KBCରେ ଭାଗ ନେବାରୁ ଅଧିକାରୀଙ୍କ ଦରମା ବୃଦ୍ଧି ସ୍ଥଗିତ, ଜାଣନ୍ତୁ କଣ ରହିଛି ରେଲୱେର ନିୟମ…

ନୂଆଦିଲ୍ଲୀ: କେବିସିର ହଟ୍ ସିଟି, ସାମ୍ନାରେ ବିଗ ବି ଅମିତାଭ ବଚ୍ଚନ । କିଏ ବା ନ ଚାହେଁ କେବିସିରେ ଭାଗ ନେବାକୁ । ଜଣେ ରେଲୱେ ଅଧିକାରୀ କେବିସିରେ ଭାଗ ନେଇ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ରେଲୱେ ପକ୍ଷରୁ ତାଙ୍କ ନାଁରେ ଚାର୍ଜସିଟ୍ ହୋଇଥିବା ବେଳେ ଦରମା ବୃଦ୍ଧି ଉପରେ ତିନି ବର୍ଷ ଯାଏ ରୋକ୍ ଲଗାଇ ଦିଆଯାଇଛି ।

Railway Submitted Charge Sheet Against Officer Desh Bandhu Pandey For Appearing On KBC

ରାଜସ୍ଥାନର କୋଟାରେ ରୁହନ୍ତି ଦେଶ ବନ୍ଧୁ ପାଣ୍ଡେ । କିଛିଦିନ ପୂର୍ବେ ସମସ୍ତଙ୍କୁ ଗର୍ବରେ ‘କୌନ ବନେଗା କୋରଡ଼ପତି’ ସୋରେ ସାମିଲ୍ ହୋଇ ଫେରିଥିବା କହୁଥିଲେ । ଅମିତାଭ ବଚ୍ଚନଙ୍କ ଆଗରେ ହଟ୍ ସିଟରେ ବସିଥିବା ନେଇ ଫଟୋ ଓ ଭିଡିଓ ବି ଦେଖାଉଥିଲେ । ହେଲେ ଦେଶବନ୍ଧୁଙ୍କ ସବୁ ଖୁସିକୁ ପାଣି ଫୋଟକା ଭଳି ମିଳାଇ ଦେଇଛି ଭାରତୀୟ ରେଳବାଇ । କେବିସି ଯାଇଥିବାରୁ ରେଲୱେ କର୍ତ୍ତୃପକ୍ଷ ପାଣ୍ଡେଙ୍କ ବିରୋଧରେ ଚାର୍ଜସିଟ୍ କରିଛନ୍ତି ।

କ’ଣ କହୁଛି ନିୟମ ?

ରେଲୱେ ସେବା ଆଚରଣ ଆଇନ୍ ୧୯୬୬ରେ ରେଳ କର୍ମଚାରୀଙ୍କ ଲାଗି ସେବା ସର୍ତ୍ତ ନିର୍ଦ୍ଧାରିତ ହୋଇଛି । ସରକାରଙ୍କ ଅନୁମତି ବିନା ରେଲୱେର କୌଣସି କର୍ମଚାରୀ କିମ୍ବା ଅଧିକାରୀ ଏମିତି କରିପାରିବେ ନାହିଁ । ନିୟମ ଅନୁସାରେ, କୌଣସି କର୍ମଚାରୀ କୌଣସି ରେଡିଓ କିମ୍ବା ଟିଭି କାର୍ଯ୍ୟକ୍ରମରେ ସାମିଲ୍ ହୋଇପାରିବେ ନାହିଁ ।

Railway Submitted Charge Sheet Against Officer Desh Bandhu Pandey For Appearing On KBC

ଘରୋଇ ଏଜେନ୍ସି ଦ୍ୱାରା ପ୍ରସ୍ତୁତ ସରକାରୀ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ସରକାରୀ ଅଧିକାରୀଙ୍କୁ ମଧ୍ୟ ଅନୁମତି ନେବାକୁ ପଡ଼ିବ । ମୋଟାମୋଟି କହିବାକୁ ଗଲେ କୌଣସି ଘରୋଇ ଗଣମାଧ୍ୟମର କାର୍ଯ୍ୟକ୍ରମରେ ସାମିଲ୍ ହେବା ପାଇଁ କର୍ମଚାରୀଙ୍କୁ ରେଲୱେ ଠାରୁ ଅନୁମତି ଆବଶ୍ୟକ ।

Railway Submitted Charge Sheet Against Officer Desh Bandhu Pandey For Appearing On KBC

କେଉଁଥିରେ ହୋଇପାରିବେ ସାମିଲ୍ ?

ରେଲୱେ କର୍ମଚାରୀ ସରକାରଙ୍କ ଅନୁମତି ନନେଇ ସାମାଜିକ ଅଥବା ଚାରିଟେବଲ କାମ କରିପାରିବେ । ସାହିତ୍ୟ, କଳା ଓ ବିଜ୍ଞାନ କ୍ଷେତ୍ରରେ କାର୍ଯ୍ୟ ପାଇଁ ଅନୁମତି ଆବଶ୍ୟକ ନାହିଁ । ନବାଗତ ଭାବେ ଖେଳକୂଦରେ ଭାଗ ନେଇ ପାରିବେ ।

Railway Submitted Charge Sheet Against Officer Desh Bandhu Pandey For Appearing On KBC

ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲି: ପାଣ୍ଡେ

ଦେଶ ବନ୍ଧୁ ପାଣ୍ଡେ ଅଗଷ୍ଟ ୯ରୁ ୧୩ ତାରିଖ ଯାଏଁ ମୁମ୍ବାଇରେ ଥିଲେ । ଏଥିପାଇଁ ପାଣ୍ଡେ ଅଧିକାରୀଙ୍କ ନିକଟରେ ଛୁଟି ଆବେଦନ କରିଥିଲେ । ଅଧିକାରୀ ପାଣ୍ଡେଙ୍କ ଆବେଦନ ଉପରେ କୌଣସି ବିଚାର କରିନଥିଲେ । ଆଉ ଛୁଟି ଅନୁମୋଦନ ହୋଇନଥିବା ବେଳେ ପାଣ୍ଡେ କେବିସି ସୁଟିଂ ପାଇଁ ମୁମ୍ବାଇ ପଳାଇ ଆସିଥିଲେ । ମୁମ୍ବାଇରୁ ଫେରିବା ପରେ ରେଲୱେ ୧୮ ଅଗଷ୍ଟରେ ଚାର୍ଜସିଟ୍ ଦାଖଲ କରିଥିଲା । ଯାହାର ଜବାବ ଦେଇଛନ୍ତି ପାଣ୍ଡେ ।

Leave a Reply