IG ପାର୍କରେ ପ୍ରେମିକା ସହ ସ୍ୱାମୀ, ଦେଖିଦେଲା ସ୍ତ୍ରୀ…

1 min read

ଭୁବନେଶ୍ୱର: IG ପାର୍କରେ ହାଇଡ୍ରାମା । ପାର୍କରେ ଭେଟାଭେଟି ସ୍ୱାମୀ ସ୍ତ୍ରୀ ଓ ସେ । ବିବାହ ପରେ ପାର୍କରେ ପ୍ରେମିକା ସହ ବୁଲିବା ନେଇ ସ୍ତ୍ରୀର ଅଭିଯୋଗ  ।  ପ୍ରେମିକାକୁ ଧରି ସ୍ୱାମୀ ପାର୍କ ରେ ବୁଲୁଥିବା ସମୟରେ ସ୍ୱାମୀକୁ ନିର୍ଧୁମ ଛେଚିଲା ସ୍ତ୍ରୀ । ସ୍ତ୍ରୀକୁ ଛାଡି ପ୍ରେମିକା ସହ ପାର୍କ ରେ ବୁଲୁଥିବା ବେଳେ ରେଡ଼ ହ୍ୟାଣ୍ଡ ରେ ପ୍ରେମିକା ଓ ସ୍ୱାମୀକୁ ପାଖରେ ପହଞ୍ଚି ଥିଲା ସ୍ତ୍ରୀ । ସ୍ୱାମୀ ଫୁଲବାଣୀର ଅରୁଣ ଦିଗଲ ଓ ତାଙ୍କ ସ୍ତ୍ରୀ ଲଭଲି ଦିଗଲ ବୋଲି ଜଣାପଡିଛି ।

ସ୍ତ୍ରୀ ଙ୍କ ଅଭିଯୋଗ ମୁତାବକ, ଦୀର୍ଘ ଦିନ ଧରି ସ୍ତ୍ରୀଙ୍କ ସହ ସମ୍ପର୍କ ନରଖିବା ଓ ଏକ ମାତ୍ର ଝିଅ କୁ ଆଡ଼ ଆଖିରେ ନ ଦେଖି ପ୍ରେମିକା କୁ ଧରି ହୋଟେଲ ଓ ଲଜ ବୁଲୁଥିବା କଥା ଅଭିଯୋଗ ଆଣିଛନ୍ତି ସ୍ତ୍ରୀ ଲଭଲି । ଆଜି ସ୍ୱାମୀ ପ୍ରେମିକା ସହ ପାର୍କରେ ବୁଲୁଥିବା ନେଇ ସୂଚନା ପାଇଥିଲେ ସ୍ତ୍ରୀ ଲଭଲି  । ଏବଂ ସେଠାରେ ପହଁଚିବା ସହ ସ୍ୱାମୀ ଅରୁଣକୁ ପାର୍କ ରେ ନିର୍ଧୁମ ଛେଚି ପୋଲିସ ର ଜିମା ଦେଇଥିବା ବେଳେ ସ୍ୱାମୀ ଓଲଟା ସ୍ତ୍ରୀ ବିରୋଧ ରେ ଅଭିଯୋଗ ଆଣିଛନ୍ତି ।

ସ୍ତ୍ରୀ ଖରାପ ବ୍ୟବହାର କରନ୍ତି ଚିଡି ଛିଡାଚିଡ଼ା ହୁଅନ୍ତି । ମୁଁ ଛାଡ଼ ପତ୍ର ପାଇଁ ଆବେଦନ କରିଛି  । ମୋ ସହ ବୁଲୁଥିବା ଝିଅ ମୋ ପ୍ରେମିକ ନୁହଁ ସେ ମୋ ସାଙ୍ଗ ବୋଲି କହିଛନ୍ତି ସ୍ୱାମୀ ଅରୁଣ । ଅନ୍ୟପଟେ ଅରୁଣଙ୍କ ସହ ବୁଲୁଥିବା ଝିଅ କହିଛନ୍ତି ଅରୁଣ ମୋ ସାଙ୍ଗ ତାଂକୁ ମୋ ପଛରେ ଆସିବା ପାଇଁ ମୁଁ କହିନଥିଲି । ଅନ୍ୟପଟେ IG ପାର୍କ ରେ କ୍ୟାପିଟାଲ ଥାନା ପୋଲିସ ପହଁଞ୍ଚି ସ୍ୱାମୀ ଓ ସ୍ତ୍ରୀଙ୍କ ସହ ପ୍ରେମିକା କୁ ଥାନାକୁ ନେଇଛି ।

Leave a Reply