spot_img
Home Blog Page 5472

ଟୋକିଓ ଅଲିମ୍ପିକ୍ସରେ ଦୌଡ଼ିବେ ଦୌଡ଼ ରାଣୀ ଦୂତୀ ଚାନ୍ଦ

ନୂଆଦିଲ୍ଲୀ: ଇଣ୍ଡିଆନ ସ୍ପ୍ରିଣ୍ଟର ଦୂତି ଚାନ୍ଦଙ୍କୁ ମିଳିଲା ଅଲିମ୍ପିକ୍ସ ଟିକେଟ୍ । ଟୋକିଓ ଅଲିମ୍ପିକ୍ସ ଲାଗି ସେ ୧୦୦ ଓ ୨୦୦ ମିଟର ରେସରେ ଭାଗ ନେବା ଲାଗି ଯୋଗ୍ୟତା ହାସଲ କରିଛନ୍ତି । ବିଶ୍ବ  ରାଙ୍କିଂ ଆଧାରରେ ତାଙ୍କୁ ମନୋନୀତ କରାଯାଇଛି । ନିକଟରେ ହୋଇଥିବା ଦୁଇଟି ଯୋଗ୍ୟତା ପର୍ଯ୍ୟାୟ ଦୌଡରେ ସେ ଅଲିମ୍ପିକ ଯୋଗ୍ୟତାରୁ ବଞ୍ଚିତ ହୋଇଥିଲେ ବି ବିଶ୍ବ ରାଙ୍କିଙ୍ଗ ଲାଗି ତାଙ୍କୁ ଟିକେଟ ମିଳିବ ବୋଲି ଅନୁମାନ କରାଯାଉଥିଲା । ସେ ଭାରତୀୟ ଗ୍ରାଣ୍ଡ ପିକ୍ସରେ ୧୧.୭ ସେକଣ୍ଡରେ ରେସ ଶେଷ କରି ନିଜ ପୂରୁଣା ରେକର୍ଡ ଭାଙ୍ଗିବା ସହ  ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିଲେ । ୧୦୦ ମିଟର ଦୌଡରେ ଦୂତୀ ବିଶ୍ବରେ ୪୪ ତମ ସ୍ଥାନରେ ଥିବାବେଳେ ୨୦୦ ମିଟର ରେସରେ ୫୧ତମ ସ୍ଥାନରେ ଅଛନ୍ତି ।

ଏଥିସହିତ ପଢ଼ନ୍ତୁ: ‘ରାଜୀବ ଗାନ୍ଧୀ ଖେଳରତ୍ନ’ ପାଇଁ ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ ନାଁ ସୁପାରିସ୍

କୋଭିସିଲ୍ଡ ଟିକାର ଆଉ ୧ ଲକ୍ଷ ଡୋଜ୍ ରାଜ୍ୟରେ ପହଞ୍ଚିବ

ଭୁବନେଶ୍ୱର: ବୁଧବାର ରାଜ୍ୟରେ ପହଞ୍ଚିବ କୋଭିସିଲ୍ଡ ଟିକାର ଆଉ ୧ ଲକ୍ଷ  ଡୋଜ । ଜୁନ ମାସରେ ୧୯ ଲକ୍ଷ୫୮ହଜାର ୩୭୦ ଟିକା ରାଜ୍ୟକୁ କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି। ଜୁନ୍ କୋଟା ସରିଯିବା ପରେ ରାଜ୍ୟ ସରକାର ଆଉ ୬ ଲକ୍ଷ ଡୋଜ ଦେବାକୁ ଅନୁରୋଧ କରିଥିଲେ । ଜୁନ ମାସର କୋଟା ଅନୁସାରେ କୋଭାକ୍ସିନ ଟିକା ୪ ଲକ୍ଷ 31ହଜାର 130ଡୋଜ ଆସିବା କଥା। ବର୍ତ୍ତମାନ ସୁଦ୍ଧା ୩,୪୦,୮୫୦ ଆସିଛି । ଆଉ ୯୦ହଜାର ୨୮୦ ଆସି ନଥିବା ସୂଚନା ଦେଇଛନ୍ତି ପରିବାରକଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ସୂଚନା ଯୋଗ୍ୟ ଯେ, ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ ପୁଣି ଥରେ ୩ ହଜାର ଡେଇଁଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ ହଜାର ୩୭୧ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୯୨୨ଟି ପଜିଟିଭ୍ ମାମଲା ଆସିଥିବା ବେଳେ ୧୪୪୯ଟି ମାମଲା ହେଉଛି ସ୍ଥାନୀୟ ସଂକ୍ରମଣ । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୫୩୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୬୮ ଜଣଙ୍କ ନମୁନା ପଜିଟିଭ୍ ଆସିଛି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ୧୬ ଜୁଲାଇ ସକାଳ ୬ ଯାଏଁ ଆଂଶିକ ଲକ୍‌ଡାଉନ

ରାଜ୍ୟରେ ୧୬ ଜୁଲାଇ ସକାଳ ୬ ଯାଏଁ ଆଂଶିକ ଲକ୍‌ଡାଉନ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ପ୍ରେସ୍‌ ମିଟ। ୧୬ ଜୁଲାଇ ସକାଳ ୬ ଯାଏଁ ରାଜ୍ୟରେ ଆଂଶିକ ଲକ୍‌ଡ଼ାଉନ । କାଟାଗୋରୀ ଏ ରେ ୨୦ ଜିଲ୍ଲା ଏବଂ କାଟେଗୋରୀ ବି ରେ ୧୦ ଜିଲ୍ଲା ରହିଛି। ତେବେ କାଟାଗୋରୀ ଏ ରେ ପୂର୍ବରୁ ଥିବା ୧୭ ଜିଲ୍ଲାରେ ସାମିଲ ହୋଇଛି ଆଉ ୩ ଜିଲ୍ଲା। ସେହି ୩ଟି ଜିଲ୍ଲା ହେଉଛି ଅଗୁଗୁଳ, କେଉଁଝର ଏବଂ ଢ଼େଙ୍କାନାଳ। ୫ ପ୍ରତିଶତରୁ ଅଧିକ ଥିବା ଥିବା ଅଞ୍ଚଳକୁ କାଟାଗୋରୀ ବି ରେ ସାମିଲ କରାଯାଇଛି। ଯେଉଁଠି ୧୦୦ ଜଣଙ୍କୁ ପରୀକ୍ଷା କଲେ ୫ ଜଣରୁ ଅଧିକ କରୋନା ସଂକ୍ରମିତ ବାହାରୁଛନ୍ତି।

୫ ପ୍ରତିଶତରୁ ଅଧିକ ଥିବା ଅଞ୍ଚଳକୁ କାଟାଗୋରୀ ବି’ ରେ ସାମିଲ କରାଯାଇଛି। ଗତ ୧୦ ଦିନ ଭିତରେ ଗକାଟାଗୋରୀ ବିରେ ଥିବା ଜିଲ୍ଲା ଗୁଡ଼ିକରେ ସଂକ୍ରମିତଙ୍କ ସଂଖ୍ୟା ବହୁତ କମ୍‌ରେ କମିବାରେ ଲାଗିଛି। ତେଣୁ ସେହି ସବୁ ଜିଲ୍ଲାରେ କଟକଣାକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି। ଗତ କାଲି ମଧ୍ୟ ମୁଖ୍ୟମନ୍ତ୍ରୀ ଏଥିପାଇଁ ନିର୍ଦ୍ଦେଶ ଦେଇଥିଲେ।

ତେବେ ରାଜ୍ୟରେ ଧିରେ ଧିରେ କରୋନା ପରିସ୍ଥିତି ଦେଖି ଅନ୍‌ଲକ୍‌ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ତେବେ କାଟାଗୋରୀ ଏ ଜିଲ୍ଲାରେ ସକାଳ ୬ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ସମସ୍ତ ଦୋକାନ ଖୋଲ ରହିବ। କାଟାଗୋରୀ ଏ ରେ ଥିବା ୨୦ ଟି ଜିଲା୍ଲାରେ ଗୋଟିଏ ଜିଲ୍ଲାରୁ ଆଉ ଗୋଟିଏ ଜିଲାକୁ ବସ୍‌ ଚଳାଚଳ ହୋଇପାରିବ। ଟ୍ୟାକ୍ସି ଅଟୋ ଜାଇପାରିବ। ୨୦ ଜିଲ୍ଲାରେ ଛୋଟ ଛୋଟ ସେଲୁନ ଖୋଲିପାରିବ। ସବୁଠାରୁ ବଡ଼ କଥା ହେଉଛି କାଟାଗୋରୀ ଏ ରେ ଆଉଟ ଡ଼ୋର ଇନ୍‌ ଡୋର ଫିଲ୍ମ ସୁଟିଂ ହୋଇପାରିବ। ଏବେ ଆସନ୍ତା କାଲିଠାରୁ ୨୦ ଟି ଜିଲ୍ଲାରେ ସାପ୍ତାହିକ ହାଟ ଖୋଲା ରହିବ କିନ୍ତୁ କରୋନା କଟକଣା ସହ। ତେବେ ଏହି ୨୦ଟି ଜିଲ୍ଲାରେ ଓ୍ୱିକେଣ୍ଟ ସଟଡାଉନ ହେବ ନାହିଁ। ମଲ ସ୍ପା ପାର୍ଲର ବନ୍ଦ ରହିବ। ସାରା ଓଡ଼ିଶାରେ ସନ୍ଧ୍ୟା ୬ଟାରୁ ସକାଳ ୬ଟା ଯାଏ ନାଇଟ କର୍ଫ୍ୟୁ କାର୍ଯ୍ୟକାରି ରହିବ।

ସେହିପରି କ୍ୟାଟାଗୋରୀ ବି ରେ ରହିଛି ନୟାଗଡ଼, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ଏବଂ ମୟୂରଭଞ୍ଜ। ଏହି ସବୁ ଜିଲ୍ଲାରେ ସଂକ୍ରମଣ ଅଧିକ ରହୁଛି। ଏହି ୧୦ ଟି ଜିଲ୍ଲାରେ ସକାଳ ୬ଟାରୁ ଦିନ ଦୁଇଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ଖୋଲା ରହିବ। କେବଳ ମଲ ସ୍ପା ପାର୍ଲକୁ ଛାଡ଼ି। ଦିନ ଦୁଇଟା ପରେ ଦୋକାନ ଖୋଲା ଥିଲେ ତାକୁ ସିଲ କରାଯିବ। ଦୋକାନ ବାହାରେ ଥିବା ଗ୍ରାହକ ମାନେ କରୋନା କଟକଣା ମାନିବାକୁ ଅନୁରୋଧ କରାଯାଇଛି। ମାର୍କେଟ କମ୍ପେକ୍ସରେ ଥିବା କର୍ମକର୍ତାଙ୍କୁ ଏଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି। ୧୦ ଜିଲ୍ଲାରେ କେବଳ ଆଉଟ ଡୋର ଫିଲ୍ମ ସୁଟିଂ କରାଯିବକୁ ଅନୁମତି ଦିଆଯାଇଛି। ସାପ୍ତାହିକ ମାର୍କେଟ ବନ୍ଦ ରହିବ।

ସାରା ଓଡ଼ିଶାରେ ଛୋଟ ଛୋଟ ସେଲୁନ ଖୋଲିବାକୁ କୁହାଯାଇଛି। ସାରା ରାଜ୍ୟରେ ଉଠାଦୋକାନୀ ବିକ୍ରି କରିପାରିବେ। ଲୋକେ କେବଳ ଉଠା ଦୋକାନୀଙ୍କ ଠାରୁ ପାର୍ସଲ ନେଇପାରିବେ। ଏହା ସାରା ରାଜ୍ୟ ପାଇଁ ଲାଗୁ।

ଏଥିସହିତ ପଢ଼ନ୍ତୁ: କୋଭିସିଲ୍ଡ ଟିକାର ଆଉ ୧ ଲକ୍ଷ ଡୋଜ୍ ରାଜ୍ୟରେ ପହଞ୍ଚିବ

ରାଉରକେଲା ଇସ୍ପାତ କାରଖାନା କର୍ମଚାରୀଙ୍କ ଦିନିକିଆ ଆନ୍ଦୋଳନ

ରାଉରକେଲା: ନୂତନ ମଜୁରୀ ଚୁକ୍ତିନାମା ଦାବିରେ ଦିନିକିଆ ଆନ୍ଦୋଳନ କରୁଛନ୍ତି ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ। ବିଭିନ୍ନ ଶ୍ରମିକ ସଂଗଠନ ପଷରୁ ରାଉରକେଲା ଇସ୍ପାତ କାରଖାନାର ସମସ୍ତ ଗେଟ୍ ସମ୍ମୁଖରେ ବିକ୍ଷୋଭ କରାଯାଉଛି। ଧର୍ମଘଟ ଯୋଗୁଁ ଇସ୍ପାତ କାରଖାନାରେ ଉତ୍ପାଦନ ବ୍ୟାହତ ହେବା ସହ ଧର୍ମଘଟ ଆନ୍ଦୋଳନ ସଫଳ ହୋଇଥିବା ଶ୍ରମିକ ସଂଗଠନ ପକ୍ଷରୁ କୁହାଯାଇଛି। ଇସ୍ପାତ କାରଖାନାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ନୂତନ ମଜୁରୀ ଚୁକ୍ତିନାମା କାର୍ଯ୍ୟକାରୀ ହେବାରେ ୪ ବର୍ଷ ୬ ମାସ ବିଳମ୍ବ ହୋଇଥିବା ଅଭିଯୋଗ ହେଉଛି। ୨୦୧୭ ମସିହା ଜାନୁଆରୀ ପହିଲାରୁ ନୂତନ ମଜୁରୀ ଚୁକ୍ତିନାମା କାର୍ଯ୍ୟକାରୀ ହେବାର ଥିଲେ ମଧ୍ୟ ଏହା ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଧର୍ମଘଟ କରାଯାଇଛି।

 

୧୦୮ ନମ୍ବର ସହ ମିଶିଲା ଗର୍ଭବତୀଙ୍କ ପାଇଁ ଥିବା ୧୦୨ ଆମ୍ବୁଲାନ୍ସ ସେବା

ଭୁବନେଶ୍ୱର: ୧୦୨ ନୁହେଁ ଏବେ କେବଳ ୧୦୮। ପୂର୍ବରୁ ଗର୍ଭବତୀ ଏବଂ ନବଜାତକ ଶିଶୁ ମାନଙ୍କ ପାଇଁ ଉପଲବ୍ଧ ଥିବା ୧୦୨ ଆମ୍ବୁଲାନ୍ସ ସେବାକୁ ୧୦୮ ନମ୍ବର ସହ ମିଶ୍ରଣ କରାଯାଇଛି। ଏହା ଦ୍ୱାରା ରାଜ୍ୟରେ ପ୍ରତ୍ୟେକ ଗର୍ଭବତୀ ଏବଂ ଛୋଟ ଶିଶୁଙ୍କର ଆମ୍ବୁଲାନ୍ସ ଆବଶ୍ୟକତା ପାଇଁ କେବଳ ମାଗଣା ୧୦୮ ନମ୍ବରକୁ ହିଁ କଲ୍‌ କରିବାକୁ ହେବ। ଏ ସଂପର୍କରେ ସୂଚନା ଦେଇଛନ୍ତି ଓଡିଶାରେ ୧୦୮ ଆମ୍ବୁଲାନ୍ସ ପ୍ରକଳ୍ପ ମୁଖ୍ୟ, ଶ୍ରୀ ସବ୍ୟସାଚୀ ବିଶ୍ୱାଳ କହିଛନ୍ତି। ଏହା ଦ୍ୱାରା ଗର୍ଭବତୀଙ୍କ ଠାରୁ ନେଇ ବିଭିନ୍ନ ରୋଗୀ ନିକଟସ୍ଥ ସରକାରୀ ହସ୍ପିଟାଲକୁ ଯିବାକୁ ହେଲେ କେବଳ ୧୦୮ ନମ୍ବରକୁ ହିଁ କଲ୍‌ କରିବେ। ପୂର୍ବରୁ ଗର୍ଭବତୀ ଏବଂ ଏକ ବର୍ଷରୁ କମ୍‌ ଶିଶୁଙ୍କ ପାଇଁ ପ୍ରଚଳିତ ୧୦୨ ଆମ୍ବୁଲାନ୍ସ ସେବା ଏବଂ ଏହାର କଲ୍‌ ସେଣ୍ଟରକୁ ୧୦୮ ସହ ମିଶ୍ରଣ କରଯାଇଛି।

ଓ଼ଡ଼ିଶାର ମୋନା ବିଶ୍ୱରୂପା ମହାନ୍ତିଙ୍କୁ ଦୁବାଇର ‘ଗୋଲ୍ଡେନ୍ ଭିସା’, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାର ମୋନା ବିଶ୍ୱରୂପା ମହାନ୍ତିଙ୍କୁ ମିଳିତ ଆରବ ଏମିରଟ (ୟୁଏଇ)ର ଗୋଲ୍ଡେନ୍ ଭିସା ସମ୍ମାନ ମିଳିଛି । ଏହି ସମ୍ମାନ କାରଣରୁ ସେ ଦୁବାଇରେ ୧୦ ବର୍ଷ ପର୍ଯ୍ୟନ୍ତ ରହି ପାରିବେ । ଏହି ଲମ୍ବା ଅବଧିର ଭିସା କଳା, ସଂସ୍କୃତି, ସାହିତ୍ୟ ଓ ଐତିହାସିକ ଅଧ୍ୟୟନ କ୍ଷେତ୍ରରେ ଉତ୍କର୍ଷତା ପାଇଁ ପ୍ରଦାନ କରାଯାଇଥାଏ । ଏହି ଭିସା ବିଦେଶୀ ନାଗରିକଙ୍କୁ ୟୁଏଇରେ ରହିବା ସହିତ କାମ କରିବା ପାଇଁ ଅଧିକାର ପ୍ରଦାନ କରେ । ଏହା ସହିତ ଏହି ଭିସା ପାଇଥିବା ବ୍ୟକ୍ତି ୟୁଏଇରେ ଏକ ଶତ ପ୍ରତିଶତ ମାଲିକାନାରେ ବ୍ୟକ୍ତିଗତ ବ୍ୟବସାୟ କରି ପାରିବେ ।

ମୋନାଙ୍କ ଏହି ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ଓଡ଼ିଆ ଭାବେ ସେ ଏହି ସମ୍ମାନ ପାଇଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହିତ ତାଙ୍କର ଏହି ଉପଲବ୍ଧ ଅନ୍ୟମାନଙ୍କୁ ବିଶ୍ୱସ୍ତରରେ ଖ୍ୟାତି ଅର୍ଜନ ଲାଗି ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ୟୁଏଇ ଏହି ୨୦୧୯ରେ ଏହି ନୂଆ ବ୍ୟବସ୍ଥା ଲାଗୁ କରିଥିଲା । ଯାହା ଅନୁଯାୟୀ ଏହି ଭିସା ୫ କିମ୍ବା ୧୦ ବର୍ଷ ପାଇ ଜାରି କରାଯାଇଥାଏ । ଗୋଲ୍ଡେନ୍ ଭିସା ସ୍ୱଂୟ ନବୀକରଣ ହୋଇଥାଏ । ଅର୍ଥାତ ଏହାକୁ ପାଇଥିବା ବ୍ୟକ୍ତିଙ୍କୁ ପୁଣିଥରେ ଏହାକୁ ରିନ୍ୟୁଆଲ କରିବାକୁ ପଡିନଥାଏ । ମହାନ୍ତି ପ୍ରଥମ ଓଡ଼ିଆ କଳାକାର ଯାହାଙ୍କୁ ଗୋଲ୍ଡେନ୍ ଭିସା ମିଳିଛି । ବିଶ୍ୱରୂପା ୨୦୦୭ରୁ ଦୁବାଇରେ ରହୁଛନ୍ତି । ସେ ପ୍ରାୟ ୮ ବର୍ଷ ଧରି ଶିକ୍ଷା ଓ ଡିଜାଇନ୍ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ।

ବିଶ୍ୱରୂପା ମହାନ୍ତି କିଏ ?
ବିଶ୍ୱରୂପା ଦୁବାଇର ଆର୍ଥିକ ବିଭାଗର କର୍ମଚାରୀ ଅଟନ୍ତି । ସେ ଓଡ଼ିଶାର ବାରିପଦାର ସ୍କୁଲ ଅଫ୍ ଆର୍ଟ୍ସ ଆଣ୍ଡ୍ କ୍ରାଫ୍ଟସରୁ ଲଳିତ କଳାରେ ଡିପ୍ଲୋମା କରିଛନ୍ତି । ତାଙ୍କ ପିତା ସଂଗ୍ରାମ କିଶୋର ମହାନ୍ତି ଗୀତିକାର ଭାବେ ଓଡ଼ିଶାର ପରିଚିତ । ତାଙ୍କ ମା’ ଜଣେ ଶିକ୍ଷୟତ୍ରୀ । ବିଶ୍ୱରୂପା ଇଟାଲିର ମିଲାନରୁ ଫେସନ ଓ ଟେକ୍ସଟାଇଲରେ ସ୍ନାତକୋତ୍ତର ଡିଗ୍ରୀ ପାଇଛନ୍ତି ।

ଗୋଲ଼୍ଡେନ୍ ଭିସା ପାଇବା ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ଏହି ଭିସା ମୋତେ ଲମ୍ବା ଅବଧି ପାଇଁ ଦୁବାଇରେ ରହିବା ପାଇଁ ସୁଯୋଗ ଦେବା ସହିତ ସାଂସ୍କୃତିକ ଓ ଅନ୍ୟ କଳାକାରଙ୍କ ସହିତ ମିଶିକରି କାମ କରିାର ସୁଯୋଗ ଦେବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗୋଲ୍ଡେନ୍ ଭିସା ପାଇଁ ତାଙ୍କୁ ନିଜ ଦେଶର ସାଂସ୍କୃତି ପ୍ରତିନିଧିତ୍ୱ କରିବାର ଅବସର ମିଳିଛି ।

ଆମେରିକାର ଏକ ଅନୁସନ୍ଧାନରୁ ସ୍ପଷ୍ଟ: କରୋନାର ଆଲଫା ଓ ବିଟା ଭାରିଏଣ୍ଟ ପ୍ରତି ପ୍ରଭାବଶାଳୀ ହେଉଛି କୋଭାକ୍ସିନ

ନୂଆଦିଲ୍ଲୀ: ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ କରୋନାର ଆଲଫା ଓ ବିଟା ଭାରିଏଣ୍ଟ ପ୍ରତି ପ୍ରଭାବଶାଳୀ । ଏନେଇ ସ୍ପଷ୍ଟ କରିଛି ଆମେରିକାର ଏକ ଅନୁସନ୍ଧାନ । ସୂଚନା ଅନୁସାରେ,  ଆମେରିକାର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ ତାହାର ଅନୁସନ୍ଧାନ ମାଧ୍ୟମରେ ସ୍ୱୀକାର କରିଛି ଯେ ଭାରତୀୟ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚର ସହଯୋଗରେ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ କରୋନାର ଉଭୟ ଆଲଫା ଏବଂ ଡେଲଟା ଭାରିଏଣ୍ଟ ପ୍ରତି ପ୍ରଭାବଶାଳୀ ।

NIH ରିପୋର୍ଟ କରିଛି ଯେ କୋଭାକ୍ସିନ ଟିକା ଗ୍ରହଣ କରିଥିବା ଲୋକଙ୍କ ରକ୍ତ ନମୁନା ଉପରେ ଦୁଇଟି ଅଧ୍ୟୟନର କରାଯାଇଥିଲା । ଏବଂ ଏଥିରୁ ସ୍ପଷ୍ଟ ଜଣାଯାଇଥିଲା ଯେ, କୋଭାକ୍ସିନ ଏଭଳି ଆଣ୍ଟିବଡି ଉତ୍ପାଦନ କରେ ଯାହା B.1.17 ଆଲଫା ଏବଂ B.1.617 ଡେଲଟା ଭାରିଏଣ୍ଟ ପ୍ରତି ପ୍ରଭାବଶାଳୀ ।
ସୂଚନାନୁସାରେ, କୋଭାକ୍ସିନରେ କରୋନା ଭାଇରସର ଏକ ଏମିତି ପ୍ରକାର ସାମିଲ ରହିଛି ଯାହା ଭାଇରସ ବିରୁଦ୍ଧରେ ଆଣ୍ଟିବଡି ତିଆରି କରିବା ପାଇଁ ପ୍ରତିରକ୍ଷା ପ୍ରଣାଳୀକୁ ଉତ୍ସାହିତ କରିଥାଏ ।

NIH କହିଛି ଯେ ଟୀକାର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣରୁ ପ୍ରକାଶିତ ଫଳାଫଳ ଦର୍ଶାଉଛି ଯେ ଏହା ନିରାପଦ ଏବଂ ଭଲ ଭାବରେ ସହନୀୟ କ୍ଷମତା ରହିଛି। ଏହାସହ, ଟିକା ତୃତୀୟ ପର୍ଯ୍ୟାୟ ପରୀକ୍ଷଣରୁ ସୁରକ୍ଷିତ ତଥ୍ୟ ଚଳିତ ବର୍ଷ ଶେଷରେ ଉପଲବ୍ଧ ହେବ । ଏହାସହ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆଲର୍ଜି ଆଣ୍ଡ ଇମ୍ଫେକସନ ଡିଜିଜ୍ର ନିର୍ଦ୍ଦେଶକ ଆନ୍ଥନୀ ଏସ୍ ଫାଉଚି କହିଛନ୍ତି ଯେ ‘ବିଶ୍ୱ ମହାମାରୀକୁ ସମାପ୍ତ କରିବା ପାଇଁ ବିଶ୍ୱସ୍ତରର ପ୍ରତିକ୍ରିୟା ଆବଶ୍ୟକ’।

ସେହିପରି NIH ଅନୁଯାୟୀ, NIAID ଆଡଜୁବେଣ୍ଟ ପ୍ରୋଗ୍ରାମ ୨୦୦୯ ମସିହାରୁ ବିରୋବାକ୍ସର ପ୍ରତିଷ୍ଠାତା ତଥା ସିଇଓ ସୁନୀଲ ଡେଭିଡଙ୍କ ଏହି ଅନୁସନ୍ଧାନକୁ ସମର୍ଥନ କରିଛନ୍ତି ।

NIH କହିଛି ଯେ କମ୍ପାନୀ LHydroxycim-II ର ବ୍ୟାପକ ସୁରକ୍ଷା ଅଧ୍ୟୟନ କରିଛି ଏବଂ ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ଏକ ଜଟିଳ ପ୍ରକ୍ରିୟା କରିଛି । ୨୦୨୧ ଶେଷ ସୁଦ୍ଧା ଭାରତ ବାୟୋଟେକ୍ ଆନୁମାନିକ ୭୦ କୋଟି ଡୋଜର ଉତ୍ପାଦନ କରିବ ବୋଲି ଆଶା କରିଛି ।

ପାରାଦ୍ଵୀପ ସମୁଦ୍ର କୂଳରୁ ମିଳିଲା ବିରଳ ପ୍ରଜାତିର ବ୍ରାଜିଲ ଷ୍ଟେନେଲା ଡଲଫିନ

ପାରାଦ୍ଵୀପ: ପାରାଦ୍ଵୀପ ସମୁଦ୍ର କୂଳରୁ ମିଳିଲା ବିରଳ ପ୍ରଜାତିର (ଲଙ୍ଗ ସ୍ନାଉଟେଡ ସ୍ପିନର ଡଲଫିନ) ଷ୍ଟେନେଲା ଡଲଫିନ। ସାଢ଼େ ଚାରିଫୁଟ ଲମ୍ବ ଏହି ଡଲଫିନର ଓଜନ ପାଖାପାଖି ୨୦ ରୁ ୨୫ କିଲୋ ମଧ୍ୟରେ ହେବ। ଏହି ଷ୍ଟେନେଲା ପ୍ରଜାତିର ଡଲଫିନ ସାଧାରଣତଃ ଆମ ସମୁଦ୍ର ରେ ଖୁବ୍ କ୍ଵଚିତ ଦେଖିବାକୁ ମିଳିଥାଏ। ପାରାଦ୍ଵୀପ ବନ୍ଦରର ୫ ନମ୍ବର ଗେଟ ନିକଟ ହନୁମାନ ମନ୍ଦିର ପଛପଟ ସମୁଦ୍ର କୂଳରେ ପଡ଼ିଥିବାର ଦେଖି କିଛି ଯୁବକ ଏହାକୁ ପୋତି ଦେଇଥିଲେ।

ଏହାର ଉପର ଭାଗ କଳା ଚିକ୍ ଚିକ୍ ଦେଖାଯାଉଥିବା ବେଳେ ଏହାର ମୁହଁ ଲମ୍ବା ଥଣ୍ଟ ଭଳି ବାହାରିଛି। କୁଜଙ୍ଗ ବନ ବିଭାଗ ଖବର ପାଇବା ପରେ ଏହାକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ନେଇଛନ୍ତି। ବ୍ରାଜିଲ ଓ ଫ୍ରାନ୍ସ ଆଦି ଦେଶରେ ଏହି ପ୍ରଜାତିର ଡଲଫିନ ଦେଖିବାକୁ ମିଳିଥାଏ। ତେବେ ଏହା ଏକ ଅଣ୍ଡିରା ଡଲଫିନ ଏବଂ ବ୍ୟବଛେଦ ପରେ ଏହାର ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

ଜୁଲାଇ ୩୧ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଧାର୍ଯ୍ୟ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକକୁ ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଡିଜିସିଏ କହିଛି ଯେ, ଅନ୍ତର୍ଜାତୀୟ ବାଣିଜ୍ୟିକ ଯାତ୍ରୀବାହୀ ବିମାନ ଉପରେ ପ୍ରତିବନ୍ଧକ ୩୧ ଜୁଲାଇ ୨୦୨୧ ପର୍ଯ୍ୟନ୍ତ ଲାଗୁ ରହବ। ତେବେ, ଏହି ପ୍ରତିବନ୍ଧକ ସେହି ଆନ୍ତର୍ଜାତୀୟ କାର୍ଗୋ ବିମାନଗୁଡିକ ପାଇଁ ପ୍ରଯୁଜ୍ୟ ହେବ ନାହିଁ ଯାହା ଡିଜିସିଏ ଦ୍ୱାରା ଅନୁମତି ଦିଆଯାଇଛି । ନିର୍ଦ୍ଦେଶାବଳୀରେ ଏହା ମଧ୍ୟ କୁହାଯାଇଛି ଯେ, ମନୋନୀତ ରୁଟରେ ଅନ୍ତର୍ଜାତୀୟ ବିମାନକୁ ଅନୁମତି ଦିଆଯାଇପାରିବ ।

ସୂଚନା ଯୋଗ୍ୟ ଯେ, କରୋନା ମହାମାରୀ ହେତୁ ମାର୍ଚ୍ଚ ୨୦୨୦ ରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ଯାତ୍ରୀ ବିମାନ ଉପରେ ନିଶେଧାଦେଶ ଜାରି କରାଯାଇଥିଲା। ଏବଂ ପରେ ମେ ୨୦୨୦ରେ ଘରୋଇ ବିମାନ ଚଳାଚଳ ପୁନରବାର ଆରମ୍ଭ ହୋଇଥିଲା କିନ୍ତୁ ପୁଣି କୋଭିଡ ମାମଲା ବହୁ ସଂଖ୍ୟାରେ ବୃଦ୍ଧି ପାଉଥିବାରୁ ଆନ୍ତର୍ଜାତୀୟ ଯାତ୍ରା ପ୍ରତିବନ୍ଧିତ ରହିଥିଲା ।

କରୋନା କଟକଣା ଭାଙ୍ଗି କରୁଥିଲେ ମଦ ବେପାର, ବିଦେଶୀ ମଦ ଦୋକାନରେ BMCରେ ଚଢ଼ାଉ

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ ତଳକୁ ଖସୁଛି କରୋନା ସଂକ୍ରମଣ। କିନ୍ତୁ ଏବେ ମଧ୍ୟ କରୋନାକୁ ନେଇ ବିପଦ ରହିଛି। କିନ୍ତୁ ସୁଧୁରୁନାହାନ୍ତି ଲୋକେ। ବାରମ୍ବାର ଭାଙ୍ଗୁଛନ୍ତି କରୋନା କଟକଣା। କେତେବେଳେ ଡ୍ରେସ୍‌ ଦୋକନି କଟକଣା ଭାଙ୍ଗିଲେଣି ତ ପୁଣି କେତେବେଳେ ହୋଟେଲ ଢ଼ାବା ଭାଙ୍ଗିଲେଣି କଟକଣା। ଆଉ ଏବେ ମଦ ଦୋକାନୀ ଭୁବନେଶ୍ୱରରେ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗ ହୋଇଛି। ବିଏମସି ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି। ବରମୁଣ୍ଡା ବିଦେଶୀ ମଦ ଦୋକାନରେ ଚଢ଼ାଉ। ୧୦ହଜାର ଟଙ୍କା ଜୋରିମାନା ଆଦାୟ। କୋଭିଡ ନିୟମ ଉଲଂଘନ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅନଲାଇନ ପରିବର୍ତ୍ତେ ଅଫଲାଇନରେ ବିକ୍ରୀ କରୁଥିଲେ ମଦ। ଗ୍ରାହକ ଭାବେ ବିଏମସି କର୍ମଚାରୀ ଯାଇ ମଦ କିଣିବା ପରେ ହେଲା ଚଢ଼ାଉ।