ଘରୋଇ ସ୍କୁଲରେ ମାର୍କ ଜାଲିଆତି: ହସ୍ତକ୍ଷେପ କଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ

ଭୁବନେଶ୍ୱର: ରାଜଧାନୀରେ ଘରୋଇ ସ୍କୁଲରେ ମାର୍କ ଜାଲିଆତି ପ୍ରସଙ୍ଗ । ଘଟଣାରେ ହସ୍ତକ୍ଷେପ କଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ସିବିଏସଇ ଆଞ୍ଚଳିକ ନିର୍ଦ୍ଦେଶକ ଙ୍କୁ କାରଣ ଦର୍ଶାଅ ନୋଟିସ ଦେବା ସହ ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସ୍କୁଲ ଚେୟାରମ୍ୟାନ, ପ୍ରିନ୍ସିପାଲଙ୍କୁ ବି ନୋଟିସ କରାଯାଇଛି । ଘଟଣା ସମ୍ପର୍କରେ ତଦନ୍ତ କରି ରିପୋର୍ଟ ଦେବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  ।

ଏହି ଘଟଣାରେ ଶିଶୁ ଅଧିକାର ସୁରକ୍ଷା ଆୟୋଗ କମିଶନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ।  ସେ କହିଛନ୍ତି, ଘଟଣା ଅତି ସମ୍ବେଦନଶୀଳ । ମାର୍କ କମିଲେ ଶିଶୁ ମାନସିକ ଭାରସାମ୍ୟ ହରାଇବ । ଏବଂ ଆତ୍ମହତ୍ୟା ଭଳି ପଦକ୍ଷେପ ନେବ ବୋଲି କହିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ । ଶିଶୁ ଅଧିକାର କଥା ଆସିବାରୁ କମିଶନ ହସ୍ତକ୍ଷେପ କରିଥିବା କହିଛନ୍ତି କମିଶନ ।

Leave a Reply