ସେପ୍ଟେମ୍ବର ୧୧ରେ ନୂଆଖାଇ, ନବାନ୍ନ ଲାଗି ପାଇଁ ଲଗ୍ନଧାର୍ଯ୍ୟ

ବଲାଙ୍ଗୀର: ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି । ଆସନ୍ତା ସେପ୍ଟେମ୍ବର ୧୧ ତାରିଖ ପୂର୍ବାହ୍ନ ୧୦ଟା ୧୯ ମିନିଟରୁ ୧୦ଟା ୪୦ ମିନିଟ ମଧ୍ୟରେ ବଲାଙ୍ଗୀର ଇଷ୍ଟଦେବୀ ମା’ ପାଟଣେଶ୍ବରୀ ଏବଂ ସମଲେଶ୍ବର ସମେତ ବିଭିନ୍ନ ପୀଠରେ ନବାନ୍ନ ଲାଗି ପାଇଁ ଲଗ୍ନଧାର୍ଯ୍ୟ କରାଯାଇଛି ।

ପୀଠରେ ନବାନ୍ନ ଲାଗି ପରେ ଜିଲ୍ଲାର ଘରେ ଘରେ ପୂଜାର୍ଚ୍ଚନା କରି ନବାନ୍ନ ଗ୍ରହଣ କରିବେ । ଏନେଇ ଜିଲ୍ଲା ଜ୍ୟୋତିଷ ପଣ୍ଡିତ ମହାସଭା ଓ ପାଟଣା ରାଜ ପୁରୋହିତଙ୍କ ଉପସ୍ଥିତରେ ଲଗ୍ନଧାର୍ଯ୍ୟ କରାଯାଇଛି । ପାଟଣାଷ୍ଟେଟ ତଥା ମହାରାଜଙ୍କ ଇଷ୍ଟଦେବୀ ପାଟଣେଶ୍ବରୀ ଓ ସମଲେଶ୍ବରୀଙ୍କ ରାଶି ନକ୍ଷେତ୍ର ଏବଂ ପରମ୍ପରା ଅନୁଯାୟୀ ଲଗ୍ନ ସ୍ଥିର କରାଯାଇଛି  ।

Leave a Reply