spot_img
Home Blog Page 5468

ଚୋର ଖୋଜିବାକୁ ଯାଇଥିବା ପୋଲିସକୁ ଆକ୍ରମଣ, ଘରେ ପୋଲିସ କୁକୁର ପଶିବାରୁ ଗୋଡ଼ାଇ ଗୋଡ଼ାଇ ମାଡ଼

ଜଗତସିଂହପୁର: ଚୋର ଖୋଜିବାକୁ ଯାଇଥିବା ପୋଲିସକୁ ଆକ୍ରମଣ  ।   ତିର୍ତ୍ତୋଲ ଥାନା ତେରମାଣପୁର ବାଲିସାହିର ତୋଟାସାହି ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା  । ସୂଚନା ମୁତାବକ ଗାଁ ମନ୍ଦିରର ଗ୍ରାମ ଦେବତୀଙ୍କ ମନ୍ଦିରରୁ ଗତ କାଲି ବିଲମ୍ବିତ ରାତ୍ରରେ କେହି ଦୁର୍ବୁତ୍ତ ଘଣ୍ଟ,ହୁଣ୍ଡି,ପଇସା,ସୁନାରୁପା ଚୋରି ହୋଇଥିବା ନେଇ ଗ୍ରାମବାସୀଙ୍କ ଦ୍ୱାରା ଅଭିଯୋଗ ହୋଇଥିଲା  । ଏହି ଘଟଣାକୁ ନେଇ ଆଜି ତିର୍ତ୍ତୋଲ ଥାନା ପୋଲିସ ଘଟଣା ସ୍ଥଳକୁ ତଦନ୍ତ କରିବାକୁ ଯାଇଥିଲେ। ହେଲେ ଯାହା ଘଟିଥିଲା ତାହା ଥିଲା ସାଂଘାତିକ  ।

ପୋଲିସ ସେଠାରେ ପହଁଚିବାପରେ ଡ୍ରଗ୍ସ ସ୍କ୍ୱାର୍ଡ ପହଞ୍ଚି ଥିଲା। ପୋଲିସ କୁକୁର ଯୁଆଡେ ଗଲା ପୋଲିସ ତା ପଛ ପଛ ଚାଲିଲା। ଏହି ସମୟରେ ଉକ୍ତ ଗ୍ରାମର ନନ୍ଦୁ ବରାଳ ଘରେ କୁକୁର ପଶିଥିଲା  । ସେପଟେ କୁକୁର ନନ୍ଦୁ ଘରେ ପଶିବାରୁ ପୋଲିସ ତାଙ୍କ କବାଟ ବାଡେଇଲା ଘରୁ ନନ୍ଦୁ କରୋନା ହୋଇଥିବା କହି ପ୍ରଥମେ କବାଟ ଖୋଲି ନଥିଲେ  । ପରେ କବାଟ ଖୋଲିବା ସହ ପୋଲିସ ବେକରେ ଖଣ୍ଡା ଲଗାଇଥିଲେ ଏବଂ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିବା ଜଣାପଡ଼ିଛି।

ପଶ୍ଚିମବଙ୍ଗରେ ଲାଗୁ ହେବ କି ରାଷ୍ଟ୍ରପତି ଶାସନ ? ଶୁଣାଣି କରିବେ ସୁପ୍ରିମକୋର୍ଟ

କୋଲକାତା: ସୁପ୍ରିମକୋର୍ଟରେ ପହଁଚିଥିବା ମାମଲାର ଶୁଣାଣି  ଜାରି ରହିଛି  । ପଶ୍ଚିମବଙ୍ଗରେ ଜାରି ରହିଥିବା ହିଂସାକୁ ନେଇ ସୁପ୍ରିମକୋର୍ଟରେ ପହଁଚିଥିଲା ମାମଲା  । ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ନେଇ ଯାଚିକା ଦାଖଲ ହୋଇଥିବାବେଳେ ଆଜି ଶୁଣାଣୀ ହୋଇଛି  । ନିର୍ବାଚନ ପରେ ରାଜ୍ୟରେ ଯେଉଁଭଳି ହିଂସା ଦେଖିବାକୁ ମିଳିଛି ତାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଅଦାଲତ  । ସେପଟେ ଏହି ମାମଲାରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପ୍ରସଙ୍ଗରେ ଶୁଣାଣି କରିବା ନେଇ ସହମତି ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ  । ଯାହା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତି ଅଡୁଆ ପରିସ୍ଥିତି ସୃଷ୍ଟି କରିବା ନେଇ ଅନୁମାନ କରାଯାଉଛି  ।

ସେପଟେ ଆଜି ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ହିଂସାକୁ ନେଇ କେନ୍ଦ୍ର,ରାଜ୍ୟ ଏବଂ ନିର୍ବାଚନ ଆୟୋଗକୁ ଚିଠି ଲେଖିଛନ୍ତି ସୁପ୍ରିମକୋର୍ଟ  । କିଭଳି ପରିସ୍ଥିତିରେ ହିଂସକାଣ୍ଡ ଘଟିଲା ତାହା ଜାଣିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପଶ୍ଚିମବଙ୍ଗ ହିଂସାକାଣ୍ଡକୁ ନେଇ ସୁପ୍ରିମକୋର୍ଟରେ ଆବେଦନ ଦାୟର କରିଥିଲେ ରଞ୍ଜନ ଅଗ୍ନିହୋତ୍ରି ଓ ଅନ୍ୟ ଜଣେ ବ୍ୟକ୍ତି । ମେ ୨ ତାରିଖରେ ପଶ୍ଚିମବଙ୍ଗରେ ହୋଇଥିବା ହିଂସାକାଣ୍ଡର ଏସଆଇଟି ତଦନ୍ତ କୋର୍ଟଙ୍କ ତତ୍ତ୍ବାବଧାନରେ କରିବା ପାଇଁ ଆବେଦନରେ ଦର୍ଶାଯାଇଛି ।

ଏଭଳିକି କେନ୍ଦ୍ର ସରକାର ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ସହ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ କରିବା ପାଇଁ କୋର୍ଟରେ କହିଛନ୍ତି ଆବେଦନକାରୀ । ନିର୍ବାଚନ ପରେ ପଶ୍ଚିମବଙ୍ଗରେ ହୋଇଥିବା ହିଂସାକାଣ୍ଡକୁ ନେଇ ରାଜନୀତି ଜାରି ରହିଥିବାବେଳେ ସୁପ୍ରିମକୋର୍ଟ ଏବେ ନୋଟିସ୍ ଜାରି କରିଛନ୍ତି ।

ଲକଡାଉନରେ ଲୁଟ, ଜୁନ ମାସରେ ସାଇବର ଲୁଟେରା ଲୁଟିନେଲେ ଦେଢ କୋଟି ଟଙ୍କା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଲକଡାଉନରେ କେତେ କମିଛି ସାଇବର ଅପରାଧ  । ଅପରାଧି ସକ୍ରୀୟ ଅଛନ୍ତି ନା ନିଷ୍କ୍ରୀୟ  । ଏହାରି ଭିତରେ ସାଇବର ହେଲ୍ପ ଡେସ୍କର ଜୁନ ମାସର ଠକେଇ ରିପୋର୍ଟ ପ୍ରକାଶ ପାଇଛି। ଗୋଟେପଟେ ରାଜଧାନୀରେ ପ୍ରତ୍ୟକ୍ଷ ଭାବେ ଅପରାଧ କମିଥିଲେ ସୁଦ୍ଧା ଅନଲାଇଲରେ ଜମିଛି ବେପାର  । କାରଣ ରାଜଧାନୀ ଭୁବନେଶ୍ୱରରୁ କେବଳ ଜୁନ ମାସରେ ସାଇବର ଲୁଟେରା ଲୁଟିନେଇଛନ୍ତି ୮୦ ଲକ୍ଷରୁ ଅଧିକ ଟଙ୍କା  । ଆଜି ଏନେଇ ସୂଚନା ପ୍ରଦେନ କରିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ  ।

ଡିସିପି ଦେଇଥିବା ସୂଚନା ଅନୁସାରେ ଜୁନ ମାସରେ ମୋଟ ୪୬୩ ଟି ମୋଟ କଲ ଆସିଛି। କେବଳ ଭୁବନେଶ୍ୱରରେ 229ଟି କଲ ଆସିଛି। ଓଡ଼ିଶାରୁ ମୋଟ ଏକ କୋଟି ୫୩ ଲକ୍ଷ ୨୯ ହଜାର ଟଙ୍କା ଠକେଇ ହୋଇଥିବା ବେଳେ ଭୁବନେଶ୍ୱର ରୁ ୮୩ ଲକ୍ଷ ୮ ହଜାର ଠକେଇ ହୋଇଛି। ସେପଟେ ପୋଲିସ  ସାଇବର ଅପରାଧୀଙ୍କ ଆକାଉଣ୍ଟାରୁ ୧୬ ଲକ୍ଷ ୫ ହାଜର ଫେରେଇ ଆଣିବାରେ ସକ୍ଷମ ହୋଇଛି । ଜୁନ ମାସରେ ସାଇବର ସେଫ ପୋର୍ଟାଲ ଦ୍ୱାରା ୬୭ଟି ନମ୍ବର ବ୍ଳକ କରଯାଇଛି। ୟୁପିଆଇ ଫ୍ରଡ଼, କ୍ରେଡ଼ିଟ ଓ ଡେବିଟ ଦ୍ୱାରା ଅଧିକ ଠକେଇ ହୋଇଥିବା କହିଛନ୍ତି ଜିସିପି  ।

Rauf Merchant: ଗୁଲଶନ କୁମାରଙ୍କ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ: କ୍ୟାସେଟ୍ କିଙ୍ଗ ବୋଲାଉଥିବା ଗୁଲଶନ କୁମାରଙ୍କୁ ମାରିବା ଲାଗି ଦାଉଦ ଦୁଇ ସାର୍ପ ସୁଟରଙ୍କୁ ଠିକ୍ କରିଥିଲା। ମନ୍ଦିରରୁ ବାହାରିବା ବେଳେ ଗୁଲଶନଙ୍କ ଉପରେ ଆଖିବୁଜା ଗୁଳି ଚାଳନା ହୋଇଥିଲା। ଟି-ସିରିଜ୍ ମାଲିକ ଗୁଲଶନ କୁମାରଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ରଉଫ୍ ମର୍ଚାଣ୍ଟଙ୍କୁ ବମ୍ବେ ହାଇକୋର୍ଟରୁ ମଧ୍ୟ ନିରାଶ ହେବାକୁ ପଡିଛି । ୨୦୦୨ ମସିହାରେ ସେସନ କୋର୍ଟ ମର୍ଚାଣ୍ଟଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ। କିଛି ଏଭଳି ଥିଲା ଘଟଣା…

ରଉଫ୍ ୨୦୦୯ ମସିହାରେ ନିଜ ଅସୁସ୍ଥ ମାଙ୍କୁ ଦେଖା କରିବାକୁ ପାରୋଲରେ ଯାଇଥିବା ବେଳେ ବାଂଲାଦେଶ ଫେରାର ହୋଇଯାଇଥିଲା। ହେଲେ ଏକ ନକଲି ପାସପୋର୍ଟ ମାମଲାରେ ବାଂଲାଦେଶ ପୋଲିସ ତାକୁ ଗିରଫ କରିଥିଲା ବେଳେ ନଭେମ୍ବର ୨୦୧୬ରେ ରାଉଫ ଭାରତୀୟ ପୋଲିସର ଅକ୍ତିଆରକୁ ଆସିଥିଲା।

ବାଂଲାଦେଶ ଯିବାକୁ ଦାଉଦ ଦେଇଥିଲା ନିର୍ଦ୍ଦେଶ-

ବାଂଲାଦେଶରୁ ଫେରିବା ପରେ ରଉଫକୁ ପଚରାଉଚରା କରାଯାଇଥିଲା । ଏହି ସମୟରେ ଫେରାର ହେବା ପାଇଁ ଦାଉଦ୍ ଇବ୍ରାହିମ କହିଥିବା ସ୍ପଷ୍ଟ କରିଥିଲା । ପାରୋଲ୍ ଶେଷ ହେବା ପରେ ଜେଲ ନଯାଇ ବାଂଲାଦେଶ ପଳାଇବାକୁ କହିଥିଲା। ୨୦୧୬ରେ ତାଙ୍କୁ ପଚରାଉଚରା କରିଥିବା କ୍ରାଇମବ୍ରାଞ୍ଚ ଟିମର ଜଣେ ଅଧିକାରୀ କହିଥିଲେ ଯେ ସେ ପ୍ରାୟ ୧୦ ଦିନ ପରିବାର ସହ ବିତାଇବା ପରେ ତାକୁ ଦୁବାଇରୁ କଲ ଆସିଥିଲା। ତା’ପରେ ସେ କୋଲକାତା ବାହାରି ଯାଇଥିଲା ଦାଉଦର ଆଉ ଏକ କାମକୁ ପୂରା କରିବା ପାଇଁ।

ନକଲି ପାସପୋର୍ଟ ମାମଲାରେ ଗିରଫ-

୨୦୧୬ ମସିହା ନଭେମ୍ବର ୧୬ ତାରିଖରେ ମିଡ୍ ଡେ’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ କୋଲକାତାକୁ ଯାଇ ଜଣେ ଏଜେଣ୍ଟକୁ ଦେଖାକରିବାକୁ ରଉଫକୁ ଫୋନ୍ କଲରେ ନିର୍ଦ୍ଦେଶ ଦିଆଯାଇଥିଲା । ନିର୍ଦ୍ଦେଶ ଅନୁସାରେ ସେ ତୁରନ୍ତ ସେଠାକୁ ଯାଇ ଏଜେଣ୍ଟକୁ ଭେଟିଥିଲା। ଯିଏ ତାକୁ ସୀମା ପାର୍ କରାଇବାରେ ସହଯୋଗ କରିଥିଲା। ସେଠାରେ ତାକୁ ସାହାଯ୍ୟ କରିଥିଲା ଆଉ ଜଣେ ଏଜେଣ୍ଟ, ଯିଏକି ନକଲି ପାସପୋର୍ଟ ତିଆରି କରିବା ସହ ଦୁବାଇ ପଠାଇଥିଲା ।

୨୦୧୬ରେ ବାଂଲାଦେଶରୁ ଭାରତ ଫେରିଥିଲା-
ପାରୋଲରୁ ଫେରାର ହେବା ଅଭିଯୋଗରେ ମୁମ୍ବାଇ ପୋଲିସ ମର୍ଚାଣ୍ଟ ବିରୋଧରେ ମାମଲା ରୁଜୁ କରିଥିଲା। ଏମିତିକି ଦୁବାଇ ଯିବାକୁ ଉଦ୍ୟମ କରୁଥିବା ରାଉତ ବାଂଲାଦେଶ ପୋଲିସର ହାତରେ ଧରାପଡିଥିଲା। ତାଙ୍କୁ ୫ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ପରେ ୨୦୧୪ ମସିହାରେ ଜେଲରୁ ବାହାରିଥିଲେ ମଧ୍ୟ ଆତଙ୍କବାଦୀଙ୍କ ସହ ଲିଙ୍କ୍ ନେଇ ପୁନର୍ବାର ତାକୁ ଗିରଫ କରାଯାଇଥିଲା। ସେପଟେ ରାଉଫ ଦୁଇ ବର୍ଷ ବାଂଲାଦେଶର ଜେଲରେ ରହିବା ପରେ ମୁକୁଳିଥିଲା । ହେଲେ ଦୁର୍ଭାଗ୍ୟବଶତଃ ଭାରତୀୟ ଏଜେନ୍ସି ହାତରେ ସା ଧରା ପଡିଥିଲା ।

ଲକଡାଉନରେ କମିଛି ଅପରାଧ, ସାବାଡ଼ ହୋଇଛନ୍ତି ଅମାନିଆ

ଭୁବନେଶ୍ୱର: ଲକଡାଉନରେ ଅପରାଧ ନିୟନ୍ତ୍ରଣ ଓ ଅମାନିଆକୁ ସାବାଡ଼ କରିବାରେ ସଫଳ ହୋଇଛି କମିଶରେଟ ପୋଲିସ। ଡିଜିଟାଲ ପଣ୍ଡା ଆପଣେଇ ସାଇବର କ୍ରାଇମ ହେଉ ବା ଅପରାଧକୁ ରୋକିବା ସବୁଥିରେ ସଫଳ ପୋଲିସ । ଜୁନ ମାସରେ ଅପାରାଧ ଓ ଅପରାଧୀ ଉପରେ ରୋକ ଲଗାଇଛି ପୋଲିସ। ଭୁବନେଶ୍ୱର ଗଠନ ହୋଇଥିବ popd ଓ ଟିମ 60କୁ ସଫଳତା ମିଳିଛି। ୧୩୯ ଜଣକୁ ଗିରଫ କରିଥିବା ବେଳେ ୨୧ ଜଣ ଦୁର୍ଦ୍ଦାନ୍ତଙ୍କୁ ୧୧୦ରେ ବୁକ କରିଛି ପୋଲିସ। ୬୨୩ ଗ୍ରାମ ବ୍ରାଉନସୁଗର ୧୫୭ ଗ୍ରାମ ଚୋରି ସୁନା, ୩୩ଟି ଯାନବାହନ, ୮୩ଟି ମୋବାଇଲ , ୯ଟି ଲାପଟପ,2 ଟି ଏସି , 207 ଲିଟର ବେଇଆନ ମଦ ଜବତ କରିଛି  ।

ସେହିପରି ୧୨ଟି ବେଟିରି ଓ ନଗଦ ୧୦ଲକ୍ଷ ୧୧ ହଜାର ଟଙ୍କା ଜବତ ହୋଇଛି। ଅପାରାଧୀ ମାନକୁ ରୋକ ଲଗେଇବାକୁ ଏବେ କୁଣ୍ଡଳୀ ଓ ସନ୍ଧାନ ଆପ ଲଞ୍ଚ ହୋଇଛି। ସେପଟେ ଲକଡାଉନର ଦୂତୀୟ ପର୍ଯ୍ୟୟରେ ଭୁବନେଶ୍ୱରରେ ଅମନିଆଙ୍କ ଠାରୁ ଅଧକୋଟି ଟଙ୍କାର ଫାଇନ ସଂଗ୍ରହ କରିଛି ଭୁବନେଶ୍ୱର ସହରାଂଚଳ ପୋଲିସ। ଗତ ମେ 5 ତାରିଖରୁ ଜୁନ 30 ତାରିଖ ପଯ୍ୟନ୍ତ ୪୭୬୫୮  ଜଣ ଉଲଙ୍ଘନକାରୀଙ୍କ ଠାରୁ ୪୯ଲକ୍ଷ୨୧ହଜାର ୩୫୦ଟଙ୍କ ଆଦାୟ କରାଯା୪ଇଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ  ।

ସେହିଭଳି ଏକାଧିକ ଦୋକାନ ସିଲ କରାଯାଇଛି। କେବଳ ଜୁନ ମସାରେ 25397 ଜଣଙ୍କ ଠାରୁ 29 ଲକ୍ଷ 98 ହଜାର 300 ଟଙ୍କା ଫାଇନ ଆଦାୟ ହୋଇଛି। ଆଗକୁ ତୃତୀୟ ଲହର ଆସୁଥିବା ବେଳେ କଟକଣା କଡ଼କଡି କରିଛି ପୋଲିସ। ଆଗକୁ ପୋଲିସ ର ପାଟ୍ରୋଲିଂ ଜୋରଦାର କରାଯିବ  । ଯେଉଁମାନେ ଆଇନକୁ ଆବମାନନା କରୁଥିବେ ସେମାନଙ୍କର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ଜିସିପି ଉମାଶଙ୍କର ଦାସ  ।

ପୋଲିସ ପଞ୍ଝାରେ ତିନି କୁଖ୍ୟାତ ଡକାୟତ, ଲକ୍ଷାଧିକ ଟଙ୍କାର ସ୍ୱର୍ଣ୍ଣ ଅଳଙ୍କାର ଜବତ

ନୟାଗଡ଼: ନୟାଗଡ଼ ପୋଲିସକୁ ମିଳିଛି ସଫଳତା । ପୋଲିସ ପଞ୍ଝାରେ ତିନି କୁଖ୍ୟାତ ଡକାୟତ । ପୋଲିସ ଏମାନଙ୍କୁ ଗିରଫ କରିବା ସହ ଲକ୍ଷାଧିକ ଟଙ୍କାର ସ୍ୱର୍ଣ୍ଣ ଅଳଙ୍କାର ଜବତ  କରିଛି । ଗତ ୨୧ ତାରିଖ ସକାଳରେ ରଣପୁର ଥାନା ସଂଖେଇ ଗ୍ରାମର ବ୍ୟବସାୟୀ ଅରୁଣ କୁମାର ସାହୁ ବାଇକ ଯୋଗେ ଯାଉଥିବାବେଳେ ତିନି ଜଣ ଡକାୟତ ମାରଣାସ୍ତ୍ର ଦେଖାଇ ତାଙ୍କ ଠାରୁ ଅଳଙ୍କାର ଭର୍ତ୍ତି ବ୍ୟାଗ୍ ଲୁଟି ନେଇଥିଲେ । ଏନେଇ ରଣପୁର ଥାନାରେ ଅଭିଯୋଗ କରିଥିଲେ ଅରୁଣ ।

ପରେ ପୋଲିସ ଏହି ଘଟଣାରେ ତଦନ୍ତ କରି ପଦ୍ମପୁର ଗ୍ରାମର ବିଜୟ ରାଉତ, ଖଣ୍ଡୁ ଗାଁର ସୁଶାନ୍ତ ପ୍ରଧାନ, ଏବଂ ଘୋରଡ଼ିଆ ଗ୍ରାମର ସନ୍ତୋଷ ସାହୁଙ୍କୁ ଗିରଫ କରିଛି । ଏମାନଙ୍କ ଠାରୁ ସୁନା, ରୁପା ସହ ମୋବାଇଲ, ଏକ ଭୁଜାଲି ଏବଂ ପଲସର ବାଇକ ଜବତ କରଯାଇଥିବା ସୂଚନା ଦେଇଛନ୍ତି ଏସପି ସିଦ୍ଧାର୍ଥ କଟାରିଆ ।

ଡାକ୍ତରଙ୍କ ସେବା ପ୍ରେରଣାଦାୟୀ ବୋଲି କହିଲେ ମୋଦି, ବଢାଇଲେ ସ୍ୱାସ୍ଥ୍ୟ ବଜେଟ୍

ନୂଆଦିଲ୍ଲୀ: ଜାତୀୟ ଡାକ୍ତର ଦିବସ ଅବସରରେ ଦେଶର ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ସେ କହିଛନ୍ତି ଯେ ଗତ ଦେଢ ବର୍ଷ ମଧ୍ୟରେ ଡାକ୍ତରମାନେ ଦିନରାତି କାର୍ଯ୍ୟ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି।

ଏପରିକି କରୋନା କାଳରେ ଡାକ୍ତରମାନେ ‘ଦେବଦୂତ’ ସାଜି ଲୋକଙ୍କ ଜୀବନ ରକ୍ଷା କରିଛନ୍ତି। ଭଗବାନଙ୍କର ଦ୍ୱିତୀୟ ରୂପ କୁହାଯାଉଥିବା ଡାକ୍ତରମାନେ ଏହି ମହାମାରୀ ସମୟରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ସ୍ୱାସ୍ଥ୍ୟ ସୁବିଧା ପୂର୍ବ ଅପେକ୍ଷା ସୁଦୃଢ ହୋଇଛି। ଦେଶର ଚିକିତ୍ସା ଭିତ୍ତିଭୂମି ଅଧିକ ନିର୍ମାଣ କରାଯାଉଛି। କରୋନା କାଳରେ ପ୍ରାଣ ହରାଇଥିବା ଡାକ୍ତରମାନଙ୍କୁ ସେ ପ୍ରଣାମ ମଧ୍ୟ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଚଳିତ ବର୍ଷ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ବଜେଟ୍ ଆବଣ୍ଟନ ଦ୍ୱିଗୁଣିତ ହୋଇଛି ଅର୍ଥାତ୍ ଦୁଇ ଲକ୍ଷ କୋଟି ଟଙ୍କାରୁ ଅଧିକ। ବର୍ତ୍ତମାନ ଆମେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ୫୦ ହଜାର କୋଟି ଟଙ୍କାର କ୍ରେଡିଟ୍ ଗ୍ୟାରେଣ୍ଟି ଯୋଜନା ପ୍ରସ୍ତୁତ କରିଛୁ। ଯେଉଁଠାରେ କି ସ୍ୱାସ୍ଥ୍ୟ ସୁବିଧାର ଅଭାବ ରହିଛି।

ପଞ୍ଜାବ କଂଗ୍ରେସରେ ବଢୁଛି ବିବାଦ, ମୁଖ୍ୟମନ୍ତ୍ରୀଙ୍କ ଘରେ ବରିଷ୍ଠ ନେତାଙ୍କ ଲଞ୍ଚ

ଚଣ୍ଡିଗଡ଼: ପଞ୍ଜାବ କଂଗ୍ରେସରେ ବିବାଦ ଥମିବାର ନା ନେଉନି। ଦିଲ୍ଲୀରେ ଦଳର ବରିଷ୍ଠ ନେତା ନବଜୋତ ସିଂ ସିଦ୍ଧୁ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କ ସହ ଆଲୋଚନା ଜାରି ରଖିଥିବାବେଳେ ପଞ୍ଜାବରେ ଶକ୍ତି ପ୍ରଦର୍ଶନ କରୁଛନ୍ତି ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ।

ସୂଚନା ଅନୁଯାୟୀ, କ୍ୟାପଟେନ୍ ଅମରିନ୍ଦର ସିଂ ଦଳର ବରିଷ୍ଠ ନେତାଙ୍କୁ ଆଜି ଲଞ୍ଚ ପାଇଁ ଡାକିଛନ୍ତି। ପ୍ରାୟ ୨୦ରୁ ୨୫ ଜଣ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ଫୋନ୍ ମାଧ୍ୟମରେ ନିମନ୍ତ୍ରଣ କରିଥିବା ଜଣାପଡିଛି। ଲଞ୍ଚ ଟେବୁଲରେ ଅନେକ ନେତାଙ୍କୁ ଏକଜୁଟ କରି ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି କ୍ୟାପଟେନ୍।

ସେପଟେ ଦିଲ୍ଲୀରେ ଦଳର ହାଇକମାଣ୍ଡଙ୍କୁ ଭେଟି ନିଜର ସ୍ଥିତି ଜାହିର କରିଛନ୍ତି ସିଦ୍ଧୁ । ବିଧାନସଭା ନିର୍ବାଚନ ପୂର୍ବରୁ ସିନ୍ଧୁଙ୍କୁ ସଙ୍ଗଠନର ଛାମୁଆ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ଜୋର ଧରିଛି । କିଛି ଦିନ ଧରି ପଞ୍ଜାବ କଂଗ୍ରେସରେ ବିବାଦ ଘନେଇବାରେ ଲାଗିଛି। ସ୍ଥିତି ଏଭଳି ହୋଇଛି ଯେ ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧିଙ୍କ ସହ ସୋନିଆ ଗାନ୍ଧିଙ୍କ ନିର୍ଦ୍ଦେଶରେ ଗଠନ ହୋଇଥିବା ତିନି ଜଣିଆ କମିଟି ଦଳର ଅନେକ ବରିଷ୍ଠ ନେତାଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି।

ଗୋଇଠା ମାରି ହୋମଗାର୍ଡ ନିଲମ୍ବିତ, ଅନ୍ୟ କର୍ମଚାରୀଙ୍କ ଭୂମିକା ନେଇ ତଦନ୍ତ କରିବେ ଅତିରିକ୍ତ ଡିସିପି

ଭୁବନେଶ୍ୱର: ପୋଲିସ କର୍ମଚାରୀ ଜଣେ ନାବାଳକଙ୍କୁ ଗୋଇଠା ମାରିବା ଭିଡିଓ ଭାଇରାଲ୍ ପରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ । ଗୋଇଠା ମାରିଥିବା ପୋଲିସ କର୍ମଚାରୀଙ୍କୁ ଭୁବନେଶ୍ୱର ଡିସିପି ଉମାକାନ୍ତ ନିଲମ୍ବିତ କରିଛନ୍ତି । ନିଲମ୍ବିତ ହୋମଗାର୍ଡ ଏ.କେ. ବିଶ୍ୱାଳ ୨୯ ନମ୍ବର ପିସିଆରର ଡ୍ରାଇଭର । ଏହା ଛଡ଼ା ଘଟଣା ଦିନ ପିସିଆର୍ ଡ୍ୟୁଟିରେ ଥିବା ଅନ୍ୟ କର୍ମଚାରୀଙ୍କ ଭୂମିକା ନେଇ ତଦନ୍ତ ହେବ ବୋଲି ଡିସିପି କହିଛନ୍ତି ।

Bhubaneswar DCP Suspends Home Guard For Asulting Minor

ଏଥିପାଇଁ ତଦନ୍ତ ଦାୟିତ୍ୱ ଅତିରିକ୍ତ ଡିସିପିଙ୍କୁ ଦିଆଯାଇଛି । ହୋମଗାର୍ଡ ଜଣଙ୍କ ନାବାଳକଙ୍କୁ ଲାତ୍ ମାରିବା ବେଳେ ଅନ୍ୟ କର୍ମଚାରୀ କାହିଁକି ଅଟକାଇଲେ ନାହିଁ । ଓମଫେଡ୍ ବୁଥରୁ ନିଆଯାଇଥିବା ବ୍ରେଡ୍ ଓ କ୍ଷୀର ସବୁ କିଏ ନେଲା ? ଏଭଳି ଅନେକ ଦିଗର ତଦନ୍ତ କରିବେ ଅତିରିକ୍ତ ଡିସିପି । ଏଥିସହ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରିବ ପୋଲିସ ।

Bhubaneswar DCP Suspends Home Guard For Asulting Minor

ଗତ ୨୯ ତାରିଖରେ କେସୁରା ଛକରେ ଦୋକାନ ଖୋଲା ଥିବା ଦେଖି ପିସିଆର୍ ଆସିଥିଲା । ନାବାଳକ ଜଣଙ୍କୁ ପୋଲିସ କର୍ମଚାରୀ ଧମକାଇବା ସହ ବୁଥରେ ଥିବା କ୍ଷୀର ଓ ବ୍ରେଡ୍ ଜରି ମୁଣାରେ ଭର୍ତ୍ତି କରି ନେଇ ଯାଇଥିଲେ । ଏଥିସହ ନାବାଳକଙ୍କୁ ଅମାନୁଷିକ ଭାବେ ହୋମଗାର୍ଡ ଜଣଙ୍କ ୨୦ ସେକେଣ୍ଡରେ ୧୦ ଗୋଇଠା ମାରିଥିବା ଭିଡିଓ ସିସିଟିଭିରେ ରେକର୍ଡ ହୋଇଥିଲା । ଭିଡିଓ ଲୋକ ଲୋଚନକୁ ଆସିବା ପରେ ସମସ୍ତେ ପୋଲିସକୁ ନିନ୍ଦା କରୁଛନ୍ତି ।

ଏଥିସହ ପଢ଼ନ୍ତୁ: କାହିଁକି ଦୋକାନ ଖୋଲିଛ କହି ନାବାଳକଙ୍କୁ ଲାତ୍ ମାରିଲେ ପୋଲିସ ବାବୁ

ପଶ୍ଚିମବଙ୍ଗରେ ହିଂସା: ସରକାର ଓ ନିର୍ବାଚନ ଆୟୋଗଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ: ନିର୍ବାଚନ ପରେ ପଶ୍ଚିମବଙ୍ଗରେ ହୋଇଥିବା ହିଂସାକୁ ନେଇ କେନ୍ଦ୍ର ସରକାର, ପଶ୍ଚିମବଙ୍ଗ ସରକାର ଓ ନିର୍ବାଚନ ଆୟୋଗଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ନୋଟିସ୍ କରାଯାଇଛି। କିଭଳି ତଥା କେଉଁ ପରିସ୍ଥିତିରେ ହିଂସାକାଣ୍ଡ ଘଟିଲା ତାହା ଜାଣିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

SUPREME COURT

ପଶ୍ଚିମବଙ୍ଗ ହିଂସାକାଣ୍ଡକୁ ନେଇ ସୁପ୍ରିମକୋର୍ଟରେ ଆବେଦନ ଦାୟର କରିଥିଲେ ରଞ୍ଜନ ଅଗ୍ନିହୋତ୍ରି ଓ ଅନ୍ୟ ଜଣେ ବ୍ୟକ୍ତି। ମେ ୨ ତାରିଖରେ ପଶ୍ଚିମବଙ୍ଗରେ ହୋଇଥିବା ହିଂସାକାଣ୍ଡର ଏସଆଇଟି ତଦନ୍ତ କୋର୍ଟଙ୍କ ତତ୍ୱାବଧାନରେ କରିବା ପାଇଁ ଆବେଦନରେ ଦର୍ଶାଯାଇଛି। ଏଭଳିକି କେନ୍ଦ୍ର ସରକାର ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ସହ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ କରିବା ପାଇଁ କୋର୍ଟରେ କହିଛନ୍ତି ଆବେଦନକାରୀ।

ତେବେ ନିର୍ବାଚନ ପରେ ପଶ୍ଚିମବଙ୍ଗରେ ହୋଇଥିବା ହିଂସାକାଣ୍ଡକୁ ନେଇ ରାଜନୀତି ଜାରି ରହିଥିବା ବେଳେ ସୁପ୍ରିମକୋର୍ଟ ଏବେ ନୋଟିସ୍ ଜାରି କରିଛନ୍ତି।