spot_img
Home Blog Page 5471

ରାସ୍ତା ପାର ବେଳେ ଗାଡ଼ି ଧକ୍କାରେ କଲରାପତରିଆ ବାଘ ମୃତ

ନୟାଗଡ଼: ଅଜଣା ଗାଡି ଧକ୍କାରେ କଲରା ପତରିଆ ବାଘର ମୃତ୍ୟୁ । ଖୋର୍ଦ୍ଧା-ନୟାଗଡ଼ ୫୭ ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ବାଣୀଗୋଛା ଥାନା ଜାମୁସାହି-ବୁଗୁଡା ଶାଳ ଭଙ୍ଗା ଜଙ୍ଗଲରୁ ବାଘଟି ରାସ୍ତା ପାର ହେଉଥିବା ବେଳେ କୌଣସି ଅଜଣା ଗାଡ଼ି ଧକ୍କାରେ ଘଟଣା ସ୍ଥଳରେ ବାଘଟି ର ମୃତ୍ୟୁ ହୋଇଛି । ତେବେ ଖବର ପାଇ ବାଣୀଗୋଛାସ୍ଥ ପଶ୍ଚିମ ମହାନଦୀ ବନ୍ୟପ୍ରାଣୀ ଡିଭିଜନର ବନାଞ୍ଚଳ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମୃତ ବାଘ ଟି କୁ କାର୍ଯ୍ୟାଳୟ କୁ ନେଇଛନ୍ତି । ଆସନ୍ତାକାଲି ଦଶପଲ୍ଲା ପ୍ରାଣୀ ଚିକିତ୍ସାଳୟରେ ମୃତ ବାଘର ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ରହିଛି ।

ଏଥିସହିତ ପଢ଼ନ୍ତୁ: ନଦୀରେ ଗାଧୋଉଥିବା ବେଳେ ଭାସିଗଲେ ୩ ସାଙ୍ଗ

ରାଜ୍ୟରେ ଆଉ ୩ହଜାର ୨୩୩ ଜଣ କରୋନା ସଂକ୍ରମିତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଉ ୩ ହଜାର ୨୩୩ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚିତ କରାଯାଇଛି । ଏଥି ସହିତ ରାଜ୍ୟରେ ମୋଟ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୭୭ ହଜାର ୫୪୦ରେ ପହଞ୍ଚିଛି ।

ବୁଧବାର ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାର ସର୍ବାଧିକ ୫୮୮ ଜଣ ରହିଥିବା ବେଳେ  ଯାଜପୁର ଜିଲ୍ଲାରୁ ୩୩୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କଟକରୁ ୨୯୪, ପୁରୀରୁ ୨୧୫, ବାଲେଶ୍ୱରରୁ ୨୦୩, ଅନୁଗୁଳରୁ ୧୭୫, କେନ୍ଦ୍ରାପଡ଼ାରୁ ୧୪୭, ଜଗତସିଂହପୁରରୁ ୧୪୩, ଭଦ୍ରକରୁ ୧୩୩, ମୟୂରଭଂଜରୁ ୧୨୮ ଓ ନୟାଗଡ଼ରୁ ୧୦୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ବରଗଡ଼ ଯୁବକଙ୍କ ଉଦ୍ଭାବନ: ବ୍ୟାଟେରୀରେ ଚାଲିବ ସାଇକେଲ୍, ଥରେ ଚାର୍ଜ କଲେ ୧୦୦ କିମି

ଭିଜିଲାନ୍ସ ବିଭାଗ ଆଇଜି ଭାବେ କାର୍ଯ୍ୟରେ ଯୋଗଦେଲେ ବରିଷ୍ଠ ଆଇପିଏସ୍ ଅସିତ୍ ପାଣିଗ୍ରାହୀ

ଭୁବନେଶ୍ୱର: ଭିଜିଲାନ୍ସ ବିଭାଗ ଆଇଜି ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ୍ ଅଫିସର ଅସିତ୍ ପାଣିଗ୍ରାହୀ ।  ୧୯୯୬ ବ୍ୟାଚର ବରିଷ୍ଠ ଆଇପିଏସ୍ ଅଧିକାରୀ ହେଉଛନ୍ତି ଅସିତ୍ ପାଣିଗ୍ରାହୀ । ସେ ଆଜି ଅପରାହ୍ଣରେ ଦୁର୍ନୀତି ନିବାରଣ ବିଭାଗ ( ଭିଜିଲାନ୍ସ) ଆଇଜି ଭାବେ ଭିଜିଲାନ୍ସ ନିର୍ଦ୍ଦେଶାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ପାଣିଗ୍ରାହୀ ପୂର୍ବରୁ ଅଗ୍ନିଶମ ବିଭାଗ, ରାଜ୍ୟ ପୋଲିସ ମୁଖ୍ୟାଳୟ, କ୍ରାଇମବ୍ରାଞ୍ଚ ଓ ପୂର୍ବାଞ୍ଚଳ ରେଞ୍ଜ ଆଇ.ଜି ଭାବରେ ସଫଳତାର ସହିତ କାର୍ଯ୍ୟ କରିଛନ୍ତି । ପ୍ରକାଶ ଥାଉ କି. ଶ୍ରୀ ପାଣିଗ୍ରାହୀ ମାଲକାନଗିରି, ଅନୁଗୁଳ, ପୁରୀ, କେନ୍ଦୁଝର, ସମ୍ୱଲପୁର ଓ ଯାଜପୁରରେ ଏସ୍‌ପି ଭାବରେ କାର୍ଯ୍ୟକରି ସୁନାମ ଅର୍ଜନ କରିଛନ୍ତି । ଜଣେ ଦକ୍ଷ ପୋଲସ ଅଫିସର ଭାବରେ ୨୦୧୬ ମସିହାରେ ସେ ରାଷ୍ଟ୍ରପତି ପଦକରେ ସମ୍ମାନିତ ହୋଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ପକ୍କା ଘର ମିଳିବା ପରେ ବି ବସ୍ତି ଛାଡ଼ୁନାହାନ୍ତି : ଭଡ଼ାରେ ଲଗାଉଛନ୍ତି ଘର

‘କାଳିଆ’ ଯୋଜନାରେ ୧୮ ଲକ୍ଷ ଭୂମିହୀନ କୃଷକ ପରିବାରକୁ ୩୮୬ କୋଟି ଟଙ୍କାର ସହାୟତା

ଭୁବନେଶ୍ୱର: କାଳିଆ ଯୋଜନାର ଭୂମିହୀନ କୃଷକ ପରିବାର ପାଇଲେ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା । ୧୮ ଲକ୍ଷ ପରିବାରକୁ ୩୮୬ କୋଟି ଟଙ୍କାର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ । ସ୍ବାମୀନାଥନ କମିଟି ରିପୋର୍ଟ ଲାଗୁ ହେବା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୁଧବାର କାଳିଆ ଯୋଜନା ଅନ୍ତର୍ଗତ ଭୂମିହୀନ କୃଷକ ପରିବାରମାନଙ୍କୁ ୩୮୬ କୋଟି ଟଙ୍କାର ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ପ୍ରଦାନ କରାଯାଇଛି । ଏହାଦ୍ବାରା ୧୮ ଲକ୍ଷ ଭୂମିହୀନ କୃଷକ ପରିବାର ଉପକୃତ ହେବେ । ଏଥିରେ ପ୍ରତ୍ୟେକ ଭୂମିହୀନ ଚାଷୀ କାଳିଆ ଯୋଜନାର କିସ୍ତି ସହିତ ଅତିରିକ୍ତ ଭାବେ ୧ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ପାଇବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି ଯେ, ଚାଷୀ, ଶ୍ରମିକ ଓ ମଜଦୁରମାନଙ୍କ ପରି ଖଟିଖିଆ ବର୍ଗ ହେଉଛନ୍ତି ଆମ ଅର୍ଥନୀତି ନାଭିକେନ୍ଦ୍ର । । ଏ ସମସ୍ତଙ୍କ ତ୍ୟାଗ ହିଁ ଆମ ଅର୍ଥନୀତିକୁ ସମୃଦ୍ଧ କରିଥାଏ । କୃଷି କ୍ଷେତ୍ରର ସବୁ ସଫଳତା ପଛରେ ଭୂମିହୀନ ଚାଷୀର ତ୍ୟାଗ ଓ ପରିଶ୍ରମ ରହିଛି । ଆମେ ତା’ର ତ୍ୟାଗକୁ ସମ୍ମାନ କରୁ । ତା’ର ସ୍ଵାର୍ଥର ସୁରକ୍ଷା ପାଇଁ ଆମର ଲଢେଇ ଜାରି ରହିଛି । ଏମ୍‌ଏସ୍ ସ୍ୱାମୀନାଥନ୍ କମିଟିର ସୁପାରିସକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ସବୁବେଳେ ଦାବି କରି ଆସିଛନ୍ତି । ଏହା ପୂରଣ ହେଲା ପର୍ଯ୍ୟନ୍ତ ଆମର ଲଢେଇ ଜାରି ରହିବ ବୋଲି ସେ କହିଛନ୍ତି । କାଳିଆ ଯୋଜନା ଯୋଗୁଁ ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ପରିବାର ମୁହଁରେ ହସ ଆଣିଛି ଓ ମନରେ ଭରସା ଦେଇଛି । ବର୍ତ୍ତମାନ କୋଭିଡ ଯୋଗୁଁ ଅର୍ଥନୀତି ଉପରେ ଗଭୀର ପ୍ରଭାବ ପଢିଛି । ପ୍ରଥମ ଲହରରେ କୃଷି ହିଁ ଆମ ଅର୍ଥନୀତିକୁ ବଞ୍ଚାଇ ଥିଲା । ଦ୍ଵିତୀୟ ଲହରରେ ଲକଡାଉନ ସଟଡାଉନ ଯୋଗୁଁ ଲୋକଙ୍କ ଜୀବିକା ଉପରେ ଗଭୀର ପ୍ରଭାବ ପଡିଛି । ସେଥିପାଇଁ ରାଜ୍ୟ ସରକାର ଚାଷୀ, ଶ୍ରମିକ, ଉଠା ଦୋକାନୀ, ଦୁଗ୍ଧ ଚାଷୀ ଆଦି ବିଭିନ୍ନ ବର୍ଗର ଲୋକମାନଙ୍କ ପାଇଁ କୋଭିଡ ପ୍ୟାକେଜ ଘୋଷଣା କରିଛନ୍ତି । କୋଭିଡ ବିରୋଧରେ ଲଢେଇ କେବଳ ସରକାର ବା ଡାକ୍ତର ବା ସ୍ୱାସ୍ଥ୍ୟକର୍ମୀ ମାନଙ୍କର ନୁହେଁ । ଏହା ଆମ ସମସ୍ତଙ୍କର ଲଢେଇ । ତେଣୁ ଏହି ଲଢେଇରେ ବିଜୟ ପାଇଁ ଚାଷୀ ଭାଇ ମାନେ ସମସ୍ତେ ଟିକା ନେବା ସହିତ କୋଭିଡର ନିୟମ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୩ ଜଣ ଭୂମିହୀନ ଚାଷୀଙ୍କ ସହିତ କାଳିଆ ଯୋଜନାର ସୁଫଳ ବିଷୟରେ ଆଲୋଚନା କରିଥିଲେ । ଏହି ସହାୟତା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟ ରେ ସିଧାସଳଖ ଜମା କରାଯାଇଛି । କାଳିଆ ଯୋଜନାରେ ଚାଷୀମାନେ ୩ ଟି କିସ୍ତି ରେ ୧୨,୫୦୦ ଟଙ୍କା ପାଇଥାନ୍ତି । ସୂଚନାଯୋଗ୍ୟ ଯେ ବଳରାମ ଯୋଜନାରେ ମଧ୍ୟ ଭୂମିହୀନ ଚାଷୀ ମାନଙ୍କୁ ବିଭିନ୍ନ ପ୍ରକାର ଆନୁଷଙ୍ଗିକ କାର୍ଯ୍ୟ ପାଇଁ କୃଷିଋଣ ସହାୟତା ଯୋଗାଇ ଦିଆଯାଉଛି ।

ଏଥିସହିତ ପଢ଼ନ୍ତୁ: ପକ୍କା ଘର ମିଳିବା ପରେ ବି ବସ୍ତି ଛାଡ଼ୁନାହାନ୍ତି : ଭଡ଼ାରେ ଲଗାଉଛନ୍ତି ଘର

ପକ୍କା ଘର ମିଳିବା ପରେ ବି ବସ୍ତି ଛାଡ଼ୁନାହାନ୍ତି : ଭଡ଼ାରେ ଲଗାଉଛନ୍ତି ଘର

ଭୁବନେଶ୍ୱର: ବିଏମସି ଓ ବିଡିଏ ପକ୍ଷରୁ ଆଜି ଭୁବନେଶ୍ୱରରେ ହୋଇଛି ବଡଧରଣର ଉଛେଦ କାର୍ଯ୍ୟ। ପ୍ରଥମେ ଥଇଥାନ ଓ ବାରମ୍ବାର ତାଗିଦ ସତ୍ୱେ ଅମାନିଆ ହେବାରୁ ଜବରଦଖଲକାରୀଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ। ଉଛେଦ ସହ ଆରମ୍ଭ ହୋଇଛି ଦୟା କେନାଲ ପାର୍ଶ୍ଵରେ ଡବଲ ରୋଡ଼ ନିର୍ମାଣ କାର୍ଯ୍ୟ।

ବସ୍ତି ବାସିନ୍ଦାଙ୍କୁ ପର୍ଯ୍ୟାୟ କ୍ରମେ ତାଲିକା ଭୁକ୍ତ କରି ବିଭିନ୍ନ ଯୋଜନାରେ ଯୋଗାଇ ଦିଆଯାଉଛି ପକ୍କା ଘର। ଘର ମିଳିବା ପରେ ମଧ୍ୟ ବସ୍ତି ଘର ଛାଡିବା ପରିବର୍ତ୍ତେ ଭଡ଼ାରେ ଲଗାଉଛନ୍ତି ଲୋକେ। ଫଳରେ ସୃଷ୍ଟି ହେଉଛି ଜଟିଳ ପରିସ୍ଥିତି। ଭୁବନେଶ୍ୱର ଠାରୁ ପୁରୀ ରାସ୍ତାର ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଦୟା ପଶ୍ଚିମ କେନାଲ ପାର୍ଶ୍ବରେ ନିର୍ମାଣ ହେଉଛି ସମାନ୍ତରାଳ ଡବଲ ରୋଡ଼। ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହେବାଜୁ ବସିଥିବା ବେଳେ ମହିଷାଖାଲ ବସ୍ତିରେ ଜବରଦଖଲ ଯୋଗୁଁ ସୃଷ୍ଟି ହୋଇଛି ସମସ୍ୟା । ବିଜେବି ନଗର ଠାରୁ ଗେରେଜ ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହୋଇପାରୁନାହିଁ। ଆଜି ବିଏମସି, ବିଡିଏ ଓ ପୋଲିସର ମିଳିତ ଚଢ଼ାଉ କରି ଶତାଧିକ ଘରକୁ ଉଛେଦ କରାଯାଇଛି। ଉତ୍ତେଜନା ସତ୍ବେ ବ୍ୟାପକ ପୋଲିସ ମୁତୟନ କରି ଜବରଦଖଲ ଉଛେଦ କରାଯାଇଛି। କଟକ ଠାରୁ ପୁରୀ ଭାୟା ଭୁବନେଶ୍ୱର ଯାତାୟତ କଷ୍ଟକର ହେଲାଣି। ଫଳରେ ଜବର ଦଖଲ ଛତ୍ସେଦ ପାଇଁ ବିଏମସି ଓ ବିଡିଏ ପକ୍ଷରୁ ହୋଇଥିବା ଉଦ୍ୟମ ସର୍ବସାଧାରଣଙ୍କ ହିତରେ ବେଶ ସାହାୟକ ହେବ ବୋଲି ମତ ପ୍ରକାଶ ପାଇଛି । କେବଳ ପୁରୀ ଠାରୁ ଭୁବନେଶ୍ୱର ରାସ୍ତାର ସମସ୍ୟା ନୁହଁ ବଂର ଜୟଦେବ ବିହାର ଛକ ଠାରୁ ନନ୍ଦନକାନନ ରୋଡ଼ର ଟ୍ରାଫିକ ସମସ୍ୟାର ସମାଧାନ ପାଇଁ କରାଯାଉଛି ବିକଳ୍ପ ବ୍ୟବସ୍ଥା। ଉଭୟ ପ୍ରକଳ୍ପ ଶେଷ ହେଲେ ଲୋକଙ୍କ ଗମନାଗମନରେ ଆଉ ସମସ୍ୟା ରହିବ ନାହିଁ ।

ଏଥିସହିତ ପଢ଼ନ୍ତୁ: ବରଗଡ଼ ଯୁବକଙ୍କ ଉଦ୍ଭାବନ: ବ୍ୟାଟେରୀରେ ଚାଲିବ ସାଇକେଲ୍, ଥରେ ଚାର୍ଜ କଲେ ୧୦୦ କିମି

ସୁରକ୍ଷିତ ନୁହେଁ OK ଗୁଗୁଲ୍‌: କମ୍ପାନୀ କର୍ମଚାରୀ ବି ଶୁଣୁଛନ୍ତି ଆପଣଙ୍କ କଥା

ନୂଆଦିଲ୍ଲୀ: ଗୁଗୁଲ ଆଜିର ଟେକ୍ନୋଲୋଜି ଦୁନିଆରେ ଏକ ବଡ଼ ଭୂମିକା ଗ୍ରହଣ କରିଛି। ଆମ ଜୀବନର ପ୍ରତିଟି କାର୍ଯ୍ୟରେ ଆଗ ଗୁଗୁଲକୁ ଖୋଜା ପଡ଼ିଥାଏ। କାରଣ ଗୁଗୁଲ ହେଉଛି ଏକ ବିଶ୍ୱସ୍ତ ନେଟଓ୍ୱର୍କ। ଆଜି ପର୍ଯ୍ୟନ୍ତ ଆମକୁ ପ୍ରତିଟି ପ୍ରଶ୍ନର ଉତ୍ତର ଦେଇଛି ଗୁଗୁଲ। ଜୀବନର କଠିନ ରାସ୍ତାକୁ ବହୁ ମାତ୍ରାରେ ସଳରିକରଣର କରିଦେଇଛି। କହିବାକୁ ଗଲେ ଗୁଗୁଲ ସହିତ ଆମେ ଏତେମାତ୍ରାରେ ଜଡ଼ିତ ହୋଇସାରିଛେ ଯେ ଏବେ ଗୁଗୁଲ ଠାରୁ ଦୁରେଇ ରହିବା ଅସମ୍ଭବ ମାତ୍ର। କିନ୍ତୁ କିଛି ଦିନ ହେବେ ଫେସବୁକ, ଟ୍ୱିଟର ବିବାଦ ମଧ୍ୟକୁ ଠେଲି  ହୋଇଯାଇଛନ୍ତି। ଆଉ ଏବେ ବିବାଦକୁ ଆସିଛି ଗୁଗୁଲ।

ଗୁଗୁଲ ତାର ଡାଟା ଗୋପନୀୟତା ଏବଂ ସୁରକ୍ଷାକୁ ନେଇ ଏକ ବୈଠକ କରିଛି। ଯେଉଁ ବୈଠକରେ ଗୁଗୁଲ ଏମିତି କିଛି ତଥ୍ୟ ରଖିଥିଲା ଯେଉଁଥିପାଇଁ ଏବେ ନିଜେ ବିବାଦ ଭିତରକୁ ଠେଲି ହୋଇଯାଇଛି। ବୈଠକରେ ଗୁଗୁଲ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି। ଏମିତି ଏକ ସୂଚନା ଯାହା ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ ଅନେକ ମାତ୍ରାରେ ପ୍ରଭାବ ପକାଇ ପାରେ। କଥାଟି ହେଉଛି ଗୁଗୁଲ ଆସିଷ୍ଟାନ୍ସ ମାନେ ଓକେ ଗୁଗୁଲ। ଗୁଗୁଲ୍ କର୍ମଚାରୀଙ୍କୁ ଯେତେବେଳେ ‘ଓକ ଗୁଗଲ୍’ କହିବା ପରେ କିଛି କଥା ପଚାରନ୍ଦତି ସେତେବେଳେ ଗୁଗୁଲ୍ କର୍ମଚାରୀମାନେ ସେହି ରେକର୍ଡିଂ ମଧ୍ୟ ଶୁଣିପାରିବେ ବୋଲି କୁହାଯାଇଛି। ସୂଚନା ପ୍ରଯୁକ୍ତିବିଦ୍ୟା ସଂସଦୀୟ ଷ୍ଟାଣ୍ଡିଂ କମିଟିକୁ ଗୁଗୁଲ ଏହି ସୂଚନା ଦେଇଛି।

ତେବେ ଆପଣ ମାନେ ଭାବୁଥିବେ ଓକେ ଗୁଗୁଲ କଣ। ଓକେ ଗୁଗୁଲ ହେଉଛି ଗୁଗୁଲର ଆସିଷ୍ଟାଣ୍ଟ। ଗୁଗୁଲରେ  ସର୍ଚ ପ୍ରୋସେସକୁ ଅଧିକ ଶରଳିକରଣ କରିବା ପାଇଁ ଭଏସ ରେକଗନାଇଜେସନ ଆରମ୍ଭ କରାଯାଇଥିଲା । ଯେଉଁଥିରେ ଜଣେ ବ୍ୟକ୍ତି ଓକେ ଗୁଗୁଲରେ ତାଙ୍କର ପ୍ରଶ୍ନ ପଚାରି ଉତ୍ତର ପାଇପାରିବେ। କିନ୍ତୁ ଏହା ଏବେ ଅସୁବିଧାର କାରଣ ପାଲଟିଛି।

ଶଶି ଥରୁରଙ୍କ ନେତୃତ୍ୱରେ ଗଠିତ କମିଟି ଏହାକୁ ବ୍ୟବହାରକାରୀଙ୍କ ଗୋପନୀୟତାକୁ ଗୁରୁତ ଭାବରେ ଉଲ୍ଲଂଘନ କରିଛି ବୋଲି କହିଛି। ଏହା ଉପରେ କମିଟି ଖୁବ ଶୀଘ୍ର ଏକ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ କିଛି ପରାମର୍ଶ ଦେବ ବୋଲି ମଧ୍ୟ କହିଛି। ପ୍ୟାନେଲ ସୂତ୍ରରୁ ପ୍ରକାଶ ଯେ ଗୁଗୁଲ ସ୍ପଷ୍ଟ କରିଛି ଯେ ଯେତେବେଳେ ଉପଭୋକ୍ତାମାନେ ଗୁଗୁଲ ଆସିଷ୍ଟାଣ୍ଟ ଆରମ୍ଭ କରି ‘ଓକ, ଗୁଗୁଲ’ କୁହନ୍ତି, ସେତେବେଳେ ଏହି କଥା ତାଙ୍କର କର୍ମଚାରୀ ଶଶୁଣିପାରନ୍ତି।

୨୦୧୯ ରେ ଗୁଗୁଲ୍ ପ୍ରଡକ୍ଟ ମ୍ୟାନେଜର୍  ଡେଭିଡ ମୋନସି ମଧ୍ୟ ଏକ ବ୍ଲଗରେ ସ୍ୱୀକାର କରିଛନ୍ତି ଯେ ତାଙ୍କ ଭାଷା ବିଶେଷଜ୍ଞମାନେ ରେକର୍ଡିଂ ଶୁଣନ୍ତି ଯାହା ଦ୍ୱାରା ଗୁଗୁଲ୍ ସ୍ପିଚ୍ ସେବା ଉନ୍ନତ କରିବାରେ ସହାୟକ ହୋଇପାରିବ। ତେବେ ଶଶିଙ୍କ ବୈଠକରେ ଥିବା ସଦଶ୍ୟ ମାନେ ମଧ୍ୟ ଗୁଗୁଲକୁ ଘେରିଛନ୍ତି। ସଦସ୍ୟମାନେ ଗୁଗୁଲକୁ  ଟାର୍ଗେଟ କରି କହିଛନ୍ତି ଯେ, ଏବେ ଆମକୁ ଜଣାପଡ଼ିଲାଯେ କାହିଁକି ଓକେ ଗୁଗୁଲରେ ପ୍ରଶ୍ନ କଲା ପରେ ଏତେ ସାରା ଆଡ ଆମ ପାଖକୁ ଆସିବାକୁ ଲାଗୁଥିଲା। ପୂର୍ବରୁ ଗୁଗୁଲ କହିଥିଲା ଓକେ ଗୁଗୁଲରେ ହେଉଥିବା ବାର୍ତ୍ତାଳାପକୁ ଗୁଗୁଲ ରେକଡିଂ କରି ରଖୁଛି। କିନ୍ତୁ ସେହି ରେକଡିଂକୁ ଗୁଗୁଲ କର୍ମଚାରୀ ମାନେ ଶୁଣୁଛନ୍ତି ତାହା କହିନଥିଲା।

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MEITY) ତରଫରୁ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଗୁଗୁଲ ପରି କମ୍ପାନୀ ଗୁଡ଼ିକ ଜମା ହୋଇଥିବା ତଥ୍ୟକୁ ଡିଲିଟ କରୁନାହାନ୍ତି ଯେପର୍ଯ୍ୟନ୍ତ ଉପଭୋକ୍ତା ଏହାକୁ ନିଜେ ଡିଲିଟ୍ ନକରନ୍ତି। ଯାହା ଉରପରେ ସରକାର ନଜର ରଖିଛନ୍ତି।

 

 

 

ବରଗଡ଼ ଯୁବକଙ୍କ ଉଦ୍ଭାବନ: ବ୍ୟାଟେରୀରେ ଚାଲିବ ସାଇକେଲ୍, ଥରେ ଚାର୍ଜ କଲେ ୧୦୦ କିମି

ବରଗଡ଼: ନିଜସ୍ବ ଜ୍ଞାନ କୌଶଳରେ ଯୁବକଙ୍କ କମାଲ । ବ୍ୟାଟେରୀ ଚାଳିତ ସାଇକେଲ୍ ତିଆରି କଲେ ବରଗଡ଼ ଜିଲ୍ଲା ମାଣ୍ଡୋସିଲ ଗାଁର ଦୁଇ ଭାଇ । ଏହି ସାଇକେଲ୍‌କୁ ଥରେ ଚାର୍ଚ୍ଚ କଲେ ୧୦୦ କିଲୋମିଟର ପର୍ଯ୍ୟନ୍ତ ଯାଉଛି । ଏଥିପାଇଁ କମ୍ ବିଦ୍ୟୁତ୍ ଖର୍ଚ୍ଚ ମଧ୍ୟ ହେଉଛି । ତୈଳଦର ଆକାଶଛୁଆଁ ରହିଥିବା ବେଳେ ବ୍ୟାଟେରୀ ଚାଳିତ ସାଇକେଲ୍ ଲୋକଙ୍କୁ ଆଶ୍ବସ୍ତି ଦେବ ।

ମାଣ୍ଡୋସିଲ ଗାଁର ମେକାନିକାଲ୍ ଇଞ୍ଜିନିୟର । ତିଆରି କଲେ ବ୍ୟାଟେରୀ ଚାଳିତ ସାଇକେଲ୍ । ଥରେ ଚାର୍ଚ୍ଚ କଲେ ଗଡୁଛି ୧୦୦ କିଲୋମିଟର । ଦୃଢ ଇଛାଶକ୍ତି ଓ କଠିନ ପରିଶ୍ରମ, ମଣିଷକୁ ସଫଳତାର ଶୀର୍ଷରେ ପହଁଚାଏ । ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ୍ ମାଣ୍ଡୋସିଲ ଗାଁର ଦୁଇ ଭାଇ ବିଜୁ ଖୁଣ୍ଟିଆ ଓ ଅଜୁ ଖୁଣ୍ଟିଆ । ନିଜସ୍ବ ଜ୍ଞାନ କୌଶଳରେ କମାଲ କରି ଦେଖାଇଛନ୍ତି । ତୈଳଦର ଆକାଶଛୁଆଁ ବେଳେ ତିଆରି କରିଛନ୍ତି ବ୍ୟାଟେରୀ ଚାଳିତ ସାଇକେଲ୍ ।

ଏହି ବ୍ୟାଟେରୀ ଚାଳିତ ସାଇକେଲ୍ ତିଆରି ପାଇଁ ଦୁଇ ଭାଇଙ୍କୁ ଏକ ମାସ ସମୟ ଲାଗିଛି । ଏଥିପାଇଁ ୨୫ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ଏଥିରେ ଗୋଟିଏ ମଟର, ବ୍ୟାଟେରୀ, ଲାଇଟ୍ ଓ ମିଟର ଖଞ୍ଜା ଯାଇଛି । ଏହି ସାଇେକେଲ୍କୁ ଥରେ ଚାର୍ଚ୍ଚ କଲେ ୧୦୦ କିଲୋମିଟର ଯାଉଛି । ଚାର୍ଚ୍ଚ କରିବା ଲାଗି ଖୁବ୍ କମ୍ ବିଦ୍ୟୁତ୍ ଖର୍ଚ୍ଚ ମଧ୍ୟ ହେଉଛି ବୋଲି କହିଛନ୍ତି ସାଇକେଲ୍ ନିର୍ମାତା । ମହଙ୍ଗା ତୈଳ ଦର ସମୟରେ ଏହି ବ୍ୟାଟେରୀ ଚାଳିତ ସାଇକେଲ୍ ଆଶ୍ବସ୍ତି ଦେବ । ତେବେ ସରକାରୀ ସହାୟତା ମିଳିଲେ ଆହୁରି ଅଧିକ ସାଇକେଲ୍ ତିଆରି କରିବା ଆଶା ରଖିଛନ୍ତି ଦୁଇ ଭାଇ ।

ଏଥିସହିତ ପଢ଼ନ୍ତୁ: ରୋଜଗାରର ଦେଉଛି ଆମ୍ବ ଟାକୁଆ: କୋଇଲି କାଢ଼ି ହୋଇଛନ୍ତି ରୋଜଗାରକ୍ଷମ

୨୨ ବର୍ଷ ପୂର୍ବରୁ ପରିବାର ବିରୁଦ୍ଧରେ ଯାଇ ରାଜ କୌଶଲଙ୍କୁ ବିବାହ କରିଥିଲେ ମନ୍ଦିରା, ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ମନ୍ଦିରାଙ୍କୁ ଛାଡ଼ି ସବୁଦିନ ପାଇଁ ଅଫେରା ରାଇଜକୁ ଚାଲିଯାଇଛନ୍ତି ରାଜ। ହୃଦଘାତ କାରଣରୁ ଆଜି ସକାଳେ ରାଜଙ୍କ ଦେହାନ୍ତ ହୋଇଛି। ରାଜଙ୍କ ମୃତ୍ୟୁ ମନ୍ଦିରାଙ୍କୁ ପୁରା ଦୋହଲାଇ ଦେଇଛି। ମନ୍ଦିରାଙ୍କୁ ଦୁଃଖର ସାଗରେ ଭସାଇ ଚାଲିଯାଇଛନ୍ତି ରାଜ। ଏଭଳି ପରିସ୍ଥିତିରେ ସମଗ୍ର ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ମନ୍ଦିରାଙ୍କୁ ସମ୍ଭାଳିବା ପରିବାର ପକ୍ଷରେ ବହୁତ ହେଉଛି।

ରାଜଙ୍କ ମୃତ୍ୟୁ ପରେ ମନ୍ଦିରା ସମ୍ପୂର୍ଣ୍ଣ ଭାବରେ ଭାଙ୍ଗିପଡ଼ିଛନ୍ତି। ଆମେ ଆପଣଙ୍କୁ କହିଦେବାକୁ ଚାହୁଁ ଯେ ମନ୍ଦିରା ଏବଂ ରାଜଙ୍କ ବାହାଘରରେ ଆସିଛି ଅନେକ ବାଧାବିଘ୍ନ। ମନ୍ଦିରା ତାଙ୍କ ପରିବାରର ବିଦ୍ଧରେ ଯାଇ ବିବାହ କରିଥିଲେ। ମନ୍ଦିରା ଏବଂ ରାଜଙ୍କ ୨୨ ବର୍ଷ ହେବ ବାହାଘର ହୋଇଥିଲା। ମନ୍ଦିରା ଏବଂ ରାଜଙ୍କ ଦୁଇଟି ସନ୍ତାନ ରିହିଛି। ଜଣକୁ ଜନ୍ମ କରିଥିବା ବେଳେ ଅନ୍ୟ ଜଣକୁ ଆଡପ୍ଟ କରିଛନ୍ତି ମନ୍ଦିରା।

 

ମନ୍ଦିରା ଏବଂ ରାଜଙ୍କ ଲଭଷ୍ଟୋରୀ ଆରମ୍ଭ ହୁଏ ୧୯୯୬ ମସିହାରୁ। ଏକ ଅଡିସନ ଗ୍ରାଉଣ୍ଡରୁ ଆରମ୍ଭ ହୁଏ ଲଭର ଅଡିସନ। ସେତେବେଳେ ରାଜ କୌସଲ ଏତେଟା ଫେମସ ହୋଇଦନଥିଲେ।

ମନ୍ଦିରା ଏବଂ ରାଜ କୌଶଲ ପ୍ରଥମେ ୧୯୯୬ ରେ ମୁକୁଲ ଆନନ୍ଦଙ୍କ ଘରେ ସାକ୍ଷାତ ହୁଅନ୍ତି। ମନ୍ଦିରା ସେତେବେଳେ ଫିଲ୍ମରେ ଅଭିନୟ ପାଇଁ ଷ୍ଟ୍ରଗଲ କରୁଥିଲେ। ମନ୍ଦିରା ସେଠାରେ ଅଡିସନରେ ପାଇଁ ପହଞ୍ଚିଥିଲେ ଏବଂ ରାଜ ମୁକୁଲ ଆନନ୍ଦଙ୍କ ସହକାରୀ ଭାବରେ କାର୍ଯ୍ୟ କରୁଥିଲେ। ମୁକୁଲଙ୍କ ଘରରେ ଆରମ୍ଭ ହୋଇଥିଲା ଉଭୟଙ୍କ ପ୍ରେମ କାହାଣୀ।

୩ ବର୍ଷର ପ୍ରେମ ପରେ ମନ୍ଦିରା ୧୪ ଫେବୃଆରୀ ୧୯୯୯ରେ ରାଜ କୌଶଲଙ୍କୁ ବିବାହ କରିଥିଲେ। କିନ୍ତୁ ଏହି ବିବାହ ପାଇଁ ମନ୍ଦିରାଙ୍କ ଘର ଲୋକ ଆଦୌରାଜି ନଥିଲେ। ମନ୍ଦିରାଙ୍କ ପିତାମାତା ଚାହୁଁଥିଲେ ଯେ ସେ ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ସହିତ ବିବାହ କରନ୍ତୁ ବୋଲି। ଆଉ ସେତେବେ କୌଶଲ ଆନନ୍ଦଙ୍କ ସହକାରୀ ଭାବେ କାରର୍ଯ୍ୟ କରୁଥିଲେ। କିନ୍ତୁ ଉଭୟଙ୍କ ପ୍ରେମ ଏତେ ଗଭିର ଥିଲା ଯେ କହି ମଧ୍ୟ ତାଙ୍କ ପ୍ରେମକୁ ଭାଙ୍ଗିପାରି ନଥିଲେ। ଆଉ ଏବେ ଅଫେରା ରାଇଜକୁ ଚାଲିଯାଇଛନ୍ତି ରାଜ କୌଶଲ।

 

 

ରୋଜଗାରର ଦେଉଛି ଆମ୍ବ ଟାକୁଆ: କୋଇଲି କାଢ଼ି ହୋଇଛନ୍ତି ରୋଜଗାରକ୍ଷମ

ବାଲିଗୁଡ଼ା: ସଂକ୍ରମଣକୁ ରୋକିବା ପାଇଁ ସହରଠୁ ଗାଁ ସବୁଠି ପଡ଼ିଛି ତାଲା । ଏହାରି ଭିତରେ କାମ ନପାଇ ଭୋକରେ ଦିନ କାଟୁଛନ୍ତି ଗରିବ ଶ୍ରେଣୀର ଲୋକେ । ହେଲେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଦଣ୍ଡିମାହାରେ ରୋଜଗାର ଦେଖାଇଛି ଆମ୍ବ ଟାକୁଆ । ଆମ୍ବ ଟାକୁଆରୁ କୋଇଲି କାଢ଼ି ରୋଜଗାରକ୍ଷମ ହୋଇଛନ୍ତି ୧୦ରୁ ୧୫ଜଣ ଲୋକ ।

କରୋନା କେବଳ ଜୀବନ ନେଉନି ବଂର ଜୀବିକା ଛଡ଼ାଇ ନେଉଛି । ସଂକ୍ରମଣକୁ ରୋକିବା ପାଇଁ ଗାଁଠୁ ସହର ସବୁଠି ପଡ଼ିଛି ତାଲା । ଏହାରି ଭିତରେ ଭୋକ ସହ ଲଢେଇ କରୁଛନ୍ତି ଗରିବ ଶ୍ରେଣୀର ଲୋକ । ହେଲେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଦଣ୍ଡିମାହାରେ ରୋଜାଗର ଦେଖାଇଛି ଆମ୍ବ ଟାକୁଆ । ଗାଁର ଲକ୍ଷଣ ବିନ୍ଧାଣୀ ଆମ୍ବ ଟାକୁଆରୁ କୋଇଲି ବାହାର କରି ନିଜେ ରୋଜଗାରକ୍ଷମ ହୋଇଛନ୍ତି । ଏହାସହ ୧୫ ରୁ ୨୦ ଜଣଙ୍କୁ ରୋଜଗାରକ୍ଷମ କରାଇଛନ୍ତି ଲକ୍ଷଣ । କାମ ନପାଇ ଦୁଃଖରେ ଥିବା ମହିଳାମାନେ ଏଥିରେ ନିୟୋଜିତ ହୋଇ ବେଶ ଖୁସି ଅଛନ୍ତି ।ଜିଲ୍ଲାରେ ଚଳିତ ବର୍ଷ ପ୍ରଚୁର ଆମ୍ବ ଅମଳ ହୋଇଥିବାରୁ ଏଭଳି ବୁଦ୍ଧି ଖଟାଇଛନ୍ତି ଲକ୍ଷଣ । ବାହାର ରାଜ୍ୟରେ କୋଇଲିର ବେଶ ଚାହିଦା ରହିଛି । ଏଥିପାଇଁ ଆଖପାଖ ଅଞ୍ଚଳରୁ ଆମ୍ବ ଟାକୁଆ ସଂଗ୍ରହ କରି ସେଥିରୁ କୋଇଲି ବାହାର କରୁଛନ୍ତି ଲକ୍ଷଣ । ନିଜେ ଏଥିରେ ନିୟୋଜିତ ହେବା ସହ ଏମାନଙ୍କୁ ବି ଦେଇଛନ୍ତି ରୋଜଗାର । ତେବେ ଏଭଳି ସଂକଟ ସମୟରେ ଲକ୍ଷଣଙ୍କ ଏଭଳି ପ୍ରୟାସ ଅଞ୍ଚଳରେ ଏକ ଉଦାହରଣ ସୃଷ୍ଟି କରିଛି । ମହାମାରୀରେ କାମ ନପାଇ ଅନେକ ଗରିବ ଶ୍ରେଣୀର ଲୋକ ଭୋକ ସହ ଲଢେଇ କରୁଛନ୍ତି । ଏଭଳି ପରିସ୍ଥିତିରେ ଲକ୍ଷଣଙ୍କ ଏହି କାର୍ଯ୍ୟ ଏମାନଙ୍କ ପେଟରେ ଦାନା ଯୋଗାଇ ପାରିଛି

ନଦୀରେ ଗାଧୋଉଥିବା ବେଳେ ଭାସିଗଲେ ୩ ସାଙ୍ଗ

ଜଗତସିଂହପୁର: ଏରାଗାରୀରେ ଘଟିଛି ଅଭାବନୀୟ ଘଟଣା । ନଦୀରେ ଗାଧୋଉଥିବା ଘଟିଛି ଅଘଟଣ । ବୁଧବାର ନଈରେ ଗାଧୋଉଥିବା ବେଳେ ଭାସିଗଲେ ୩ ସାଙ୍ଗ । ଦୁଇ ଜଣ ସୁରକ୍ଷିତ ଉଦ୍ଧାର ହୋଇଥିବା ବେଳେ ଏବେ ବି ଜଣେ ନିଖୋଜ ଅଛନ୍ତି । । ଜଗତସିଂହପୁର ତିର୍ତ୍ତୋଲ ବ୍ଲକ ଏରାଗାରୀ ଠାରେ ଘଟିଛି ଏହି ଅଘଟଣ । ଅଭିନା ମଲ୍ଲିକଙ୍କ ପୁଅ ସୁମନ ମଲ୍ଲିକ ନିଜ ସାଙ୍ଗ ଦୁଇ ଜଣଙ୍କ ସହିତ ମିଶି ପାଇକନଦୀ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ ଖେକୁଦରେ ନଦୀ ପାର ହୋଇ ଆରପଟ ଶଙ୍ଖେଶ୍ୱର ଯିବାକୁ ଚେଷ୍ଟା କରିଥିଲେ ତିନି ସାଙ୍ଗ । ହେଲେ ନଦୀ ସୁଅରେ ତିନି ସାଙ୍ଗ ଭାସି ଯାଇଥିଲେ । ହେଲେ ଦୁଇ ଜଣଙ୍କ ଉଦ୍ଧାର କରାଯାଇଥିବା ବେଳେ ସୁମନ ଏ ପର୍ଯ୍ୟନ୍ତ ନିଖୋଜ ରହିଛି । ଘଟଣା ସ୍ଥଳରେ ତିର୍ତ୍ତୋଲ ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଗ୍ରାମବାସୀ ମାନେ ମିଶି ଖୋଜାଖୋଜି ଜାରି ରଖିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଟୋକିଓ ଅଲିମ୍ପିକ୍ସରେ ଦୌଡ଼ିବେ ଦୌଡ଼ ରାଣୀ ଦୂତୀ ଚାନ୍ଦ