ସାଉଦି ଆରବ ବିମାନବନ୍ଦର ଉପରେ ଡ୍ରୋନ୍ ଆକ୍ରମଣ; ୮ ଆହତ, ବିମାନ କ୍ଷତିଗ୍ରସ୍ତ

Drone Attack On Saudi Arabia Airport Wounds Many Damages Plane

ନୂଆଦିଲ୍ଲୀ: ସାଉଦି ଆରବର ଏକ ବିମାନବନ୍ଦରରେ ଡ୍ରୋନ୍ ଆକ୍ରମଣ ହୋଇଛି । ଯେଉଁଥିରେ ୮ ଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି । ଡ୍ରୋନ୍ ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଛି ଏକ ଯାତ୍ରୀବାହୀ ବିମାନ । ସୂଚନା ଅନୁସାରେ, ୟେମନରେ ହୁତି ବିଦ୍ରୋହୀଙ୍କ ବିରୋଧରେ ଜାରି ଯୁଦ୍ଧ ଭିତରେ ସାଉଦି ଆରବ ବିମାନବନ୍ଦରକୁ ଟାର୍ଗେଟ୍ କରାଯାଇଛି । ୟେମନରେ ହୁତି ବିଦ୍ରୋହୀ ଓ ସାଉଦି ଆରବ ସେନା ମଧ୍ୟରେ ଯୁଦ୍ଧ ଚାଲିଛି ।

ଡ୍ରୋନ୍ ଆକ୍ରମଣ ପାଇଁ କେହି ନିଜକୁ ଦାୟୀ କରିନାହାଁନ୍ତି । ବିଗତ ୨୪ ଘଣ୍ଟା ମଧ୍ୟରେ ଏଭଳି ଦୁଇ ଦୁଇଟି ଆକ୍ରମଣ ହୋଇଥିବା ଜଣାପଡ଼ିଛି । ପ୍ରଥମଥର ଆକ୍ରମଣ ବେଳେ କୌଣସି ବିଦ୍ରୋହୀ ଦଳ ନିଜକୁ ଦାୟୀ କରିନଥିଲେ । ବିସ୍ଫୋଟକ ଡ୍ରୋନକୁ ଅଟକାଇ ଦିଆଯାଇଥିବା ସାଉଦି ଆରବ ସେନା ପକ୍ଷରୁ କୁହାଯାଇଥିଲା ।

Drone Attack On Saudi Arabia Airport Wounds Many Damages Plane

୨୦୧୫ରୁ ସାଉଦି ନେତୃତ୍ୱାଧୀନ ସୈନ୍ୟ ଗଠବନ୍ଧନ ସହ ଲଢ଼ୁଥିବା ହୁତି ବିଦ୍ରୋହୀ ସାଉଦି ଆରବ ସୈନ୍ୟ ଠିକଣାକୁ ଟାର୍ଗେଟ୍ କରି ଆସୁଛି । ହୁତି ବିଦ୍ରୋହୀଙ୍କ ଟାର୍ଗେଟରେ ଅନ୍ତର୍ଜାତୀୟ ବିମାନବନ୍ଦର ବି ରହିଛି । ଏପରିକି ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ତେଲ କାରଖାନା ଉପରେ ହୁତି ବିଦ୍ରୋହୀ ଆକ୍ରମଣ କରୁଛନ୍ତି ।

ଦୀର୍ଘଦିନ ଧରି ୟେମନ ଗୃହଯୁଦ୍ଧର ସାମ୍ନା କରୁଛି । ହୁତି ବିଦ୍ରୋହୀ ୟେମନର ରାଜଧାନୀ ସନାକୁ କବଜା କରିବା ସହ ଦେଶର ଅଧିକାଂଶ ଅଞ୍ଚଳକୁ ନିଜ ଅଧିନକୁ ନେଇଥିଲେ । ଆକ୍ରମଣ ପାଇଁ ୟେମନର ତତ୍କାଳୀନ ରାଷ୍ଟ୍ରପତି ଆବେନ୍ଦ୍ରାବୁ ମନ୍ସୁର ହାଦି ଦେଶ ଛାଡ଼ି ପଳାଇଥିଲା । ମନ୍ସୁର ହାଦିଙ୍କ ସମର୍ଥନରେ ସାଉଦି ଆରିବ ହୁତିୟୋଁଙ୍କ ବିରୋଧରେ ଯୁଦ୍ଧ ଲଢ଼ୁଛି ।

Leave a Reply