ସୁପରଟେକକୁ ‘ସୁପ୍ରିମ୍’ ଝଟକା, ୪୦ ମହଲା ବିଶିଷ୍ଟ ଟ୍ୱିନ୍ ଟାୱାର ଭାଙ୍ଗିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭଙ୍ଗାଯିବ ଉତ୍ତରପ୍ରଦେଶ ନଏଡା ସ୍ଥିତ ୪୦ ମହଲା ବିଶିଷ୍ଟ ଟ୍ୱିନ ଟାୱାର । ପ୍ରାୟ ୯୦୦ ଫ୍ଲାଟ ଥିବା ଏହି ଟାୱାରକୁ ଭଙ୍ଗାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ବୃହତ ରିୟଲ ଇଷ୍ଟେଟ ଫାର୍ମ ସୁପରଟେକ ଦ୍ୱାରା ନିର୍ମିତ ଏହି ଟାୱାର ନିର୍ମାଣରେ ବିଭିନ୍ନ ନିର୍ମାଣ ନିୟମ ଉଲ୍ଲଂଘନ କରାଯାଇଥିବାରୁ ଏହାକୁ ଭାଙ୍ଗିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହା ସହ ୨୦୧୪ରେ ଏ ସଂକ୍ରାନ୍ତ ଆହ୍ଲାବାଦ ହାଇକୋର୍ଟଙ୍କ ରାୟକୁ ମଧ୍ୟ କାଏମ ରଖିଛନ୍ତି ସର୍ବୋଚ୍ଚ ଅଦାଲତ ।

 Supertech Twin Tower Case Supreme Court Orders Demolition Of Both Towers

ଜଷ୍ଟିସ ଡ.ୱାଇ ଚନ୍ଦ୍ରଚୂଡ ଓ ଜଷ୍ଟିସ ଏମଆର ଶାହଙ୍କୁ ନେଇ ଗଠିତ ଖଣ୍ଡପୀଠ ଦର୍ଶାଇଛନ୍ତି ଏହି ଟାୱାର ନିର୍ମାଣ ବେଆଇନ୍ । ବିଲ୍ଡର ଓ ନ୍ୟୁ ଓଖଲା ଶିଳ୍ପ ବିକାଶ ଅଞ୍ଚଳ ବା ନଏଡା ସହ ହୋଇଥିବା ଅସାଧୁ ମେଣ୍ଟ ଜରିଆରେ ଏହି ପ୍ରକଳ୍ପ ନିର୍ମିତ ହୋଇଛି । ଏହି ଟାୱାରରେ ଫ୍ଲାଟ କିଣିଥିବା ଲୋକଙ୍କୁ ଦୁଇ ମାସ ମଧ୍ୟରେ ଅର୍ଥ ଫେରସ୍ତ କରିବା ଲାଗି ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରକଳ୍ପକୁ ୩ ମାସ ମଧ୍ୟରେ ଭଙ୍ଗାଯିବ ଏବଂ ସମସ୍ତ ଅର୍ଥ ସୁପରଟେକ ବହନ କରିବ ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ । ପରିବେଶ ସୁରକ୍ଷା ଓ ଲୋକଙ୍କ ନିରାପତ୍ତାକୁ ଗୁରୁତ୍ୱ ଦେବା ଜରୁରୀ ବୋଲି କୋର୍ଟ କହିଛନ୍ତି ।

Leave a Reply