ଗଞ୍ଜାମରେ ସ୍ମାର୍ଟ କ୍ଲାସର ସ୍ଥିତି ସମୀକ୍ଷା କଲେ ୫-ଟି ସଚିବ ଭି କେ ପାଣ୍ଡିଆନ

1 min read

ଗଞ୍ଜାମ: ଦୁଇ ଦିନିଆ ଗଞ୍ଜାମ ଗସ୍ତରେ 5T ସଚିବ ଭି କେ ପାଣ୍ଡିଆନ। ଗଞ୍ଜାମ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ହୋଇଥିବା ହାଇସ୍କୁଲର ସ୍ମାର୍ଟ କ୍ଲାସରେ ସ୍ଥିତି ସମୀକ୍ଷା କରିଥିଲେ ୫-ଟି ସଚିବ। ହିଞ୍ଜିଳି ଓ ଆଖପାଖ ଅଞ୍ଚଳରେ ଥିବା ହାଇସ୍କୁଲକୁ ବୁଲି ଦେଖିଛନ୍ତି। ସ୍ମାର୍ଟ କ୍ଲାସରେ ସ୍ଥିତି ପରଖିବା ସହ ପିଲାମାନଙ୍କ ସହ କିଛି ସମୟ ଧରି ଆଲୋଚନା କରିଥିଲେ। ଆଲୋଚନା ସମୟରେ ପିଲାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ସହ ପିଲାମାନେ ସ୍ମାର୍ଟ କ୍ଲାସରେ ପାଠ ପଢି କିଭଳି ଅନୁଭବ କରୁଛନ୍ତି ତାହା ପଚାରି ବୁଝିଥିଲେ ୫-ଟି ସଚିବ ଭି କେ ପାଣ୍ଡିଆନ।  ଛାତ୍ରଛାତ୍ରୀଙ୍କ ସହ କଥା ହେବା ପରେ ସେ ଶିକ୍ଷକ ମାନଙ୍କ ସହ ଆଲୋଚନା କରିଥିଲେ।

ସମୀକ୍ଷା ସମୟରେ ୫-ଟି ସଚିବଙ୍କ ସହ  ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଏସପି ଓ ଶିକ୍ଷା ଅଧିକାରୀ ଥିଲେ। ସୂଚନାଯୋଗ୍ୟ ଯେ,  ପ୍ରଥମ ପର୍ଯ୍ୟାୟରେ ୧୩୩ଟି ସ୍ମାର୍ଟ କ୍ଲାସରୁମ୍ ପାଇଁ ହୋଇଛି ଯୋଜନା। ପ୍ରତି ସ୍କୁଲରେ ଏଲ୍‌ଇଡି ସେଟରେ ଚାଲିଛି କ୍ଲାସ୍‌ ରୁମ। ଗୋଟିଏ ସ୍କୁଲ ପିଛା ପାଖାପାଖି ୪୫ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି। ଆସନ୍ତାକାଲି ମଧ୍ୟ 5T ସଚିବ କିଛି ସ୍କୁଲକୁ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

Leave a Reply