ସେଇ ଗାଁ’ର କାହାଣୀ, ଯେଉଁଠି ପୂଜା ପାଆନ୍ତି ଭାରତ ମାତା

ବୌଦ୍ଧ: ଆମେ ସବୁବେଳେ ଦେବାଦେବୀଙ୍କୁ ପୂଜା କରିଥାଉ। ଗାଁ ଗାଁରେ ରହିଥାଏ ଅନେକ ଠାକୁର ଠାକୁରାଣୀଙ୍କର ମନ୍ଦିର। କିନ୍ତୁ କେବେ କେହି ଗାଁ ମନ୍ଦିରରେ ଭାରତ ମାତାଙ୍କୁ ପୂଜା କରିବା ଦେଖିନଥିବେ। ହେଲେ ଏମିତି ଏକ ଗାଁ ରହିଛି ଯେଉଁଠି ବର୍ଷ ସାରା ଇଷ୍ଟ ଦେବୀ ରୂପେ ପୂଜା ପାଆନ୍ତି ଭାରତ ମାଆ। ଦେଶ ପ୍ରେମର ପ୍ରକୃତ ଗାଁ ବୌଦ୍ଧ ଜିଲ୍ଲା ବହିରା ପଞ୍ଚାୟତ ବନପାଲି। ଏଠାରେ ଦେବାଦେବୀଙ୍କ ଭଳି ମନ୍ଦିରରେ ପୂଜା ପାଉଛନ୍ତି ଭାରତ ମାତା।

ଦେଶପ୍ରେମର ଅନନ୍ୟ ଗାଁ। ବୌଦ୍ଧ ଜିଲ୍ଲା ବହିରା ପଞ୍ଚାୟତର ବନପାଲି। ଯେଉଁଠି ରହିଛି ଭାରତ ମାଆଙ୍କର ମନ୍ଦିର। ଭାରତ ମାନଚିତ୍ରରେ ହୁଏତ ଏହି ଗାଁକୁ ଚିହ୍ନି ହେବନି। ହେଲେ ଏଇଠି ଦେଖିବାକୁ ମିଳେ ଦେଶ ପ୍ରେମର ପ୍ରକୃତ ନିଦର୍ଶନ। ୩୩ କୋଟି ଦେବତାଙ୍କ ଭଳି ଏଠାରେ ପୂଜା ପାଉଛନ୍ତି ଭାରତ ମାଆ। ମନ୍ଦିର ତୋଳି ଭାରତ ମାଆଙ୍କୁ ପୂଜା କରୁଛନ୍ତି ଗାଁ ଲୋକ।

ସ୍ୱାଧୀନତାର ବହୁ ପୂର୍ବରୁ ଭାରତ ମାଆ ଏଠି ଇଷ୍ଟ ଦେବୀ ରୂପେ ପୂଜା ପାଉଛନ୍ତି। ଗାଁର ସ୍ୱାଧୀନତା ସଂଗ୍ରାମୀମାନେ ଏହି ମନ୍ଦିର ନିର୍ମାଣ କରିଥିଲେ। ଏହା ପରଠାରୁ ପିଢି ପରେ ପିଢି ଭାରତମାତାଙ୍କ ପୂଜାର୍ଚ୍ଚନା କରିଆସୁଛନ୍ତି। କିନ୍ତୁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଥିବାରୁ ମନ୍ଦିରର ପ୍ରଚାର ପ୍ରସାର ହୋଇପାରୁନଥିବା କହିଛନ୍ତି ଗ୍ରାମବାସୀ। ତେବେ ବୌଦ୍ଧ ଜିଲ୍ଲାପାଳ ନିଜେ ସ୍ଥାନ ପରିଦର୍ଶନ କରି ଯଥା ସମ୍ଭବ ଏହାକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବାକୁ ପ୍ରତିଶୃତି ଦେଇଛନ୍ତି।

Leave a Reply