ଖେଳ ସରିବା ପରେ ସାମ୍ନାକୁ ଆସିଲା ଚୀନ,ତାଲିବାନ ସରକାରକୁ ଦେବ ମାନ୍ୟତା

1 min read

କାବୁଲ: ଆଫଗାନିସ୍ତାନ ଉପରେ ତାଲିବାନର ନିୟନ୍ତ୍ରଣକୁ ନେଇ ସମଗ୍ର ବିଶ୍ୱରେ ଅସନ୍ତୋଷ ରହିଛି । ତାଲିବାନର ଇତିହାସ ବାକି ବିଶ୍ୱକୁ ଏହି ସଂଗଠନକୁ ସନ୍ଦେହ ଦୃଷ୍ଟିରେ ଦେଖିବାକୁ ବାଧ୍ୟ କରୁଛି । ତାଲିବାନ ଆସିବା ସହିତ ଆଫଗାନିସ୍ତାନରେ ସଂଖ୍ୟାଲଘୁ ଓ ମହିଳା ଅସୁରକ୍ଷିତ ହେବେ ବୋଲି ଦୁନିଆ ଆଶଙ୍କା କରୁଛି । କିନ୍ତୁ ତାଲିବାନକୁ ପଶ୍ଚାତଭାଗରେ ରହି ସମର୍ଥନ କରୁଥିବା ଦୁଇଟି ଦେଶଙ୍କ ରଣନୈତିକ ମନୋବାଞ୍ଛା କିନ୍ତୁ ପୂର୍ଣ୍ଣ ହୋଇଛି । ଏହି ଦୁଇ ଦେଶ ହେଉଛନ୍ତି ପାକିସ୍ତାନ ଓ ଚୀନ । ଆଫଗାନିସ୍ତାନରେ ପାକିସ୍ତାନ କାନ୍ଧରେ ବନ୍ଧୁକ ରଖି ନିଜ ଗୋଟି ଚଳାଉଥିବା ଚୀନ ତାଲିବାନ ସରକାରକୁ ମାନ୍ୟତା ଦେବ ବୋଲି ଘୋଷଣା କରିଛି । ଚୀନ ତାଲିବାନ ସରକାର ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିବାକୁ ଚାହେଁ ବୋଲି ସୋମବାର ଦିନ ସ୍ପଷ୍ଟ କରିଦେଇଛି ।

taliban china

ଖବର ସରବରାହ ସଂସ୍ଥା ଏଏଫପି ଅନୁସାରେ ଚୀନ୍ ତାଲିବାନ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସ୍ଥାପନ ପାଇଁ ପ୍ରସ୍ତୁତ ଅଛି । ତାଲିବାନର କାବୁଲ ଅଧିକାର ପରଠାରୁ ଏହା ଚୀନର ପ୍ରଥମ ପ୍ରକ୍ରିୟା ଥିଲା । ଅନ୍ୟପକ୍ଷରେ ଋଷ କହିଛି ଯେ, ତାଲିବାନର ବ୍ୟବହାର ଉପରେ ତା’ ସହିତ ସମ୍ପର୍କ ନିର୍ଭର କରୁଛି । ଋଷ କହିଛି ଯେ, ତାଲିବାନର ବ୍ୟବହାର ଉପରେ ତାକୁ ମାନ୍ୟତା ଦିଆଯିବ କି ନାହିଁ ତାହା ନିର୍ଭର କରେ ।

ତାଲିବାନକୁ ମାନ୍ୟତା ଦେବ ତୁର୍କି
ତାଲିବାନର ସବୁଠାରୁ ବଡ ସମର୍ଥକ ହେଉଛି ପାକିସ୍ତାନ । ପାକିସ୍ତାନୀ ମଦ୍ରାସାରୁ ଜନ୍ମ ନେଇଥିବା ତାଲିବାକୁ ପାକିସ୍ତାନ ୧୯୯୬ରେ ମାନ୍ୟତା ଦେଇଥିଲା । ତେଣୁ ୨୦୨୧ରେ ମଧ୍ୟ ପାକିସ୍ତାନ ଏହାକୁ ମାନ୍ୟତା ଦେବ । ବର୍ତ୍ତମାନ ତାଲିବାନର ଉତ୍ଥାନ ପଛରେ ପାକିସ୍ତାନୀ ସେନା ଓ ଆଇଏସଆଇର ହାତ ରହିଛି । ସୂଚନାଯୋଗ୍ୟ ଯେ କିଛି ଦିନ ତଳେ ଭାରତୀୟ ବୈଦେଶିକ ବିଭାଗ ଆଫଗାନିସ୍ତାନ ସ୍ଥିତି ପାଇଁ ପାକିସ୍ତାନକୁ ଦାୟି କରିଥିଲା ।

ତୁର୍କୀ ବି ଦେବ ମାନ୍ୟତା !
ତୁର୍କିରେ ଅନେକ ବ୍ୟକ୍ତି ଏହାକୁ ଏକ ଅବସର ଭାବେ ଦେଖୁଛନ୍ତି । ଆମେରିକା ସହିତ ଖରାପ ହୋଇଥିବା ସମ୍ପର୍କକୁ ପୁଣି ସୁଧାରିବାରେ ଆଫଗାନିସ୍ତାନ ସାହାଯ୍ୟ କରିପାରେ ବୋଲି ତୁର୍କି ଭାବୁଛି । ତେଣୁ ତୁର୍କି ଆଫଗାନିସ୍ତାନରେ ନିଜ ଦୂତାବାସକୁ ବନ୍ଦ କରିବ ନାହିଁ । ଏହା ସହିତ ତୁର୍କି ତାଲିବାନ ସହିତ ସମ୍ପର୍କ ରଖି ସାମରିକ-ଭୌଗଳିକ ଦୃଷ୍ଟିକୋଣରୁ ମହତ୍ୱପୂର୍ଣ୍ଣ ଏହି ମଧ୍ୟ ଏସୀୟ ଦେଶରେ ନିଜ ଉପସ୍ଥିତି ବନେଇ ରଖିବାକୁ ଚାହୁଁଛି ।

Leave a Reply