୋଜ ଅଛନ୍ତି । ନୈଗଛିଆର ତିନଟଙ୍ଗାରେ ଦୁର୍ଘଟଣା ଘଟିଛି । ଗଙ୍ଗା ନଦୀର ଉପ ନଦୀରେ ନୌକା ଓଲଟିଛି । ଦେଖଣାହାରୀଙ୍କ କହିବାନୁଯାୟୀ ୩ଟି ନୈକାରେ ୧୦୦ ଲୋକ ଯାତ୍ରା କରୁଥିଲେ । ତେବେ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଛି ଏସ୍‌ଡିଆରଏଫ୍ ଟିମ୍ । ଏଯାବତ୍ ମୋଟ ୫ଟି ମୃତଦେହ ମିଳିଛି । ଏବଂ ୧୫ ଜଣ ଗୁରୁତର ଅଛନ୍ତି ।

            ସୂଚନା ଅନୁଯାୟୀ, ଗୁରୁବାର ସକାଳେ ତିନଟଙ୍ଗାରୁ କିଛି ଲୋକ ଦିୟାରା ଅଭିମୁଖେ ନୌକାରେ ବାହାରିଥିଲେ । ଯେଉଁଥିରେ ମହିଳା ଯାତ୍ରୀ ମଧ୍ୟ ଥିଲେ । ନୌକା ବହିୟାର ଘାଟ ଦେଇଯିବା ବେଳେ କୌଣସି ଅସୁବିଧା ହୋଇନଥିଲା କିନ୍ତୁ ବହିୟାର ଘାଟ ଦେଇ ଯିବା ବେଳେ ଖ୍ରୀପ୍ ସ୍ରୋତର ସମ୍ମୁଖୀନ କରିବାକୁ ପଡ଼ିଥିଲା । ଏବଂ କେଉଁଠାରେ ଗଣ୍ଡ ସଂସ୍ପର୍ଶରେ ଆସିଥିବାରୁ ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି  ।