କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଫେସବୁକର ନୋଟିସ୍

ନୂଆଦିଲ୍ଲୀ:  କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଫେସବୁକର ନୋଟିସ । ଦିଲ୍ଲୀ ଦୁଷ୍କର୍ମ ପୀଡିତାଙ୍କ ପରିବାରର ପରିଚୟ ପ୍ରଦାନ କରୁଥିବା ଏକ ପୋଷ୍ଟକୁ ହଟାଇବା ଲାଗି ରାହୁଲଙ୍କୁ ନିର୍ଦ୍ଦେଶ ଦେଇଛି ଫେସବୁକ । ରାହୁଲଙ୍କ ନିକଟରୁ ପଠାଯାଇଥିବା ନୋଟିସରେ କୁହାଯାଇଛି ଏହି ପୋଷ୍ଟ ନାବାଳକ ନ୍ୟାୟ ଆଇନ ୨୦୧୫ ଓ ପକସୋ ଆଇନ ଉଲ୍ଲଂଘନ ହେଉଛି ।

ଏନସିପିସିଆରର ନୋଟିସ କ୍ରମେ ଏହି ପୋଷ୍ଟ ହଟାଯାଉ । ଏହି ଦୁଇ ଆଇନରେ କୌଣସି ନାବାଳିକା ବା ନାବାଳକଙ୍କ ପରିଚୟ କୌଣସି ପ୍ରକାର ଗଣମାଧ୍ୟମରେ ପ୍ରକାଶ କରାଯିବାକୁ ନିଷିଦ୍ଧ କରାଯାଇଛି । ଗତ ୧ ତାରିଖରେ ଦକ୍ଷିଣ ପଶ୍ଚିମ ଦିଲ୍ଲୀରେ ଜଣେ ୯ ବର୍ଷ ବୟସ୍କା ଦଳିତ ବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ପରେ ଦାହ କରିଦିଆଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଖବର ପ୍ରକାଶ ଦିନରୁ ହିଁ ରାହୁଲ ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ଏବଂ ସୋସିଆଲ ମିଡିଆରେ ଅଭିଯାନ ଜାରି ରଖିଛନ୍ତି । ଗତ ସପ୍ତାହରେ ରାହୁଲ ଉକ୍ତ ବାଳିକାଙ୍କ ଘରକୁ ଯାଇଥିଲେ ଏବଂ ବାଳିକାର ପରିବାର ସହ ଏକ ଫଟୋ ଉଠାଇଥିଲେ । ଏହି ଫଟୋକୁ ସେ ଇନଷ୍ଟାଗ୍ରାମରେ ଅପଲୋଡ କରିଥିଲେ । ପୋଷ୍ଟରେ ସେ ଲେଖିଥିଲେ ନ୍ୟାୟ ପାଇବା ଲାଗି ସଂଘର୍ଷ କରୁଥିବା ଏହି ପରିବାର ସହ ସେ ରହିଛନ୍ତି ।

Leave a Reply