spot_img
Home Blog Page 5467

ରଥଯାତ୍ରା ପୂର୍ବରୁ ତିନି ରଥକୁ ଯାଞ୍ଚ କଲା ବୈଷୟିକ କମିଟି

ପୁରୀ: ରଥଯାତ୍ରା ପୂର୍ବରୁ ତିନି ରଥ ଯାଞ୍ଚ କଲା ବୈଷୟିକ କମିଟି  । ରଥ ନିର୍ମାଣ ସରିବା ପରେ ସମସ୍ତ କାର୍ଯ୍ୟକୁ ତନ ତନ କରି ଯାଞ୍ଚ କରାଯାଇଛି  । ତିନି ରଥକୁ ଯାଞ୍ଚ କରି ସାରିବା ପେର ଏହି ବୈଷୟିକ କମିଟି ରଥର ଫିଟନେସ ସାର୍ଟିଫିକେଟ ପ୍ରଦାନ କରିବ  ।

ଯେପର୍ଯ୍ୟନ୍ତ ରଥର ସମସ୍ତ କାର୍ଯ୍ୟ ସରିନଥିବ, ସେପର୍ଯ୍ୟନ୍ତ  ରଥର ଫିଟନେସ ସାର୍ଟିଫିକେଟ ଏହି କମିଟି ପ୍ରଦାନ କରିପାରିବ ନାହିଁ  । ବରିଷ୍ଠ ଇଂଜିନିଅର ଏନ ସି ପାଲଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥର ସମସ୍ତ କାର୍ଯ୍ୟ ଯାଞ୍ଚ କରିଛନ୍ତି।

ସଂକ୍ରମଣ ସଂକଟରେ ସଂଜୀବନୀ ବାଣ୍ଟିଛି ଓଡ଼ିଶା, ନ୍ୟାସନାଲ ଜିଓଗ୍ରାଫିରେ ନବୀନଙ୍କୁ ପ୍ରଶଂସା

ଭୁବନେଶ୍ୱର: ଅନ୍ତର୍ଜାତୀୟ ଚ୍ୟାନେଲ ନ୍ୟାସନାଲ ଜିଓଗ୍ରାଫିରେ ନବୀନଙ୍କୁ ପ୍ରଶଂସା  ।   ସଂକ୍ରମଣ ସଂକଟରେ ସାରା ଦେଶକୁ ସଂଜୀବନୀ ବାଣ୍ଟିଛି ଓଡ଼ିଶା । ସଂକଟମୋଚକ ସାଜିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ଦ୍ବିତୀୟ ଲହରରେ ବିଭିନ୍ନ ରାଜ୍ୟରେ ଅକ୍ସିଜେନ୍ ସଂକଟ ଦେଖା ଦେଇଥିବା ବେଳେ ଓଡ଼ିଶା ସରକାର ନିଶ୍ବାସ ବାଣ୍ଟି ମୂଲ୍ୟବାନ ଜୀବନ ବଞ୍ଚାଇଛନ୍ତି । ଗତ ଦୁଇ ମାସ ମଧ୍ୟରେ ୧୭ରାଜ୍ୟକୁ ୩୧ହଜାର ୨୫୫ ମେଟ୍ରିକ୍ ଟନ୍‌ ଅକ୍ସିଜେନ୍ ଯୋଗାଇ ଦିଆଯାଇଛି । ଯେଉଁଥିପାଇଁ ଆଜି ଅନ୍ତର୍ଜାତୀୟ ଚ୍ୟାନେଲରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରାଯାଇଛି  ।

ୟାସ ବାତ୍ୟା ସମୟରେ ମଧ୍ୟ ଅକ୍ସିଜେନ୍‌ ଯୋଗାଣ ଅବ୍ୟାହତ ରହିଥିଲା । ଓଡ଼ିଶା ବାତ୍ୟା ସହ ଲଢୁଥିବା ବେଳେ ବି ଭୁଲିନଥିଲା ମାନବିକତା । କରୋନା ଯୁଦ୍ଧ କେବଳ ରାଜ୍ୟ ଭିତରେ ସୀମିତ ନଥିଲା । ସାରା ଦେଶକୁ ଅକ୍ସିଜେନ୍ ଯୋଗାଇ ରାଷ୍ଟ୍ରନାୟକ ସାଜିଛନ୍ତି ନବୀନ । ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ଅନ୍ତର୍ଜାତୀୟ ଚ୍ୟାନେଲ ନ୍ୟାସନାଲ ଜିଓଗ୍ରାଫି ପ୍ରଶଂସା କରିବା ସହ ଏହାର ଡକ୍ୟୁମେଣ୍ଟେସନ୍ କରିଛି । ରାଜ୍ୟ ସରକାରଙ୍କ ନିସ୍ବାର୍ଥପର କାମକୁ ସ୍ବୀକୃତି ମିଳିଥିବା ବିଜେଡି ସାଂସଦ ପିନାକୀ ମିଶ୍ର କହିଛନ୍ତି ।

ଖୋଲିଲା କଟକଣା, ବଢିଲା ବସ ଭଡ଼ା

ଭୁବନେଶ୍ୱର: ରାଜ୍ୟରେ ବଢିଲା ବସ ଭଡ଼ା । ଆଜିଠାରୁ ବର୍ଦ୍ଧିତ ଦର ଲାଗୁ ହେବ । ଅଟୋମେଟିକ ମେକାନିଜିମ ସିଷ୍ଟମ ଅନୁଯାୟୀ ବସ ଭଡ଼ା ବୃଦ୍ଧି । ସାଧାରଣ ବସ ଭଡ଼ାରେ ୪ ପଇସା ବୃଦ୍ଧି ଘଟିଛି । ସାଧାରଣ ବସ୍ ଭଡ଼ା ୮୫ ପଇସାରୁ ୮୯ ପଇସାକୁ ବୃଦ୍ଧି ପାଇଛି । ଏକ୍ସପ୍ରେସ୍ ବସ୍ ଭଡ଼ା ୮୯ପଇସାରୁ ୯୩ ପଇସାକୁ ବୃଦ୍ଧି ହୋଇଛି ।

ସେହିପରି ଡିଲକ୍ସ ଓ ଏସି ଡିଲକ୍ସ ଭଡ଼ା ୮ପଇସା ବୃଦ୍ଧି ପାଇଛି । ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୨୧ପଇସାରୁ ୧ ଟଙ୍କା ୨୯ ପଇସାକୁ ବୃଦ୍ଧି ପାଇଛି । ଏସି ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୪୯ ପଇସାରୁ ୧ ଦଶମିକ ୫୭ ଟଙ୍କାକୁ ବୃଦ୍ଧି ପାଇଛି । ସୁପର ପ୍ରିମିୟମ ବସ୍ ଭଡ଼ାରେ ୧୨ ପଇସା ବୃଦ୍ଧି ପାଇଛି ।

କୋଭିଡ କଟକଣା ଅଥବା ଲକଡାଉନ ଯୋଗୁଁ ରାଜ୍ୟରେ ସମସ୍ତ ବସ ଚଳାଚଳ ବନ୍ଦ ରହିଥିଲା  । କିନ୍ତୁ ଜୁନ ଶେଷ ତାରିଖରେ ମୁଖ୍ୟ ଶାସନ ସଚିବ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ  । ଯେଉଁଥିରେ ରାଜ୍ୟର କାଟାଗୋରୀ Aରେ ଥିବା ଜିଲ୍ଲା ଗୁଡ଼ିକରେ ବସ ଏବଂ ଟ୍ୟାକ୍ସି ଚଳାଚଳ କରିବାକୁ ମିଳିଥିଲା ଅନୁମତି  ।

ଜୁଲାଇ ୩୦ରୁ ଅଗଷ୍ଟ ୫ ଯାଏଁ ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା

ଭୁବନେଶ୍ୱର: ଜୁଲାଇ ୩୦ରୁ ରାଜ୍ୟରେ ହେବ ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା । ଅଗଷ୍ଟ ୫ ତାରିଖ ଯାଏ ଚାଲିବ ପରୀକ୍ଷା । ମାଟ୍ରିକ୍ ମୂଲ୍ୟାୟନ ନେଇ ଅସନ୍ତୋଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ । ତେବେ ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୨ଟା ଯାଏ ଚାଲିବ। କେବଳ ଗଣିତ ପରୀକ୍ଷା ୧୨ଟା ୧୫ରେ ସରିବ । ଜୁଲାଇ ୩୦ରେ ପ୍ରଥମ ଭାଷା ଓଡ଼ିଆ, ବଙ୍ଗଳା, ଊର୍ଦ୍ଦୁ, ତେଲଗୁ ପରୀକ୍ଷା ହେବ ।

ସେହିପରି ଜୁଲାଇ ୩୧ରେ ଦ୍ୱିତୀୟ ଭାଷା ଇଂରାଜୀ, ହିନ୍ଦୀ ପରୀକ୍ଷା ହେବ । ୨ ଅଗଷ୍ଟରେ ଗଣିତ ପରୀକ୍ଷା ହେବ । ୩ ଅଗଷ୍ଟରେ ବିଜ୍ଞାନ ଓ ୪ଅଗଷ୍ଟରେ ସାମାଜିକ ବିଜ୍ଞାନ ପରୀକ୍ଷା କରାଯିବ । ୫ ଅଗଷ୍ଟରେ ତୃତୀୟ ଭାଷା ହିନ୍ଦୀ, ସଂସ୍କୃତ, ପାର୍ଶି ପରୀକ୍ଷା ହେବ । ଜୁଲାଇ ୫ରୁ ୧୪ ତାରିଖ ମଧ୍ୟରେ ଫର୍ମ ପୂରଣ ହେବ । ଏନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

ଓଡିଶା ମୋ ପରିବାର ଆନୁକୂଲ୍ୟରେ ଧର୍ମଶାଳାରେ ରକ୍ତଦାନ ଶିବିର

ଯାଜପୁର: ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ଆନୁକୂଲ୍ୟରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଯାଜପୁର ଜିଲ୍ଲା ଧର୍ମଶାଳା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜାରକା ସ୍ଥିତ କଳ୍ପତରୁ ଦାସ ଷ୍ଟାଡିଅମ ପରିସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି  । କୋଭିଡ ମହାମାରୀ ସମୟରେ ରକ୍ତ ଭଣ୍ଡାର ରେ କେଉଁଭଳି ରକ୍ତର ଶଙ୍କଟ ଦେଖା ନ ଦିଏ ସେଥିପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ କ୍ରମେ ବିଭିନ୍ନ ସ୍ଥାନରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛି  ।

ଏହି ରକ୍ତଦାନ ଶିବିର କୁ ଅନୁଷ୍ଠାନିକ ଭାବେ ଧର୍ମଶାଳା ବ୍ଲକ ଅଧକ୍ଷ ପ୍ରଭାତ ବଳବନ୍ତରାୟ ଉଦଘାଟନ କରିଥିଲେ  । ଶିବିରରେ  50 ୟୁନିଟ ରୁ ଅଧିକ ରକ୍ତ ସଂଗ୍ରହ ପାଇଁ ଲକ୍ଷ୍ୟ ରଖା ଯାଇଛି.କୋଭିଡ କଟକଣା କୁ ପାଳନ କରାଯାଇ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି  । ଏଥିରେ ବହୁ ଛାତ୍ର ଛାତ୍ରୀ ପହଂଚି ରକ୍ତଦାନ କରିଥିବା ବେଳେ ଉପସ୍ଥିତ ଅତିଥି ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ  ।

ବିଜେପି ପ୍ରତିବାଦରେ ଫସିଗଲା ଆମ୍ବୁଲାନ୍ସ

ଯାଜପୁର: ବିଭିନ୍ନ ଦାବି ନେଇ ବିଜେପି ପକ୍ଷରୁ ରାଜ୍ୟ ବ୍ୟାପି ପ୍ରତିବାଦ କରି ଜାତୀୟ ରାଜପଥ ଅବରୋଧ କରାଯାଇଛି ।  ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ବିଜେପି ପକ୍ଷରୁ ମଧ୍ୟ 16 ନମ୍ବର ଜାତୀୟ ରାଜପଥ ପ୍ରତିବାଦ କରାଯାଇ ଥିଲା  । ଧର୍ମଶାଳା ବିଜେପି ନେତ୍ରୀ ସ୍ମୃତିରେଖା ପହି ଙ୍କ ନେତୃତ୍ୱ ରେ ବହୁ ବିଜେପି କର୍ମୀ ସାମିଲ ହୋଇ ରାସ୍ତା ରୋକ କରିଥିଲେ ଯାହା ଫଳରେ ବହୁ ଗାଡି ମଟର ଅଟକି ରହିଥିଲା  । ଏବଂ ସବୁଠାରୁ ବଡ଼ କଥା ହେଉଛି ଏହି ପ୍ରତିବାଦ ଭିତରେ ଫସିଯାଇଥିଲା ଏକ ଆମ୍ବୁଲାନ୍ସ  ।

ପ୍ରତିବାଦ ଯୋଗୁଁ ରାସ୍ତା ଘାଟ ବନ୍ଦ ହୋଇଥିବାବେଳେ ଗାଡ଼ି ମଟର ଯିବା ଆସିବାରେ ବାଧା ସୃଷ୍ଟି ହୋଇଥିଲା  ।   ଯାହା ଫଳରେ ଏକ ଆମ୍ବୁଲାନ୍ସ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି  । ଆମ୍ବୁଲାନ୍ସ ଟି ଜାରକା ରୁ ଜାତୀୟ ରାଜପଥ ଦେଇ ଯାଉଥିବା ବେଳେ ଗାଡି ଜାମ୍ ହେତୁ କିଛି ସମୟ ଅଟକି ରହିଥିଲା  । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏହାକୁ ନିନ୍ଦା କରାଯାଇଛି  ।

ଭୁବନେଶ୍ୱରରେ ବ୍ୟାଙ୍କକ୍ ମାହୋଲ, ସ୍ମାର୍ଟ ହେଉଛନ୍ତି ଦେହ ଦଲାଲ୍

ଭୁବନେଶ୍ୱର: ରାଜଧାନୀରେ ବ୍ୟାଙ୍କକ୍ ମାହୋଲ  । ବଡି ମସାଜ ସାଙ୍ଗକୁ ସେକ୍ସର ମଜ୍ଜା  । ଟାଇମ ପାସ ପାଇଁ ପେଡ ଗାର୍ଲଫ୍ରେଣ୍ଡ  ।  ଭୁବନେଶ୍ବର ସିଟି ସ୍ମାର୍ଟ ହେଉଛି, ଦେହ ଦଲାଲ ବି ସ୍ମାଟ ହେଉଛନ୍ତି । ନିଜ ବ୍ୟବସାୟ ପାଇଁ ଆପଣାଉଛନ୍ତି ନୂଆ ତରିକା । ଅନଲାଇନ ମାଧ୍ୟମରେ ଏବେ ଚାଲୁଛି ବେପାର । ଓ୍ବେବସାଇଟ ଜରିଆରେ ହେଉଛି ସେକ୍ସ ଡିଲ । ବିଗତ ୬ ବର୍ଷରେ ରାଜଧାନୀରେ ୭୭ ସେକ୍ସ ରାକେଟ ଠାବ ହୋଇଛି । ୨୫୪ ଜଣ ଗରାଖ ଓ ମାଲିକଙ୍କୁ ଗିରଫ କରାଯାଇଥିବା ବେଳେ ୨୦୭ ରୂପଜୀବୀଙ୍କୁ ସର୍ଟ ଷ୍ଟେହୋମ କୁ ପଠାଯାଇଛି ।

ସେପଟେ ଦେହଜୀବୀକୁ ଧରି ପୋଲିସ ଛାତି କୁଣ୍ଢେମୋଟ କରି ବୁଲୁଥିବା ବେଳେ ରାଣୀ ମହୁମାଛି ପାଖରେ କିନ୍ତୁ ପହଞ୍ଚି ପାରୁନାହିଁ । କୋଲକତାରୁ ସେକ୍ସ ଟ୍ରେଡ଼ କଣ୍ଟ୍ରୋଲ ହେଉଛି । ସହରର କିଛି ହୋଟେଲରେ ଲେଟ ନାଇଟ ପାର୍ଟି ଆଳରେ ଦେହର ଆସର ଜମୁଛି । ଭୁବନେଶ୍ୱର ସେକ୍ସ ସିଟି ପାଲଟି ଯାଇଥିବା କହିଛନ୍ତି ବରିଷ୍ଠ ଆଇନଜୀବୀ । ୨୦୧୪ରୁ ୨୦୧୬ ମଧ୍ୟରେ କ୍ୟାପିଟାଲ ଥାନା ଅନ୍ତର୍ଗତ ନିର୍ମଳ ପ୍ୟାଲେସ,ଜନ୍ନତ ପ୍ୟାଲେସ, ଚନ୍ଦ୍ରଶେଖରପୁର ଥାନାର ମୈତ୍ରୀ ଗେଷ୍ଟ ହାଉସ, ଲକ୍ଷ୍ମୀସାଗର ଥାନା ଅଧିନ ଖୁସବୁ ବିଉଟି ପାର୍ଲର,ୱାନଷ୍ଟାର ବିୟୁଟି ପାର୍ଲର ଓ ବୃନ୍ଦାବନ ଏନକ୍ଲେବ୍ ପ୍ରମୁଖ ୧୨ ଟି ଘରକୁ ବେଶ୍ୟାଳୟ ଘୋଷଣା କରାଯାଇଥିଲା ।

ପରେ ଖାରବେଳ ନଗର ଥାନା ଅଞ୍ଚଳରେ ଥିବା ହେଭେନ୍ ଥାଇ ସ୍ପା ଓ ବାପୁଜିନଗର ରେ ଥିବା ‘ଏଚ୍‌ ଟୁ ସ୍ପା’ରେ ଛାପା ମାରି ପୋଲିସ କିଛି ଥାଇଲାଣ୍ଡ ଯୁବତୀଙ୍କୁ ଉଦ୍ଧାର କରିଛି । ମାମଲାରେ ସମ୍ପୃକ୍ତ ଯୁବତୀଙ୍କ ଭିସା କୁ କଳା ତାଲିକା ଭୁକ୍ତ କରିବା ପାଇଁ ଗୃହ ବିଭାଗକୁ ଚିଠି ଲେଖିଥିଲା । କିନ୍ତୁ ଘରମାଲିକ ଅଧିକାଂଶ କ୍ଷେତ୍ରରେ ଶିଳ୍ପପତି, ପ୍ରତିପତ୍ତିଶାଳୀ ଓ ରାଜନେତା ହୋଇଥିବାରୁ ହାତବାନ୍ଧି ବସିପଡିଛି କମିଶନରେଟ ପୋଲିସ।

୫୬ ବରିଷ୍ଠ ଇକୋନୋମିକ ଇନଭେଷ୍ଟିଗେଟରଙ୍କୁ ନିଯୁକ୍ତି ଦେଲେ ସରକାର

ଭୁବନେଶ୍ୱର: ଯୋଜନା ଓ ସଂଯୋଜନ ବିଭାଗରେ ବରିଷ୍ଠ ଇକୋନୋମିକ ଇନଭେଷ୍ଟିଗେଟରଙ୍କୁ ନିଯୁକ୍ତି । କାର୍ଯ୍ୟରେ ଯୋଗଦେଲେ ୫୬ ବରିଷ୍ଠ ବିତ୍ତୀୟ ଅନୁସନ୍ଧାନକାରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାର ସମତୁଲ ଆଞ୍ଚଳିକ ବିକାଶରେ ଗୋଷ୍ଠୀର ଯୋଗଦାନକୁ ଗୁରୁତ୍ୱ ଦେଇଆସୁଛନ୍ତି । ଆଞ୍ଚଳିକ ଯୋଜନା ସମ୍ପର୍କୀତ ତଥ୍ୟ ଅନୁସନ୍ଧାନ ସହ ଯାଞ୍ଚ କରିବେ ଏହି ବିତ୍ତୀୟ ଅନ୍ୱେଷକ । ଜିଲ୍ଲାସ୍ତରୀୟ ଯୋଜନା ପ୍ରସ୍ତୁତିରେ ମଧ୍ୟ ଏମାନଙ୍କ ଗୁରୁତ୍ବପୂର୍ଣ୍ଣ ସହଯୋଗ ରହିବ ।

ଏହା ନ୍ୟାୟୋଚିତ ଓ ସମତୁଲ ବିକାଶକୁ ସୁନିଶ୍ଚିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି । ବିକାଶ ଲକ୍ଷ୍ୟ ହାସଲ କରିବାକୁ ନିର୍ଦ୍ଦିଷ୍ଟ ଯୋଜନା କରାଗଲେ ଏହାଦ୍ୱାରା ଆଞ୍ଚଳିକ ବୈଷମ୍ୟ ଦୂର ହେବ । ଦକ୍ଷତାର ସହ ରାଜ୍ୟର ବିକାଶ ପାଇଁ କାର୍ଯ୍ୟକରିବା ସହ ଫଳପ୍ରଦାନକାରୀ ଯୋଜନା ପ୍ରସ୍ତୁତ କରିବାକୁ ନୂତନ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କାର୍ଯ୍ୟକ୍ରମକୁ 5T ସଚିବ ପରିଚାଳନା କରିଥିଲେ ।

ଚୋର ଖୋଜିବାକୁ ଯାଇଥିବା ପୋଲିସକୁ ଆକ୍ରମଣ, ଘରେ ପୋଲିସ କୁକୁର ପଶିବାରୁ ଗୋଡ଼ାଇ ଗୋଡ଼ାଇ ମାଡ଼

ଜଗତସିଂହପୁର: ଚୋର ଖୋଜିବାକୁ ଯାଇଥିବା ପୋଲିସକୁ ଆକ୍ରମଣ  ।   ତିର୍ତ୍ତୋଲ ଥାନା ତେରମାଣପୁର ବାଲିସାହିର ତୋଟାସାହି ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା  । ସୂଚନା ମୁତାବକ ଗାଁ ମନ୍ଦିରର ଗ୍ରାମ ଦେବତୀଙ୍କ ମନ୍ଦିରରୁ ଗତ କାଲି ବିଲମ୍ବିତ ରାତ୍ରରେ କେହି ଦୁର୍ବୁତ୍ତ ଘଣ୍ଟ,ହୁଣ୍ଡି,ପଇସା,ସୁନାରୁପା ଚୋରି ହୋଇଥିବା ନେଇ ଗ୍ରାମବାସୀଙ୍କ ଦ୍ୱାରା ଅଭିଯୋଗ ହୋଇଥିଲା  । ଏହି ଘଟଣାକୁ ନେଇ ଆଜି ତିର୍ତ୍ତୋଲ ଥାନା ପୋଲିସ ଘଟଣା ସ୍ଥଳକୁ ତଦନ୍ତ କରିବାକୁ ଯାଇଥିଲେ। ହେଲେ ଯାହା ଘଟିଥିଲା ତାହା ଥିଲା ସାଂଘାତିକ  ।

ପୋଲିସ ସେଠାରେ ପହଁଚିବାପରେ ଡ୍ରଗ୍ସ ସ୍କ୍ୱାର୍ଡ ପହଞ୍ଚି ଥିଲା। ପୋଲିସ କୁକୁର ଯୁଆଡେ ଗଲା ପୋଲିସ ତା ପଛ ପଛ ଚାଲିଲା। ଏହି ସମୟରେ ଉକ୍ତ ଗ୍ରାମର ନନ୍ଦୁ ବରାଳ ଘରେ କୁକୁର ପଶିଥିଲା  । ସେପଟେ କୁକୁର ନନ୍ଦୁ ଘରେ ପଶିବାରୁ ପୋଲିସ ତାଙ୍କ କବାଟ ବାଡେଇଲା ଘରୁ ନନ୍ଦୁ କରୋନା ହୋଇଥିବା କହି ପ୍ରଥମେ କବାଟ ଖୋଲି ନଥିଲେ  । ପରେ କବାଟ ଖୋଲିବା ସହ ପୋଲିସ ବେକରେ ଖଣ୍ଡା ଲଗାଇଥିଲେ ଏବଂ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିବା ଜଣାପଡ଼ିଛି।

ପଶ୍ଚିମବଙ୍ଗରେ ଲାଗୁ ହେବ କି ରାଷ୍ଟ୍ରପତି ଶାସନ ? ଶୁଣାଣି କରିବେ ସୁପ୍ରିମକୋର୍ଟ

କୋଲକାତା: ସୁପ୍ରିମକୋର୍ଟରେ ପହଁଚିଥିବା ମାମଲାର ଶୁଣାଣି  ଜାରି ରହିଛି  । ପଶ୍ଚିମବଙ୍ଗରେ ଜାରି ରହିଥିବା ହିଂସାକୁ ନେଇ ସୁପ୍ରିମକୋର୍ଟରେ ପହଁଚିଥିଲା ମାମଲା  । ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ନେଇ ଯାଚିକା ଦାଖଲ ହୋଇଥିବାବେଳେ ଆଜି ଶୁଣାଣୀ ହୋଇଛି  । ନିର୍ବାଚନ ପରେ ରାଜ୍ୟରେ ଯେଉଁଭଳି ହିଂସା ଦେଖିବାକୁ ମିଳିଛି ତାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଅଦାଲତ  । ସେପଟେ ଏହି ମାମଲାରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପ୍ରସଙ୍ଗରେ ଶୁଣାଣି କରିବା ନେଇ ସହମତି ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ  । ଯାହା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତି ଅଡୁଆ ପରିସ୍ଥିତି ସୃଷ୍ଟି କରିବା ନେଇ ଅନୁମାନ କରାଯାଉଛି  ।

ସେପଟେ ଆଜି ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ହିଂସାକୁ ନେଇ କେନ୍ଦ୍ର,ରାଜ୍ୟ ଏବଂ ନିର୍ବାଚନ ଆୟୋଗକୁ ଚିଠି ଲେଖିଛନ୍ତି ସୁପ୍ରିମକୋର୍ଟ  । କିଭଳି ପରିସ୍ଥିତିରେ ହିଂସକାଣ୍ଡ ଘଟିଲା ତାହା ଜାଣିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପଶ୍ଚିମବଙ୍ଗ ହିଂସାକାଣ୍ଡକୁ ନେଇ ସୁପ୍ରିମକୋର୍ଟରେ ଆବେଦନ ଦାୟର କରିଥିଲେ ରଞ୍ଜନ ଅଗ୍ନିହୋତ୍ରି ଓ ଅନ୍ୟ ଜଣେ ବ୍ୟକ୍ତି । ମେ ୨ ତାରିଖରେ ପଶ୍ଚିମବଙ୍ଗରେ ହୋଇଥିବା ହିଂସାକାଣ୍ଡର ଏସଆଇଟି ତଦନ୍ତ କୋର୍ଟଙ୍କ ତତ୍ତ୍ବାବଧାନରେ କରିବା ପାଇଁ ଆବେଦନରେ ଦର୍ଶାଯାଇଛି ।

ଏଭଳିକି କେନ୍ଦ୍ର ସରକାର ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ସହ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ କରିବା ପାଇଁ କୋର୍ଟରେ କହିଛନ୍ତି ଆବେଦନକାରୀ । ନିର୍ବାଚନ ପରେ ପଶ୍ଚିମବଙ୍ଗରେ ହୋଇଥିବା ହିଂସାକାଣ୍ଡକୁ ନେଇ ରାଜନୀତି ଜାରି ରହିଥିବାବେଳେ ସୁପ୍ରିମକୋର୍ଟ ଏବେ ନୋଟିସ୍ ଜାରି କରିଛନ୍ତି ।