spot_img
Home Blog Page 5078

ଶ୍ରୀମନ୍ଦିର ପାଇଁ SOP,କାର୍ତ୍ତିକ ପୂର୍ଣ୍ଣିମାରେ ଖୋଲା ରହିବ ମନ୍ଦିର

ପୁରୀ: କରୋନା ମହାମାରୀ ଓ ପାର୍ବଣ ଭିତରେ ଆସିଲା ଶ୍ରୀମନ୍ଦିର ପାଇଁ କାର୍ତ୍ତିକ ମାସ ଗାଇଡଡଲାଇନ୍। ପ୍ରମୁଖ ପର୍ବ ପର୍ବାଣୀରେ ବନ୍ଦ ରହିବ ଜଗା ଦର୍ଶନ। ତେବେ କେଉଁ ପର୍ବରେ ମନ୍ଦିର ଖୋଲା ରହିବ ଓ କେଉଁ ପାର୍ବଣରେ ବନ୍ଦ ରହିବ ଜାଣି ରଖନ୍ତୁ ଓ ପୁରୀ ଯିବାକୁ ଯୋଜନା କରୁଥିଲେ ଆଉ ଥରେ ଚିନ୍ତା କରନ୍ତୁ।

କାର୍ତ୍ତିକ ମାସରେ ସକାଳ ୭ରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ ମନ୍ଦିର। ପ୍ରତି ରବିବାର ବନ୍ଦ ରହିବ ଜଗା ଦର୍ଶନ। ଏହିଦିନ ମନ୍ଦିରକୁ ସାନିଟାଇଜ୍ କରାଯିବ।

ପାର୍ବଣରେ ଭିତରେ ଦଶହରା ଦିନ ମିଳିବନି ଶ୍ରୀଜିଉଙ୍କ ଦର୍ଶନ। ସେହିପରି ଭଷାଣୀ ଦିନ ମଧ୍ୟ ଶ୍ରୀମନ୍ଦିର ବନ୍ଦ ରହିବ। ଦୀପାବଳି, ବଡ଼ ଏକାଦଶୀ ଓ କାର୍ତ୍ତିକ ପୂର୍ଣ୍ଣିମାରେ ମଧ୍ୟ ଶ୍ରୀମନ୍ଦିର ବନ୍ଦ।

ତେବେ କୁମାର ପୂର୍ଣ୍ଣିମା ଦିନ ଖୋଲା ରହିବ ଶ୍ରୀଜିଉଙ୍କ ଦର୍ଶନ।

ଜାମ୍ମୁ-କାଶ୍ମୀରରେ ଆକସନ୍ ମୋଡରେ ଭାରତୀୟ ସେନା, ଗୋଟିଏ ସପ୍ତାହ ମଧ୍ୟରେ ୯ ଜଣ ଆତଙ୍କବାଦୀଙ୍କୁଙ୍କୁ ଏନ୍‌କାଉଣ୍ଟର

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଗତ କିଛି ଦିନ ଧରି ଲାଗି ରହିଛି ଅଶାନ୍ତି। ଆତଙ୍କବାଦୀମାନେ କେତେବେଳେ ଅନୁପ୍ରବେଶ କରିବା ପାଇଁ ଉଦ୍ୟମ କରୁଛନ୍ତି ତ ଆଉ କେତେବେଳେ ଅଶାନ୍ତି ସୃଷ୍ଟି କରୁଛନ୍ତି। ସାଧାରଣ ଲୋକଙ୍କୁ ଟାର୍ଗେଟ୍ କରୁଛନ୍ତି ଆତଙ୍କବାଦୀ। ଯାହାକୁ ନେଇ ଏବେ ଆକସନ୍ ମୋଡକୁ ଆସିଛନ୍ତି ଭାରତୀୟ ସେନା। ସୁରକ୍ଷାବଳର କଡା କାର୍ଯ୍ୟାନୁଷ୍ଠାନ ଫଳରେ ଗତ ସପ୍ତାହ ମଧ୍ୟରେ ଜାମ୍ମୁ-କାଶ୍ମୀରରେ ୯ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଛି। ପ୍ରାଣ ହରାଇଥିବା ଏହି ୯ ଆତଙ୍କବାଦୀ ବିଭିନ୍ନ ଆତଙ୍କବାଦୀ ସଙ୍ଗଠନର ଟପ୍ ପୋଷ୍ଟରେ ଥିଲେ।

ହିଜୁବୁଲ୍ ମୁଜାହାଦ୍ଦିନ୍, ଜୈସ-ଇ-ମହମ୍ମଦ ଓ ଲକ୍ସର ଇ ତୋଇବା ଭଳି ଆତଙ୍କବାଦୀ ସଙ୍ଗଠନ ସହ ଯୋଡି ହୋଇଥିଲେ ଏହି ଆତଙ୍କବାଦୀମାନେ। ପଡୋଶୀ ରାଷ୍ଟ୍ର ପାକିସ୍ତାନ ଆତଙ୍କବାଦୀଙ୍କୁ ଲଗାତାର ଭାବେ ପ୍ରୋତ୍ସାହିତ କରୁଥିବାରୁ ସୀମାରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କହିଛନ୍ତି ପୂର୍ବତନ ସେନା ଅଧିକାରୀ। ପାକିସ୍ତାନର ଏଭଳି କାର୍ଯ୍ୟକୁ କଡା ଭାଷାରେ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ହରଦିପ ସିଂ ପୁରୀ।

ମନୀଷ ମୃତ୍ୟୁ ମାମଲା: ଫିଟୁଛି କାଳ ରାତିର କଳା କାହାଣୀ ଗୁମର

ଭୁବନେଶ୍ୱର: ମନୀଷ ଅନୁରାଗ ମୃତ୍ୟୁ ମାମଲାରୁ ଉଠିବାରେ ଲାଗିଛି ଅନେକ ପ୍ରଶ୍ନ। ମୃତ୍ୟୁଦିନ ରାତିରେ କ’ଣ ଘଟିଥିଲା ? ସାଙ୍ଗ ମେଳରେ କେଉଁ କେଉଁ ସ୍ଥାନକୁ ଯାଇଥିଲେ ମନୀଷ ? ନିଶା ନେଇଥିଲେ କି ? ଯଦି ନେଇଥିଲେ ତେବେ କେଉଁଠି ନେଇଥିଲେ ? ସାଙ୍ଗମାନଙ୍କ ସହ ହୋଇଥିଲା କି ମତାନ୍ତର ? ଯଦି ହୋଇଥିଲା ଏହା ମୃତ୍ୟୁର କାରଣ କି ? ଏମିତି ଅନେକ ପ୍ରଶ୍ନ ଉପରୁ ପରଦା ଉଠାଉଛନ୍ତି ୪ ଅଭିଯୁକ୍ତ ।

ପୋଲିସର ମାରାଥନ ଜେରା ଓ ଘନଘନ ପ୍ରଶ୍ନବାଣରେ ସେଦିନ ରାତିର ସତ ଓଗାଳୁଛନ୍ତି ଅଭିଯୁକ୍ତମାନେ। ମିଳିଥିବା ସୂଚନା ଅନୁସାରେ ସେଦିନ ରାତିରେ ସାଙ୍ଗମାନଙ୍କ ସହ ୩ଟି ବାରକୁ ଯାଇଥିଲେ ମନୀଷ। ସାଉଥ୍ ସିଟି ବାରରେ ଏଣ୍ଟ୍ରି ପୂର୍ବରୁ ଆଉ ଦୁଇଟି ବାରରେ ରାଉଣ୍ଡ ମାରି ସାରିଥିଲେ। ତେବେ ସାଉଥ ସିଟି ବାରରେ ହୋଇଯାଇଥିଲା ୩୦ରୁ ୪୦ ହଜାର ଟଙ୍କାର ବିଲ୍।

ଏହାପରେ ବିଲ୍ ଦେବାକୁ ନେଇ ସାଙ୍ଗମାନଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ତୁତୁ ମେଁମେଁ। ସ୍ଥିତି ବିଗିଡ଼ିବା ସହ ସେମାନଙ୍କ ମଧ୍ୟରେ ହୋଇଥିଲା ପ୍ରବଳ ଝଗଡ଼ା।
ଏପରିକି ବାର କର୍ମଚାରୀ ବିଲ୍ ଭରଣା ପାଇଁ ମନୀଷଙ୍କ ମୋବାଇଲ ବନ୍ଧକ ରଖି ଦେଇଥିଲେ। ପରେ ମନୀଷ ବାପାଙ୍କୁ ଫୋନ କରି ଟଙ୍କା ମାଗିଥିଲେ। ଏହାପରେ ଟଙ୍କା ପୈଠ କରି ମନୀଷ ଏକା ଏକା ବାରରୁ ବାହାରି ଯାଇଥିଲେ।

ଏହି ବର୍ଗର ମହିଳା ୨୦ରୁ ୨୪ ସପ୍ତାହ ମଧ୍ୟରେ କରିପାରିବେ ଗର୍ଭପାତ

ନୂଆଦିଲ୍ଲୀ: ଆସିଲା ନୂଆ ଗର୍ଭପାତ ନିୟମ। କେତେକ ବର୍ଗର ମହିଳାଙ୍କ ପାଇଁ ଗର୍ଭପାତ ଅବଧି ଗର୍ଭଧାରଣର ୨୦ରୁ ୨୪ ସପ୍ତାହକୁ ବୃଦ୍ଧି କରାଯାଇଛି। ମେଡିକାଲ ଟର୍ମିନେସନ ଅଫ ପ୍ରେଗନେନ୍ସି ସଂଶୋଧନ ନିୟମାବଳୀ ୨୦୨୧ ଅନୁସାରେ ଯେଉଁମାନେ ଯୌନ ହିଂସାର ଶିକାର ବା ଦୁଷ୍କର୍ମ ପୀଡ଼ିତା ହୋଇଥିବେ, ସେମାନଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁହେବ। ଏହାସହ ନାବାଳିକା, ବିଧବା ଓ ଛାଡପତ୍ର ପାଇଥିବା ମହିଳା ଓ ଦିବ୍ୟାଙ୍ଗ ମହିଳାଙ୍କ କ୍ଷେତ୍ରରେ ବି ଏହା ପ୍ରଯୁଜ୍ୟ ହେବ। ସେହିପରି ମାନସିକ ବିକାରଗ୍ରସ୍ତ ମହିଳା, ମାନସିକ ବା ଶାରୀରିକ ତ୍ରୁଟିଯୁକ୍ତ ଭ୍ରୂଣ, ସରକାରଙ୍କ ଦ୍ୱାରା ଘୋଷିତ ବିପର୍ଯ୍ୟୟ ବା ଜରୁରୀକାଳୀନ ଅବସ୍ଥାରେ ଥିବା ମହିଳା ବି ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିପାରିବେ।

ଚଳିତ ବର୍ଷ ସଂସଦରେ ଗୃହିତ ନିୟମ ବର୍ତ୍ତମାନ କାର୍ଯ୍ୟକାରୀ ହୋଇଛି। ପ୍ରଚଳିତ ନିୟମ ଅନୁସାରେ ଯଦି ଜଣେ ମହିଳା ଗର୍ଭଧାରଣର ୧୨ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହୁଁଥିବେ, ତେବେ ସେମାନଙ୍କୁ ଜଣେ ଡାକ୍ତରଙ୍କ ଅନୁମତି ଆଣିବାକୁ ପଡୁଛି। ଯଦି ଜଣେ ମହିଳା ଗର୍ଭଧାରଣର ୧୨ରୁ ୨୦ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହୁଁଥିବେ, ତେବେ ୨ ଜଣ ଡାକ୍ତରଙ୍କ ଅନୁମତି ଆଣିବାକୁ ପଡୁଛି । ନୂଆ ନିୟମ ଅନୁସାରେ, ଗର୍ଭଧାରଣର ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବା କ୍ଷେତ୍ରରେ ରାଜ୍ୟସ୍ତରୀୟ ମେଡିକାଲ ବୋର୍ଡ ଅନୁମତି ଦେବେ।

ଗର୍ଭପାତ ସଂକ୍ରାନ୍ତ ସମସ୍ତ ତଥ୍ୟ ଓ ରିପୋର୍ଟକୁ ସମୀକ୍ଷା କରିବା ପରେ ମେଡିକାଲ ବୋର୍ଡ ଏହାକୁ ଅନୁମତି ଦେବେ ବା ଅଗ୍ରାହ୍ୟ କରିପାରିବେ। ନିଷ୍ପତ୍ତି ଲାଗି ବୋର୍ଡ ୫ ଦିନ ସମୟ ନେବେ। ଯଦି ଗର୍ଭପାତକୁ ଅନୁମତି ଦିଆଯାଏ, ତେବେ ସମସ୍ତ ସତର୍କତା ରକ୍ଷା ଉପରେ ବୋର୍ଡ ଗୁରୁତ୍ୱ ଦେବ। ଏହି ନୂଆ ନିୟମକୁ ସ୍ୱାଗତ କରିଛନ୍ତି ପପୁଲେସନ ଫାଉଣ୍ଡେସନ ଅଫ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପୁନମ ମୁଟ୍ରେଜା। ସେହିପରି ଏହି ନିୟମକୁ ଅନ୍ୟାନ୍ୟ ବିଶେଷଜ୍ଞ ବି ସ୍ୱାଗତ କରିଛନ୍ତି।

କାର୍ତ୍ତିକ ମାସରେ ଜଗା ଦର୍ଶନ ପାଇଁ ଆସିଲା ନୂଆ SOP

ପୁରୀ: ଆଗକୁ ଆସୁଛି ପବିତ୍ର ମାସ କାର୍ତ୍ତିକ। ପୁରୀକୁ ଜଗା ଦର୍ଶନ ପାଇଁ ଆସିବେ ମାଳ ମାଳ ହବିଷ୍ୟାଳି। ଗୋଟେ ମାସ ଜଗା ପାଖରେ ରହି ପାଳିବେ ହବିଷ, ହେଲେ ସବୁକିଛି କଟକଣା ଭିତରେ। ସମ୍ପୂର୍ଣ୍ଣ କାର୍ତ୍ତିକ ମାସରେ ରହିବ କଟକଣା। କାରଣ କରୋନାର କୋପ ଏଯାଏଁ କମିନି। ଆସନ୍ତା ଗୁରୁବାରରୁ ଆରମ୍ଭ ହେଉଥିବା ପବିତ୍ର କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଛି ଏସଓପି। ସକାଳ ୭ରୁ ରାତି ୯ ଯାଏଁ ଶ୍ରୀଜିଉଙ୍କ ଦର୍ଶନ କରି ପାରିବେ ଶ୍ରଦ୍ଧାଳୁ। ତେବେ ନୀତିକାନ୍ତି ବେଳେ ସାଧାରଣ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିବ।

ପୂର୍ବ ଭଳି ସବୁ ରବିବାର ବନ୍ଦ ରହିବ ଜଗା ଦର୍ଶନ। ଏହିଦିନ ମନ୍ଦିର ଓ ଏହାର ଆଖପାଖ ସାନିଟାଇଜ୍ କରାଯିବ।

ଦଶହରା ଓ ଭସାଣି ଦିନ ବନ୍ଦ ରହିବ ଜଗା ଦର୍ଶନ। ୨୦ ତାରିଖ କୁମାର ପୂର୍ଣ୍ଣିମାରେ ଖୋଲା ରହିବ ଶ୍ରୀମନ୍ଦିର। ଦୀପାବଳି, ବଡ଼ ଏକାଦଶୀ ଓ କାର୍ତ୍ତିକ ପୂର୍ଣ୍ଣିମାରେ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିରରେ ଭକ୍ତ ମାସ୍କ ପିନ୍ଧିବେ, ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ ହୋଇଛି। ମନ୍ଦିର ପ୍ରବେଶ ପୂର୍ବରୁ ହାତ ସାନିଟାଇଜ୍ କରିବେ ଶ୍ରଦ୍ଧାଳୁ। ମନ୍ଦିର ମଧ୍ୟରେ କୌଣସି ଦେବଦେବୀ କି ଅନ୍ୟ ସ୍ଥାନକୁ ନଛୁଇଁବାକୁ କୁହାଯାଇଛି।

ଏଣିକି ଶ୍ରୀମନ୍ଦିରକୁ ଫୁଲ ଓ ଭୋଗ ନେଇପାରିବେ ଭକ୍ତ। ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଧାରିତ ସ୍ଥାନରେ ଦୀପ ମଧ୍ୟ ଜାଳିପାରିବେ। ଶ୍ରୀମନ୍ଦିରକୁ ପଲିଥିନ ନେବାକୁ ବାରଣ। ଯଦି ପଲିଥିନ ନେଲ ୧୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ସେହିପରି ପ୍ରଶାସନ ସ୍ଥିର କରିଥିବା ସ୍ଥାନରେ ହିଁ ମହାପ୍ରସାଦ ସେବନ କରିପାରିବେ।

ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି। ତେବେ ୬୫ ବର୍ଷରୁ ଅଧିକ ବର୍ଷର ବ୍ୟକ୍ତି, ଅସୁସ୍ଥ, ଗର୍ଗବତୀ, ୧୦ ବର୍ଷରୁ କମ ପିଲାଙ୍କୁ କୋଭିଡ ମହାମାରୀ ସମୟରେ ଦର୍ଶନ ପାଇଁ ନଆସିବାକୁ ପରାମର୍ଶ ଦିଆଯାଇଛି। ଶ୍ରୀମନ୍ଦିର ପ୍ରବେଶ ପାଇଁ RT-PCR ଟେଷ୍ଟ କିମ୍ବା ୨ଡୋଜ୍ ଟିକା ବାଧ୍ୟତାମୂଳକ ହୋଇଛି। ଶ୍ରଦ୍ଧାଳୁଙ୍କ ପାଇଁ ପରିଚୟପତ୍ର ମଧ୍ୟ ବାଧ୍ୟତାମୂଳକ କରାଯାଇଛି ।

ବିଧାୟକଙ୍କ ଗାଡ଼ି ଉପରକୁ ବୋମା ମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ୩ ଜଣ ଗିରଫ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ବିଧାୟକ ମୋହନ ମାଝୀଙ୍କ ଗାଡି ଉପରେ ବୋମା ମାଡ଼ ଘଟଣା। ବମିଂ କରିଥିବା ମୁଖ୍ୟ ଅଭିଯୁକ୍ତ ସହ ୩ ଜଣ ଗିରଫ ହୋଇଥିବା ସୂଚନାମିଳିଛି। ପାରିବାରିକ ବିଦ୍ୱେଷ ଓ ଅର୍ଥନୈତିକ ବିବାଦ ଯୋଗୁ ବୋମାମାଡ଼ ହୋଇଥିବା କୁହାଯାଉଛି। ତେବେ ପୋଲିସ ଏ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ସୂଚନା ପ୍ରଦାନ କରିନାହିଁ। ଗତ ୧୦ ତାରିଖରେ ବାଇକରେ ୨ଜଣ ଦୁର୍ବୃତ୍ତ ଆସି ଅତର୍କିତ ଭାବେ ମୋହନ ମାଝୀଙ୍କ ଗାଡ଼ିକୁ ଦୁଇଟି ବୋମାମାଡ଼ କରିଥିଲେ ବୋଲି ମୋହନ ମାଝୀ କେନ୍ଦୁଧର ଥାନାରେ ଅଭିଯୋଗ କରିଥିଲେ।

ପୋଲିସ ଘଟଣାର ତଦନ୍ତ କରୁଥିବାବେଳେ ବିଜେପି ବିଧାୟକ ମୋହନ ମାଝୀ ଗଣମାଧ୍ୟମକୁ କହିଥିଲେ ଯେ, ବିଜେଡିର ଜଣେ ଜିଲ୍ଲାସ୍ତରୀୟ ନେତା ଏହି କାଣ୍ଡ ଭିଆଇଥିବା ସେ ସନ୍ଦେହ କରୁଛନ୍ତି। ଘଟଣାକୁ ନେଇ ରାଜନୈତିକ ହଟଚମଟ ସୃଷ୍ଟି ହୋଇଥିଲା। ରାସ୍ତାରୋକ ମଧ୍ୟ କରାଯାଇଥିଲା। ବିଜେପିର ଏକ ପ୍ରତିନିଧି ଦଳ ଏସପିଙ୍କୁ ଭେଟି ଘଟଣାର ତଦନ୍ତ ପାଇଁ ଦାବି କରିଥିଲା। ବିଜେଡି ପକ୍ଷରୁ ମୋହନ ମାଝୀଙ୍କ ଅଭିଯୋଗକୁ ଖଣ୍ଡନ କରାଯିବା ସହ ବିଜେଡି ପ୍ରତିନିଧି ଦଳ ମଧ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଦାବୀ କରିଥିଲେ। ଘଟଣାର ସିସିଟିଭି ଦୃଶ୍ୟ ପୋଲିସ ଯାଞ୍ଚ କରିଥିଲା।

ଏସ୍‌ପି ସପ୍ତାହେ ସମୟ ନେଇଥିଲେ ଅଭିଯୁକ୍ତଙ୍କୁ ଧରିବା ପାଇଁ। ତେବେ ଗତକାଲି ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ ହୋଇଥିବା ଜଣାପଡିଛି। ଗିରଫଙ୍କ ମଧ୍ୟରେ ଜଣେ କେନ୍ଦୁଝରର ଥିବାବେଳେ ଅନ୍ୟ ଜଣେ ହରିଚନ୍ଦନପୁର ଅଞ୍ଚଳର ବୋଲି ଜଣାପଡିଛି। ଅନ୍ୟ ଜଣଙ୍କ ସମ୍ପର୍କରେ ସୂଚନା ମିଳିନାହିଁ। ଅପରାହ୍ନରେ ପୋଲିସ ଏମାନଙ୍କୁ କୋର୍ଟ ଚାଲାଣ କରିବ।

ସୁକେଶ ଚନ୍ଦ୍ରଶେଖର ମନି ଲଣ୍ଡ୍ରିଂ ମାମଲା, ନୋରାଙ୍କୁ EDର ଜେରା

ନୂଆଦିଲ୍ଲୀ: ସୁକେଶ ଚନ୍ଦ୍ରଶେଖର ହାୱାଲା କାରବାରରେ ବଲିଉଡର ଅନେକ ସେଲିବ୍ରିଟି ଫସିବାରେ ଲାଗିଛନ୍ତି। ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଡିସଙ୍କ ପରେ ଏବେ ଏହି ମାମଲାରେ ନୋରା ଫତେହିଙ୍କୁ ଜେରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)।

ED ଅଫିସରେ ନୋରା ଫତେହି

ମିଳୁଥିବା ସୂଚନା ଅନୁସାରେ ନୋରା ଗୁରୁବାର ଦିନ ଇଡି ଅଫିସରେ ପହଂଚିଛନ୍ତି। ନୋରାଙ୍କୁ ଏହି ମାମଲାରେ ପଚରା ଉଚରା ପାଇଁ ଇଡି ନୋଟିସ ଜାରି କରିଥିଲା। ନୋରାଙ୍କୁ ଇଡି ମନି ଲଣ୍ଡ୍ରିଂ ନେଇ ପଚରା ଉଚୁରା କରିବ। କୁହାଯାଉଛି ଯେ, ସୁକେଶ ଚନ୍ଦ୍ରଶେଖର ହାୱାଲା ମାମଲାରେ ଜ୍ୟାକଲିନଙ୍କୁ ଫସାଇବାକୁ ଉଦ୍ୟମ କରିଥିଲା। ଏନେଇ ଆଗରୁ ଜ୍ୟାକଲିନଙ୍କୁ ଇଡି ଜେରା କରି ସାରିଛି।

ନୋରାଙ୍କୁ ପଚରା ଉଚରା ଚାଲିଥିବା ବେଳେ ଆସନ୍ତାକାଲି (ଶୁକ୍ରବାର) ଦିନ ଜ୍ୟାକଲିନଙ୍କୁ ପୁଣିଥରେ ଜେରା କରିବା ଇଡି। ଏମଟିଏନଏଲ ସ୍ଥିତ ଇଡି ଅଫିସରେ ଶୁକ୍ରବାର ହାଜର ହେବାକୁ ଜ୍ୟାକଲିନଙ୍କୁ କୁହାଯାଇଛି।

PMLA ଆକ୍ଟ ଅନ୍ତର୍ଗତରେ ଜ୍ୟାକଲିନଙ୍କୁ ପଚରା ଉଚରା କରାଯିବ ବୋଲି ଇଡି ସୂତ୍ରରୁ ପ୍ରକାଶ। ତଦନ୍ତ ଏଜେନ୍ସି ଏହା ଜାଣିବାକୁ ଚାହୁଁଛନ୍ତି ଯେ, ସୁକେଶଙ୍କ ସହିତ ଜ୍ୟାକଲିନ୍ କେଉଁଭଳି ଭାବେ ଅର୍ଥ କାରବାର କରିଥିଲେ କି କୌଣସି ଅର୍ଥ କାରବାର ହୋଇଥିଲା କି ନାହିଁ।

ପୁରା ମାମଲା କ’ଣ ?

ଏହି ମାମଲା ଆରମ୍ଭ ୨ଶହ କୋଟି ଟଙ୍କାର ଦାଦାବଟି ଆଦୟ ତଦନ୍ତରୁ ହୋଇଥିଲା। ଜେଲରେ ଥିବା ସୁକେଶ ଜଣେ ବ୍ୟବସାୟୀଙ୍କ ପତ୍ନୀଙ୍କଠାରୁ ୨ ଶହ କୋଟି ଟଙ୍କା ଆଦାୟ କରିଥିଲା। ପରେ ଏହି ମାମଲାରେ ସୁକେଶର ପତ୍ନୀଙ୍କ ହାତ ଥିବା ଜଣା ପଡିଥିଲା।ସୁକେଶର ପତ୍ନୀ ଲିନା ପାଲ ସହଯୋଗରେ ଫୋର୍ଟିସର ପୂର୍ବତନ ମାଲିକ ଶିବିନ୍ଦର ମୋହନ ସିଂହଙ୍କ ପତ୍ନୀ ଆଦିତି ସିଂହଙ୍କୁ ୨ ଶହ କୋଟି ଟଙ୍କା ଠକିଥିଲା।

ପରେ ଏହି ମନି ଲଣ୍ଡ୍ରିଂ ମାମଲାରେ ଜ୍ୟାକଲିନଙ୍କ ନାମ ଆସିଥିଲା। ଜ୍ୟାକଲିନଙ୍କୁ ମଧ୍ୟ ସୁକେଶ ଫସାଇଥିବା ଜଣା ପଡିଥିଲା। ସୁକେଶ ଜେଲ ଭିତରୁ ଛଦ୍ମ ନାମରେ ଜ୍ୟାକଲିନଙ୍କୁ ଫୋନ୍ କରୁଥିବା ଜଣା ପଡିଥିଲା।

ରେଭ ପାର୍ଟିରେ ରେଡ୍ ମାମଲା: ସାକ୍ଷୀ ପଡ଼ିଥିବା କେ.ପି. ଗୋସାଭିଙ୍କ ବିରୋଧରେ ଲୁକ୍ ଆଉଟ ସର୍କୁଲାର

ମୁମ୍ବାଇ: ମୁମ୍ବାଇ ରେଭ ପାର୍ଟିରେ ରେଡ୍ ମାମଲା। କ୍ରୁଜ ଜାହାଜରେ ରେଡ୍ ବେଳେ ଏନସିବି ଲାଗି ସାକ୍ଷୀ ପଡିଥିବା କେ.ପି. ଗୋସାଭିଙ୍କ ବିରୋଧରେ ଲୁକ୍ ଆଉଟ ସର୍କୁଲାର ଜାରି କରିଛି ପୁଣେ ପୋଲିସ। ସେ ଯେପରି ଦେଶ ବାହାରକୁ ଯାଇ ନପାରିବେ ସେଥିଲାଗି ସତର୍କ ରହିବା ପାଇଁ ବିମାନବନ୍ଦର ଗୁଡିକୁ ଆଲର୍ଟ କରାଯାଇଛି। ୨୦୧୮ରେ ଏକ ଠକେଇ ମାମଲାରେ ସମ୍ପୃକ୍ତ ଥିଲେ ଗୋସାଭି। ତାଙ୍କ ନାଁରେ ଫରସଖାନା ପୋଲିସ ଷ୍ଟେସନରେ ଏକ ମାମଲା ରହିଛି ବୋଲି କହିଛନ୍ତି ପୁଣେ ପୋଲିସ କମିଶନର ଅମିତାଭ ଗୁପ୍ତା। କର୍ଡେଲିଆ କ୍ରୁଜରେ ରେଡ ସମୟରେ ଡ୍ରଗସ ଜବତ ବେଳେ, ଯେଉଁ ୯ ଜଣ ସାକ୍ଷୀ ପଡିଥିଲେ ସେମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ ଗୋସାଭି।

ସେ ମଧ୍ୟ ମାଲେସିଆରେ ଲୋକଙ୍କୁ ଚାକିରି ଦେବା ଲାଗି ଯୁବକମାନଙ୍କୁ ପ୍ରଲୋଭିତ କରୁଥିଲେ। ୨୦୧୮ରେ ଠକେଇ ମାମଲା ପରଠାରୁ ସେ ଫେରାର ଥିଲେ। ତେବେ ଏହି ଡ୍ରଗ୍ସ କେସ୍‌ ପରେ ସେ ପୁଣି ଥରେ ପୋଲିସ୍‌ ପଞ୍ଝାକୁ ଆସିଛନ୍ତି। ସେ କାଳେ ଆଉଥରେ ଫେରାର ହୋଯିବେ ସେଥିପାଇଁ ତାଙ୍କ ବୁରୁଦ୍ଧରେ ଲୁକ୍‌ ଆଉଟ ନୋଟସ୍‌ ଜାରି କରିଛି ପୋଲିସ୍‌। ସେ ସବୁ ବେଳେ ପୋଲିସ୍‌ ନଜରରେ ରହିବେ। ଏବଂ କୁଆଡ଼େ ମଧ୍ୟ ଲୁଚିକି ନଯିବା ପାଇଁ ତାଙ୍କୁନିର୍ଦ୍ଦେଶ ଦିଆଯାଇଛି।

ଅସ୍ତବ୍ୟସ୍ତ କରିଦେଲାଣି ତୈଳ ଦର ବୃଦ୍ଧି, ଦୁଇ ଦିନ ପରେ ପୁଣି ବଢ଼ିଲା ୩୫ ପଇସା

ନୂଆଦିଲ୍ଲୀ: ସମସ୍ତଙ୍କର ଏବେ ଗୋଟିଏ ଚିନ୍ତା ଦର ବୃଦ୍ଧି। ସେ ପନିପରିବା ଦର ହେଉକି ତୈଳ ଦର ହେଉ। ପ୍ରତି ଦୁଇ ଦିନ ବ୍ୟବଧାନରେ ବଢ଼ି ଚାଲିଛି ତୌଳ ଦର। ଏମିତି ଲାଗୁଛି ଯେମିତି ତୈଳ ଦର ବୃଦ୍ଧି ପାଇଁ ଆଉ ଗାଡ଼ି ଚଲାଇ ହେବ ନାହିଁ। ସାଧାରଣ ଲୋକଙ୍କୁ ତୈଳ ଦର ବୃଦ୍ଧି ଅସ୍ତବ୍ୟସ୍ତ କରିଦେଲାଣି। କାରଣ ଦୁଇ ଦିନର ବିରତି ପରେ ପୁଣି ତେଲ ଦରରେ ନିଆଁ ଲାଗିଛି।

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର। ଉଭୟ ତୈଳ ଦରରେ ୩୫ ପଇସା ଲେଖାଏଁ ବଢାଇଛନ୍ତି ତୈଳ କମ୍ପାନୀ। ଦିଲ୍ଲୀରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୦୪ ଟଙ୍କା ୭୯ ପଇସା ହୋଇଛି। ସେହିଭଳି ଡିଜେଲ ଦର ୯୩ ଟଙ୍କା ୫୪ ପଇସା ହୋଇଛି। ମୁମ୍ବାଇରେ କିନ୍ତୁ ତୈଳଦର ୩୬ ପଇସା ବୃଦ୍ଧି ପାଇଛି। ଏଠାରେ ପେଟ୍ରୋଲ ଲିଟର ପିଛା ୧୧୦ ଟଙ୍କା ୭୫ ପଇସା ହୋଇଥିବା ବେଳେ, ଡିଜେଲ ୧୦୧ ଟଙ୍କା ୪୦ ପଇସା ହୋଇଛି।

ସେହିଭଳି କୋଲକାତାରେ ପେଟ୍ରୋଲ ଦର ୧୦୫ ଟଙ୍କା ୪୩ ପଇସା ଓ ଡିଜେଲ ୯୬ ଟଙ୍କା ୬୩ ପଇସା ହୋଇଛି। ନୂଆ ଦର ଲାଗୁ ପରେ ଭୁବନେଶ୍ୱରରେ ପେଟ୍ରୋଲ ୧୦୫ ଟଙ୍କା ୭୧ ଓ ଡିଜେଲ ୧୦୨ ଟଙ୍କା ୨ ୬ପଇସା ହୋଇଛି। ମାଲକାନଗିରିରେ ପେଟ୍ରୋଲ ଦର ୧୧୧ ଟଙ୍କା ୨୪ ପଇସା ହୋଇଥିବା ବେଳେ ଡିଜେଲ ୧୦୭ ଟଙ୍କା ୩୭ ପଇସା ହୋଇଛି।

 

ବାରରେ କିଏ ଭରିବ ବିଲ୍‌, ପେମେଣ୍ଟକୁ ନେଇ ମନୀଷ ଏବଂ ସାଙ୍ଗଙ୍କ ମଧ୍ୟରେ ହୋଇଥିଲା ପାଟିତୁଣ୍ଡ

ଭୁବନେଶ୍ୱର: ରାଜଧାନୀରେ ଏବେ ଗୋଟିଏ ଚର୍ଚ୍ଚା। ମନୀଷ ମୃତ୍ୟୁକୁ ନେଇ ଚର୍ଚ୍ଚା ଯୋର ଧରିବାରେ ଲାଗିଲାଣି। ସେପଟେ ମନୀଷ ଅନୁରାଗ ମୃତ୍ୟୁ ଉପରୁ ଗୋଟିଏ ପରେ ଗୋଟିଏ ରହସ୍ୟର ପରଦା ଉଠିବାରେ ଲାଗିଛି। ସିସିଟିଭି ପୋଲିସ୍‌ର ହସ୍ତଗତ ହେବା ପରେ ମୃତ୍ୟୁ ମିଷ୍ଟ୍ରି ଉପରୁ ପରଦା ଉଠିବାରେ ଲାଗିଛି। ସିସିଟିଭି ଜାରି ହେବା ପରେ ଏବେ ସାମ୍ନାକୁ ଆସିଛି କାଳ ରାତିର ରହସ୍ୟ। ସେଦିନ ରାତିରେ ମନୀଷଙ୍କ ସହ କଣ ହୋଇଥିଲା ତାହାର ପରଦାଫାସ ହୋଇଛି। ସେଦିନ ବାରରେ ବିଲ୍ ପେମେଣ୍ଟ କରିବାକୁ ନେଇ ହୋଇଥିଲା ପାଟିତୁଣ୍ଡ। କିଏ ବିଲ୍‌ ପେମେଣ୍ଟ କରିବ ସେନେଇ ସାଙ୍ଗ ସାଙ୍ଗ ମଧ୍ୟରେ ହୋଇଥିଲା ପାଟିତୁଣ୍ଡ। ପୋଲିସ୍‌ର ପଚରାଉଚରା ବେଳେ ସାମ୍ନାକୁ ଆସିଛି ଏଭଳି ସତ। କିଏ ଦେବ ଟଙ୍କା ତାକୁ ନେଇ ସାଙ୍ଗ ମାନଙ୍କ ମଧ୍ୟରେ ହୋଇଥିଲା ପାଟିତୁଣ୍ଡ।

ବାରର ବିଲ୍‌ ଛୋଟ ରକମର ନଥିଲା। ବାରରେ ପ୍ରାୟ ୩୦ରୁ ୪୦ ହଜାର ଟଙ୍କାର ବିଲ୍ ହୋଇଥିଲା। ଟଙ୍କା ନଦେବାରୁ ଦୀନେଶ ଓରଫ ମୁନ୍ନା ଫୋନକୁ ବନ୍ଧ ରଖିଥିଲେ ବାର୍ କର୍ତ୍ତୃପକ୍ଷ। ପରେ ମନୀଷ ବାପାଙ୍କଠାରୁ ଟଙ୍କା ଆଣି ପେମେଣ୍ଟ କରିଥିଲେ। ଏବଂ ଶେଷରେ ଏକାକି ବାର୍‌ରୁ ଚାଲି ଚାଲି ଯାଉଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଅମ୍ରିତ ବିଶ୍ୱାଳ, ଦୀନେଶ ମହାପାତ୍ର, ମୃତ୍ୟୁଞ୍ଜୟ ମିଶ୍ର ଓ ହିମାଂଶୁ ବେହେରାଙ୍କ ସହ ୫ ଜଣଙ୍କୁ ଅଟକ ରଖି ମାରାଥନ ଜେରା ଚାଲିଛି। ପ୍ରଥମେ ପୃଥକ ଭାବେ ଜେରା କରିବା ପରେ ମୁହାଁମୁହିଁ ଜେରା କରାଯିବ । ଘଟଣା ଦିନ କଣ ଘଟିଥିଲା, ମନୀଷଙ୍କ ମୃତ୍ୟ କେମିତି ହେଲା, ସତ ଉଗାରିବାକୁ ତନାଘନା ଚଳାଇଛି ପୋଲିସ।

ସେପଟେ ସିସିଟିଭି ଫୁଟେଜ ଆଧାରରେ ହୋଟେଲ ଭିତର ରହସ୍ୟ ଖୋଜୁଛି ପୋଲିସ। ୪ ଘଣ୍ଟା ଧରି ମନୀଷଙ୍କ ସହିତ କିଏ କିଏ ଥିଲେ ? ମନୀଷଙ୍କ ସାଙ୍ଗରେ ଯାଇଥିବା ଦିନେଶ ଓ ମୃତ୍ୟୁଞ୍ଜୟ କାହିଁକି ମନୀଷକୁ ଛାଡ଼ି ଆଗୁଆ ଗଲେ। ମନୀଷ ଏକୁଟିଆ ଚାଲି ଚାଲି ଯିବା ପରେ ତାଙ୍କୁ କିଏ ମାରଧର କରୁଥିଲା ? ମୃତ୍ୟୁ ପୂର୍ବରୁ ମନୀଷଙ୍କ ସାଙ୍ଗରେ ଦିନେଶ ଓ ମୃତ୍ୟୁଞ୍ଜୟ ବାଦ ଆଉ କିଏ କିଏ ଥିଲେ ? ହୋଟେଲ ଭିତରେ କଣ ଘଟିଥିଲା ? ମନୀଷଙ୍କ ମୃତ୍ୟ କେମିତି ହେଲା ? ମନୀଷଙ୍କୁ ଛାଡି କାହିଁକି ଫେରାର ହେଲେ ? ଟଙ୍କା କାରବାର ନା ଅନ୍ୟ କିଛି କାରଣକୁ ଉଭୟଙ୍କ ମଧ୍ୟରେ କଣ ଘଟିଥିଲା। ମନୀଷଙ୍କ ବାପାଙ୍କୁ କିଏ କହିଥିଲା ଆମେ ଘରେ ଛାଡିଦେବୁ ବୋଲି? ପ୍ରାଥମିକ ପୋଷ୍ଟ ମର୍ଟମ ରିପୋର୍ଟ ଅନୁସାରେ ଶ୍ୱାସରୁଦ୍ଧ ଯୋଗୁ ମୃତ୍ୟୁ ହୋଇଛି।

ସେପଟେ ମନୀଷ ହୋଟେଲରୁ ବାହାରି ରାସ୍ତାରେ ଯାଉଥିବା ବେଳେ ତାଙ୍କ ଆଗରେ ଜଣେ ଯୁବତୀ ମଧ୍ୟ ଚାଲି ଚାଲି ଯାଉଥିଲେ। ଯୁବତୀ ଜଣଙ୍କ ଚାଲି ଚାଲି ଯାଉଥିବା ସିସିଟିଭିରେ ଦେଖିବାକୁ ମିଳିଛି। ସେହି ଯୁବତୀ ଜଣକ କିଏ ? ଏତେ ରାତିରେ ସେ ହୋଟେଲେ କଣ କରୁଥିଲେ ? ଘଟଣାରେ ଯୁବତୀଙ୍କ ସହିତ କିଛି ଲିଙ୍କ ନାହିଁ ତ ? ତେବେ ଯୁବତୀ ଜଣଙ୍କ ବାରରେ କାମ କରୁଥିବା ଜଣାପଡ଼ିଛି। ଏହି ଭିଡ଼ିଓ ସାମ୍ନାକୁ ଆସିବା ପରେ କମିଶନରେଟ୍‌ ପୁଲିସ ଯୁବତୀଙ୍କୁ ନେଇ ଏବେ ଖୋଳତାଡ ଆରମ୍ଭ କରିଛି।