ଚାଇଲ୍ଡ ପର୍ଣ୍ଣୋଗ୍ରାଫି ମାମଲା: ଗିରଫ ସୁରେନ୍ଦ୍ରଙ୍କୁ ଦିଲ୍ଲୀରେ ହେବ ଜେରା

ଢେଙ୍କାନାଳ: ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଲିଙ୍କରେ ଢେଙ୍କାନାଳରୁ ଗିରଫ ସୁରେନ୍ଦ୍ର ନାୟକକୁ ଅଧିକ ତଦନ୍ତ ପାଇଁ ଦିଲ୍ଲୀ ନିଆଯାଇଛି । ସୁରେନ୍ଦ୍ରର ବ୍ୟାଙ୍କ ଆକାଉଣ୍ଟର ଖୋଳତାଡ଼ କରିବା ସହ ପାସବୁକ୍‌ ଜବତ କରାଯାଇଛି । ଘଟଣାରେ ସୁରେନ୍ଦ୍ରର ହ୍ୱାଟସଆପ୍ ଥିବା ୪ ସହଯୋଗୀଙ୍କୁ ସିବିଆଇ ଖୋଜୁଛି । ଗତକାଲି ସୁରେନ୍ଦ୍ର ଘରେ ଚଢ଼ାଉ କରିଥିଲେ ସିବିଆଇର ୮ଜଣିଆ ଟିମ୍ ।

ରେଡ୍‌ ବେଳେ ଚାଇଲ୍ଡ ପର୍ଣ୍ଣରେ ସମ୍ପୃକ୍ତି କଥା ମାନିଥିଲା ଅଭିଯୁକ୍ତ । ସେ ଦେଶୀ ଏମଏମଏସ ନାମକ ଗ୍ରୁପରେ ସଦସ୍ୟ ଥିଲା । ଏଥିପାଇଁ ତାପାଖକୁ ୨୧ ଡଲାର ଆସିଛି । ଟାଉନ୍‌ ଥାନାରେ ପୋଲିସର ଜେରା ବେଳେ ସୁରେନ୍ଦ୍ର ନିଜେ ଏକ ହ୍ୱାଟସଆପ୍‌ ଗ୍ରୁପ କରିଥିବା ବି ମାନିଥିଲା । ରେଡ୍‌ ବେଳେ ତଦନ୍ତକାରୀ ଦଳ ଉପରେ ଆକ୍ରମଣ କରିଥିଲେ ଗ୍ରାମବାସୀ । ପୋଲିସ ପହଞ୍ଚି ତଦନ୍ତକାରୀ ଦଳକୁ ଉଦ୍ଧାର କରିଥିଲା । ଢେଙ୍କାନାଳ ସହ ଯାଜପୁର ଓ ଭଦ୍ରକରେ ବି ସିବିଆଇ ରେଡ୍‌ କରିଥିଲା । ଯାଜପୁର ପାଣିକୋଇଲି ଥାନା କେଉଟନଗୁଆଁ ଗାଁର ଅନୀଲ ମାଝିଓ ଭଦ୍ରକ ଆଗରପଡ଼ାର ମନୋରଞ୍ଜନ ଦାସଙ୍କ ଘରେ ବି ରେଡ୍ କରିଥିଲା ସିବିଆଇ ଟିମ୍‌ ।

ସୂଚନା ଯୋଗ୍ୟ ଯେ, ଢେଙ୍କାନାଳର ଜୁବଲି ଟାଉନ୍ କଲୋନୀ ସାହିର ସୁରେନ୍ଦ୍ର ନାୟକକୁ ଗତକାଲି ଗିରଫ କରିଥିଲା ସିବିଆଇ । ସିବିଆଇ ଟିମ୍ ସୁରେନ୍ଦ୍ରର ଫୋନ୍ ଜବତ କରିଥିବା ବେଳେ ତା’ଠାରୁ ମିଳିଛି ଚାଞ୍ଚଲ୍ୟକର ତଥ୍ୟ । ପ୍ରାୟ ୨ ମାସ ହେବ ଅଶ୍ଲୀଳ ଭିଡିଓ ଗ୍ରୁପରେ ଜଡ଼ିତ ଥିଲା ସୁରେନ୍ଦ୍ର । ମୋଟା ଟଙ୍କା ଲୋଭରେ ଅଶ୍ଲୀଳ ଭିଡିଓକୁ ହ୍ୱାଟ୍ସଆପ୍ ଓ ଟେଲିଗ୍ରାମ ଗ୍ରୁପରେ ଛାଡ଼ୁଥିଲେ ସେ । ପ୍ରତି ବଦଳରେ ଆକାଉଣ୍ଟକୁ ଆସୁଥିଲା ଟଙ୍କା । ଦେଶୀ ଏମଏମଏସ୍ ନାମକ ଗ୍ରୁପରେ ଅଶ୍ଲୀଳ ଭିଡିଓ ଛଡ଼ା ଯାଉଥିବା ବେଳେ ଜେରା ବେଳେ ସିବିଆଇକୁ କହିଛି ସୁରେନ୍ଦ୍ର । ଅଶ୍ଲୀଳ ଭିଡିଓ ପାଇଁ ସୁରେନ୍ଦ୍ରକୁ ୨୧ ଡଲାର ବା ଭାରତୀୟ ମୁଦ୍ରାରେ ୧୭୦୦ ଟଙ୍କା ସୁରେନ୍ଦ୍ରର ବ୍ୟାଙ୍କ ଆକାଉଣ୍ଟକୁ ଆସିଥିବା ଜଣାପଡ଼ିଛି ।

ଏଥିସହିତ ପଢ଼ନ୍ତୁ: ମୋବାଇଲରେ ଛାଡ଼ୁଥିଲେ ଅଶ୍ଲୀଳ ଭିଡିଓ, ରୋଜଗାର କରୁଥିଲେ ଆମେରିକୀୟ ଡଲାର

Leave a Reply