ଜୟପୁରରେ ଜବତ ହେଲା ୧ ଟନ୍ ଗଞ୍ଜେଇ, ୨ଗିରଫ

1 min read

କୋରାପୁଟ: କଦଳୀ ବୋଝେଇ ଗାଡ଼ିରୁ ଗଞ୍ଜେଇ ଜବତ । ବାହାରେ କଦଳୀ ଭିତରେ ଅଛି ପୁଳାପୁଳା ଗଞ୍ଜେଇ । ଏମିତି ଚିତ୍ର ଦେଖିବାକୁ ମିଳିଛି ଜୟପୁରରେ । କୋରାପୁଟ ଜିଲ୍ଲା ପାଇଁ ଏକଥା କିଛି ନୁଆ ନୁହେଁ କିନ୍ତୁ ଗଞ୍ଜେଇ କାରବାରର ନୂଆ ତରିକା ସମସ୍ତଙ୍କୁ ଚକିତ କରୁଛି । ଆମ୍ବୁଲାନ୍ସ, ପରିବା ଓ ଅଦା ବୋଝେଇ ଟ୍ରକ ପରେ ଏଥର କଦଳୀ ଟ୍ରକରେ ଟନ ଟନ ଗଞ୍ଜେଇ ।

ଉପରେ କଦଳୀ କାନ୍ଧି, ଭିତରେ ଗଞ୍ଜେଇ ପେକେଟ । ଜୟପୁର କୋରାପୁଟ ଘାଟରୁ ଜବତ ହୋଇଛି କଦଳୀ ଟ୍ରକ । ବାହାର ରାଜ୍ୟକୁ ଚାଲାଣ ବେଳେ ଟ୍ରକକୁ ଜବତ କରିଛି ସଦର ପୋଲିସ । ଘଟଣାରେ ୨ ଜଣକୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଏକ ଟନରୁ ଉର୍ଦ୍ଧ କୋଟିଏ ଟଙ୍କାର ଗଞ୍ଜେଇ ଥିବା ଜଣାପଡିଛି । ଅନ୍ୟ ଏକ ଘଟଣାରେ ବୈପାରିଗୁଡାର ପୋଲିସ ଦ୍ୱାରା ଗୋଟିଏ ଟନ୍ ଗଞ୍ଜେଇ ଜବତ ଏବଂ ଗୋଟିଏ ପିକଅପ୍ ଭ୍ୟାନ୍ ଜବତ୍ ହେଇଥିବା ବେଳେ ଘଟଣାସ୍ଥଳରୁ ଦୁଇ ଫେରାର ହେଇଥିବା ଜୟପୁର SDPO ସୂଚନା ଦେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ସେପ୍ଟେମ୍ୱର ଗାଇଡଲାଇନ୍: ବିବାହରେ ସାମିଲ ହୋଇପାରିବେ ଅଧିକ ଲୋକେ, ଆଉ ଲୋଡ଼ାନାହିଁ ଟିକା ସାର୍ଟିଫିକେଟ୍

 

Leave a Reply