spot_img
Home Blog Page 5414

ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି: ଶିର କଟିଥିବାରୁ ହେବ ଅପରେସନ୍

ଭୁବନେଶ୍ୱର: ଭୀମଟାଙ୍ଗି ପ୍ରିୟଙ୍କା ସାହୁ ହତ୍ୟା ମାମଲା । ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି । ପୂର୍ବରୁ ସେ କ୍ୟାପିଟାଲ ହସ୍‌ପିଟାଲରେ ଚିକିତ୍ସାଧୀନ ଥିଲା । ହାତର ଶିର କଟି ଥିବାରୁ ଅପରେସନ ପାଇଁ ଜଗନ୍ନାଥକୁ ଏମସରେ ଭର୍ତ୍ତି କରାଯାଇଛି । ଜଗନ୍ନାଥର ପ୍ଲାଷ୍ଟିକ ସର୍ଜରୀ କରାଯିବ । କ୍ୟାପିଟାଲ ହସ୍ପିଟାଲ ନର୍ଦ୍ଦେଶକ ଏହି ସୂଚନା ଦେଇଛନ୍ତି । ଗତ ୫ତାରିଖରେ ସ୍ୱାମୀ ନଥିବା ବେଳେ ଘରେ ପଶି ପ୍ରିୟଙ୍କା ସାହୁଙ୍କୁ ଜଗନ୍ନାଥ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହାପରେ ଜଗନ୍ନାଥ ପ୍ରଧାନ ଆତ୍ମହତ୍ୟା ଉଦ୍ୟମ କରିଥିଲା ।

ଏଥିସହିତ ପଢ଼ନ୍ତୁ: ବିଭିନ୍ନ ସରକାରୀ ଯୋଜନାରେ ଟଙ୍କା ଆସିବ କହି ଟିପ ଚିହ୍ନ ନେଲେ, ଆଉ ତା’ ପରେ…

 

କର୍ଣ୍ଣାଟକ ବିଜେପିରେ ବଢ଼ୁଛି ଅସନ୍ତୋଷ: ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ୟେଦୁରପ୍ପା

ନୂଆଦିଲ୍ଲୀ:  ଇସ୍ତଫା ଚର୍ଚ୍ଚା ମଧ୍ୟରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା । ତେବେ ଇସ୍ତଫା ଚର୍ଚ୍ଚାକୁ ୟେଦୁରପ୍ପା ଖଣ୍ଡନ କରିଥିବା ବେଳେ କର୍ଣ୍ଣାଟକ ବିକାଶ ପ୍ରସଂଗରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିବା ସେ କହିଛନ୍ତି । କିନ୍ତୁ ଜାତୀୟ ଗଣମାଧ୍ୟମ ଏହି ଆଲୋଚନାକୁ ନେଇ ଭିନ୍ନ ଆକଳନ କରିଛି ।

ଶୁକ୍ରବାର ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଥିଲେ ୟେଦୁରପ୍ପା । ପରେ ଶନିବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଭେଟିଥିବା ବେଳେ  ରାଜନାଥ ସିଂହଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି । ତେବେ ପ୍ରଧାନମନ୍ତ୍ରୀଙ୍କ ସହିତ ହୋଇଥିବା ଆଲୋଚନାରେ ୟେଦୁରପ୍ପା ଇସ୍ତଫା ଦେବାକୁ ରାଜି ଥିବା ଜଣାପଡ଼ିଛି । କିନ୍ତ ଏହା ବଦଳରେ ସେ କିଛି ସର୍ତ୍ତ ରଖିଛନ୍ତି । କେନ୍ଦ୍ରୀୟ ସ୍ତରରେ ଏକ ସମ୍ନାନଜନକ ପଦ ଆଶା କରିଛନ୍ତି ୟେଦୁ ।

ସୂଚନା ଯୋଗ୍ୟ ଯେ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦ୍ୟୁରପ୍ପାଙ୍କ ବିରୋଧରେ ଦଳୀୟ ଅସନ୍ତୋଷ ଉଗ୍ର ହେବାରେ ଲାଗିଛି । ୟେଦୁରପ୍ପାଙ୍କୁ ପଦରୁ ହଟାଇବାକୁ ଦଳର ବିଧାୟକ ଓ ବରିଷ୍ଠ ନେତାମାନେ ହାଇକମାଣ୍ଡଙ୍କ ନିକଟରେ ଦାବି କରିଆସୁଛନ୍ତି । ଏଭଳି ସମୟରେ ଗତକାଲି ଦିଲ୍ଲୀ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ୟେଦୁରପ୍ପା । ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ୟେଦ୍ୟୁରପ୍ପା ଭେଟିବାର ସମ୍ଭାବନା ରହିଛି । କର୍ଣ୍ଣାଟକରେ ନେତୃତ୍ୱ ପରିବର୍ତ୍ତନକୁ ନେଇ ଦୀର୍ଘ ମାସ ହେଲା ଚର୍ଚ୍ଚା ହେଉଛି । ୟେଦ୍ୟୁରପ୍ପାଙ୍କ ବଦଳରେ ତାଙ୍କ ପୁଅ ସରକାର ଚଳାଉଥିବା ବାରମ୍ବାର ଅଭିଯୋଗ ହୋଇଛି । ଏଭଳି ସମୟରେ ଦଳର ଶୀର୍ଷ ନେତ୍ୱତ୍ୱଙ୍କ ସହିତ ଭେଟଘାଟ ରାଜ୍ୟରେ ସତ୍ତା ପରିବର୍ତ୍ତନର ସୂଚନା ଦେଉଛି । ୟେଦ୍ୟୁରପ୍ପାଙ୍କୁ ନେଇ ବିଜେପି ମଧ୍ୟ ରିସ୍କ ନେବାକୁ ଚାହୁଁନାହିଁ । ତେଣୁ ଖୁବଶୀଘ୍ର କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପଦ ପରିବର୍ତ୍ତନର ଆଭାସ ମିଳୁଛି । ମାତ୍ର ଚର୍ଚ୍ଚାକୁ ୟେଦ୍ୟୁରପ୍ପା ଖଣ୍ଡନ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ମହାକାଶକୁ ଉଡ଼ିବେ ମହାରାଷ୍ଟ୍ରର ଝିଅ, ସ୍ପେସ୍‌କୁ ଯିବାକୁଥିବା ରକେଟ୍‌ରେ ହେବେ ଇଞ୍ଜିନିୟର

ତିନି ରଥରେ ଲାଗି ହେଲା ଆଜ୍ଞା ମାଳ: ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ

ପୁରୀ: ବାହୁଡ଼ା ଯାତ୍ରା ପାଇଁ ଆରମ୍ଭ ହେଲା ପ୍ରସ୍ତୁତି । ତିନି ରଥରେ ଲାଗି ହୋଇଛି ଆଜ୍ଞାମାଳ । ଆଜି ରଥକୁ ଦକ୍ଷିଣମୋଡ କରାଯିବ । ଏଥିପାଇଁ ତିନି ରଥର ଯାଞ୍ଚ କାର୍ଯ୍ୟ ଶେଷ ହୋଇଛି । ରଥର ମୁଖ୍ୟ ମହାରଣା, ଭୋଇ ସେବକଙ୍କ ଉପସ୍ଥିତିରେ ରଥ ତଦାରଖ କମିଟି ରଥର ଆବଶ୍ୟକୀୟ ମରାମତି କରିଛନ୍ତି । ସେପଟେ ପୁରୀ ସହରରେ ପୁଣି ଲାଗିବ କର୍ଫ୍ୟୁ । ଶ୍ରୀଗୁଣ୍ଡିଚା ଯାତ୍ରା ଭଳି ବାହୁଡା ଯାତ୍ରା ମଧ୍ୟ କର୍ଫ୍ୟୁ କଟକଣା ଲାଗିବ । ସୋମବାର ରାତି ୮ଟାରୁ ଏହି କର୍ଫ୍ୟୁ ଲଗାଯିବା ନେଇ ନିଷ୍ପତ୍ତି ହୋଇଛି । ବାହୁଡା଼ ସମୟରେ କର୍ଫ୍ୟକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପୁରୀ ଜିଲ୍ଲାପାଳ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ATM ଭିତରୁ ଛଡାଇ ନେଇଥିଲେ ୪୦ହଜାର, ଜଣଙ୍କୁ ବାନ୍ଧିଲା ପୋଲିସ

 

ବିଭିନ୍ନ ସରକାରୀ ଯୋଜନାରେ ଟଙ୍କା ଆସିବ କହି ଟିପ ଚିହ୍ନ ନେଲେ, ଆଉ ତା’ ପରେ…

ସତ୍ୟବାଦୀ: ପ୍ରଥମେ ବିଶ୍ୱାସ ଜିତିଲେ ପରେ ବିଶ୍ୱାଘାତକତା କଲେ । ଗାଁକୁ ଆସିଲେ, ମାଉସୀ ମଉସା ବୋଲି ସମ୍ବୋଧନ କଲେ, ଭଲମନ୍ଦ ବୁଝିଲେ ବିଶ୍ୱାସ ଜନ୍ମାଇଲେ । ଲୋକଙ୍କ ଦୁଃଖରେ ଦୁଃଖି ହେଲେ ଆବାସ ଯୋଜନା ଓ ଅନ୍ୟାନ୍ୟ ସାହାଯ୍ୟ ସହଯୋଗ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଲେ । ଆଉ ଏହି ସହାୟତା ରାଶି ଯୋଗାଇଦେବା ଲାଗି ମେସିନରେ ଟିପ ଚିହ୍ନ ନେଲେ, ଆଉ ତା’ ପରେ ଟଙ୍କା ଦେବା ବଦଳରେ ଲୋକଙ୍କ କଷ୍ଟ ଅର୍ଜିତ ଜମା ରାଶିକୁ ଚଳୁ କରିଦେଲେ ସାଇବର ଠକ୍ । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ୍‌ର ସୁଆଣ୍ଡୋ ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

ଘଟଣାନୁଯାୟୀ, ଗତ ୬ ତାରିଖ ଦିନ ଗାଁରେ ପହଞ୍ଚିଥିଲେ ଦୁଇ ଜଣ ଠକ । ପ୍ରଥମେ ଗ୍ରାମବାସୀଙ୍କ ସୁବିଧା ଅସୁବିଧା କଥା ବୁଝିଥିଲେ । ଆଉ ତା’ପରେ ଜବ କାର୍ଡ ଅଛି କି ନାହିଁ ବୁଝିଥିଲେ। ଇନ୍ଦିରା ଆବାସ ମିଳିଛି କି ନାହିଁ ବୁଝିଥିଲେ। ଯେଉଁମାନଙ୍କର ଘର ମିଳିନାହିଁ ସେମାନଙ୍କୁ ଆଧାର କାର୍ଡ ଓ ଫିଙ୍ଗର ପ୍ରିଣ୍ଟ ମେସିନରେ ଟିପିଦେବାକୁ କହିଥିଲେ ଓ ଖୁବଶୀଘ୍ର ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିବ ବୋଲି ପ୍ରତିଶ୍ରୁତି ଦେଇ ସେଠାରୁ ଚାଲି ଯାଇଥିଲେ। ଓ ଧୀରେ ଧୀରେ ଟିପ ଚିହ୍ନ ଦେଇଥିବା ବ୍ୟକ୍ତିଙ୍କ ବ୍ୟାଙ୍କଖାତାରୁ ଜମା ଟଙ୍କା ଖାଲି କରିବାରେ ଲାଗିଥିଲା । ଅନ୍ୟପକ୍ଷରେ ଟଙ୍କା ଆସିଥିବା ଆଶାରେ ବ୍ୟାଙ୍କକୁ ଯାଇ ଖାତା ଅପଡେଟ୍ କରିଥିଲେ ଲୋକେ । ହେଲେ ସେତେବେଳକୁ ସବୁ କିଛି ଖାଲି କରିସାରିଥିଲେ ଠକ । ଆଉ ଏହା ପରେ ସତ୍ୟବାଦୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଠକେଇର ଶିକାର ନିରୀହ ଗ୍ରାମବାସୀ । ଅଭିଯୋଗ ଅନୁଯାୟୀ ବନମାଳୀ ଭୋଇଙ୍କ ଖାତାରୁ ୧୦ ହଜାର ଟଙ୍କା ଲେଖାଏଁ ୯ ଥର ୯୦ ହଜାର ଟଙ୍କା ଓ ଅନ୍ୟ ଜଣେ ମହିଳା କଳ୍ପନା ଭୋଇ ଆକାଉଣ୍ଟରୁ ୮ ହଜାର ଟଙ୍କା । ଏଭଳି ଅନେକ ଅଳ୍ପ ଶିକ୍ଷିତ ବ୍ୟକ୍ତିଙ୍କ ପାଖରୁ ହଜାର ହଜାର ଟଙ୍କା ଲୁଟି ନେଇଛନ୍ତି ସାଇବର ଲୁଟେରା । ଅଭିଯୋଗକାରୀଙ୍କ ଅଭିଯୋଗ ଅନୁଯାୟୀ ପୃଥକ ପୃଥକ ମାମଲା ରୁଜ ହୋଇଛି ସତ୍ୟବାଦୀ ଥାନାରେ। ହେଲେ  ଏ ଯାଏଁ କୌଣସି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିପାରିନାହିଁ । ତେବେ ପୂର୍ବରୁ ମଧ୍ୟ ସମାନ ଅଭିଯୋଗ ସତ୍ୟବାଦୀର ବିଭିନ୍ନ ଅଞ୍ଚଳରୁ ଆସିଥିବା ଜଣାପଡ଼ିଛି ।

ଏଥିସହିତ ପଢ଼ନ୍ତୁ: ୨ ଦିନ ଯାଏଁ ରାଜ୍ୟରେ ଜାରି ରହିବ କାଳବୈଶାଖୀ ବର୍ଷା

ପାରିବାରିକ କଳହର କରୁଣ ପରିଣତି: ପୁଅ-ଝିଅକୁ କୂଅକୁ ଫିଙ୍ଗିଦେଲା ମାଆ

ରାଇକିଆ: ସ୍ୱାମୀ ସହ ବଚସାକୁ ନେଇ ପୁଅ-ଝିଅକୁ ମାରିଲା ମା’ । କୂଅକୁ ଫିଙ୍ଗି ହତ୍ୟା କରିଥିବା ଜଣାପଡ଼ିଛି । ଫୁଲବାଣୀ ଜିଲ୍ଲା ରାଇକିଆ ଆଲିମାହାରେ ଅଭାବନୀୟ ଘଟଣା । ମୃତ ଦୁଇ ଝିଅର ବୟସ ୯ବର୍ଷ ଓ ପୁଅର ବୟସ ୪ବର୍ଷ ବୋଲି ଜଣାପଡ଼ିଛି । ତେବେ ଦୁଇ ଜଣ ପିଲାଙ୍କୁ କୂଅରୁ ଉଦ୍ଧାର କରିବା ପରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଦୁଇ ଜଣଙ୍କୁ ମୃତ ଘୋଷିଣା କରିଛନ୍ତି ଡାକ୍ତର ।

ଏଥିସହିତ ପଢ଼ନ୍ତୁ: ମହାକାଶକୁ ଉଡ଼ିବେ ମହାରାଷ୍ଟ୍ରର ଝିଅ, ସ୍ପେସ୍‌କୁ ଯିବାକୁଥିବା ରକେଟ୍‌ରେ ହେବେ ଇଞ୍ଜିନିୟର

ଚଳିତ ବର୍ଷ ହେବନି ପଞ୍ଚାୟତ ପୁନର୍ଗଠନ: ନିର୍ବାଚନ କମିଶନଙ୍କୁ ଜଣାଇଲେ ରାଜ୍ୟ ସରକାର

ଭୁବନେଶ୍ୱର: ସବୁ କଳ୍ପନା ଜଳ୍ପନାରେ ପଡିଲା ପୂର୍ଣ୍ଣ ଛେଦ । ଚଳିତଥର ହେବନି ପଞ୍ଚାୟତ ପୁନର୍ଗଠନ । ଯେତିକି ପଞ୍ଚାୟତ ରହିଛି ସେତିକି ରହିବ । ଓ୍ୱାର୍ଡ ସଂଖ୍ୟାରେ ମଧ୍ୟ କୌଣସି ପରିବର୍ତ୍ତନ ହେବ ନାହିଁ । ଏନେଇ ନିର୍ବାଚନ କମିଶନଙ୍କୁ ଜଣାଇଦେଇଛନ୍ତି ରାଜ୍ୟ ସରକାର । ୨୦୧୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଞ୍ଚାୟତ ପୁନର୍ଗଠନ ହୋଇଥିଲା । କେତେକ ପଞ୍ଚାୟତକୁ ଭାଙ୍ଗି ଏହାର ସୀମା ନିର୍ଦ୍ଧାରଣ କରାଯାଇଥିଲା । ଫଳରେ ଚଳିତ ଥର ଆଉ ପୁନର୍ଗଠନର ଆବଶ୍ୟକତା ନାହିଁ । ଏହି ନିଷ୍ପତ୍ତି ପରେ ନିର୍ବାଚନ ପାଇଁ ବେଶୀ ସମୟ ଲାଗୁଥିବା ପ୍ରକ୍ରିୟା ଶେଷ ହୋଇଛି । ନିର୍ବାଚନ ପାଇଁ ନିଷ୍ପତ୍ତି ହେଲେ କେବଳ ସ୍ଥାନ ସଂରକ୍ଷଣ ଓ ଭୋଟର ତାଲିକା ସଂଶୋଧନ ପାଇଁ ସମୟ ଲାଗିବ । ଏଣୁ ସଠି କ୍ ସମୟରେ ନିର୍ବାଚନ ହେବା ନେଇ ଆଶା ବଢିଛି । ରାଜ୍ୟର ୬୮୦୧ ପଞ୍ଚାୟତ ଓ ୯୨ହଜାର ୨୯ଟି ଓ୍ବାର୍ଡରେ ନିର୍ବାଚନ ହେବ । ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ବାଲାଟ୍ ବାକ୍ସ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ହୋଇଛି । ୯୨ ହଜାର ବାଲାଟ୍ ବାକ୍ସର ଆବଶ୍ୟକତା ରହିଛି । ଚଳିତଥର ସ୍ବାଭିମାନ ଅଞ୍ଚଳରେ ନିର୍ବାଚନ କରିବାକୁ ଅଣ୍ଟାଭିଡିଛନ୍ତି ରାଜ୍ୟ ସରକାର । ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ଏବେ ବିକାଶର ସୂର୍ଯ୍ୟ ଉଇଁଛି । ଯୋଗଯୋଗ ସହିତ ଅନେକ ସେବା ସେମାନଙ୍କ ପାଖରେ ପହଞ୍ଚିଛି । ତେଣୁ ସେଠାରେ ନୂଆ ତରିକାରେ ନିର୍ବାଚନ ହେବା ନେଇ ପ୍ରୟାସ ଚାଲିଛି । ୨୦୨୨ ମାର୍ଚ୍ଚ ୧୦ ତାରିଖରେ ପଞ୍ଚାୟତ ନିର୍ବାଚନ କାର୍ଯ୍ୟାଳୟ ସରିବ । ଏହା ପୂର୍ବରୁ ନିର୍ବାଚନ ସରିବା କଥା । କିନ୍ତୁ ନିର୍ବାଚନ ରାସ୍ତାରେ କଣ୍ଚା ହୋଇ ଠିଆହୋଇଛି କରୋନା । ତେବେ ଆଗକୁ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନେଇପାରନ୍ତି ନିର୍ବାଚନ କମିଶନ୍।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆଉ ୨ହଜାର ୧୮୨ କରୋନା ସଂକ୍ରମିତ ଚିହ୍ନଟ

 

Tokyo Olympics: ୪ କର୍ମଚାରୀ କରୋନା ସଂକ୍ରମିତ, ଭାରତୀୟ ସୁଟିଂ ଦଳର ନମୁନା ସଂଗ୍ରହ

ଟୋକିଓ: କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସରେ ମହାମାରୀର ଛାପ । ଜାପାନ ରାଜଧାନୀ ଟୋକିଓରେ ଆସନ୍ତା ୨୩ ଜୁଲାଇରୁ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଥିବା ବେଳେ ଏବେ ସେଠାରେ ଦେଖିବାକୁ ମିଳିଛି କରୋନାର କାୟା । କରୋନା କାଳରେ ଅନେକ ପ୍ରତିବନ୍ଧକ ମଧ୍ୟରେ ଅଲିମ୍ପିକ୍ସ ଆୟୋଜନ କରିବାକୁ ଯାଉଛି ଜାପାନ । ହେଲେ ଅଲିମ୍ପିକ୍ସ ଆରମ୍ଭ ହେବା ଆଗରୁ ଟୋକିଓ ଉପରେ କୋଭିଡ୍-୧୯ ଆତଙ୍କ ଦେଖିବାକୁ ମିଳିଲାଣି ।

ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବା ପୂର୍ବରୁ ଏଠାରେ ଦେଖିବାକୁ ମିଳିଲାଣି କରୋନାର ଆତଙ୍କ । ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ଜଣେ ଆଥଲେଟ୍ ଏବଂ ଅଲମ୍ପିକ୍ସର ୪ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଏହାପରେ ଅଲିମ୍ପିକ୍ସ କ୍ୟାମ୍ପରେ କରୋନା ବ୍ୟାପୁଥିବା ଆଶଙ୍କା କରାଯାଉଛି । ସେମାନେ ଋଷର ଖେଳାଳିଙ୍କଠାରୁ ସଂକ୍ରମିତ ହୋଇଥିବା ଜଣାପଡିଛି । ଅଲିମ୍ପିକ୍ସରେ ଭାଗ ନେବାକୁ ଆସିଥିବା ଋଷର ରକ୍ୱି ଟିମ୍ ଏବଂ ଜୁଡୋ ଖେଳାଳିଙ୍କ ମଧ୍ୟରେ କିଛି ଖେଳାଳି ପୂର୍ବରୁ ସଂକ୍ରମିତ ଥିଲେ ଏବଂ ସେମାନଙ୍କ ସଂସ୍ପର୍ଶରେ ଆସି ଆହୁରି ଅନ୍ୟ ଲୋକ ଏବଂ ଅଲିମ୍ପିକ୍ସ କର୍ମଚାରି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ପ୍ରତ୍ୟେକ ଆକ୍ରାନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଅପରପକ୍ଷରେ ଆଜି ଟୋକିଓରେ ଯାଇ ପହଞ୍ଚିଛନ୍ତି ଭାରତୀୟ ସୁଟିଂ ଦଳ ।  କୋଭିଡ ଟେଷ୍ଟ ପାଇଁ ସେମାନଙ୍କ ନମୁନା ସଂଗ୍ରହ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: Tokyo Olympics 2020: ପ୍ରି-ଅଲିମ୍ପିକ୍ସ ଟ୍ରେନିଂ କ୍ୟାମ୍ପରୁ ଉଗାଣ୍ଡା ଆଥ୍‌ଲେଟ୍ ନିଖୋଜ: ଛାଡ଼ିଗଲେ ଚିଠି

ରାଜ୍ୟରେ ଆଉ ୨ହଜାର ୧୮୨ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଖସୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୨ହଜାର୧୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୬୭ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଖୋର୍ଦ୍ଧାରୁ ସର୍ବାଧିକ ୫ଶହ ୧୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୦୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ୧୭୫, ବାଲେଶ୍ୱରରୁ ୧୬୧, ପୁରୀରୁ ୯୪, ଷ୍ଟେଟ୍‌ପୁଲ୍‌ରୁ ୯୩, ମୟୂରଭଞ୍ଜରୁ ୯୨, ଅନୁଗୁଳରୁ ୮୯, ଜଗତସିଂହପୁରରୁ ୮୭ ଓ ଭଦ୍ରକରୁ ୭୬ଜଣ କରୋନା ପଜିଟିଭ୍ ଚହିହ୍ନଟ ହୋଇଛନ୍ତି । ସେହିପରି ନୟାଗଡ଼ରୁ ୭୫, ଢେଙ୍କାନାଳରୁ  ୭୦, କେନ୍ଦ୍ରାପଡ଼ାରୁ ୫୫, ସୁନ୍ଦରଗଡ଼୫୪, କେନ୍ଦୁଝରରୁ ୪୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

୨ ଦିନ ଯାଏଁ ରାଜ୍ୟରେ ଜାରି ରହିବ କାଳବୈଶାଖୀ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ବର୍ଷା । ଆଜି ଓ ଆସନ୍ତାକାଲି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୁରଭଞ୍ଜ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳ‌ବୈଶାଖୀ ସମ୍ଭାବନା ରହିଛି । ଏନେଇ ଏହିସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଏହାସହ ଆସନ୍ତା ୨୧ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।

ଏଥିସହିତ ପଢ଼ନ୍ତୁ: ଋଣ ନେଇ ଆମେରିକା ଯାଇଥିଲା ଭାରତୀୟ ହକି ଟିମ୍; ହାତେଇଥିଲା ସ୍ୱର୍ଣ୍ଣ ପଦକ

ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଶନିବାର ରାଜ୍ୟ କ୍ୟାବିନେଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଅପରାହ୍ନ ସାଢ଼େ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହା ଭର୍ଚୁଆଲ୍‌ ମାଧ୍ୟମରେ ଅନୁଷ୍ଠିତ ହେବ। କ୍ୟାବିନେଟ୍‌ରେ ମୋଟ୍‌ ୧୩ଟି ଏଜେଣ୍ଡା ଆସିବ ବୋଲି ସୂଚନା ମିଳିଛି। ତେବେ ଏଜେଣ୍ଡା ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବେ ଜଣାପଡ଼ି ନାହିଁ।

ଏଥିସହିତ ପଢ଼ନ୍ତୁ: Tokyo Olympics 2020: ପ୍ରି-ଅଲିମ୍ପିକ୍ସ ଟ୍ରେନିଂ କ୍ୟାମ୍ପରୁ ଉଗାଣ୍ଡା ଆଥ୍‌ଲେଟ୍ ନିଖୋଜ: ଛାଡ଼ିଗଲେ ଚିଠି