ସେପ୍ଟେମ୍ୱର ଗାଇଡଲାଇନ୍: ବିବାହରେ ସାମିଲ ହୋଇପାରିବେ ଅଧିକ ଲୋକେ, ଆଉ ଲୋଡ଼ାନାହିଁ ଟିକା ସାର୍ଟିଫିକେଟ୍

ଭୁବନେଶ୍ୱର: ସେପ୍ଟେମ୍ୱର ମାସ ପାଇଁ କୋଭିଡ ଗାଇଡଲାଇନ୍ ଘୋଷଣା କଲେ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା । ଅକ୍ଟୋବାର ପହିଲା ସକାଳ ୬ ଘଣ୍ଟା ଯାଏଁ ବଳବତ୍ତର ରହିବ ଏହି କଟକଣା । ନୂଆ ଗାଇଡଲାଇନ୍ ଅନୁଯାୟୀ ରାଜ୍ୟର କୌଣସି ସ୍ଥାନରେ ରହିବ ନାହିଁ ସପ୍ତାହାନ୍ତ ସଟଡାଉନ୍ । ପୌରାଞ୍ଚଳମାନଙ୍କରେ ରାତ୍ରୀକାଳୀନ କର୍ଫ୍ୟୁ ରାତି ୧୦ଟାରୁ ସକାଳ ୫ଯାଏଁ ରହିବ । ସକାଳ ୫ରୁ ରାତି ୧୦ ଭିତରେ ସମସ୍ତ ଶିଳ୍ପାନୁଷ୍ଠାନ, ଦେକାନ ବଜାର ଖୋଲା ରହିବ । ଧାର୍ମିକ, ରାଜେନୈତିକ, ସାମାଜିକ ଓ ସାଂସ୍କୃତିକ ସମାବେଶ ଉପରେ କଟକଣା ପୂର୍ବଭଳି ଲାଗୁ ରହିବ । ପ୍ରଦର୍ଶନୀ, ବାଣିଜ୍ୟିକ ମହୋତ୍ସବକୁ ଗାଇଡଲାଇନ୍‌ରେ ବାରଣ କରାଯାଇଛି । ସମସ୍ତ ପ୍ରେକ୍ଷାଳୟ ଓ ସମ୍ମିଳନୀ କକ୍ଷରେ କୋଭିଡ ଗାଇଡଲାଇନ୍ ଅନୁଯାୟୀ ଚାଲିପାରିବ । ବାହାଘର , ବ୍ରତଘର ଓ ଶେଷକୃତ୍ୟ ଆଦି କ୍ଷେତ୍ରରେ ୨୫୦ ଜଣ ଲୋକଙ୍କୁ ନେଇ ଅନୁଷ୍ଠିତ ହୋଇପାରିବ । କିନ୍ତୁ କୋଭିଡ ଗାଇଡଲାଇନ୍ କଡ଼ାକଡ଼ିଭାବେ ପାଳନ କରିବାକୁ ପଡ଼ିବ । ଏହାର  ଉଲ୍ଲଘଂନ କରିବା ଧର୍ତ୍ତବ୍ୟ ଅପରାଧ ଭାବେ ବିବେଚିତ କରାଯିବ ।  ବିବାହ ଶୋଭାଯାତ୍ରାରେ ୫୦ରୁ ଅଧିକ ଲୋକେ ସାମିଲ ହୋଇପାରିବେ ନାହିଁ ।

ରାଜ୍ୟ ସମସ୍ତ ସୂଚନା କେନ୍ଦ୍ର, ପାଠାଗାର ଆଦି ଖୋଲାରହିବ, ସେଠାକାର ଦାୟିତ୍ୱରେ ଥିବା ଲୋକେ କୋଭିଡ ନିୟମ ପାଳନ ପ୍ରତି ଧ୍ୟାନ ଦେବେ । ଫିଲ୍ମ ହଲ୍, ଅଡିଟୋରିୟମ୍ ଆଦି ସ୍ଥାନ ପାଇଁ କୋଭିଡ ନେଗେଟିଭ୍ ସାର୍ଟିଫିକେ୍ଟ କିମ୍ୱା ଟିକା ସାର୍ଟିଫିକେଟ ବାଧ୍ୟତାମୂଳକ ନୁହେଁ । କିନ୍ତୁ ସେଠାରେ କୋଭିଡ ନିୟମ ଯେଭଳି କଡ଼ାକଡ଼ି ଭାବେ ପାଳନ ହେବ ସେହି ଅନୁଷ୍ଠାନର କର୍ତ୍ତୃପକ୍ଷ ଯତ୍ନବାନ ହେବେ । ଓଲା, ୟୁବେର, ହୋଲ୍ ଡେଲେଭରୀ ଜାରି ରହିବ । ନାଇଟ୍ କର୍ଫ୍ୟୁ ସମୟରେ କେବଳ ସାଧାରଣ  ଯାତାୟାତ ପାଇଁ କଟକଣା ଜାରି ରହିବ  ବୋଲି ଏସ୍‌ଆରସି ସୂଚନା ଦେଇଛନ୍ତି ।

Leave a Reply