ଉପନ୍ୟାସିକା ପାରମିତା ଶତପଥିଙ୍କୁ ଶାରଳା ପୁରସ୍କାର

ଭୁବନେଶ୍ୱର: ଶାରଳା ପୁରସ୍କାର ପାଇବେ କଥାକାର ପାରମିତା ଶତପଥି  । ଓଡିଆ କଥା ସାହିତ୍ୟରେ ଅନ୍ୟନ ରଚନା କରି ସ୍ୱୀକୃତି ଲାଭ କରିଥିବା ସାହିତ୍ୟିକାଙ୍କୁ ଚଳିତବର୍ଷ ୪୨ ତମ ସାରଳା ପୁରସ୍କାରରେ ସମ୍ମାନିତ କରାଯିବ  । ‘ଇମ୍ଫା’ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଏନେଇ ସୂଚନା ପ୍ରଦାନ କରାଯାଇଛି  । ପ୍ରତିମା ଶତପଥିଙ୍କ ଲିଖିତ ଉପନ୍ୟାସ ‘ଅଭିପ୍ରେତ କାଳ’ ପାଇଁ ତାଙ୍କୁ ଶାରଳା ପୁରସ୍କାର ପ୍ରଦାନ କରାଯିବା ନେଇ ଚୟନ କରାଯାଇଛି  ।

ପୁରସ୍କାର ସ୍ୱରୂପ ପାରମିତା ଶତପଥି  ୫ ଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରାଯିବ।  କୋଭିଡ୍‌ ସଂକ୍ରମଣର ଭୟବହତା ଥିବାରୁ ଚଳିତ ବର୍ଷ ଆୟୋଜନ ହେବନାହିଁ ପୁରସ୍କାର ସମାରୋହ । ତେଣୁ  ବ୍ୟକ୍ତିଗତ ଭାବେ ତାଙ୍କୁ ଏହି  ପୁରସ୍କାର ପ୍ରଦାନ କରାଯିବା ନେଇ ସୂଚନା ମିଳିଛି ।

ଆଦିକବି ସାରଳା ଦାଶୃସଙ୍କ ନାମରେ ନାମିତ ଏହି ପୁରସ୍କାର ଓଡ଼ିଆ ଭାଷା ଓ ସାହିତ୍ୟକୁ ନେଇ ପ୍ରଦାନ କରାଯାଇଥାଏ  । ଉଲ୍ଲେଖନୀୟ ଅବଦାନ ନିମନ୍ତେ ପ୍ରତିବର୍ଷ ଏହି ସମ୍ମନା ଘୋଷଣା କରାଯାଇଥାଏ  ।  ‘ଇମ୍ଫା’ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ପ୍ରତିଷ୍ଠିତ ଶାରଳା ପୁରସ୍କାର ଇଣ୍ଡିଆନ ମେଟାଲ୍‌ସ ପବ୍ଲିକ୍‌ ଚାରିଟେବଲ୍‌ ଟ୍ରଷ୍ଟ (ଇମ୍ପାକ୍ଟ) ଆନୁକୁଲ୍ୟରେ ୧୯୮୦ ମସିହାରୁ ପ୍ରଦାନ କରାଯାଇ ଆସୁଅଛି ।

 

 

Leave a Reply