ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ପଞ୍ଚମ ଦିନରେ ତଦନ୍ତ, ସତ ଖୋଜୁଛି କ୍ରାଇମବ୍ରାଞ୍ଚ୍‌

1 min read

ଭୁବନେଶ୍ୱର: ACF ସୋମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ସତ ଖୋଜୁଛି କ୍ରାଇମବ୍ରାଞ୍ଚ । ତଦନ୍ତର ଆଜି ପଞ୍ଚମ ଦିନରେ ଅନେକ ଦିଗକୁ ନେଇ ଖୋଳତାଡ କରିବେ କ୍ରାଇମବ୍ରାଞ୍ଚର ତିନି ଜଣିଆ ଟିମ୍ । ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ସୋମ୍ୟଙ୍କୁ ଚିକିତ୍ସା କରିଥିବା ଡ଼ାକ୍ତର ଓ ସହଯୋଗୀଙ୍କୁ ଜେରା କରାଯିବ । ଏମାନଙ୍କୁ ଠାରୁ ଅନେକ ତଥ୍ୟ ପାଇବା ଲକ୍ଷ୍ୟରେ ରହିଛି କ୍ରାଇମବ୍ରାଞ୍ଚ ।

ଆସନ୍ତାକାଲି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିବାର ସମ୍ଭାବନା ରହିଛି । ବର୍ତ୍ତମାନ ସୁଦ୍ଧା ୬ ବନ କର୍ମଚାରୀ ଓ ଦୁଇ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଜେରା ସରିଥିବାବେଳେ ଅନେକ ତଥ୍ୟ ମିଳିଥିବା ଜଣାପଡିଛି । ACF ସୋମ୍ୟରଞ୍ଜନଙ୍କ ମୃତ୍ୟୁକୁ ଅନେକ ଦିନ ହୋଇଥିଲେ ମଧ୍ୟ ମୃତ୍ୟୁ ଉପରୁ ହଟିପାରୁନି ସସପେନ୍ସ, ଯାହାକୁ ନେଇ ତନାଘନା ଜାରି ରଖିଛି କ୍ରାଇମବ୍ରାଞ୍ଚ ।

ସୁଚନାଯୋଗ୍ୟ ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ ତାଙ୍କ ପରିବାର ଲୋକ ଏକାଧିକ ଅଭିଯୋଗ ଆଣିଥିଲେ । ଯାହାପରେ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ ହୋଇଥିଲା । ମାମଲାର ସତ୍ୟାସତ୍ୟ ସାମ୍ନାକୁ ନଆସିବାରୁ କ୍ରାଇମବ୍ରାଞ୍ଚକୁ ତଦନ୍ତ ହସ୍ତାନ୍ତର କରାଯାଇଛି ।

Leave a Reply