spot_img
Home Blog Page 5470

ଦିନକରେ ୪୮ ହଜାର ୭୮୬ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୮ ହଜାର ୭୮୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପ୍ରାୟ ୧୦୦୫ ଜଣଙ୍କ ଜୀବନ ନେଇଛି କରୋନା ଭାଇରସ୍ । ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୬୧ ହଜାର ୫୮୮ ଆକ୍ରାନ୍ତ । ଏନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ।

ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୦୪ ଲକ୍ଷ ୧୧ହଜାର ୬୩୪ ଥିବା ବେଳେ ମୋଟ୍ ସୁସ୍ଥ ହୋଇଛନ୍ତି ୨କୋଟି ୯୪ଲକ୍ଷ ୮୮ହଜାର ୯୧୮ । ଆକ୍ଟିଭ କେସ୍ ୫ ଲକ୍ଷ ୨୩ ହଜାର ୨୫୭ ଥିବା ବେଳେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୯୯ ହଜାର ୪୫୯ରେ ପହଞ୍ଚିଛି ।

ତେବେ ଦେଶରେ ମୋଟ୍ ଟିକାକରଣ ୩୩ କୋଟି ୫୭ ଲକ୍ଷ ୧୬ ହଜାର ୦୧୯ ରେ ପହଞ୍ଚିଛି ।

ୟୁରୋପୀୟ ରାଷ୍ଟ୍ରସଂଘକୁ ଭାରତର ଧମକ; ଟିକାକୁ ଅନୁମତି ନଦେଲେ କ୍ୱାରେଣ୍ଟାଇନ୍

ନୂଆଦିଲ୍ଲୀ: ୟୁରୋପୀୟ ରାଷ୍ଟ୍ରସଂଘକୁ ଭାରତ ପକ୍ଷରୁ ଏକପ୍ରକାର ଧମକ ଦିଆଯାଇଛି। ବିଦେଶରେ କୋଭିସିଲ୍ଡ ଓ କୋଭାକ୍ସିନ ଟିକାକୁ ଗ୍ରହଣ କରାନଗଲେ ଭାରତ ଆସୁଥିବା ନାଗରିକ ମାନଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପଡିବ ବୋଲି କୁହାଯାଇଛି। ଭାରତରେ ତିଆରି ଟିକାକୁ ଗ୍ରହଣ କରିବା ଲାଗି ୟୁରୋପୀୟ ରାଷ୍ଟ୍ରସଂଘ ଅନିଚ୍ଛୁକ ଥିବା ବେଳେ, ଯେସାକୁ ତେସା ନୀତି ଆପଣାଇଛି ଭାରତ।

ସୂଚନା ଅନୁଯାୟୀ, ଭାକ୍ସିନେସନ ପାସପୋର୍ଟ କ୍ଷେତ୍ରରେ ଭାରତୀୟ ଟିକାକୁ ବ୍ୟବହାର କରିବା ଲାଗି ୟୁରୋପୀୟ ରାଷ୍ଟ୍ରସଂଘ ଚାହୁଁନାହାନ୍ତି। ଯାହାକୁ ନେଇ କ୍ଷୁବ୍ଧ ହୋଇଛି ଭାରତ । ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଯଦି ୟୁରୋପୀୟ ରାଷ୍ଟ୍ର ସଂଘ କୋଭାକ୍ସିନ ଓ କୋଭିସିଲ୍ଡ ଗ୍ରହଣ କରିବେ ନାହିଁ । ତେବେ ସେଠାରୁ ଭାରତ ଆସୁଥିବା ନାଗରିକଙ୍କ ଲାଗି କ୍ୱାରେଣ୍ଟାଇନ ବାଧ୍ୟତାମୂଳକ ହେବ। ଡିଜିଟାଲ କୋଭିଡ ସାର୍ଟିଫିକେଟରେ କୋଭିସିଲ୍ଡ ଓ କୋଭାକ୍ସିନ ନେଇ ନିଶ୍ଚିତ ସୂଚନା ରହିବା ଜରୁରୀ ବୋଲି ୟୁରୋପୀୟ ରାଷ୍ଟ୍ରସଂଘକୁ କହିଛି ଭାରତ ।

ତେବେ ୟୁରୋପିଆନ ମେଡିସିନସ ଏଜେନ୍ସ ଦ୍ୱାରା ମଞ୍ଜୁରୀପ୍ରାପ୍ତ ଟିକାକୁ ହିଁ ୟୁରୋପୀୟ ରାଷ୍ଟ୍ରସଂଘ ଗ୍ରହଣ କରୁଛି। ସେଗୁଡିକ ହେଲା ଫାଇଜର, ମଡର୍ଣ୍ଣା, ଆଷ୍ଟ୍ରାଜେନକା ଓ ଜନସନ। ମାତ୍ର ଆଷ୍ଟ୍ରାଜେନକାର ଭାରତୀୟ ଭର୍ସନ କୋଭିସିଲ୍ଡକୁ ୟୁରୋପୀୟ ରାଷ୍ଟ୍ରସଂଘ ପକ୍ଷରୁ ଅନୁମତି ଦିଆଯାଇନାହିଁ । ସେପଟେ ଭାରତ ସ୍ଥିତ ୟୁରୋପୀୟ ରାଷ୍ଟ୍ରସଂଘ ରାଷ୍ଟ୍ରଦୂତ ୟୁଗୋ ଅଷ୍ଟୁଟୋ କହିଛନ୍ତି, ଏନେଇ ପଦକ୍ଷେପ ନିଆଯିବ।

କୋଭିଡ୍ ନିୟମ ଉଲ୍ଲଂଘନ, ପୁଣି ସିଲ୍ ହେଲା ବିଶାଲ ମଲ୍

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ହାର ଖସିଥିବା ବେଳେ ସରକାର କଟକଣାକୁ ସାମାନ୍ୟ କୋହଳ କରିଛନ୍ତି । ବି ବର୍ଗ ଜିଲ୍ଲାରେ ଦିନ ୨ଟା ଯାଏ ଦୋକାନବଜାର ଖୋଲିବାକୁ ଅନୁମତି ମିଳିଛି । ସପିଂ ମଲ୍ ଖୋଲିବା ପାଇଁ ଅନୁମତି ଦିଆଯାଇ ନାହିଁ । କିନ୍ତୁ ସବୁ କଟକଣାକୁ ବେଖାତିର୍ କରି ଆଇଡି ମାର୍କେଟରେ ଥିବା ବିଶାଲ ମଲ୍ ଖୋଲିଥିଲା । ବିଶାଲ୍ ମଲକୁ ବିଏମସିର ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ସିଲ୍ କରିଛି । ପୂର୍ବରୁ ମଧ୍ୟ ବିଶାଲ୍ ମଲକୁ ସିଲ୍ କରିଥିଲା ବିଏମସି ।

ଏଥିସହ ପଢ଼ନ୍ତୁ: ମଧ୍ୟବିତ୍ତଙ୍କ ଉପରେ ପୁଣି ମହଙ୍ଗା ମାଡ଼, ତୈଳ ପରେ ବଢ଼ିଲା ଗ୍ୟାସ ଦାମ

ଅନ୍ୟପଟେ ଭୁବନେଶ୍ୱରରେ ଏନଫୋର୍ସମେଣ୍ଟକୁ ଅଧିକ କଡ଼ାକଡ଼ି କରିବ ବିଏମସି । ଏଥିପାଇଁ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ସଂଖ୍ୟା ବୃଦ୍ଧି କରାଯାଇଛି । ମାର୍କେଟ ବା ହାଟ ବଜାରକୁ ଯାନବାହନ ନେଇ ଯିବାକୁ ଅନୁମତି ଦିଆଯାଇନାହିଁ । ତଥାପି ଅଧିକାଂଶ ଲୋକ ଗାଡ଼ି ଧରି ମାର୍କେଟ୍ ଯାଉଛନ୍ତି । ଗାଇଡଲାଇନ୍ ଖିଲାପକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଅଧିକ ଜରିମାନା ଆଦାୟ ସହ ଯାନବାହନକୁ ଜବତ କରାଯିବ ବୋଲି କହିଛନ୍ତି ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ।

ମଧ୍ୟବିତ୍ତଙ୍କ ଉପରେ ପୁଣି ମହଙ୍ଗା ମାଡ଼, ତୈଳ ପରେ ବଢ଼ିଲା ଗ୍ୟାସ ଦାମ

ନୂଆଦିଲ୍ଲୀ: ମଧ୍ୟବିତ୍ତଙ୍କ ଉପରେ ପୁଣି ମହଙ୍ଗା ମାଡ଼ । ଖାଇବା ତେଲ, ଡିଜେଲ୍ ଦର ବଢ଼ି ବଢ଼ି ଚାଲିଥିବା ବେଳେ ଆଜି ରନ୍ଧନ ଗ୍ୟାସ୍ ସିଲିଣ୍ଡରଦର ବଢ଼ିଛି । ଏଲପିଜି ସିଲିଣ୍ଡର ଦାମ ପିଛା ୨୫ ଟଙ୍କା ବୃଦ୍ଧି ପାଇଛି । ଏଥିସହ ରାଜଧାନୀ ଦିଲ୍ଲୀରେ ସିଲିଣ୍ଡର ଦାମ ୮୩୪ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ମୁମ୍ବାଇରେ ଗ୍ୟାସ୍ ସିଲିଣ୍ଡର ପିଛା ଦର ୮୩୪ ଓ ଚେନ୍ନାଇରେ ୮୫୦ ଟଙ୍କା ରହିଛି ।

LPG Cylinder Became Costlier By Rs 25 From Today

ସେହିଭଳି ଦର ବୃଦ୍ଧି ପରେ କୋଲକାତା ଓ ଭୁବନେଶ୍ୱରରେ ସିଲିଣ୍ଡର ପିଛା ଦାମ ୮୬୧ ଟଙ୍କା ରହିଛି । ଏହା ପୂର୍ବରୁ ଦିଲ୍ଲୀରେ ଗ୍ୟାସ୍ ଦର ୮୦୯ ଟଙ୍କା ଥିଲା । ଏପ୍ରିଲରେ ସିଲିଣ୍ଡର ପିଛା ୧୦ ଟଙ୍କା ଶସ୍ତା ହୋଇଥିଲା । ଏହାପରେ ମେ ଓ ଜୁନ୍ ମାସରେ ଦର ଅପରିବର୍ତ୍ତିତ ରହିଥିବା ବେଳେ ଜୁଲାଇରେ ସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି ପାଇଛି ।

୬ ମାସରେ ବଢ଼ିଛି ୧୩୮ ଟଙ୍କା

ଚଳିତବର୍ଷ ଜାନୁଆରୀ ୧ରେ ଦିଲ୍ଲୀରେ ଗ୍ୟାସ୍ ସିଲିଣ୍ଡର ପିଛା ଦର ୬୯୪ ଟଙ୍କା ରହିଥିଲା । ଜୁଲାଇ ୧ରେ ଆଜି ଦର ୮୩୪ ଟଙ୍କା ରହିଛି । ଅର୍ଥାତ୍ ଚଳିତବର୍ଷ ୬ ମାସରେ ଗ୍ୟାସ୍ ଦର ୧୩୮ ଟଙ୍କା ବଢ଼ିଛି । ଦିଲ୍ଲୀରେ ୧୯ କେଜି ସିଲିଣ୍ଡର ଦାମ ୭୬ ଟଙ୍କା ୫୦ ପଇସା ବୃଦ୍ଧି ପାଇ ୧୫୫୦ ଟଙ୍କା ହୋଇଛି ।

ଏଟିଏମରୁ ଟଙ୍କା ଉଠାଣରୁ ନେଇ TDS ଯାଏଁ ଆଜିଠୁ କ’ଣ ସବୁ ବଦଳିବ, ଜାଣନ୍ତୁ…

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ନୂଆ ମାସ । ମାସର ପ୍ରଥମ ଦିନରେ ଅନେକ କିଛିରେ ପରିବର୍ତ୍ତନ ହୋଇଛି । ଆଉ ଯାହା ଆପଣଙ୍କ ଦୈନନ୍ଦିନ ଜୀବନ ଉପରେ ପ୍ରଭାବ ମଧ୍ୟ ପକାଇବ । ସେସବୁ ବିଷୟରେ ଜାଣିବା ନିହାତି ଆବଶ୍ୟକ । କାରଣ ବଦଳିଥିବା ନିୟମ ବିଷୟରେ ଜାଣିଲେ ହିଁ ଆପଣ ଠିକ୍ ସମୟରେ ସେ କାର୍ଯ୍ୟ କରିପାରିବେ ।

SBI ଏଟିଏମରୁ ଟଙ୍କା ଉଠାଇଲେ ଅଧିକ ଚାର୍ଜ

Withdrawl Money From SBI ATM To TDS These Rules Will Change From Today

ଦେଶର ବଡ଼ ବ୍ୟାଙ୍କ ଅର୍ଥାତ୍ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଆଜିଠୁ କିଛି ପରିବର୍ତ୍ତନ ହେଉଛି । ଯାହା ସିଧାସଳଖ ଆପଣଙ୍କ ପକେଟକୁ ବାଧିବ । ଯଦି ଆପଣ ଏସବିଆଇ ଏଟିଏମରୁ ମାସକରେ ୪ ଥରରୁ ଅଧିକ ଥର ଟଙ୍କା ଉଠାଉଛନ୍ତି ତ ଆପଣଙ୍କୁ ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିବ । ୪ ଥର ଟଙ୍କା ଉଠାଣ ପରେ ପଞ୍ଚମ ଉଠାଣ ପରେ ପ୍ରତି ୱିଥଡ୍ରରେ ୧୫ ଟଙ୍କା ପ୍ଲସ ଜିଏସଟି ଦେବାକୁ ହେବ ।

SBI ଚେକବୁକର ନୂଆ ନିୟମ

Withdrawl Money From SBI ATM To TDS These Rules Will Change From Today

ଟଙ୍କା ଉଠାଣ ସହ ଏସବିଆଇ ଚେକବୁକ୍ ପାଇଁ ନିୟମ କରିଛି । ଏହି ନିୟମ ଅନୁସାରେ, ଆପଣ ଏସବିଆଇ ଚେକବୁକ୍ ବ୍ୟବହାର କରୁଥିଲେ ଅଧିକ ଟଙ୍କା ଦେବାକୁ ପଡ଼ିବ । ୧୦ଟି ଚେକ୍ ପାଇଁ ଗ୍ରାହକଙ୍କୁ ୪୦ ଟଙ୍କା ପ୍ଲସ ଜିଏସଟି ଦେବାକୁ ହେବ । ଏସବିଆଇର ବେସିକ୍ ସେଭିଂ ବ୍ୟାଙ୍କ ଡିପୋଜିଟ୍ ଆକାଉଣ୍ଟଧାରୀଙ୍କୁ ପ୍ରତିବର୍ଷ ୧୦ ପେଜ୍ ବିଶିଷ୍ଟ ଚେକବୁକ୍ ମାଗଣା ଦିଏ । ଏହା ବାଦ୍ ଯଦି ଆପଣ ୧୦ ପୃଷ୍ଠାର ଚେକବୁକ୍ ନେବେ ତ ୪୦ ଟଙ୍କା ପ୍ଲସ ଜିଏସଟି ଏବଂ ୨୫ ପୃଷ୍ଠାର ଚେକବୁକ୍ ପାଇଁ ୭୫ ଟଙ୍କା ପ୍ଲସ ଜିଏସଟି ଦେବାକୁ ହେବ । ଏଥିସହ ତତ୍କାଳ ୧୦ ପୃଷ୍ଠାର ଚେକବୁକ୍ ପାଇଁ ୫୦ ଟଙ୍କା ସହ ଜିଏସଟି ଲାଗିବ । ତେବେ ଏହି ନିୟମ ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ଲାଗୁ ହେବ ନାହିଁ ।

ଆୟକର ରିଟର୍ଣ୍ଣ ନଦେଲେ ଅଧିକTDS

Withdrawl Money From SBI ATM To TDS These Rules Will Change From Today

ଆୟକର ରିଟର୍ଣ୍ଣ ଦାଖଲ କରୁନଥିଲେ ଅଧିକ ଟିଡିଏସ, ଟିସିଏସ୍ ଦେବାକୁ ପଡ଼ିବ । ବାର୍ଷିକ ୫୦ ହଜାର ଟଙ୍କାରୁ ଅଧିକ ଟିଡିଏସ୍ ଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ଲାଗୁ ହେବ । ସେହିଭଳି ଆୟକର ଦାଖଲ ନକଲେ ଅଧିକ ଟିକସ ଦେବାକୁ ପଡ଼ିବ ।

ବଦଳିବ IFSC କୋଡ୍

Withdrawl Money From SBI ATM To TDS These Rules Will Change From Today

ଆଜିଠୁ ସିଣ୍ଡିକେଟ୍ ବ୍ୟାଙ୍କର IFSC କୋଡ୍ ବଦଳିବାକୁ ଯାଉଛି । ଗତବର୍ଷ ସିଣ୍ଡିକେଟ୍ ବ୍ୟାଙ୍କକୁ କାନାରା ବ୍ୟାଙ୍କ ସହ ମିଶ୍ରଣ କରାଯାଇଥିଲା । ତେଣୁ ସିଣ୍ଡିକେଟ୍ ବ୍ୟାଙ୍କର ଗ୍ରାହକଙ୍କୁ ଆଜିଠୁ କାନାରା ବ୍ୟାଙ୍କର IFSC କୋଡ୍ ମିଳିବ । ଆଜିଠୁ ସିଣ୍ଡିକେଟ୍ ବ୍ୟାଙ୍କର IFSC କୋଡ୍ ଅବୈଧ ହୋଇଯିବ ।

ବଦଳିପାରେ ଗ୍ୟାସ୍ ଦର

Withdrawl Money From SBI ATM To TDS These Rules Will Change From Today

ପ୍ରତିମାସର ପ୍ରଥମ ଦିନରେ କେନ୍ଦ୍ର ସରକାର ଏଲପିଜି ସିଲିଣ୍ଡର ଦର ଧାର୍ଯ୍ୟ କରନ୍ତି । ଗତମାସରେ ସରକାର ୧୯ କେଜି ବିଶିଷ୍ଟ କମର୍ସିଆଲ୍ ସିଲିଣ୍ଡର ଦର ୧୨୨ ଟଙ୍କା କମ୍ କରିଥିଲେ । ସେହିଭଳି ଏଥର ଗ୍ୟାସର ଦର ବଦଳିବା ନେଇ ଆକଳନ କରାଯାଉଛି । କାରଣ ଅଶୌଧିତ ତୈଳଦର ନିୟମିତ ଭାବେ ବଢ଼ି ଚାଲିଛି ।

୨୪ ଘଣ୍ଟାରେ ୩ ହଜାର ୮୭ କୋଭିଡ୍ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ ୩ ହଜାର ଉପରେ ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ ହଜାର ୮୭ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୭୭୫ଟି ପଜିଟିଭ୍ ମାମଲା ଆସିଥିବା ବେଳେ ୧୩୧୨ଟି ମାମଲା ହେଉଛି ସ୍ଥାନୀୟ ସଂକ୍ରମଣ । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୫୮୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୬୨ ଜଣଙ୍କ ନମୁନା ପଜିଟିଭ୍ ଆସିଛି ।

ଅନୁଗୁଳରୁ ୭୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୪୬, ବରଗଡ଼ରୁ ୩୬, ଭଦ୍ରକରୁ ୧୪୫, ବଲାଙ୍ଗିରରୁ ୨୧, ବୌଦ୍ଧରୁ ୩୫, ଦେବଗଡ଼ରୁ ୩, ଢେଙ୍କାନାଳରୁ ୯୫, ଗଜପତିରୁ ୧୬,ଗଞ୍ଜାମରୁ ୨୨, ଜଗତସିଂହପୁରରୁ ୬୦, ଯାଜପୁରରୁ ୨୦୫, ଝାରସୁଗୁଡ଼ାରୁ ୫, କଳାହାଣ୍ଡିରୁ ୧୭, କନ୍ଧମାଳରୁ ୨୮, କେନ୍ଦ୍ରାପଡ଼ାରୁ ୭୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି କେନ୍ଦୁଝରରୁ ୭୨, କୋରାପୁଟରୁ ୭୭, ମାଲକାନଗିରିରୁ ୮୪, ମୟୂରଭଞ୍ଜରୁ ୧୫୪, ନବରଙ୍ଗପୁରରୁ ୩୫, ନୟାଗଡ଼ରୁ ୧୧୦, ନୂଆପଡ଼ାରୁ ୬, ପୁରୀରୁ ୧୮୯, ରାୟଗଡ଼ାରୁ ୨୧, ସମ୍ବଲପୁରରୁ ୩୧, ସୋନପୁରରୁ ୨୪, ସୁନ୍ଦରଗଡ଼ରୁ ୫୯ ଓ ଷ୍ଟେଟପୁଲରୁ ୯୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୧୨ ହଜାର ୮୮୭କୁ ବୃଦ୍ଧି ପାଇଛି । ୩୧ ହଜାର ୨୩୧ଟି ସକ୍ରିୟ ସଂକ୍ରମଣ ମାମଲା ରହିଥିବା ବେଳେ ୮ ଲକ୍ଷ ୭୭ ହଜାର ୫୪୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ଦିନକରେ ୪୫ ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: କମୁଛି ସଂକ୍ରମଣ, ଥମୁନି ମୃତ୍ୟୁ । ରାଜ୍ୟରେ କରୋନାରେ ଦୈନିକ ୪୦ରୁ ଅଧିକ ଆକ୍ରାନ୍ତ ମୃତ୍ୟୁବରଣ କରୁଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୪୫ ଜଣ କରୋନା ଆକ୍ରାନ୍ତ ଜୀବନ ହାରିଛନ୍ତି । ଏଥିସହ ରାଜ୍ୟରେ ମୋଟ କରୋନା ମୃତକଙ୍କ ସଂଖ୍ୟା ୪ ହଜାର ୬୩କୁ ବୃଦ୍ଧି ପାଇଛି ।

ଅନୁଗୁଳ ଜିଲ୍ଲାରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ୱରରୁ ଜଣେ, ବରଗଡ଼ରୁ ୩ ଜଣ, ଭୁବନେଶ୍ୱରରୁ ୫ ଜଣ, କଟକରୁ ୨ ଜଣ, ଢେଙ୍କାନାଳରୁ ଜଣେ, ଗଞ୍ଜାମରୁ ୪ ଜଣ, ଯାଜପୁରରୁ ଜଣେ, ଝାରସୁଗୁଡ଼ାରୁ ଜଣେ, କେନ୍ଦୁଝରରୁ ୪ ଜଣ, ଖୋର୍ଦ୍ଧାରୁ ୪ ଜଣ, ମୟୂରଭଞ୍ଜରୁ ଜଣେ, ନବରଙ୍ଗପୁରରୁ ଜଣେ, ନୟାଗଡ଼ରୁ ୫ ଜଣ, ପୁରୀରୁ ୫ ଜଣ, ସମ୍ବଲପୁରରୁ ୨ ଜଣ, ସୁନ୍ଦରଗଡ଼ରୁ ୩ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ଼, ଯୁବକ ଗୁରୁତର

ଅନୁଗୁଳ: ବନ୍ତଳା ଥାନା ବଡ଼କନ୍ତକୁଳ ଗାଁରେ ବିଳମ୍ବିତ ରାତିରେ ଗୁଳିକାଣ୍ଡ ହୋଇଛି । ଏଥିରେ ଜଣେ ଯୁବକ ଆହତ ହୋଇଛନ୍ତି । ଆହତ ଯୁବକ ହେଉଛନ୍ତି ଅଖିଳ ବେହେରା । ଅଖିଳଙ୍କୁ ଆହତ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ବଡ଼କନ୍ତକୁଳ ଗାଁର ଅଖିଳ ବେହେରା ଓ ଶିଶିର ସାହୁଙ୍କ ମଧ୍ୟରେ ପୂର୍ବ ଶତ୍ରୁତା ଲାଗି ରହିଥିଲା । ଗତକାଲି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ଶିଶିର, ଅଖିଳଙ୍କ ଉପରକୁ ଗୁଳି ଚଳାଇ ଥିଲେ । ଗାଁ ଲୋକ ଆହତ ଅଖିଳଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି  ।

Unlock Odisha: ଆଜିଠୁ ୨୦ ଜିଲ୍ଲାରେ ସନ୍ଧ୍ୟା ୬ ଯାଏଁ ଖୋଲା ରହିବ ଦୋକାନ, ୧୦ ଜିଲ୍ଲାରେ ଦିନ ୨ଟା ପରେ କଟକଣା

ଭୁବନେଶ୍ୱର: କମୁଛି ସଂକ୍ରମଣ, ଖୋଲୁଛି ଓଡ଼ିଶା । ଆଜିଠୁ ରାଜ୍ୟରେ ଆଂଶିକ ଲକଡାଉନ ଜାରି କରାଯାଇଛି । ଏହି କଟକଣା ଜୁଲାଇ ୧୬ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବାରୁ  ରାଜ୍ୟ ଜିଲ୍ଲା ଗୁଡ଼ିକୁ ୨ ଭାଗରେ ବିଭକ୍ତ କରାଯାଇଛି । କାଟେଗୋରୀ (A) ଓ କାଟେଗୋରୀ (B)ରେ ରାଜ୍ୟକୁ ବିଭକ୍ତ କରାଯାଇଛି । କାଟେଗୋରୀ-Aରେ ୨୦ଟି ଜିଲ୍ଲା ଥିବା ବେଳେ, କାଟେଗୋରୀ-Bରେ ୧୦ ଜିଲ୍ଲା ରହିଛି ।

ପୂର୍ବରୁ କାଟେଗାରୀ-ଏରେ ୧୭ ଜିଲ୍ଲା ଥିଲା । ଏବେ କାଟେଗୋରୀ (ଏ)ରେ ଅନୁଗୁଳ, ଢ଼େଙ୍କାନାଳ ଓ କେନ୍ଦୁଝର ଜିଲ୍ଲାକୁ ସାମିଲ କରାଯାଇଛି । ନୂଆ ନିଷ୍ପତ୍ତି ଅନୁସାରେ, ରାଜ୍ୟରେ ଧିରେ ଧିରେ ଅନଲକ୍ କରାଯିବ । ସେହିପରି କାଟେଗୋରୀ-Aରେ ସପ୍ତାହାନ୍ତ ସଟଡାଉନ୍ ଲାଗୁ ହେବ ନାହିଁ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ହେଲେ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ । ନାଇଟ୍ କର୍ଫ୍ୟୁରେ ଜରୁରୀକାଳୀନ ସେବାକୁ ମିଳିବ ଅନୁମତି ।

 Unlock Odisha, Partially Restriction In 20 District Till 16th July

ସାରା ରାଜ୍ୟରେ ଖୋଲା ରହିବ ଛୋଟ ସେଲୁନ୍ । ଉଠା ଦୋକାନୀଙ୍କୁ ବ୍ୟବସାୟ ପାଇଁ ଅନୁମତି ଦିଆଯାଇଛି । ହେଲେ ଏହି ଉଠା ଦେକାନରୁ କେବଳ ପାର୍ସଲ ନେଇପାରିବେ ଗ୍ରାହକ । ଦୋକାନରେ ବସି ଖାଇବାକୁ ବାରଣ କରାଯାଇଛି । ଏହାସହ ସାରା ରାଜ୍ୟରେ ଜାରି ରହିବ କୃଷିକାର୍ଯ୍ୟ । ଅତ୍ୟାବଶ୍ୟକ ସେବାକୁ ଅନୁମତି ମିଳିଥିବା ବେଳେ, ବ୍ୟାଙ୍କ, ବିଦ୍ୟୁତ୍ ଅଫିସ, ଟେଲିଫୋନ୍ ଅଫିସ୍ ଖୋଲା ରହିବ । ନିର୍ମାଣ କାର୍ଯ୍ୟ ଜାରି ରହିବ । କିନ୍ତୁ ସିନେମା ହଲ୍, ସପିଂ ମଲ୍, ଯାତ୍ରା ହୋଇପାରିବ ନାହିଁ ।

ରାଜନୈତିକ ସମାବେଶ, ଧାର୍ମିକ ସମାବେଶକୁ ବାରଣ କରାଯାଇଛି । ବିବାହ ଓ ଶୁଦ୍ଧିକ୍ରିୟାରେ ପୂର୍ବପରି କଟକଣା ବଳବତ୍ତର ରହିବ । ବିବାହରେ ଭୋଜିଭାତକୁ ମିଳିବନି ଅନୁମତି । ଶିକ୍ଷାନୁଷ୍ଠାନ, କୋଚିଂ କ୍ଲାସ୍ ବନ୍ଦ ରହିବ । ପ୍ରଦର୍ଶନୀ ଓ ବାଣିଜ୍ୟ ମେଳା ହୋଇପାରିବ ନାହିଁ । ଧର୍ମାନୁଷ୍ଠାନ ପୂର୍ବପରି ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଥିବା ବେଳେ, କେବଳ ରୀତିନୀତି ଅନୁସାରେ ଚାଲିବ ନୀତିକାନ୍ତି । ନିହାତି ଦରକାର ନଥିଲେ ବଜାରକୁ ଯିବାକୁ ବାରଣ କରାଯାଇଛି । ମାସ୍କ ସହ ସାମାଜିକ ଦୂରତା ବଜାୟ ରଖିବାକୁ ଗୁରୁତ୍ୱ ଦିଆଯାଇଛି ।

୧୬ ଜିଲ୍ଲାରେ ଆଜି ଟିକାକରଣ ବନ୍ଦ, ମାତ୍ର ୧୧୪ଟି କେନ୍ଦ୍ରରେ ଦିଆଯିବ ଭ୍ୟାକ୍ସିନ୍

ଭୁବନେଶ୍ୱର: ଟଳୁନି ଟିକା ସଂକଟ । ଟିକା ଅଭାବ ଯୋଗୁଁ ଆଜି ରାଜ୍ୟର ୧୬ ଜିଲ୍ଲାରେ ସମ୍ପୂର୍ଣ୍ଣ ବନ୍ଦ ରହିବ ଟିକାରଣ । ଏହି ଜିଲ୍ଲା ଗୁଡ଼ିକ ହେଲା ଅନୁଗୁଳ, ବଲାଙ୍ଗିର, ବାଲେଶ୍ୱର, ବରଗଡ଼, ଭଦ୍ରକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ନବରଙ୍ଗପୁର, ସୋନପୁର, ସୁନ୍ଦରଗଡ଼ । ରାଜ୍ୟରେ ମୋଟ ୧୬୧୩ ଟିକା କେନ୍ଦ୍ରରୁ ୧୪୯୯ ଟିକା କେନ୍ଦ୍ରରେ ଟିକାକରଣ ବନ୍ଦ ରହିବ । ମାତ୍ର ୧୧୪ ଟିକା କେନ୍ଦ୍ରରେ ଚାଲିବ ଟିକାକରଣ ।

Covishield Shortage In Odisha, Vaccination Stopped In 11 District

ଜୁନ୍ ୩୦ ସୁଦ୍ଧା ରାଜ୍ୟ ପାଖରେ କୋଭିସିଲ୍ଡର ୧୯ ହଜାର ୫୨୦ ଡୋଜ ରହିଥିବା ବେଳେ କୋଭାକ୍ସିନ ୩ ଲକ୍ଷ ୨୪ ହଜାର ୯୧୦ ରହିଛି । ଟିକା ଦାୟିତ୍ୱ କେନ୍ଦ୍ର ସରକାରଙ୍କ ହୋଇଥିବାରୁ କେନ୍ଦ୍ର ଯେତେ ଟିକା ଦେବ ସେତିକି ପରିମାଣରେ ରାଜ୍ୟ ବ୍ୟବହାର କରିବ ବୋଲି ଡିଏମଇଟି ନିର୍ଦ୍ଦେଶକ କହିଛନ୍ତି । ଜୁନ ମାସରେ କୋଟା ଅନୁସାରେ କୋଭାକ୍ସିନ ଟିକା ୪ଲକ୍ଷ ୩୧ହଜାର ୧୩୦ ଡୋଜ ଆସିବା କଥା । ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୪୦ହଜାର ୮୫୦ ଡୋଜ ଆସିଛି ।