spot_img
Home Blog Page 5501

ଦେଶରେ ୩ କୋଟି ଟପିଲା ସଂକ୍ରମଣ, ୨୪ ଘଣ୍ଟାରେ ୫୦ହଜାର ୮୪୮ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୫୦ହଜାର ୮୪୮ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ତେବେ ଏଥିସହ ଦେଶରେ କରୋନା ସଂକ୍ରମଣ ୩ କୋଟି ଟପିଛି। ୧ ହଜାର ୩୫୮ ଜଣଙ୍କ ଜୀବନ ନେଉଛି ମହାମାରୀ।

ତେବେ ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୯୦ ହଜାର ୬୬୦କୁ ବୃଦ୍ଧି ପାଇଛି । ସେହିପରି ଗତ ୨୪ ଘଣ୍ଟାରେ ୬୮ ହଜାର ୮୧୭ ଜଣ ସୁସ୍ଥ ହୋଇଛନ୍ତି । ତେବେ ଭାରତରେ ମେଟ୍‌ ସକ୍ରିୟ ମାମଲା ୬ଲକ୍ଷ ୪୩ହଜାର ୧୯୪ କୁ ହ୍ରାସ ପାଇଛି । ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୨୮ହଜାର ୭୦୯କୁ ବୃଦ୍ଧି ପାଇଥିବା ବେଳେ, ଦେଶରେ ଏଯାଏ ମୋଟ ୨କୋଟି ୮୯ଲକ୍ଷ ୯୪ହଜାର ୮୫୫ ଜଣ ଆରୋଗ୍ୟ ହୋଇସାରିଛନ୍ତି।

ଓଡ଼ିଶାରେ ନେପାଳୀଙ୍କୁ ବି ଦିଆଯିବ ଟିକା, ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ଟିକାକରଣ ପ୍ରକ୍ରିୟା ବ୍ୟାପକ ହୋଇଛି। ରାଜ୍ୟରେ ଥିବା ନେପାଳୀଙ୍କୁ ବି ଟିକାକରଣରେ ସାମିଲ କରାଯିବ। ଓଡିଶାରେ କାମ କରୁଥିବା ସମସ୍ତ ନେପାଳିଙ୍କୁ ଟିକା ଦେବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ।

ଏହାସହ ମ୍ୟୁନିସିପାଲ କର୍ପୋରେସନ , ସିଡିଏମଓ ଓ ପିଏଚଓଙ୍କୁ ଚିଠି ମଧ୍ୟ ଲେଖାଯାଇଛି। ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ମ୍ୟୁନିସିପାଲ କର୍ପୋରେସନରେ ନେପାଳୀଙ୍କୁ ଟିକାକରଣରେ ସାମିଲ ପାଇଁ ଚିଠିରେ ଉଲ୍ଲେଖ ରହିଛି । ଓଡିଶାର କାମ କରୁଥିବା ନେପାଳୀଙ୍କ ପାଖରେ ବୈଧ ପରିଚୟପତ୍ର ନାହିଁ । ତେଣୁ ସେମାନେ କୋୱିନ୍ ପୋର୍ଟାଲରେ ସ୍ଲଟ୍ ବୁକ୍ କରି ଟିକା ନେଇପାରିବେନି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ସେମାନଙ୍କୁ ମଧ୍ୟ ଟିକାରକରଣରେ ସାମିଲ କରିବାକୁ ନିଷ୍ପତ୍ତି ହୋଇଛି। ଟିକାକରଣ ଏସଓପି ଅନୁସାରେ ନେପାଳୀଙ୍କୁ ଶୀଘ୍ର ଟିକାକରଣରେ ସାମିଲ କରିବାକୁ ଚିଠିରେ ଉଲ୍ଲେ୍ଖ କରାଯାଇଛି।

ଦେଶରେ ୩ କୋଟି ଟପିଲା କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ୩ କୋଟି ଟପିଲା କରୋନା ସଂକ୍ରମଣ  । ଗତ ୨୪ ଘଣ୍ଟାରେ ୫୦ହଜାର ୮୪୮ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ, ୧ ହଜାର ୩୫୮ ଜଣଙ୍କ ଜୀବନ ନେଉଛି ମହାମାରୀ  । ତେବେ ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୯୦ ହଜାର ୬୬୦କୁ ବୃଦ୍ଧି ପାଇଛି । ସେହିପରି ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୬୮ ହଜାର ୮୧୭ ଜଣ ।

ତେବେ ଦେଶରେ ମୋଟ୍‌ ସକ୍ରିୟ ମାମଲା ୬ ଲକ୍ଷ  ୪୩ ହଜାର ୧୯୪ କୁ ହ୍ରାସ ପାଇଛି । ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୨୮ ହଜାର ୭୦୯କୁ ବୃଦ୍ଧି ପାଇଥିବା ବେଳେ, ଦେଶରେ ଏଯାଏଁ ମୋଟ ୨ କୋଟି  ୮୯ଲକ୍ଷ  ୯୪ହଜାର ୮୫୫ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

ଟୀକାକରଣ ବିଷୟରେ କହିବାକୁ ଗଲେ, ଭାରତରେ କୋଭିଡ -19 ର ମୋଟ ଟୀକାକରଣ ୨୯ କୋଟି ଅତିକ୍ରମ କରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର ଏହି ସୂଚନା ଦେଇଛି । ସନ୍ଧ୍ୟା ୭ ଟାରେ ଅସ୍ଥାୟୀ ରିପୋର୍ଟ ଅନୁଯାୟୀ ମଙ୍ଗଳବାର ଦିନ ୫୩.୪ ଲକ୍ଷରୁ ଅଧିକ ଡୋଜ ଦିଆଯାଇଥିଲା। ମନ୍ତ୍ରଣାଳୟ ଅନୁଯାୟୀ, ଟୀକାକରଣର ୩୨,୮୧,୫୬୨ ରୁ ଅଧିକ ଡୋଜ ପ୍ରଥମ ଡୋଜ ଭାବରେ ଏବଂ ୭୧,୬୫୫ ଦ୍ୱିତୀୟ ଡୋଜ ଭାବରେ ମଙ୍ଗଳବାର ଦିନ ୧୮-୪୪ ବର୍ଷ ବୟସରେ ଦିଆଯାଇଥିଲା।

ପିଲାଙ୍କ ପାଠପଢ଼ାରେ କରୋନା କଣ୍ଟା, କମିବ ୩୦ପ୍ରତିଶତ ପାଠ୍ୟକ୍ରମ

ଭୁବନେଶ୍ୱର: ପିଲାଙ୍କ ପାଠପଢ଼ା ପାଇଁ କରୋନା ସାଜିଲା କଣ୍ଟା । ଚଳିତ ବର୍ଷ ବି ସ୍କୁଲ ଖୋଲିବା ସମ୍ଭାବନା କମ୍ । ତେଣୁ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ କମିବ ସିଲାବସ୍ । ଚଳିତ ଶିକ୍ଷାବର୍ଷରେ ନବମ ଓ ଦଶମ ଶ୍ରେଣୀରେ ପୁଣି ହ୍ରାସ ପାଇବ ପାଠ୍ୟକ୍ରମ। ଏ ନେଇ ସୂଚନା ଦେଲେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ।

ସୂଚନା ମୁତାବକ ନବମ ଓ ଦଶମ ଶ୍ରେଣୀର ପାଠ୍ୟକ୍ରମ ଶତକଡା ୩୦ପ୍ରତିଶତ ହ୍ରାସ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ଗତବର୍ଷ ହ୍ରାସ ପାଇଥିଲା ପାଠ୍ୟକ୍ରମ, ଚଳିତ ବର୍ଷ ମଧ୍ୟ କମିବ ସିଲାବସ୍। କୋଭିଡ ସ୍ଥିତି ଓ ଅନଲାଇନ ପାଠପଢାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ହୋଇଥିବା ସୂଚନା ।  ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଏଭଳି ନିଷ୍ପତ୍ତି ନିଆଯାଇଛି।

ଜଣାଇଦେବାକୁ ଚାହୁଁ ଯେ କରୋନା ପାଇଁ ଏବେ ରାଜ୍ୟରେ ୟୁ ଟ୍ୟୁବ୍ କ୍ଲାସ୍ ଚାଲିଛି । ସେହିପରି ଅନଲାଇନ ପରୀକ୍ଷା ପାଇଁ ମଧ୍ୟ ବ୍ୟବସ୍ଥା ଚାଲିଛି।

ଦୋକାନ ତାଲା ତାଡ଼ି ଲୁଟିନେଲେ ନାବାଳକ, ସିସିଟିଭିରେ କଏଦ ହେଲା ପୂରା ଘଟଣା

ଭୁବନେଶ୍ୱର: ଲକଡାଉନରେ ମାତିଲେ ନାବାଳକ ଲୁଟେରା। ଦୋକାନ ତାଲା ତାଡ଼ି ଲୁଟିନେଲେ ଦୁର୍ବୃତ୍ତ। ସିସିଟିଭିରେ କଏଦ ହୋଇଛି ପୁରା ଘଟଣା । ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଗତ କିଛି ଦିନ ହେବ ସଟର୍ ତାଡ଼ି ୫ଟି ଦୋକାନକୁ ଦୁର୍ବୃତ୍ତମାନେ ଲୁଟ୍ କରିଥିବା ଅଭିଯୋଗ ହୋଇଛି।

ଗତକାଲି ବିଳମ୍ବିତ ରାତିରେ ଚନ୍ଦ୍ରଶେଖରପୁର ବି.ଡି.ଏ କଲୋନୀ ଅଞ୍ଚଳରୁ ପୁଣି ଏକ ଦେକାନ ଲୁଟ୍ କରିଛନ୍ତି ଦୁର୍ବୃତ୍ତ । ଦୋକାନ ତାଲା ତାଡ଼ି ଲୁଟ୍ କରୁଥିଲା ବେ‌ଳେ ସବୁ ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଲୁଟ୍ ଘଟଣାରେ ନାବାଳକ ଥିବା ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିଛି । ପ୍ରାଥମିକ ତଦନ୍ତରୁ ଏମାନେ ସମସ୍ତେ ନିକଟ ଏକ ବସ୍ତିର ବୋଲି ଜଣାପଡ଼ିଛି । ସିସିଟିଭି ଫୁଟେଜ ଆଧାରରେ ପୋଲିସ୍ ତଦନ୍ତ କରୁଛି । ଦୋକାନ ମାଲିକ ଚିନ୍ମୟ ବିଶ୍ବାଳ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ଦେଇଛନ୍ତି। ଦୁର୍ବୃତ୍ତମାନେ ଦୋକାନ ଭିତରେ ପସି ବିଭିନ୍ନ ସାମଗ୍ରୀ ଓ ୧୦ ହଜାର ଟଙ୍କା ନେଇଯାଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ନାଇଟ୍ ପୋଟ୍ରାଲିଂ ଫେଲ୍ ମାରିଥିବା ଅଭିଯୋଗ ହୋଇଛି।

ଗ୍ୟାଙ୍ଗଷ୍ଟାର ଟିଟୋର ଦୁଇ ସହଯୋଗୀକୁ ଉଠାଇନେଲା ଏସଟିଏଫ

କେନ୍ଦ୍ରାପଡା: ବହୁ ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟାର ଟିଟୋର ଦୁଇ ସହଯୋଗୀଙ୍କୁ ଗିରଫ କରିଛି ଏସଟିଏଫ । ୨୦୧୮ ମସିହାର ୩୬ ଗୁଣ୍ଠ ଜମି ଜବରଦଖଲ ଓ ଧମକ ଘଟଣାରେ ଦୁଇଜଣଙ୍କୁ ଗିରଫ କରିଛି ଏସଟିଏଫ।

ଜାତୀୟ ରାଜପଥ ଗୋପ ଛକ ନିକଟରେ ରହିଥିଲା ଏହି ଜମି। ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀ ପ୍ରରୋଚନାରେ ଜମି ଜବରଦଖଲ କରିଥିଲେ ଦୁଇ ସହଯୋଗୀ । ଗିରଫ ଦୁଇ ଜଣ ଟିଟୋର ଦୁଇ ଦାଦା ପୁଅ ଭାଇ ବୋଲି ଜଣାପଡିଛି। ଏନେଇ ପୂର୍ବରୁ ମାମଲା ରୁଜୁ ହୋଇଥିଲା। ମାମଲା ଆଧାରରେ ଦୁଇ ଜଣଙ୍କୁ ଗିରଫ କରିବା ସହ ଗତକାଲି SDJMଙ୍କ କୋର୍ଟରେ ପାପା ଓ ସଦ୍ଦାମକୁ ହାଜର କରିଥିଲା ପୋଲିସ।

ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ କେନ୍ଦ୍ରାପଡ଼ା ଉପକାରାଗାରକୁ ପଠାଇ ଦିଆଯାଇଛି। ଗିରଫଦାରୀକୁ ନେଇ ଏସଟିଏଫର ପ୍ରତିକ୍ରିୟା ମିଳିପାରି ନଥିବା ବେଳେ, ଏହା ପୂର୍ବରୁ ବେଆଇନ୍‌ ଅସ୍ତ୍ରଶସ୍ତ୍ର ମାମଲାରେ ଦୁଇ ଜଣଙ୍କ ସହ ୮ଜଣଙ୍କୁ ଗିରଫ କରିଥିଲା ପୋଲିସ। ହେଲେ ପୋଲିସ ଆଖିରେ ଧୂଳି ଦେଇ ଖସିଯାଇଥିଲେ ଦୁଇ ଭାଇ।

କାମାକ୍ଷାନଗରରେ ଭାଲୁ ଆତଙ୍କ, ଆକ୍ରମଣରେ ଦୁଇ ଗୁରୁତର

କାମାକ୍ଷାନଗର: କାମାକ୍ଷାନଗରରେ ଭାଲୁ ଆକ୍ରମଣରେ ଦୁଇ ଜଣ ଗୁରୁତର ହୋଇଛି। ଗୁରୁତର ଦୁଇ ଜଣ ବ୍ରାହ୍ମଣିଆ ଗାଁର ଧରମା ନାୟକ ଓ ପବିତ୍ର ନାୟକ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ ଉଭୟ ଆଜି ଭୋର ସମୟରେ ଗାଁ ପାଖ ଜଙ୍ଗଲକୁ ଯାଇଥିଲେ । ସେଠାରେ ତାଙ୍କୁ ଭାଲୁ ଆକ୍ରମଣ କରିଥିଲା ।

ଆକ୍ରମଣରେ ଧରାମାଙ୍କ ଡାହାଣ ଆଖି, ବାମ କାନ୍ଧରେ ଗଭୀର ଆଘାତ ଲାଗିଥିବା ବେଳେ ପବିତ୍ରଙ୍କ ବାମହାତ ଓ ବାମ ଗୋଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଗ୍ରାମବାସୀ ଉଭୟଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

କମୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୩ ହଜାର ୪୫୬ଜଣ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣରେ ଆସୁଛି ସୁଧାର। ଗୋଟିଏ ଦିନରେ ଆଉ ୩ ହଜାର ୪୫୬ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଆଉ ୪୬ ଜଣଙ୍କ ଜୀବନ ନେଇଛି କିଲର ଭାଇରସ। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧ ହଜାର ୯୭୩ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୧ ହଜାର ୪୮୩।

ଯଦି ଜିଲ୍ଲା କଥା ନଜର ପକାଇବା ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୪୯୯ ଜଣ ଥିବା ବେଳେ, କଟକରୁ ୪୮୦, ପୁରୀରୁ ୨୮୯, ଯାଜପୁରରୁ ୨୬୭, ଭଦ୍ରକରୁ ୧୯୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ମୟୂରଭଞ୍ଜରୁ ୧୮୦, ବାଲେଶ୍ୱରରୁ ୧୭୪, କେନ୍ଦ୍ରାପଡ଼ାରୁ ୧୪୭, ନୟାଗଡ଼ରୁ ୧୨୬, ଅନୁଗୁଳରୁ ୧୧୮, ସୁନ୍ଦରଗଡ଼ରୁ ୯୦, ମାଲକାନଗିରିରୁ ୮୨, କୋରାପୁଟରୁ ୮୧, ଜଗତସିଂହପୁରରୁ ୮୧, ଷ୍ଟେଟ୍ ପୁଲରୁ ୮୧, କେନ୍ଦୁଝରରୁ ୭୩, ବରଗଡ଼ରୁ ୬୯, ଢେଙ୍କାନାଳରୁ ୫୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ରାୟଗଡ଼ାରୁ୫୬, ସୋନପୁରରୁ ୪୩, ନବରଙ୍ଗପୁରରୁ ୪୨, ସମ୍ବଲପୁରରୁ ୩୯, କନ୍ଧମାଳରୁ ୩୧, ବଲାଙ୍ଗୀରରୁ ୨୮, କଳାହାଣ୍ଡିରୁ ୨୧, ଝାରସୁଗୁଡ଼ାରୁ ୨୦, ଗଞ୍ଜାମରୁ ୧୯, ଗଜପତିରୁ ୧୭, ନୂଆପଡ଼ାରୁ ୧୬ ଓ ଦେବଗଡ଼ରୁ ୧୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ସୁସ୍ଥ ହୋଇ ଫେରିଛନ୍ତି ୪ ହଜାର ୧୫୯ ଜଣ ଆକ୍ରାନ୍ତ । ସାରା ରାଜ୍ୟରୁ ମୋଟ୍ ୮ ଲକ୍ଷ ୪୮ ହଜାର ୯୬୦ ଜଣ ସୁସ୍ଥ ହୋଇଥବା ବେଳେ, ଆକ୍ଟିଭ୍ କେସ୍ ରହିଛି ୩୪ ହଜାର ୨୧୬।

ସୋର ଉପ କାରାଗାରରେ କଏଦୀଙ୍କ ସନ୍ଦେହ ଜନକ ମୃତ୍ୟୁ

ସୋର: ଗତକାଲି ବିଳମ୍ବିତ ରାତିରେ ସୋର ଉପ କାରାଗାରରେ ଜଣେ ଯୁବ କଏଦୀର ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି।  ମୃତ କଏଦୀର ବେକରେ କ୍ଷତ ଚିହ୍ନ ରହିଥିବା ବେଳେ, ଆଖିପତାରେ ମଧ୍ୟ କ୍ଷତ ଚିହ୍ନ ଦେଖିବାକୁ ମିଳିଛି।

କଏଦୀ ଜଣକର ନାମ କମଳାକାନ୍ତ ବାରିକ। ସେ ଭଦ୍ରକ ଜେଲ୍‌ରେ ବିଚାରାଧୀନ କଏଦୀ ଭାବେ ସଜା କାଟୁଥିଲେ। କରୋନା ପାଇଁ ଉଭୟ ବାଲେଶ୍ୱର ଓ ଭଦ୍ରକ ଜେଲରୁ କଏଦି ସୋର ଉପ କାରାଗାର କୁ ସ୍ଥାନାନ୍ତର ହୋଇଥିଲେ। ସ୍ଥାନାନ୍ତର ହେବା ବେଳେ ସେମାନଙ୍କ ମଧ୍ୟରେ ଗୋଷ୍ଠୀ ବିବାଦ ଲାଗିଥିବା ଜଣାପଡ଼ିଛି। ମୃତ କଏଦୀ ଜଣକ ହେଉଛନ୍ତି କମଳାକାନ୍ତ ବାରିକ।

 

ଆସନ୍ତା ୨୭ ତାରିଖ ଯାଏଁ ଜାରି ରହିବ ବର୍ଷା, ୭ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଜାରି ରହିଛି ବର୍ଷା । ଆସନ୍ତା ୨୭ ତାରିଖ ଯାଏଁ ଜାରି ରହିବ ବର୍ଷା । କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ୭ ଜିଲ୍ଲାକୁ ସତର୍କ କରିଛି। କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୁରଭଞ୍ଜରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ମୁତାବକ ଉତ୍ତର ପଞ୍ଜାବରୁ ହରିୟାଣା, ଉତ୍ତର-ପ୍ରଦେଶ, ବିହାର, ଝାଡ଼ଖଣ୍ଡ ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ମଧ୍ୟଦେଇ ଲମ୍ବିଥିବା ଟ୍ରଫ-ଲାଇନ ପ୍ରଭାବରେ ବର୍ଷା ହେଉଛି। ଏହା ସହିତ ଦକ୍ଷିଣ ବଙ୍ଗଳାଦେଶ ତଥା ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଥିବା ଘୁର୍ଣିବଳୟ ପ୍ରଭାବ ପଡ଼ିଛି। ଯାହାଦ୍ୱାରା ଉପକୂଳ ଓଡ଼ିଶାର ଜିଲ୍ଲା ଗୁଡିକରେ ମୌସୁମୀ ଜନିତ ବର୍ଷା ଲାଗିରହିଛି। ଆସନ୍ତା ୨୭ ତାରିଖ ସକାଳ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବିକ୍ଷିପ୍ତ ଭାବେ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

ସେପଟେ ଜୁନ ୨୨ ମଧ୍ୟରେ ଓଡ଼ିଶାରେ ୧୩୯ ଦଶମିକ ୫ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଯାହାକି ସ୍ୱାଭାବିକ ବର୍ଷାଠାରୁ ୨ ପ୍ରତିଶତ ଅଧିକ। ଏହି ଅବଧି ଭିତରେ ୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ୨ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ, ୬ ଜିଲ୍ଲା ରେ ସ୍ୱାଭାବିକ ଠାରୁ ୨୦ ରୁ ୫୯ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ଅବଶିଷ୍ଟ ୧୪ ଜିଲ୍ଲାରେ ସ୍ୱାଭାବିକ ବର୍ଷା ଅନୁଭୂତ ହୋଇଛି।