ଅଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରେ ରଖିଲେନି ବୋଲି ପିଇଓଙ୍କୁ ମାଡ଼ ମାରିଲେ ସରପଞ୍ଚଙ୍କ ସ୍ୱାମୀ

ଭୁବନେଶ୍ୱର:  ଆବାସ ଯୋଜନାରେ ନିଜ ମନୋନୀତ ବ୍ୟକ୍ତିଙ୍କୁ ତାଲିକାରେ ନରଖିବାରୁ ପିଇଓଙ୍କୁ ମାଡ଼ ମାରିଲେ ସରପଞ୍ଚଙ୍କ ସ୍ୱାମୀ  । ଏଭଳି ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍ ଖାଳିଆମେଣ୍ଟା ପଞ୍ଚାୟତରେ । ପିଇଓ ରାମଚନ୍ଦ୍ର ନାୟକଙ୍କୁ ସରପଞ୍ଚଙ୍କ ସ୍ୱାମୀ ସୁରେନ୍ଦ୍ର ଭୂୟାଁ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ମାଡ ମାରିଥିବା ଅଭିଯୋଗ ହୋଇଛି ।

 

ନିଜ ମନୋନୀତ ଜଣେ ଅଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରିବାକୁ ପିଇଓଙ୍କୁ ଚାପ ପକାଇ ବିଫଳ ହେବାରୁ କ୍ରୋଧରେ ସେ ଏପରି କାଣ୍ଡ କରିଥିବା ଜଣାପଡିଛି । ସଂପୃକ୍ତ ହିତାଧିକାରୀଙ୍କ ପକ୍କା ଘର ରହିଛି । ହେଲେ ସରପଞ୍ଚଙ୍କ ସ୍ୱାମୀ ଏହା ଜାଣି ମଧ୍ୟ ସେହି ବ୍ୟକ୍ତିଙ୍କୁ ହିତାଧିକାରୀ ତାଲିକାରେ ସାମିଲ କରିବାକୁ ପିଇଓଙ୍କୁ ବାରମ୍ବାର ଚାପ ପକାଉଥିଲେ । ପୋଲିସ୍ ପିଇଓଙ୍କ ଠାରୁ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଛି ।

Leave a Reply