spot_img
Home Blog Page 5462

ରେଳ ବିଭାଗ ପକ୍ଷରୁ ଭୁବନେଶ୍ୱର-ନୂଆଦିଲ୍ଲୀ ୪ଟି ଟ୍ରେନ ବାତିଲ

ଭୁବନେଶ୍ୱର: ପୂର୍ବତଟ ରେଳ ବିଭାଗ ପକ୍ଷରୁ ବାତିଲ କରାଗଲା ଟ୍ରେନ  । ଭୁବନେଶ୍ୱରରୁ ଦିଲ୍ଲୀ ଚାଲିବାକୁ ଥିବା ଦୁଇ ଯୋଡ଼ା ଟ୍ରେନ ଅଥବା ୪ଟି ସ୍ପେସାଲ ଟ୍ରେନ ବାତିଲ କରିଛି ପୂର୍ବତଟ ରେଳ ବିଭାଗ  । ପୂର୍ବତଟ ରେଳ ଅଧିନରେ ଥିବା ପୂର୍ବ ମଧ୍ୟ ରେଳ ବିଭାଗର  ବିଭିନ୍ନ ଷ୍ଟେସନରୁ ଭୁବନେଶ୍ବରୁ ଦିଲ୍ଲୀ ଯିବାକୁ ଥିବା ସମୁଦାୟ ୨ ଯୋଡ଼ା ଟ୍ରେନର ଯାତ୍ରାକୁ ରଦ୍ଧ କରାଯାଇଛି  । ବାତିଲ ହୋଇଥିବା ଏହି ଟ୍ରେନ ଗୁଡ଼ିକ ପ୍ରଥମ ରହିଛି ଟ୍ରେନ ନମ୍ବର ୦୨୮୨୩  ।  ଭୁବନେଶ୍ୱର-ଦିଲ୍ଲୀ ସ୍ପେସାଲ ଟ୍ରେନ ଜୁଲାଇ ୫, ୯ ଏବଂ ୧୨ ତାରିଖରେ ଚାଲିବାକୁ ଥିବାବେଳେ ଏହାକୁ ବାତିଲ କରାଯାଇଛି  ।

ସେହିପରି ଟ୍ରେନ ନମ୍ବର ୦୨୮୨୪ ନୂଆଦିଲ୍ଲୀ- ଭୁବନେଶ୍ୱର ସ୍ପେସାଲ ଟ୍ରେନ ୩, ୬, ୧୦ ଏବଂ ୧୩ ଜୁଲାଇରେ ଯାତ୍ରା କରିବାକୁ ଥିବାବେଳେ ଏହାକୁ ଋଦ୍ଧ କରାଯାଇଛି  । ଏନ୍ୟପଟେ ଗାଡ଼ି ନମ୍ବର ୦୨୮୫୫ ଭୁବନେଶ୍ୱରରୁ ନୂଆଦିଲ୍ଲୀ ସ୍ପେସାଲ ଟ୍ରେନ ଜୁଲାଇ ୩ ଏବଂ ୧୦ ତାରିଖ ଯାତ୍ରାକୁ ସ୍ଥଗିତ ରଖାଯାଇଛି  । ଗାଡ଼ି ନମ୍ବର ୦୨୮୫୬ ନୂଆଦିଲ୍ଲୀ- ଭୁବନେଶ୍ୱର ସ୍ପେସାଲ ଟ୍ରେନ ଜୁଲାଇ ୪ ତାରିଖ ଏବଂ ୧୧ ତାରିଖରେ ଭୁବନେଶ୍ୱରରୁ ଦିଲ୍ଲୀ ଯିବାକୁ ଥିବେବେଳେ ଏହାକୁ ପୂର୍ବତଟ ରେଳ ତରଫରୁ ଯାତ୍ରାକୁ ସ୍ଥଗିତ ଅଥବା ବାତିଲ କରାଯାଇଛି  ।

ତୀରଥ ସିଂ ରାଓ୍ୱତ ଇସ୍ତଫା ଦେବା ପରେ ଏବେ ପଶ୍ଚିମବଙ୍ଗରେ ସରଗରମ ରାଜନୀତି

ନୂଆଦିଲ୍ଲୀ: ସାମ୍ବିଧାନିକ କାରଣ ପାଇଁ ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ପଦରୁ ତୀରଥ ସିଂ ରାଓ୍ୱତ ଇସ୍ତଫା ଦେବା ପରେ ଏବେ ପଶ୍ଚିମବଙ୍ଗରେ ସରଗରମ ହୋଇଛି ରାଜନୀତି। ପଶ୍ଚିମବଙ୍ଗରେ ହେବାକୁ ଥିବା ଉପନିର୍ବାଚନ ଖୁବ ଶୀଘ୍ର କରିବା ପାଇଁ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଛନ୍ତି ପଶ୍ଚିମବଙ୍ଗ ସରକାର। ସମସ୍ତ କୋଭିଡ୍ ନିୟମ ମାନି ନିର୍ବାଚନ ହେବ ବୋଲି କହିଛନ୍ତି ମମତା ସରକାର। ପଶ୍ଚିମବଙ୍ଗର ୮ଟି ବିଧାନସଭା ଆସନରେ ହେବ ଉପନିର୍ବାଚନ। ଏଥିରେ ରହିଛି ଭବାନିପରୁର ଆସନ। ଯେଉଁଠି ନିର୍ବାଚନ ଲଢିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏଣୁ ଖୁବଶୀଘ୍ର ଉପନିର୍ବାଚନ ହେବା ନେଇ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖାଯାଇଛି। ମୁଖ୍ୟମନ୍ତ୍ରୀ ହେବାର ୬ ମାସ ମଧ୍ୟରେ ବିଧାୟକ ଭାବେ ନିର୍ବାଚିତ ହେବାକୁ ପଡିବ। ଏଭଳି ସ୍ଥିତିରେ ନଭେମ୍ବର ୫ ପୂର୍ବରୁ ମମତା ବାନାର୍ଜୀଙ୍କୁ ନିର୍ବାଚନ ଜିତିବାକୁ ହେବ। ନ ହେଲେ ଆଗାମି ଦିନରେ ଟିଏମସି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇପାରେ। ଏଣୁ ଆଗୁଆ ନିର୍ବାଚନ ନେଇ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଛନ୍ତି ପଶ୍ଚିମବଙ୍ଗ ସରକାର। ସେପଟେ ତୀରଥ ସିଂ ରାଓ୍ୱାତଙ୍କ ଇସ୍ତଫାକୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି ରାଜନୈତିକ ବିଶେଷଜ୍ଞ। ଉତ୍ତରାଖଣ୍ଡ ଭଳି ପଶ୍ଚିମବଙ୍ଗରେ ସ୍ଥିତି ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।

ଛତିଶଗଡ଼- ମହାରାଷ୍ଟ୍ର ସୀମାନ୍ତରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ

ଛତିଶଗଡ଼- ମହାରାଷ୍ଟ୍ର ସୀମାନ୍ତରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ। ଲୁହାପଥର ଖଣି ଉପରେ ମାଓବାଦୀ ଆକ୍ରମଣ କରିଥିଲେ। ପ୍ରୋକ୍ଲିନ ମେସିନ ସମେତ ୬ଟି ଗାଡ଼ି ଜାଳି ଦେଇଛନ୍ତି ମାଓବାଦୀ। ପୋଲିସ ପହଞ୍ଚିବା ପରେ ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ଗୁଳିବିନିମୟରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ପୋଲିସ କି ମାଓବାଦୀଙ୍କ ମୃତ୍ୟୁ ହୋଇଛି, ତାହା ସ୍ପଷ୍ଟ ହୋଇନାହିଁ। ଖଣି ସୁପରଭାଇଜର ସମେତ କିଛି ଶ୍ରମିକଙ୍କୁ ମାଓବାଦୀମାନେ ବନ୍ଧକ ରଖିଥିବା ସୂଚନା ମିଳିଛି। ନାରାୟଣପୁର ଜିଲ୍ଲା ଛୋଟେଡ଼ଙ୍ଗର ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା। ଏବେ ବି ଉଭୟ ପକ୍ଷ ମଧ୍ୟରେ ଜାରି ରହିଛି ଗୁଳିବିନିମୟ।

ରାଫେଲ ଦୁର୍ନୀତି ପ୍ରସଙ୍ଗ: ଫ୍ରାନ୍ସରେ ହେବ ତଦନ୍ତ

ନୂଆଦିଲ୍ଲୀ: ଲଢୁଆ ବିମାନ ରାଫେଲ ବିକ୍ରିରେ ହୋଇଥିବା ଦୁର୍ନୀତି ମାମଲାର ତଦନ୍ତ ପାଇଁ ଫ୍ରାନ୍ସରେ ଜଣିକିଆ କମିଟି ଗଠନ ହୋଇଛି। ଫ୍ରାନ୍ସର ପବ୍ଲିକ ପ୍ରସ୍ୟୁକେସନ୍ ସର୍ଭିସେସର ଫାଇନାନ୍ସ କ୍ରାଇମ୍ ବ୍ରାଂଚ ପକ୍ଷରୁ ଏହି ଘୋଷଣା କରାଯାଇଛି। ମାମଲାର ତଦନ୍ତ ଜଣେ ବିଚାରପତି କରିବେ। ଫ୍ରାନ୍ସର ଏକ ସ୍ୱେଛାସେବୀ ସଂଗଠନ ସେରପା ପକ୍ଷରୁ ପ୍ରଥମେ ୨୦୧୮ରେ ରାଫେଲ ଚୁକ୍ତିରେ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା। ତେବେ ସେ ସମୟରେ ଫାଇନାନ୍ସ କ୍ରାଇମବ୍ରାଂଚ୍ କୌଣସି ତଦନ୍ତ କରିବାକୁ ମନା କରିଦେଇଥିଲା। ସୂଚନାଯୋଗ୍ୟ ଯେ, ୯.୩ ବିଲିୟନ ଡଲାରର ଚୁକ୍ତି ଅନୁଯାୟୀ ଭାରତକୁ ଫ୍ରାନ୍ସ ୩୬ଟି ରାଫେଲ ବିମାନ ଦେଇଛି। ଏହି ଚୁକ୍ତି ଭାରତ ସରକାର ଓ ଫ୍ରାନ୍ସର ଡସାଲଟ୍ କମ୍ପାନୀ ମଧ୍ୟରେ ହୋଇଥିଲା।

ଏହି ଚୁକ୍ତି ଦ୍ୱାରା ଅନିଲ ଅମ୍ବାନୀଙ୍କ କମ୍ପାନୀଙ୍କୁ ଅନୁଗ୍ରହିତ କରାଯାଇଛି ବୋଲି ଅନେକ ଦିନ ଧରି ଅଭିଯୋଗ ହୋଇ ଆସୁଛି। ତେବେ ଭାରତରେ ସୁପ୍ରିମକୋର୍ଟ ଅଭିଯୋଗରେ କୌଣସି ଦମ ନଥିବା ଅନୁଭବ କରି ମାମଲାକୁ ଖାରଜ କରିଦେଇଥିଲେ। ଫ୍ରାନସର ଏକ ୱେବସାଇଟ୍ ମିଡିଆପାର୍ଟ ନ୍ୟାସନାଲ ଫାଇନାନସିଆଲ ପ୍ରୋସିକ୍ୟଟର୍ସଙ୍କ ବିରୋଧରେ ମାମଲାକୁ ଚାପୁଥିବା ଅଭିଯୋଗ କରିଥିଲା। ଏହାପୂର୍ବରୁ ମିଡିଆପାର୍ଟ ଦାବି କରିଥିଲା ଯେ, ରାଫେଲ ଡିଲରେ ଅନେକ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ କୋଟିକୋଟି ଟଙ୍କା ଦିଆଯାଇଛି।

କମିଶନ ଭାବେ କିଛି ଭାରତୀୟ ଅଧିକାରୀଙ୍କୁ କୋଟି କୋଟି ଟଙ୍କା ଦିଆଯାଇଛି ବୋଲି ମିଡିଆପାର୍ଟ ଅଭିଯୋଗ କରୁଛି। ଏଣେ ଭାରତରେ ମଧ୍ୟ ବିରୋଧୀ ଦଳ ରାଫେଲ ଚୁକ୍ତିକୁ ନେଇ କେନ୍ଦ୍ର ସରକାର ବିରୋଧରେ ଦୁର୍ନୀତି ଅଭିଯୋଗ ଆଣୁଛନ୍ତି।

ବଡ଼ଦାଣ୍ଡରେ ଛାତ ଉପରୁ ରଥଯାତ୍ରା ଦେଖିବା ମନା, ୧୧ ତାରିଖରୁ ପୁରୀରେ ୧୪୪ ଧାରା

ପୁରୀ: ରଥଯାତ୍ରା ପୂର୍ବରୁ ପୁରୀରେ ଲାଗୁ ହେବ କର୍ଫ୍ୟୁ।  ଆସନ୍ତା ୧୧ ତାରିଖରୁ ୧୩ ତାରିଖ ସକାଳ ପର୍ଯ୍ୟନ୍ତ ପୁରୀ ସହରରେ କର୍ଫ୍ୟୁ ଜାରି ହେବ। ରଥଯାତ୍ରା ପାଇଁ କର୍ଫ୍ୟୁ ଲାଗୁ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ରଥଯାତ୍ରା ସମୟରେ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ଥିବା ଘର ଉପରେ ରହି କେହି ଦର୍ଶନ କରିପାରିବେ ନାହିଁ। କଡ଼ାକଡ଼ି ଭାବେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏହି ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ରଥଯାତ୍ରା ପାଇଁ ପୂରା ପୁରୀ ସହରରେ ୧୪୪ ଧାରା ଜାରି ହେବ। ରଥଯାତ୍ରାର ଗୋଟିଏ ରାତି ପୂର୍ବରୁ ଓ ତା’ ପରଦିନ ଅପରାହ୍ନ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ।

ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ଥିବା ଘର ଗୁଡ଼ିକର ଛାତ ଉପରେ ରହି କୌଣସି ଲୋକ ରଥଯାତ୍ରା ଦେଖି ପାରିବେ ନାହିଁ। କାରଣ ଏହା ବି କର୍ଫ୍ୟୁ ଅଧୀନରେ ଯାଉଛି। ରଥଯାତ୍ରା ବେଳେ ଲୋକମାନେ ଘର ଭିତରେ ରହିବେ। ବଡ଼ଦାଣ୍ଡରେ ଥିବା ହୋଟେଲ ଓ ଲଜ୍‌ ଗୁଡ଼ିକୁ ରଥଯାତ୍ରାର ଦୁଇ ଦିନ ପୂର୍ବରୁ ଖାଲି କରି ଦିଆଯିବ। ସହରର ଅନ୍ୟ ଅଞ୍ଚଳରେ ଥିବା ହୋଟେଲ୍‌ ଗୁଡ଼ିକରେ ଲୋକେ ରହିପାରିବେ, କିନ୍ତୁ କର୍ଫ୍ୟୁ ବେଳେ ବାହାରକୁ ଯାଇପାରିବେ ନାହିଁ। ସେପଟେ ପୁରୀ ଏସ୍‌ପି କହିଛନ୍ତି ଯେ ବଡ଼ଦାଣ୍ଡରେ ୨୦୦ରୁ ଅଧିକ ଘର ରହିଛି। ଘରଗୁଡ଼ିକର ଛାତ ଉପରୁ ରଥଯାତ୍ରା ଦେଖିବାକୁ ଲୋକଙ୍କୁ ଆଦୌ ଅନୁମତି ଦିଆଯିବ ନାହିଁ। ଏଥିପାଇଁ ପୁଲିସ୍ ମୁତୟନ ହେବେ।

‘ଲଗାନ’ ସେଟ୍‌ରୁ ଆରମ୍ଭ ହୋଇଥିବା ଲଭ୍‌ ଷ୍ଟୋରୀର ୨୦ ବର୍ଷ ପରେ ଅନ୍ତ

ନୂଆଦିଲ୍ଲୀ: ବଲିଉଡରେ ବିଚ୍ଛେଦର ଚର୍ଚ୍ଚା। ସମସ୍ତଙ୍କ ମୁହଁରେ ଏବେ ଦୁଇଟି ନାଁ ଆଉ ୧୫ ବର୍ଷର ରିଲେସନ୍‌ସିପର କାହାଣୀ। ଏମିତି କାହିଁକି ହେଲା ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ। ବିବାହର ୧୫ ବର୍ଷ ପରେ ଆମୀର ଖାନ ଏବଂ କିରଣ ରାଓ ସେମାନଙ୍କ ବୈବାହିକ ସମ୍ପର୍କରୁ ଅଲଗା ହୋଇଛନ୍ତି। ଆମିର ଏବଂ କିରଣ ସେମାନଙ୍କର ମିଳିତ ବିବୃତ୍ତିରେ ଏଭଳି ଆଶ୍ଚର୍ଯ୍ୟପୂର୍ଣ୍ଣ ଘୋଷଣା କରିଛନ୍ତି। ସେମାନେ ବିବୃତ୍ତିରେ କହିଛନ୍ତି ବର୍ତ୍ତମାନ ସେମାନଙ୍କର ରାସ୍ତା ସମ୍ପୂର୍ଣ୍ଣ ଅଲଗା। ଦୁଇଜଣଙ୍କ ମଧ୍ୟରେ ଏବେ ସ୍ୱାମୀ ଏବଂ ସ୍ତ୍ରୀ ଭଳି କୌଣସି ସମ୍ପର୍କ ରହିବ ନାହିଁ। ଏହି ଖବର ଉଭୟ ପ୍ରଶଂସକଙ୍କୁ ଚକିତ କରିଦେଇଛି।

ଆମେ ଆପଣଙ୍କୁ କହିବୁ ଚାହୁଁଯେ ଆମୀର ଖାନ ଏବଂ କିରଣ ରାଓ ଫିଲ୍ମ ଲଗାନରେ ସେଟ୍ ଏକାଠି ହୋଇଥିଲେ। କିରଣ ଫିଲ୍ମ ଲଗାନରେ ସହକାରୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିଲେ। ସେହି ଫିଲ୍ମ ସେଟରୁ ଦୁହେଁ ଉଭୟ ଉଭୟଙ୍କ ପ୍ରେମରେ ପଡିଥିଲେ।  ପରେ ଉଭୟ ୨୮ ଡିସେମ୍ବର ୨୦୦୫ ରେ ଊଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଏହାପରେ ୨୦୧୧ ରେ ଉଭୟ ସରୋଗେସି ସାହାଯ୍ୟରେ ପୁଅ ଆଜାଦଙ୍କୁ ସ୍ୱାଗତ କରିଥିଲେ।

ଆମୀର ଖାନ ଏବଂ କିରଣ ରାଓ ସେମାନଙ୍କ ବିବୃତ୍ତିରେ ଲେଖିଛନ୍ତି ଯେ ‘ଏହି ୧୫ ବର୍ଷ ଭିତରେ ଆମେ ଦୁଇଜଣ ଏକ ଜୀବନର ସୁନ୍ଦର ଅନୁଭୂତି, ଆନନ୍ଦ ଏବଂ ସୁଖକୁ ଏକାଠି ବାଣ୍ଟିଛୁ। ଆମର ବୈବାହିକ ସମ୍ପର୍କ କେବଳ ବିଶ୍ୱାସ, ସମ୍ମାନ ଏବଂ ପ୍ରେମରେ ଆଗକୁ ପଢ଼ିପାରିଛି। କିନ୍ତୁ ବର୍ତ୍ତମାନ ଆମେ ଆମ ଜୀବନରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଚାହୁଁଛୁ। ସ୍ୱାମୀ ଏବଂ ସ୍ତ୍ରୀ ଭାବରେ ନୁହେଁ, ସହ-ପିତାମାତା ଏବଂ ପରିବାର ଭାବରେ। ସେ ବିବୃତ୍ତିରେ ଲେଖିଛନ୍ତି ଯେ, ଆମେ କିଛି ସମୟ ପୂର୍ବରୁ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲୁ। ଆଉ ଏବେ ଏହି ପ୍ଲାନ୍‌ ସଫଳ ହୋଇଛି ଆମେ ଦୁହେଁ ଅଲଗା ହୋଇଛୁ।

ସେ ଆହୁରି ମଧ୍ୟ ଲେଖିଛନ୍ତି ‘ଆମେ ଦୁହେଁ ଅଲଗା ରହିବା ସତ୍ତ୍ୱେ ଏକାଠି କାମ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେମାନେ ଏବେ ଦୁହେଁ ଦୁହିଁଙ୍କ ଠାରୁ ଦୁରରେ ରହି ମଧ୍ୟ ଗୋଟିଏ ପରିବାର ପରି ରହିବେ। ଆମେ ଆମ ପୁଅ ଆଜାଦଙ୍କ ପାଇଁ ହେଉଛୁ ସମର୍ପିତ ପିତାମାତା, ଯାହାଙ୍କୁ ଆମେ ଏକାଠି ବଢ଼ାଇବୁ। ଆମେ ଚଳଚ୍ଚିତ୍ର, ପାନି ଫାଉଣ୍ଡେସନ୍ ଏବଂ ଅନ୍ୟାନ୍ୟ ପ୍ରୋଜେକ୍ଟରେ ମଧ୍ୟ ଦୁହେଁ ଦୁହିଁଙ୍କ ସହଯୋଗ କରିବେ ବୋଲି ଏହି ବିବୃତ୍ତିରେ ଲେଖିଛନ୍ତି। ଏହି ଛାଡପତ୍ର ଶେଷ ନୁହେଁ ବରଂ ଏକ ନୂତନ ଯାତ୍ରା ଆରମ୍ଭ।

କିରଣଙ୍କ ପୂର୍ବରୁ ଆମୀର ଖାନ ରିନା ଦତ୍ତଙ୍କୁ ବିବାହ କରିଥିଲେ। ତେବେ  କିରଣଙ୍କ ପ୍ରେମରେ ପଡ଼ିବା ପରେ ସେ ରିନା ଦତ୍ତାଙ୍କୁ ତଲାକ ଦେଇଥିଲେ। ରିନା ଦତ୍ତଙ୍କ ଏବଂ ଆମୀର ଖାନଙ୍କର ଦୁଇଟି ସନ୍ତାନ ଅଛନ୍ତି – ଆୟରା ଖାନ ଏବଂ ଜୁନୈଦ ଖାନ।

ଲେଜର ସ୍କାନିଂ ଦ୍ୱାରା ରତ୍ନସିଂହାସନର ହେବ ଡକ୍ୟୁମେଣ୍ଟସନ, ତୃଟି ଥିଲେ ମରାମତି କରାଯିବ

ପୁରୀ: ରଥଯାତ୍ରା ସମୟରେ ଶ୍ରୀମନ୍ଦିର ମରାମତି କାର୍ଯ୍ୟ ସହ ରତ୍ନସିଂହାସନର ହେବ ଡକ୍ୟୁମେଣ୍ଟସନ। ବିଶେଷ କରି ଲେଜର ସ୍କାନିଂ ସାହାଯ୍ୟରେ ଏହାକୁ ରେକର୍ଡ କରି ରଖାଯିବ। ରତ୍ନସିଂହାସନର ଅବସ୍ଥା କିଭଳି ଅଛି ତାହା ଲେଜର ସ୍କାନିଂ ଦ୍ୱାରା ଜଣାପଡ଼ିବ ବୋଲି ଏଏସଆଇ ପକ୍ଷରୁ କୁହାଯାଇଛି। ଏହାଛଡ଼ା ଗର୍ଭଗୃହ ଓ ଜଗମୋହନର ମରାମତି କାର୍ଯ୍ୟ ମଧ୍ୟ ଏହି ସମୟରେ କରାଯିବ ବୋଲି ଏଏସଆଇ ସୂଚନା ଦେଇଛି।

ଏହାଛଡ଼ା ଶ୍ରୀମନ୍ଦିରର ସମସ୍ତ ପରିସରକୁ ଉଜ୍ୱଳ ଆଲୋକ ଦ୍ୱାରା ଆଚ୍ଛାଦିତ କରାଯିବ। ପ୍ରାୟ ଦେଢ଼ କୋଟି ଟଙ୍କା ବିନିମୟରେ ଆସନ୍ତା ତିନିମାସ ମଧ୍ୟରେ ଏହି ଆଲୋକୀକରଣ କାର୍ଯ୍ୟ ସମ୍ପର୍ଣ୍ନ କରାଯିବ ବୋଲି ଏଏସଆଇ ପକ୍ଷରୁ କୁହାଯାଇଛି। ଏହି ଆଲୋକୀକରଣ ବ୍ୟବସ୍ଥା ପାଇଁ ଆଜି ଏକ ଘରୋଇ ସଂସ୍ଥା ଶ୍ରୀମନ୍ଦିର ଆସି ପ୍ରାରମ୍ଭିକ ଯାଞ୍ଚ କରିଛନ୍ତି। ଆଜି ହେଉଥିବା ଛତିଶାନିଯୋଗ ବୈଠକରେ ଏସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇପାରେ।

କରୋନା ସ୍ଥିତି ଅନୁଧ୍ୟାନ ପାଇଁ ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର: କୋଭିଡ୍‌ ସ୍ଥିତି ଅନୁଧ୍ୟାନ ପାଇଁ ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ୍। ଏହି ସମୟରେ କେନ୍ଦ୍ର ନିକଟରେ ରାଜ୍ୟ ରଖିଥିବା ପୂର୍ବ ପ୍ରସ୍ତାବ ଉପସ୍ଥାପନ କରିବ। ବିଶେଷକରି ଅଧିକ ଟିକା ଓ ଔଷଧ ପ୍ରଦାନ ଏବଂ ଅନ୍ୟାନ୍ୟ ସହାୟତା ଦେବାକୁ କେନ୍ଦ୍ରୀୟ ଟିମ୍ ପାଖରେ ଦାବି ରଖାଯିବ ବୋଲି ଡିଏମଇଟି ନିର୍ଦ୍ଦେଶକ ସି.ବି.କେ ମହାନ୍ତି କହିଛନ୍ତି। କେନ୍ଦ୍ରୀୟ ଟିମ୍ ଦେଶ ୬ଟି ରାଜ୍ୟ ଗସ୍ତ କରିବାକୁ ଥିବା ବେଳେ ଓଡ଼ିଶାକୁ କେବେ ଆସିବେ ତାର ସଠିକ ସୂଚନା ମିଳିନାହିଁ। ଏହି ଟିମ୍ ମୁଖ୍ୟତଃ କୋଭିଡ୍‌ ସ୍ଥିତି, ଟିକାକରଣ, ଲୋକଙ୍କ ବ୍ୟବହାର ଓ ଅଧିକ ସଂକ୍ରମଣ ହେଉଥିବା ୪ଟି ଜିଲ୍ଲାରେ ସ୍ଥିତି ସମୀକ୍ଷା କରିବେ। କରୋନାର ତୃତୀୟ ଲହର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ। ତେବେ ତୃତୀୟ ଲହର ଆସିବ କି ନାହିଁ, ତା’ର ସ୍ପଷ୍ଟ ସୂଚନା ନାହିଁ ବୋଲି ଡିଏମଇଟି ନିର୍ଦ୍ଦେଶକ ସି.ବି.କେ ମହାନ୍ତି କହିଛନ୍ତି।

ଦୁର୍ଘଟଣା ପରେ ପୋଲିସ୍‌କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଉତ୍ୟକ୍ତ ଲୋକେ, ଭିଡିଓ ହେଲା ଭାଇରାଲ

ଜୟପୁର: ପୋଲିସକୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଉତ୍ତ୍ୟକ୍ତ ଲୋକ। କୋରାପୁଟ ଜିଲ୍ଲା କାକିରିଗୁମ୍ମା ଥାନା ଓଆଏସି ଓ ଅନ୍ୟ ପୋଲିସ କର୍ମଚାରୀଙ୍କୁ ଲୋକ ଗୋଡ଼ାଇ ଗୋଡ଼ାଇ ପିଟିଲେ। ପରିବାର ଏବଂ ସ୍ଥାନୀୟ ଲୋକଙ୍କର ଆକ୍ରୋସର ଶିକାର ହେଲେ ପୋଲିସ୍‌। ସୂଚନା ଅନୁଯାୟି, ଗତକାଲି ଏକ ଟିପ୍ପର ଓ ବାଇକ ମଧ୍ୟରେ ଧକ୍କା ହୋଇଥିଲା। ଏଥିରେ ବାଇକ ଆରୋହୀ ଜଣେ ୨୨ ବର୍ଷୀୟ ଯୁବକ ପ୍ରାଣ ହରାଇଥିଲେ। ଏହି ଘଟଣାକୁ ନେଇ ଦୁର୍ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ପରିବାର ଲୋକ ଓ ଗ୍ରାମବାସୀ ମିଶି ପୋଲିସକୁ ଆକ୍ରମଣ କରିଥିଲେ। ଏହି ଭିଡିଓଟି ଏବେ ଭାଇରଲ ହେବାରେ ଲାଗିଛି।…

ଦେଶରେ ସୁଧୁରୁଛି କରୋନା ପରିସ୍ଥିତି, ୪୫ ହଜାର ତଳେ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଧୀରେ ଧୀରେ ଖସୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୪୫ ହଜାର ତଳେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଦେଖିବାକୁ ମିଳିଛି । ଦେଶରେ ଆଜି ୪୪ହଜାର ୧୧୧ ନୂଆ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୫ଲକ୍ଷ ୨ହଜାର ୩୬୨କୁ ବୃଦ୍ଧି ପାଇଛି । ସେହି ପରି ଗତ ୨୪ ଘଣ୍ଟାରେ ଆରୋଗ୍ୟ ହୋଇଛନ୍ତି ୫୭ ହଜାର ୪୭୭ ଜଣ କରୋନା ଆକ୍ରାନ୍ତ । ଗୋଟିଏ ଦିନରେ ୭୩୮ ଜଣଙ୍କ ଜୀବନ ନେଇଛି ମହାମାରୀ । ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୧ହଜାର ୫୦ ରହିଛି । ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୯୫ହଜାର ୫୩୩କୁ ହ୍ରାସ ପାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ଆରୋଗ୍ୟ ହୋଇଛନ୍ତି ୨କୋଟି ୯୬ଲକ୍ଷ ୫ହଜାର ୭୭୯ ଜଣ।