ଆସନ୍ତା ୨୧ରୁ ଭୋଟର ତାଲିକା ନେଇ ସ୍ୱତନ୍ତ୍ର ଡ୍ରାଇଭ: ଜାଣନ୍ତୁ କିଭଳି ଯୋଡ଼ିବେ ନାଁ ଓ କରିବେ ସଂଶୋଧନ

1 min read

ଭୁବନେଶ୍ୱର: ରାଜ୍ୟରେ ଏବେ ଭୋଟର ତାଲିକା ସଂଶୋଧନ କ୍ୟାମ୍ପେନ ଚାଲିଛି । ଆସନ୍ତା ୨୧ ତାରିଖରୁ ଏ ନେଇ ସ୍ୱତନ୍ତ୍ର ଡ୍ରାଇଭ ମଧ୍ୟ ଆରମ୍ଭ ହେବ । ଏହି ସମୟରେ ସମସ୍ତେ ନିଜ ନିଜର ଭୋଟର ଆଇଡି ସଂଶୋଧନ ବାତିଲ ଆଦି କାର୍ଯ୍ୟ ନେଇ ଆବେଦନ କରିପାରିବେ ।  ଏହି ସମୟରେ ପ୍ରାଥମିକତା ଭିତ୍ତିରେ ଏହି ସବୁ ଆବେଦନକୁ ଗ୍ରହଣ କରାଯିବା ସହ ଆବଶ୍ୟକୀୟ ପରିବର୍ତ୍ତନ କରାଯିବ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ବୁଧବାର ଏଠାରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ସେ ଏହି ସୂଚନା ଦେଇଛନ୍ତି ।

ଜାଣନ୍ତୁ କେଉଁ କାର୍ଯ୍ୟ ପାଇଁ କେଉଁ ଫର୍ମର କରିବେ ବ୍ୟବହାର

ଫର୍ମ ୬ ଜରିଆରେ ଭୋଟର ତାଲିକାରେ ନୂଆ ନାମ ଯୋଡ଼ିବା ପାଇଁ ଆବେଦନ କରିପାରିବେ
ଫର୍ମ ୭ ନାମ କାଟିବା ପାଇଁ ଯୋଡ଼ିପାରିବେ
ଫର୍ମ ୮ ଜରିଆରେ ନାମ ସଂଶୋଧନ କରିପାରିବେ
ଫର୍ମ ୮ (କ) ଜରିଆରେ ସ୍ଥାନାନ୍ତର ହୋଇଥିଲେ ଏହି ଫର୍ମ ଜରିଆରେ ଆବେଦନ କରିପାରିବେ

ବିଏଲଓମାନଙ୍କ ନିକଟରେ ଆବଶ୍ୟକୀୟ ସଂଶୋଧନ କରିପାରିବେ । ଉଭୟ ଅନ ଲାଇନ ଓ ଅଫ ଲାଇନ ମାଧମରେ କରି ପାରିବେ । ଭୋଟର ହେଲ୍ପ ଲାଇନକୁ ଯାଇ ମଧ୍ୟ ଏହି ସଂଶୋଧନ କରି ପାରିବେ । ଏପିକି ନମ୍ବର ସ୍ପିଡ୍ ପୋଷ୍ଟରେ ଯିବ ତେଣୁ ସଠିକ ଠିକଣା ଦେବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି । ଆମେ କୋଭିଡ କାରଣରୁ ଅନଲାଇନ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେଉଛୁ । ବର୍ତ୍ତମାନ ସୁଦ୍ଧା ୪ଲକ୍ଷ୨୦ ହଜାର ଫର୍ମ ଆସିଛି । ସେ ମଧ୍ୟରୁ ୮୦ ପ୍ରତିଶତ ଆମେ ଅନ ଲାଇନ ମାଧ୍ୟମରେ ପାଇଛୁ । ଗତ ବର୍ଷ ଏହା ୮ ପ୍ରତିଶତ ରହିଥିଲା । ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ଡବଲ ଆଇଡି ଡିଲିଟ କରାଯାଇଥିବା ଶ୍ରୀ ଲୋହାନୀ ସୂଚନା ଦେଇଛନ୍ତି । ଆଗକୁ ଯଦି ସେମିତି ନଜର ଆସିବ ତାକୁ ବି ଡିଲିଟ କରାଯିବ । ତେବେ ଏହି ( https://www.nvsp.in/) ଲିଙ୍କ ସହାୟତାରେ ଭୋଟର ତାଲିକା ନେଇ ଆବଶ୍ୟକୀୟ କାର୍ଯ୍ୟ କରିପାରିବେ ।

Leave a Reply