ସପ୍ତାହକୁ ମାତ୍ର ୩ ଘଣ୍ଟା ଅନଲାଇନ୍ ଗେମ୍ ଖେଳିପାରିବେ ଛୁଆ

Chinese Children Will Now Be Able To Play Online Games For Only 3 Hours A Week

ବେଜିଂ: ଅନଲାଇନ୍ ଗେମ୍ ଠାରୁ ଛୁଆଙ୍କୁ ଦୂରେଇ ରଖିବାକୁ ଚୀନ୍ ନୂଆ ନିୟମ ତିଆରି କରିଛି । ଚୀନ ରେଗୁଲେଟର୍ସ ଦେଶର ଗେମ ଇଣ୍ଡଷ୍ଟ୍ରି ଉପରେ କଡ଼ା ନିୟମ ଲଗାଇଛନ୍ତି । ଚୀନର ନ୍ୟାସନାଲ ପ୍ରେସ୍ ଆଣ୍ଡ ପବ୍ଲିକେସନ ଆଡମିନିଷ୍ଟ୍ରେସନ ନୋଟିସ୍ ଅନୁସାରେ, ଚୀନରେ ୧ ସେପ୍ଟେମ୍ବରରୁ ଶୁକ୍ରବାର, ସପ୍ତାହାନ୍ତ ଓ ଛୁଟିଦିନରେ ସକାଳ ୮ଟାରୁ ୯ଟା ଯାଏଁ ଗେମ୍ ଖେଳିପାରିବେ । ଏହା ପୂର୍ବରୁ ୨୦୧୯ରେ ଲାଗୁ ପ୍ରତିବନ୍ଧକ ଅନୁସାରେ, ଛୁଆଙ୍କୁ ପ୍ରତିଦିନ ଦେଢ଼ ଘଣ୍ଟା ଓ ଛୁଟିଦିନରେ ୩ ଘଣ୍ଟା ଗେମ୍ ଖେଳିବା ପାଇଁ ସମୟ ଦିଆ ଯାଉଥିଲା ।

ଅଧିକ ଗେମ୍ ଖେଳିବାରୁ ନିବୃତ୍ତ କରିବା ସହ ଛୁଆଙ୍କ ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟ ରକ୍ଷା କରିବା ନୂଆ ନିୟମର ଉଦ୍ଦେଶ୍ୟ । ଏବେର ସମୟରେ ଚୀନ ସମେତ ସାରା ଦୁନିଆରେ ଅନଲାଇନ୍ ଗେମିଂକୁ ନେଇ କ୍ରେଜ୍ ବଢ଼ି ଚାଲିଛି । ଚୀନରେ ନାବାଳକଙ୍କ ଲାଗି ଏବେ ଶୁକ୍ରବାର, ଶନିବାର ଓ ରବିବାର କେବଳ ଏକ ଘଣ୍ଟା ପାଇଁ ଅନଲାଇନ୍ ଗେମ୍ ସେବା ମିଳିବ । ଏପରିକି ସାର୍ବଜନୀନ ଛୁଟିଦିନରେ ଛୁଆ ଏକ ଘଣ୍ଟା ଅନଲାଇନ୍ ଗେମ୍ ଖେଳି ପାରିବେ । ନୂଆ ନିୟମକୁ ଦେଶର ଟେକ୍ନୋଲୋଜି କମ୍ପାନୀ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଉଛି ।

 Chinese Children Will Now Be Able To Play Online Games For Only 3 Hours A Week

ନୂଆ ନିୟମ ଅନୁସାରେ, ଗେମ୍ କ୍ଷେତ୍ରରେ ବଡ଼ କମ୍ପାନୀ ଟେନସେଣ୍ଟ ସମେତ ଚୀନର କିଛି ବଡ଼ କମ୍ପାନୀ ପ୍ରଭାବିତ ହେବେ । ଟେନସେଣ୍ଟର ଅନର ଅଫ୍ କିଙ୍ଗ୍ସ ଅନଲାଇନ୍ ମଲ୍ଟିପ୍ଲେୟାର ଗେମ୍ ଦୁନିଆରେ ବେଶ୍ ଲୋକପ୍ରିୟ ଅଟେ । ଏହା ବାଦ୍ ନେଟଇଜ୍ ଗେମିଂ କମ୍ପାନୀ ମଧ୍ୟ ପ୍ରଭାବିତ ହେବ ।

ଅଲମ୍ପିକ୍ସ ଗେମ୍ସର ପଦକ ପାଇବାରେ ଦ୍ୱିତୀୟ ସ୍ଥାନରେ ରହିଥିବା ଚୀନର ଏହି ପଦକ୍ଷେପ ଯଦିଓ ବଡ଼ ତଥାପି ଛୁଆଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଶାରିରୀକ ଖେଳ ଠାରୁ ଦୂରେଇ ଯାଇ ଅନଲାଇନ୍ ଗେମ୍ ଖେଳିବା ଯୋଗୁଁ ଛୁଆଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡ଼ୁଥିଲା । ଏଭଳି କ୍ଷେତ୍ରରେ ଚୀନ ସରକାରଙ୍କ ନୂଆ ନିୟମ ବେଶ୍ ସମୟଯୋଗୀ ।

Leave a Reply