ମିଡ଼ିଆ ରିପୋର୍ଟ ସତ ହୋଇଥିଲେ, ମାମଲା ସାଂଘାତିକ: ସୁପ୍ରିମକୋର୍ଟ

1 min read

ନୂଆଦିଲ୍ଲୀ: ପେଗାସସ୍‌ ସତ ବାହାରକୁ ଆସିବା ଦରକାର । ମିଡ଼ିଆ ରିପୋର୍ଟ ସତ ହୋଇଥିଲେ, ମାମଲା ସାଂଘାତିକ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ପେଗାସସ ଜାସୁସୀ ମାମଲାର ଶୁଣାଣି କରି ଏଭଳି ଟିପ୍ପଣୀ ରଖିଛନ୍ତି ସୁପ୍ରିମକୋର୍ଟ । ତେବେ ମାମଲାର ପରବର୍ତ୍ତୀ ଶୁଣାଣୀ ଆସନ୍ତା ୧୦ରେ ହେବ । ମାମଲାର କପି କେନ୍ଦ୍ର ସରକାରଙ୍କୁ ଦେବା ପାଇଁ ଆବେଦନକାରୀଙ୍କୁ କହିଛନ୍ତି କୋର୍ଟ । ପକ୍ଷଭୁକ୍ତ ହୋଇଥିବା କେନ୍ଦ୍ର ସରକାରଙ୍କ ବିନା ଉପସ୍ଥିତିରେ ଶୁଣାଣି ହୋଇପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି ।

ତେବେ କୋର୍ଟ ଏନେଇ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ କରିନାହାନ୍ତି । ଆବେଦନରେ କିଛି ତଥ୍ୟକୁ ଅନୁଧ୍ୟାନ କରିବା ପରେ ନୋଟିସ୍‌ ସମ୍ପର୍କରେ ବିଚାର କରାଯିବ ବୋଲି କୋର୍ଟ କହିଛନ୍ତି । ପ୍ରଧାନ ବିଚାରପତି ଏନ ଭି ରମଣା ଓ ଜଷ୍ଟିସ ସୁର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ । ପେଗାସସ୍ ମାମଲାର SIT ଯାଞ୍ଚ କରିବାକୁ ବରିଷ୍ଠ ସାମ୍ବାଦିକ ଏନ୍ ରାମ ଓ ଶଶୀ କୁମାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।

ଏହାଛଡ଼ା ବହୁ ଖ୍ୟାତନାମା ଲେଖକ, ଆଇନଜୀବୀ, ଏକାଡେମିକ୍ କାର୍ଯ୍ୟକର୍ତ୍ତାଙ୍କ ସମେତ ୫୦୦ରୁ ଅଧିକ ବ୍ୟକ୍ତି ଏ ନେଇ CJIଙ୍କୁ ଚିଠିଲେଖି ହସ୍ତକ୍ଷେପ କରିବାକୁ ଅପିଲ କରିଥିଲେ । ସାମାଜିକ କର୍ମୀ ଅରୁଣ ରୟ, ଅଞ୍ଜଳି ଭରଦ୍ବାଜ, କବିତା କ୍ରିଷ୍ଣନ, ଆଇନଜୀବୀ ବ୍ରିନ୍ଦା ଗ୍ରୋବର ପ୍ରମୁଖ ସିଜେଆଇଙ୍କୁ ଚିଠି ଲେଖିଥିଲେ ।

Leave a Reply