ଆଫଗାନିସ୍ତାନରେ ଫସିଥିବା ବିଦେଶୀଙ୍କୁ ଉଦ୍ଧାରରେ ଉପସାଗରୀୟ ରାଷ୍ଟ୍ରର ରହିବ ବଡ଼ ଭୂମିକା

1 min read
Afghanistan What Is Next For Rescue Operation Qatar Doha Taliban

କାବୁଲ: ୨ ଦଶନ୍ଧିର ସଂଘର୍ଷ ପରେ ଆଫଗାନିସ୍ତାନ ଛାଡ଼ିଛି ଆମେରିକା । ସୋମବାର ବିଳମ୍ବିତ ରାତିରେ ଆମେରିକା ସୈନ୍ୟ କାବୁଲରୁ ଫେରି ଯାଇଛନ୍ତି । ଏଥିସହ ଆଫଗାନିସ୍ତାନରେ ତାଲିବାନର ଏକ ଛତ୍ରବାଦ ଶାସନ ଆରମ୍ଭ ହୋଇଛି । ବାଣ ସହ ଗୁଳି ଫୁଟାଇ ଖୁସି ମନାଇଛି ତାଲିବାନ ।

Afghanistan What Is Next For Rescue Operation Qatar Doha Taliban

ତାଲିବାନର ଆଫଗାନିସ୍ତାନ ଅକ୍ତିଆର ପରେ ଅଗଷ୍ଟ ୧୪ରୁ ଅଗଷ୍ଟ ୩୦ ମଧ୍ୟରେ ପ୍ରାୟ ଦେକ୍ଷ ଲକ୍ଷ ଲୋକ କାବୁଲ ଏୟାରପୋର୍ଟରୁ ବିମାନ ମାଧ୍ୟମରେ ଅନ୍ୟ ଦେଶକୁ ପଳାଇଛନ୍ତି । ତଥାପି ଏବେବି ଆଫଗାନିସ୍ତାନରୁ ମୁକୁଳିବା ପାଇଁ ଲୋକ ଅପେକ୍ଷା କରି ରହିଛନ୍ତି । ଆମେରିକା, ଆଫଗାନିସ୍ତାନ ଛାଡ଼ି ଦେଇଥିରୁ  ଲୋକଙ୍କ ଉଦ୍ଧାର ନେଇ ପ୍ରଶ୍ନ ଉଠିଛି । ବାରମ୍ବାର ଆକ୍ରମଣ ହେଉଥିବାରୁ କାବୁଲ ବିମାନବନ୍ଦରର ସୁରକ୍ଷା ବି ପ୍ରଶ୍ନ ଘେରରେ ରହିଛି ।

ଆମେରିକା ଅଧିକାରୀକ ଭାବେ ଉଦ୍ଧାର କାର୍ଯ୍ୟକୁ ବନ୍ଦ କରି ଦେଇଛି । ଅନ୍ୟପଟେ ଆଫଗାନିସ୍ତାନରେ ଏବେ ପାଖାପାଖି ୨୦୦ ଜଣ ଆମେରିକା ଫସି ରହିଛନ୍ତି । ଯେଉଁମାନେ କି ଉଦ୍ଧାର ଅପେକ୍ଷାରେ ଅଛନ୍ତି । ଆମେରିକା ବିଦେଶ ମନ୍ତ୍ରୀ ଆଣ୍ଟନି ବ୍ଲିଙ୍କନଙ୍କ ଅନୁସାରେ, ଆମେରିକା ତାର ଦୂତାବାସ ଓ ଅନ୍ୟ ରାଜନୈତିକ କାର୍ଯ୍ୟକୁ ଆଫଗାନିସ୍ତାନରେ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଦେଇଛି ।

Afghanistan What Is Next For Rescue Operation Qatar Doha Taliban

ଏବେ ଆମେରିକା ଯାହା ବି କରିବ କତାରର ରାଜଧାନୀ ଦୋହାରୁ । କତାର ସହ ମିଶି ଆମେରିକା ତାର ନାଗରିକଙ୍କୁ ଉଦ୍ଧାର କାର୍ଯ୍ୟ କରିବ । ଆଫଗାନିସ୍ତାନରେ ଥିବା ହାଇକମିଶନର ଦୋହାରୁ ଆଫଗାନିସ୍ତାନରେ ଆଗାମୀ ରଣନୀତି କଣ ହେବ ସେନେଇ କାର୍ଯ୍ୟ କରିବେ ।

ତାଲିବାନ-ଆଫଗାନିସ୍ତାନ ମାମଲାରେ ପ୍ରଥମରୁ କତାରର ପ୍ରମୁଖ ଭୂମିକା ରହିଛି । ଆମେରିକା-ତାଲିବାନ ମଧ୍ୟରେ ଆଲୋଚନା ପାଇଁ ଦୋହାକୁ ଚୟନ କରାଯାଇଥିଲା । ଦୁନିଆ ସହ କୂଟନୈତିକ ସ୍ତରରେ ଆଲୋଚନା ପାଇଁ ଦୋହା ହିଁ ତାଲିବାନର ମୁଖ୍ୟ ସ୍ଥାନ । ତାଲିବାନର କେତେକ ନେତା ଦଶନ୍ଧି ଧରି ଦୋହାରେ ଅଛନ୍ତି ।

Afghanistan What Is Next For Rescue Operation Qatar Doha Taliban

ଆଗାମୀ ଦିନରେ ଆମେରିକା ଭଳି ଅନ୍ୟ ଦେଶ ଦୋହା ଦେଇ ସେମାନଙ୍କ ନାଗିରକଙ୍କୁ ଆଫଗାନିସ୍ତାନରୁ ଉଦ୍ଧାର କରିବେ । ଭାରତ ମଧ୍ୟ ଲୋକଙ୍କୁ ଉଦ୍ଧାର କରିବା ବେଳେ କତାର ଏୟାରସ୍ପେସ ଦେଇ କାର୍ଯ୍ୟ କରୁଥିଲା । କତାର ସହ ଭାରତ ତାଜିକିସ୍ତାନର ସାହାଯ୍ୟ ମଧ୍ୟ ନେଉଛି ।

Leave a Reply