କଟକ ଅରବାନ ପୋଲିସ୍‌କୁ ବଡ଼ ଧରଣର ସଫଳତା, ୯ ଜଣ ବାଇକ ଲୁଟେରାଙ୍କ ସହ ଜବତ ହେଲା ୩୨ଟି ଚୋରା ବାଇକ

1 min read

କଟକ: କଟକରେ କମିଶନରେଟ ପୋଲିସକୁ ବଡ଼ ଧରଣର ସଫଳତା। ଆନ୍ତଃଜିଲ୍ଲା ବାଇକ ଲୁଟେରା ଗ୍ୟାଙ୍ଗର ୯ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ଏମାନଙ୍କ ମଧ୍ୟରେ ଅଛି ଜଣେ ନାବାଳକ। ମାଲଗୋଦାମ ଥାନା ପୋଲିସ ଏମାନଙ୍କୁ ଗିରଫ କରିବା ସହିତ ଏହି ଗ୍ୟାଙ୍ଗ ଠାରୁ ୩୨ଟି ବାଇକ ଜବତ କରିଛି। ଏହି ଗ୍ୟାଙ୍ଗ କଟକ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲା- ଖୋର୍ଦ୍ଧା, ଗଂଜାମ, କେନ୍ଦ୍ରାପଡା, ଅନୁଗୁଳ ଆଦିରେ ସକ୍ରିୟ ଥିବା ଜଣା ପଡ଼ିଛି। ଏନେଇ ସୂଚନା ଦେଇଛନ୍ତି ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ। ସେ ଆହୁରି ମଧ୍ୟ କହିଛନ୍ତି ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ   କଟକ ଭୁବନେଶ୍ୱର କମିଶନରେଟ ପୋଲିସ ଦୁଇଟି ଦିଗରେ ଅଧିକ ଧ୍ୟାନ ଦେଉଛି।

ଗୋଟିଏ ହେଉଛି ଚୋରା ମୋଟର ବାଇକ୍‌ ଏବଂ ଦ୍ୱିତୀୟଟି ହେଉଛି  ମାରଣାସ୍ତ୍ର ଜବତ। ଏଥିପ୍ରତି ଧ୍ୟାନ ଦେବା ଦ୍ୱାରା ସାଧାରଣରେ କ୍ରାଇମ କମିଥାଏ। ଖୁସିର କଥା ହେଉଛି ଯେ ୨୦୨୧ରେ କଟକ ଅରବାନ ପୋଲିସ୍‌ ୧୫୭ ଟି ଚୋରା ବାଇକ୍‌ ଜବତ କରିସାରିଛି। କିନ୍ତୁ ୧୫୭ ମଧ୍ୟ ମାତ୍ର ୧୩୬ଟିର କେସ୍‌ ହୋଇଛି। ଧରାପଡ଼ିଥିବା ବାଇକ କେଉଁଠୁ ଚୋରି ହୋଇଥିଲା ସେନେଇ ତଦନ୍ତ ଚାଲୁଛି, ଯଥାଶୀଘ୍ର ଏହି ସବୁ ବାଇକ୍‌କୁ ତାଙ୍କ ଓନର ପାଖକୁ ଫେରାଇଦିଆଯିବ।

ତେବେ ଜବତ ହୋଇଥିବା ବାଇକ୍‌ ମଧ୍ୟରୁ କିଛିଟା ୨୦୨୧ର ନୁହେଁ କି କଟକର ନୁହେଁ। ତେବେ ଯଦି ଦେଖିବା ଏହି ଚୋରା ମୋଟର ସାଇକେଲ ଜରିଆରେ ଅଧିକ ଅପରାଧ ହୋଇଥାଏ। ସେଥିପାଇଁ କମିଶନରେଟ ପୋଲିସ୍‌ ଚୋରା ବାଇକ ବିରୁଦ୍ଧରେ ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନ କ୍ରମରେ ପ୍ରଥମେ କଟକ ଅରବାନ ପୋଲିସ୍‌ ୩୨ଟି ଚୋରା ବାଇକ୍‌ ଜବତ କରିଛି।

Leave a Reply