spot_img
Home Blog Page 5466

ଆଫଗାନିସ୍ତାନରୁ ସେନା ଫେରିବା ଆରମ୍ଭ, ୨ ଦଶନ୍ଧି ପରେ ଆମେରିକା ଆର୍ମି ଛାଡ଼ିଲା ବଗରାମ ଏୟାରଫିଲ୍ଡ

କାବୁଲ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଘୋଷଣା ଅନୁସାରେ, ଆଫଗାନିସ୍ତାନରୁ ଆମେରିକା ସେନା ଓ ନାଟୋ ସେନା ଫେରିବା ଆରମ୍ଭ ହୋଇ ଯାଇଛି । ପ୍ରାୟ ୪୦ ବର୍ଷ ବଗରାମ ଏୟାରଫିଲ୍ଡ ଛାଡ଼ୁଛି ଆମେରିକା । ଆମେରିକା ମେ ୧ରେ ସେନା ପ୍ରତ୍ୟାହାର ନେଇ ନିଷ୍ପତ୍ତି ନେଇଥିଲା । ୨୦୨୧ ସେପ୍ଟେମ୍ବର ୧୧ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ସେନା ପ୍ରତ୍ୟାହାର କରିବ ଆମେରିକା ।

ଆଫଗାନିସ୍ତାନରେ ଏବେ ୨୫୦୦ରୁ ଅଧିକ ଆମେରିକା ସେନା ଓ ୭ ହଜାର ନାଟୋ ଯବାନ ମୁତୟନ ଅଛନ୍ତି । ସେନା ପ୍ରତ୍ୟାହାର ଆରମ୍ଭ ପରେ ଯୁଦ୍ଧାସ୍ତ୍ରର ଗଣତି ଚାଲିଛି । ଅସ୍ତ୍ରଶସ୍ତ୍ରର ତାଲିକା ପ୍ରସ୍ତୁତ କରି ଆଫଗାନିସ୍ତାନ ସେନାକୁ ଦିଆଯାଉଛି । ଆଉ କିଛି ଅସ୍ତ୍ର ଆଫଗାନିସ୍ତାନ ବଜାରରେ ବିକ୍ରି କରାଯାଇଛି । ଆମେରିକା ନେବାକୁ ଥିବା ଉପକରଣକୁ ସି-୧୭ କାର୍ଗୋ ବିମାନରେ ଲୋଡ୍ କରାଯାଉଛି ।

ଏହା ପୂର୍ବରୁ ଆଫଗାନିସ୍ତାନର ବରିଷ୍ଠ ଅଧିକାରୀ କହିଥିଲେ, ଆମେରିକା ସେନା ଫେରିଯିବା ପରେ ଏଠାରେ ଗୃହଯୁଦ୍ଧର ଆଶଙ୍କା ବଢ଼ିଯିବ । ବରିଷ୍ଠ ସୈନ୍ୟ କମାଣ୍ଡର ଜେନରାଲ ସ୍କଟ୍ ମିଲରଙ୍କ ଏହି ବୟାନ ଆଫଗାନିସ୍ତାନର ୩୭୦ ଜିଲ୍ଲାରୁ ୫୦ ଜିଲ୍ଲାରେ ତାଲିବାନ୍ କବଜାରେ ଥିବା ଜଣା ପଡ଼ିବା ପରେ ଆସିଥିଲା ।

କୋଲକାତାରୁ ଆସିବ ବିଜୁବାବୁଙ୍କ ଡାକୋଟା !

ଭୁବନେଶ୍ୱର: କୋଲକାତାରୁ ଆସିବ ବିଜୁବାବୁଙ୍କ ଡାକୋଟା । ଦୀର୍ଘ ୪ ବର୍ଷ ପରେ ଡିସି-୩ ଫେରିବା ଆଶା ଉଜ୍ଜୀବିତ ହୋଇଛି । ଇଣ୍ଡୋନେସିଆ ଓ ଭାରତ ସ୍ୱାଧୀନତା ସଂଗ୍ରାମର ଐତିହାସିକ ସ୍ୱାକ୍ଷର ବହନ କରେ ଏହି ଦୁର୍ଦ୍ଧଷ ବିମାନ ଡାକୋଟା । କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରର ଅଗମ୍ୟ କୋଣରେ ଜରାଜୀର୍ଣ୍ଣ ଅବସ୍ଥାରେ ଡାକୋଟା ପଡ଼ି ରହିଛି ।

Proposal Sent To PWD Chief Engineer To Bring Biju Babu's Dakota Bhubaneswar

ଏହି ଐତିହାସିକ ବିମାନକୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଆଣି ସେଠାରେ ସ୍ମାରକୀ ରୂପେ ସ୍ଥାପନ କରିବା ଲକ୍ଷ୍ୟ ରଖାଯାଇଛି । ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି । ଆରପିଏଫ୍‌ ଅନୁମତି ପାଇଁ ପୂର୍ତ୍ତ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କୁ ପ୍ରସ୍ତାବ ପଠାଯାଇଛି । ସର୍ତ୍ତାବଳୀ ଅନୁସାରେ ଅନୁମୋଦନ ପରେ ବିଧିବଦ୍ଧ ଟେଣ୍ଡର ଡକାଯିବ ।

ଦେଶରେ ୪ ଲକ୍ଷ ଟପିଲା କରୋନା ମୃତ୍ୟୁ, ଦିନକରେ ୪୬ ହଜାର ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ ହାର୍ । ବିଗତ ୨୪ ଘଣ୍ଟାରେ ଦେଶରେ ୪୬ ହଜାର ୬୧୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮୫୩ ଜଣଙ୍କ ମୃତ୍ୟୁ ହୋଇଛି । ୮୫୩ ମୃତ୍ୟୁକୁ ମିଶାଇ ମୋଟ ମୃତ୍ୟୁସଂଖ୍ୟା ୪ ଲକ୍ଷ ପାର୍ କରିଛି । ଦେଶରେ ଲଗାତାର ଚତୁର୍ଥ ଦିନରେ ୫୦ ହଜାରରୁ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ କରୋନାରୁ ୫୯ ହଜାର ୩୮୪ ଜଣ ସୁସ୍ଥ ହେଉଛନ୍ତି ।

ଦେଶରେ କରୋନା ମାମଲା

ମୋଟ ସଂକ୍ରମଣ- ୩ କୋଟି ୪ ଲକ୍ଷ ୫୮ ହଜାର ୨୫୧

ମୋଟ ସୁସ୍ଥ- ୨ କୋଟି ୯୫ ଲକ୍ଷ ୩୦୨

ସକ୍ରିୟ ମାମଲା- ୪ ଲକ୍ଷ ୩୧୨

ମୋଟ ମୃତ୍ୟୁ- ୩୪ କୋଟି ୭୬ ହଜାର ୨୩୨

ଦୂର ହେବ ଭ୍ୟାକ୍ସିନ୍ ଅଭାବ, ଆସୁଛି ୮ ଲକ୍ଷ ଡୋଜରୁ ଅଧିକ କୋଭିସିଲ୍ଡ

ଭୁବନେଶ୍ୱର: ଟିକା ଅଭାବ ପାଇଁ ଆଜି ରାଜ୍ୟର ୧୭ ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି । ଅନ୍ୟପଟେ ଆଶ୍ୱସ୍ତିକର ଖବର ଦେଇଛନ୍ତି କେନ୍ଦ୍ର ସରକାର । ଓଡ଼ିଶାରେ ପହଞ୍ଚିବ ୮ ଲକ୍ଷ ଡୋଜରୁ ଅଧିକ କୋଭିସିଲ୍ଡ ଟିକା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଏଥିସହ ପଢ଼ନ୍ତୁ: ଟିକା ଅଭାବ, ଆଜି ରାଜ୍ୟର ୧୭ ଜିଲ୍ଲାରେ ବନ୍ଦ ରହିବ କୋଭିଡ୍ ଟିକାକରଣ

ସ୍ପାଇସ୍ ଜେଟରସ୍ୱତନ୍ତ୍ର ବିମାନ ଯୋଗେ ପୁନେରୁ ୮୪ ହଜାର ୩୯୩ ଭାଏଲ୍ କୋଭିସିଲ୍ଡ ଟିକା ଭୁବନେଶ୍ୱର ଆସିବ । ୮୪ ହଜାର ୩୯୩ ଭାଏଲରେ କୋଭିସିଲ୍ଡର ୮ ଲକ୍ଷ ୪୩ ହଜାର ୯୩୦ ଡୋଜ୍ ଟିକା ରହିଛି । ଏହି ଟିକା ପହଞ୍ଚିବା ପରେ ରାଜ୍ୟରେ ଟିକାକରଣ ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି ।

Odisha To Recieve More Than 8 Lakh Covishield Dose

ଅନୁଗୁଳ, ବାଲେଶ୍ୱର, ବଲାଙ୍ଗିର, ଭଦ୍ରକ, ବୌଦ୍ଧ, କଟକ, ଦେବଗଡ଼, ଗଞ୍ଜାମ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ ଓ ମାଲକାନଗିରିରେ ଟିକାକରଣ କରାଯିବ ନାହିଁ । ସେହିପରି ନବରଙ୍ଗପୁର, ନୟାଗଡ଼, ରାୟଗଡ଼ା, ସୋନପୁରରେ ଟିକାକରଣ ହେଉନାହିଁ । ଏବେ ରାଜ୍ୟ ପାଖରେ କୋଭିସିଲ୍ଡର ୧ ଲକ୍ଷ ୧୪ ହଜାର ୬୬୦ ଡୋଜ୍ ରହିଥିବା ବେଳେ କୋଭାକ୍ସିନର ୪ ଲକ୍ଷ ୪୨ ହଜାର ୧୩୦ ଡୋଜ୍ ଟିକା ରହିଛି ।

ପୁଲୱାମାରେ ଗୁଳି ବିନିମୟରେ ଜଣେ ଯବାନ ସହିଦ, ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ପୁଲୱାମାରେ ବିଳମ୍ବିତ ରାତିରୁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଗୁଳି ବିନିମୟରେ ଜଣେ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ସେହିଭଳି ଜଣେ ଆତଙ୍କାବାଦୀ ନିହତ ହୋଇଛି । ବିଳମ୍ବିତ ରାତିରେ ସୁରକ୍ଷାବାହିନୀଙ୍କୁ କିଛି ଆତଙ୍କବାଦୀ ଛପିଥିବା ନେଇ ସୂଚନା ମିଳିଥିଲା ।

ଯାହାପରେ ସେନା ସର୍ଚ୍ଚ ଅପରେସନ୍ କରି ଆତଙ୍କବାଦୀ ଥିବା ସ୍ଥାନରେ ପହଞ୍ଚିଥିଲା । ପ୍ରଥମେ ଆତଙ୍କବାଦୀ ଗୁଳି ଚଳାଇଥିଲେ । ଏହାପରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଏବେ ମଧ ଗୁଳି ବିନିମୟ ଜାରି ରହିଛି ।

Encounter Underway Security Forces And Terrorists Pulwama

ଏହାପରେ ବୁଧବାର କୁଲଗାମରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ଲସ୍କର ଏ ତୋଇବାର ତିନିଜଣ ଆତଙ୍କବାଦୀ ନିହତ ହୋଇଥିଲେ ।

ରାଜ୍ୟରୁ ଆଉ ୩ ହଜାର ୨୨୨ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ ୩ ହଜାର ଉପରେ ରହୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ ହଜାର ୨୨୨ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୮୩୮ଟି ପଜିଟିଭ୍ ମାମଲା ଆସିଥିବା ବେଳେ ୧୩୮୪ଟି ମାମଲା ହେଉଛି ସ୍ଥାନୀୟ ସଂକ୍ରମଣ । କଟକ ଜିଲ୍ଲାରୁ ସର୍ବାଧିକ ୬୧୯ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୪୨୨ ଜଣଙ୍କ ନମୁନା ପଜିଟିଭ୍ ଆସିଛି ।

ଅନୁଗୁଳରୁ ୯୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୦୮, ବରଗଡ଼ରୁ ୨୪, ଭଦ୍ରକରୁ ୧୪୧, ବଲାଙ୍ଗିରରୁ ୨୨, ବୌଦ୍ଧରୁ ୧୬, ଦେବଗଡ଼ରୁ ୭, ଢେଙ୍କାନାଳରୁ ୪୧, ଗଜପତିରୁ ୯, ଗଞ୍ଜାମରୁ ୨୪, ଜଗତସିଂହପୁରରୁ ୨୧୨, ଯାଜପୁରରୁ ୧୯୦, ଝାରସୁଗୁଡ଼ାରୁ ୯, କଳାହାଣ୍ଡିରୁ ୨୫, କନ୍ଧମାଳରୁ ୨୫, କେନ୍ଦ୍ରାପଡ଼ାରୁ ୧୭୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି କେନ୍ଦୁଝରରୁ ୬୪, କୋରାପୁଟରୁ ୫୩, ମାଲକାନଗିରିରୁ ୬୬, ମୟୂରଭଞ୍ଜରୁ ୧୯୫, ନବରଙ୍ଗପୁରରୁ ୨୩, ନୟାଗଡ଼ରୁ ୧୧୪, ନୂଆପଡ଼ାରୁ ୧୬, ପୁରୀରୁ ୧୮୮, ରାୟଗଡ଼ାରୁ ୬୧, ସମ୍ବଲପୁରରୁ ୩୧, ସୋନପୁରରୁ ୧୨, ସୁନ୍ଦରଗଡ଼ରୁ ୬୬ ଓ ଷ୍ଟେଟପୁଲରୁ ୬୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୧୬ ହଜାର ୧୦୯କୁ ବୃଦ୍ଧି ପାଇଛି । ୩୦ ହଜାର ୯୫୦ଟି ସକ୍ରିୟ ସଂକ୍ରମଣ ମାମଲା ରହିଥିବା ବେଳେ ୮ ଲକ୍ଷ ୮୦ ହଜାର ୯୯୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ୨୪ ଘଣ୍ଟାରେ ଆଖି ବୁଜିଲେ ଆଉ ୪୬ ଆକ୍ରାନ୍ତ

ଭୁବନେଶ୍ୱର: କମୁଛି ସଂକ୍ରମଣ, ଥମୁନି ମୃତ୍ୟୁ । ରାଜ୍ୟରେ ଦୈନିକ କରୋନା ମୃତ୍ୟୁ ମାମଲା ୪୦ ଉପରେ ରହୁଛି । ଗତ ୨୪ ଘଣ୍ଟାରେ ଆଉ ୪୬ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ଏଥିସହ ରାଜ୍ୟରେ ମୋଟ କୋଭିଡ୍ ମୃତକଙ୍କ ସଂଖ୍ୟା ୪ ହଜାର ୧୦୯କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରେ ମୃତ୍ୟୁହାର୍ ସର୍ବାଧିକ ରହିଛି ।

ଗତ ୨୪ ଘଣ୍ଟାରେ ଅନୁଗୁଳରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ୱରରୁ ଜଣେ, ବରଗଡ଼ରୁ ଜଣେ, ଭୁବନେଶ୍ୱରରୁ ୫ ଜଣ, କଟକରୁ ୩ ଜଣ, ଢେଙ୍କାନାଳରୁ ୩ ଜଣ, ଗଞ୍ଜାମରୁ ୩ ଜଣ, ଜଗତସିଂହପୁରରୁ ଜଣେ, ଝାରସୁଗୁଡ଼ାରୁ ଜଣେ, କଳାହାଣ୍ଡିରୁ ଜଣେ ପ୍ରାଣ ହରାଇଛନ୍ତି ।

ସେହିଭଳି କେନ୍ଦ୍ରାପଡ଼ାରୁ ୩ ଜଣ, କେନ୍ଦୁଝରରୁ ଜଣେ, ଖୋର୍ଦ୍ଧାରୁ ୪ ଜଣ, କୋରାପୁଟରୁ ଜଣେ, ମୟୂରଭଞ୍ଜରୁ ଜଣେ, ନୟାଗଡ଼ରୁ ୪ ଜଣ, ପୁରୀରୁ ୪ ଜଣ, ସମ୍ବଲପୁରରୁ ୩ ଜଣ, ସୁବର୍ଣ୍ଣପୁରରୁ ଜଣେ, ସୁନ୍ଦରଗଡ଼ରୁ ୪ ଜଣ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ମାଲକାନଗିରିରେ ୧୦୫ ଟଙ୍କା ଟପିଲା ପେଟ୍ରୋଲ, ରାଜଧାନୀରେ ଶହେ ମୁହାଁ

ଭୁବନେଶ୍ୱର: ବଢ଼ୁଛି ତୈଳଦର । ଆଜି ଜାତୀୟ ରାଜଧାନୀ ଦିଲ୍ଲୀରେ ତୈଳଦର ୩୫ ପଇସା ବଢ଼ିଛି । ରାଜ୍ୟରେ ମାଲକାନଗିରିରେ ଦର ସର୍ବାଧିକ ରହିଛି । ମାଲକାନଗିରିରେ ପେଟ୍ରୋଲ ୧୦୫ ଟଙ୍କା ୨ ପଇସା ରହିଥିବା ବେଳେ ଡିଜେଲ୍ ୧୦୨ ଟଙ୍କା ରହିଛି । ସେହିଭଳି ଏକ୍ସଟ୍ରା ପ୍ରିମିୟମ୍ ପେଟ୍ରୋଲ ଦର ୧୦୮ ଟଙ୍କା ୮୬ ପଇସା ରହିଛି ।

Petrol Crossed Rs 105 Per Liter In Malkangiri

ରାଜ୍ୟର ୨୫ ଜିଲ୍ଲାରେ ପେଟ୍ରୋଲ୍ ଦର ୧୦୦ ଟଙ୍କା ଉପରେ ରହିଛି । କଟକରେ ସେଞ୍ଚୁରୀ ମାରିଛି ପେଟ୍ରୋଲ୍ । ପେଟ୍ରୋଲ୍ ଲିଟର ପିଛା ୧୦୦ ଟଙ୍କା ୨୭ ପଇସା ରହିଥିବା ବେଳେ ଡିଜେଲ୍ ୯୭ ଟଙ୍କା ୫୦ ପଇସାରେ ବିକ୍ରି ହେଉଛି । ସେହିଭଳି ଭୁବନେଶ୍ୱରରେ ପେଟ୍ରୋଲ ଶତକ ଠାରୁ ୪ ପଇସା କମ୍ ରହିଛି । ଭୁବନେଶ୍ୱରରେ ପେଟ୍ରୋଲ୍ ଦର ୯୯ ଟଙ୍କା ୯୫ ପଇସା ଥିବାବେଳେ ଡିଜେଲ୍ ୯୭ ଟଙ୍କା ୧୯ ପଇସାରେ ବିକ୍ରି ହେଉଛି ।

ଏଥିସହ ପଢ଼ନ୍ତୁ: ମହଙ୍ଗା ମାଡ଼, ଆଜି ପୁଣି ଲିଟର ପିଛା ୩୫ ପଇସା ବଢ଼ିଲା ପେଟ୍ରୋଲ୍

ମହଙ୍ଗା ମାଡ଼, ଆଜି ପୁଣି ଲିଟର ପିଛା ୩୫ ପଇସା ବଢ଼ିଲା ପେଟ୍ରୋଲ୍

ଭୁବନେଶ୍ୱର: ମହଙ୍ଗା ମାଡ଼ରୁ ମୁକ୍ତି ମିଳୁନି । ଦେଶରେ ପ୍ରତିଦିନ ଦରଦାମ ବଢ଼ି ବଢ଼ି ଚାଲିଛି । ଯାହାକି ସାଧାରଣ ଲୋକଙ୍କ ଜୀବନକୁ ଖାଲି ପ୍ରଭାବିତ କରିନି ବରଂ ବଞ୍ଚିବା ମୁସ୍କିଲ୍ କରି ଦେଲାଣି । ଲଗାତାର ତୈଳଦର ବଢ଼ୁଥିବାରୁ ପରିବହନ ଭଡ଼ା ବଢ଼ି ଅନ୍ୟ ସାମଗ୍ରୀର ଦର ବଢ଼ିଛି । ଆଜି ମଧ୍ୟ ପେଟ୍ରୋଲ୍ ଦର ବୃଦ୍ଧି ପାଇଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୩୫ ପଇସା ମହଙ୍ଗା ହୋଇଛି ପେଟ୍ରୋଲ୍ ।

ଆଜିର ଦରବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ୍ ଦାମ୍ ଲିଟର ପିଛା ୯୯ ଟଙ୍କା ୧୬ ପଇସା ହୋଇଥିବା ବେଳେ ଡିଜେଲ ଦର ଅପରିବର୍ତ୍ତିତ ରହିଛି । ଏବେ ଦିଲ୍ଲୀରେ ଡିଜେଲ୍ ଲିଟର ପିଛା ୮୯ ଟଙ୍କା ୧୮ ପଇସାରେ ବିକ୍ରି ହେଉଛି ।

Petrol Costlier By 35 Paisa

ଆରଟିଆଇରେ ମିଳିଥିବା ସୂଚନା ଅନୁସାରେ, କରୋନା ସଂକଟ ବେଳେ ପେଟ୍ରୋଲିୟମ ସାମଗ୍ରୀରେ କଷ୍ଟମ ଓ ଏକ୍ସସାଇଜ୍ ଡ୍ୟୁଟିରୁ କେନ୍ଦ୍ର ସରକାର ୫୬ ପ୍ରତିଶତ ଅଧିକ ରାଜସ୍ୱ ଆୟ କରିଛନ୍ତି । ସରକାର ଇନଡାଇରେକ୍ଟ ଟିକସରୁ ପ୍ରାୟ ୨.୮୮ ଲକ୍ଷ କୋଟି ଟଙ୍କା ପାଇଛନ୍ତି ।

୨୦୨୦-୨୧ ବର୍ଷରେ ପେଟ୍ରୋଲିୟମ୍ ସାମଗ୍ରୀ ଆମଦାନୀ ଉପରେ ୩୭ ହଜାର ୮୦୬ କୋଟି ଟଙ୍କାର କଷ୍ଟମ ଡ୍ୟୁଟି ଆଦାୟ କରିଛନ୍ତି । ସେହିଭଳି ସେଣ୍ଟ୍ରାଲ୍ ଏକ୍ସସାଇଜ୍ ଡ୍ୟୁଟିରୁ ସରକାର ୪.୧୩ ଲକ୍ଷ କୋଟି ଟଙ୍କା ପାଇଥିବା ବେଳେ ପେଟ୍ରୋଲିୟମ ପଦାର୍ଥ ଉପରେ ଆମଦାନୀ ସୀମା ଶୁଳ୍କ ଭାବେ ୪୬ ହଜାର କୋଟି ଟଙ୍କା ପାଇଛନ୍ତି ।

ମେ ୧ରେ ଦିଲ୍ଲୀରେ ପେଟ୍ରୋଲ୍ ୯୦ ଟଙ୍କା ୪୦ ପଇସା ରହିଥିଲା । ଏବେ ତାହା ବୃଦ୍ଧି ପାଇ ୯୯ ଟଙ୍କା ୧୬ ପଇସାରେ ପହଞ୍ଚିଛି । ଏହିଭଳି ଭାବେ ବିଗତ ୬୦ ଦିନରେ ପେଟ୍ରୋଲ୍ ଲିଟର ପିଛା ୮ ଟଙ୍କା ୭୬ ପଇସା ମହଙ୍ଗା ହୋଇଛି । ସେହିଭଳି ଦିଲ୍ଲୀରେ ଡିଜେଲ ଦର ୨ ମାସ ମଧ୍ୟରେ ୮ ଟଙ୍କା ୪୫ ପଇସା ବଢ଼ି ଲିଟର ପିଛା ୮୯ ଟଙ୍କା ୧୮ ପଇସାରେ ବିକ୍ରି ହେଉଛି ।

ଟିକା ଅଭାବ, ଆଜି ରାଜ୍ୟର ୧୭ ଜିଲ୍ଲାରେ ବନ୍ଦ ରହିବ କୋଭିଡ୍ ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ ପୁଣି ଟିକାର ଅଭାବ । ଏଥିପାଇଁ ଆଜି ୧୭ଟି ଜିଲ୍ଲାରେ ଟିକାକରଣ ବନ୍ଦ କରାଯାଇଛି । ଅନୁଗୁଳ, ବାଲେଶ୍ୱର, ବଲାଙ୍ଗିର, ଭଦ୍ରକ, ବୌଦ୍ଧ, କଟକ, ଦେବଗଡ଼, ଗଞ୍ଜାମ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ ଓ ମାଲକାନଗିରିରେ ଟିକାକରଣ କରାଯିବ ନାହିଁ । ସେହିପରି ନବରଙ୍ଗପୁର, ନୟାଗଡ଼, ରାୟଗଡ଼ା, ସୋନପୁରରେ ଟିକାକରଣ ନହେବା ନେଇ ସୂଚନା ଦିଆଯାଇଛି ।

Covid Vaccination Stopped In 17 District For Vaccine Shortage

ତେବେ ଗତକାଲି ରାଜ୍ୟକୁ ମାତ୍ର ୧ ଲକ୍ଷ କୋଭିସିଲ୍ଡ ଟିକା ଆସିଛି । ଗତ ଜୁନ୍‌ ୨୧ତାରିଖରୁ ଦେଶରେ ନୂଆ ଟିକାକରଣ ବ୍ୟବସ୍ଥା ଆରମ୍ଭ ହୋଇଛି । ଏହି ବ୍ୟବସ୍ଥାକୁ ନେଇ କେନ୍ଦ୍ର ସରକାର ଦେଶରେ ଟିକାର ଅଭାବ ରହିବ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ହେଲେ ତାହା ବିଭିନ୍ନ ରାଜ୍ୟରେ ଫେଲ ମାରିଥିବା ଦେଖିବାକୁ ମିଳିଛି ।

ଏବେ ରାଜ୍ୟ ପାଖରେ କୋଭିସିଲ୍ଡର ୧ ଲକ୍ଷ ୧୪ ହଜାର ୬୬୦ ଡୋଜ୍ ରହିଥିବା ବେଳେ କୋଭାକ୍ସିନର ୪ ଲକ୍ଷ ୪୨ ହଜାର ୧୩୦ ଡୋଜ୍ ଟିକା ରହିଛି ।