କିଛି ନିର୍ଦ୍ଧିଷ୍ଟ ଗଣମାଧ୍ୟମ ମମିତାଙ୍କ ଚରିତ୍ର ସଂହାର କରୁଥିବା ଅଭିଯୋଗ: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପରିବାର ଲୋକେ

1 min read

କଟକ: ମମିତା ମେହେର ହତ୍ୟା ମାମଲାରେ ହେଉଛି ଅଯଥା ରାଜନୀତି । କିଛି ନିର୍ଦ୍ଧିଷ୍ଟ ଗଣମାଧ୍ୟମ ରାଜନୀତିକ ଦଳର ହାତ ବାରିଶୀ ହୋଇ ସମ୍ବେଦନଶୀଳ ଖବର ପରିବେଶଣ କରୁଛନ୍ତି । ତେଣୁ ତ୍ୱରିତ ତଦନ୍ତ ହିଁ ଏକମାତ୍ର ସମାଧାନ ବୋଲି ଦାବି କରି ହାଇକୋର୍ଟରେ ଆବେଦନ କରିଛନ୍ତି ମମିତାଙ୍କ ପରିବାର । ଘଟଣାରେ ପରିବାରର ସାମ୍ବିଧାନିକ ଅଧିକାର କ୍ଷୂର୍ଣ୍ଣ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଘଟଣାର ତଦନ୍ତ ବିଳମ୍ବ ହେଉଥିବାରୁ ରାଜନୈତିକ ଦଳ ଗୁଡିକ ଓ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଅତିରଞ୍ଜିତ ଖବର ପରିବେଷଣ କରି ମୃତ ମମିତାଙ୍କର ଚରିତ୍ର ସଂହାର କରୁଛନ୍ତି ।

ପରିବାରର ମାନସିକ ସ୍ଥିତିକୁ ହୃଦୟଙ୍ଗମ କରି ସେମାନେ କିଛି ନିର୍ଦ୍ଦେିଷ୍ଟ ରାଜନୈତିକ ଦଳର ହାତବାରିଶି ସାଜି ଉଦ୍ଦେଶ୍ୟମୂଳକ ଖବର ପ୍ରବେଷଣ କରାୟାଉଛି । ଘଟଣାରେ ପୋଲିସ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଗିରଫ କରିଛି । ତଦନ୍ତ ବେଲେ ଗୋବିନ୍ଦ ସାହୁ ନିଜ ଦୋଷ ସ୍ୱୀକାର କରିସାରିଛି । ମମିତାଙ୍କ ଚରିତ୍ର ସଂହାର କରିବାକୁ ଯାଇ କିଛି ଗଣମାଧ୍ୟମ ବାରମ୍ବାର ମମିତା ଏକାଧିକ ବାର ରାୟପୁର ଯାଇଥିବା କହୁଛନ୍ତି ।

ରାଜନୈତିକ ଦଳର ପ୍ରରୋଚନାରେ ହେଉଥିବା ଏଭଳି ଖବର ତାଙ୍କ ପରିବାର ଓ ମମିତାଙ୍କ ଭାବମୂର୍ତ୍ତି ସମ୍ମାନକୁ ଆଞ୍ଚ ଆଣୁଛି । ଗଣମାଧ୍ୟମରେ ଏଭଳି ଚର୍ଚ୍ଚା ପରିବାରକୁ ମାନସିକ ଆଘାତ ଦେଉଛି । ଘର ସାମ୍ନାରେ ନିର୍ଦ୍ଦିଷ୍ଟ ଗଣମାଧ୍ୟମର ଗାଡ଼ି କ୍ୟାମ୍ପ କରିବା ସହ ସେମାନଙ୍କ ପରିବାରର ପ୍ରତିକ୍ରିୟା ପାଇଁ ବାଧ୍ୟ କରାଯାଉଛି । ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ଗଣମାଧ୍ୟମ ପରିବାରର ପ୍ରାଇଭେସୀ ନଷ୍ଟ କରାଯାଉଛି । ରାଜନୈତି ଦଳ ଓ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମର ଏଭଳି କାର୍ଯ୍ୟ ବିରୋଧରେ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ମମିତାଙ୍କ ପରିବାର । ତେଣୁ ମମିତା ହତ୍ୟା ଘଟଣାର ତ୍ୱରିତ ତଦନ୍ତ କରିବାକୁ ପରିବାର ପକ୍ଷରୁ ହାଇକୋର୍ଟରେ ଅପିଲ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ରାହୁଲ-ରୋହିତ ଯୁଗର ଆରମ୍ଭ: ଆଜିଠୁ ଆରମ୍ଭ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ

Leave a Reply