ଛତିଶଗଡ଼ର ୩ ହାର୍ଡକୋର ମାଓବାଦୀଙ୍କ ଓଡ଼ିଶାରେ ଆତ୍ମସମର୍ପଣ

1 min read

ମାଓବାଦୀଙ୍କୁ ଶକ୍ତ ଝଟକା । ଓଡ଼ିଶା ପୋଲିସଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ୩ ହାର୍ଡକୋର ମାଓବାଦୀ । ଆତ୍ମସମର୍ପଣ ନେଇ ସାମ୍ୱାଦିକ ସମ୍ମିଳନୀରେ ପୋଲିସ ଡିଜି ଅଭୟ ସୂଚନା ଦେବା ସହ ସେମାନଙ୍କ ଆତ୍ମସମର୍ପଣଙ୍କୁ ସ୍ୱୀକାର କରିଛନ୍ତି ପୋଲିସ ଡିଜି । ଆତ୍ମସମର୍ପଣକାରୀ ମାଓବାଦୀମାନେ ଛତିଶଗଡ଼ ନିବାସୀ ଏବଂ ସେମାନଙ୍କୁ ମହାନଦୀ ଏରିଆ କମିଟି ଦାୟିତ୍ୱ ଦିଆଯାଇଥିଲା । ଅର୍ଥାତ ଉତ୍ତର କନ୍ଧମାଳ ଅଞ୍ଚଳରେ ମାଓବାଦୀ ଗତିବିଧିରେ ସେମାନେ ସମ୍ପୃକ୍ତ ଥିଲେ । ଆତ୍ମସମର୍ପଣକାରୀ ମାନେ ହେଲେ  ଲକ୍ଷ୍ମଣ (ଏରିଆ କମିଟି ମେମ୍ୱର) ଗଙ୍ଗା ମଡ଼କମ୍ (ଏରିଆ କମିଟି ମେମ୍ୱର) ସୁକା ସୋଡି (ପାର୍ଟି ମେମ୍ୱର) । ଏମାନଙ୍କ ଆତ୍ମସମର୍ପଣ ପରେ ଅନ୍ୟ ମାଓବାଦୀମାନଙ୍କୁ ମଧ୍ୟ ଆତ୍ମସମର୍ପଣ ନେଇ ଆହ୍ୱାନ ଦେଇଛନ୍ତି ପୋଲିସ ଡିଜି । ଆତ୍ମସମର୍ପଣକାରୀ ମାଓବାଦୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଭଲ ଥଇଥାନ ବ୍ୟବସ୍ଥା ରହିଛି । ଏଣୁ ସେମାନେ ଆତ୍ମସମର୍ପଣକାରୀ ଶନ୍ତୁପୂର୍ଣ୍ଣ ଏବଂ ନୂଆ ଜୀବନ ଆରମ୍ଭ କରନ୍ତୁ ବୋଲି କହିଛନ୍ତି ଡିଜିପି । ତେବେ ଏମାନେ ଛତିଶଗଡ଼ର ହୋଇଥିବା ସତ୍ତ୍ୱେ ଓଡ଼ିଶା ସରକାରୀଙ୍କ ଆତ୍ମସମର୍ପଣକାରୀ ମାଓବାଦୀଙ୍କ ପାଇଁ ଭଲ ଥଇଥାନ ଯୋଜନା ରହିଥିବାରୁ ସେମାନେ ଓଡ଼ିଶାରେ ଆତ୍ମସମର୍ପଣ କରିଥିଲେ । ଦୀର୍ଘ ୧୨ ବର୍ଷ ଧରି ସେମାନେ ଓଡ଼ିଶାରେ ବିଭିନ୍ନ ମାଓ ଗତିବିଧିରେ ସମ୍ପୃକ୍ତ ଥିଲେ ।

ଏଥିସହିତ ପଢ଼ନ୍ତୁ: କାର୍ଯ୍ୟରେ ଅବହେଳା ଏବଂ ହିତାଧିକାରୀଙ୍କୁ ହଇରାଣ କରୁଥିବାରୁ ନିଲମ୍ବିତ ହେଲେ IPO

Leave a Reply